Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

2024 ଏପ୍ରିଲ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନ

ଭୁବନେଶ୍ଵର: ଜନସାଧାରଣଙ୍କ ଯାତ୍ରା ସୁବିଧାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ଯାତ୍ରା ପ୍ରାରମ୍ଭ କରୁଥିବା ବିଶେଷ ଟ୍ରେନ ଗୁଡିକର ସେବାକୁ ବୃଦ୍ଧି କରାଇବାକୁ ଏବଂ ଅଧିକ ସମୟ ଅବଧି ଚଳାଚଳ ପାଇଁ ନିମ୍ନଲିଖିତ ଭାବେ ନିଷ୍ପତ୍ତି ନିଆଯାଇଛି।

ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ:

ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡୁଥିବା 08439 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ 27 ଏପ୍ରିଲ୍, 2024 ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି, ପ୍ରତ୍ୟେକ ରବିବାର ଦିନ ପାଟନା ଠାରୁ ଛାଡୁଥିବା 08440 ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ 28 ଏପ୍ରିଲ୍ 2024 ପର୍ଯ୍ୟନ୍ତ ଚଳାଚଳ କରିବ।

ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ:

ପ୍ରତିଦିନ ପୁରୀ ଠାରୁ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ 29 ଏପ୍ରିଲ, 2024 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଧାନବାଦ୍ ଠାରୁ ପ୍ରତିଦିନ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ୱର ବିଶେଷ ଟ୍ରେନ 30 ଏପ୍ରିଲ 2024 ପର୍ଯ୍ୟନ୍ତ ଚଳାଚଳ କରିବ।

ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ:

ପାଟନା ଠାରୁ ପ୍ରତି ଗୁରୁବାର ଦିନ ଛାଡୁଥିବା 03230 ପାଟନା-ପୁରୀ ବିଶେଷ ଟ୍ରେନ 25 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି, ପୁରୀ ଠାରୁ ପ୍ରତ୍ୟକ ଶୁକ୍ରବାର ଦିନ ଛାଡୁଥିବା 03229 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ 26 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।

ଏହି ବିଶେଷ ଟ୍ରେନ ପାଇଁ ସମୟ ସାରଣୀ ଓ ରହଣି ଷ୍ଟେସନ ପୂର୍ବ ଚଳାଚଳ ଅନୁଯାୟୀ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ-ପାଟନା ଓ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

ଭୁବନେଶ୍ଵର: ପୁରୀ-ପାଟନା-ପୁରୀ ସ୍ପେଶାଲ ଏବଂ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସର ସେବାକୁ ଅକ୍ଟୋବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀ ସଂରଚନା ପରିଚାଳନା ସମୀକ୍ଷା କରିବା ସହିତ ଯାତ୍ରୀ ମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଶନିବାର ଦିନ ପୁରୀରୁ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ୍ ଚଳାଚଳ ସେବାକୁ 28 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେରିବା ମାର୍ଗରେ ରବିବାର ଦିନ ପାଟନାରୁ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଚଳାଚଳ ସେବାକୁ 29 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିଭଳି ଭୁବନେଶ୍ୱରରୁ ପ୍ରତିଦିନ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ ସ୍ପେଶାଲ ଚଳାଚଳ ସେବାକୁ 31 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଫେରିବା ମାର୍ଗରେ ଧାନବାଦରୁ ଛାଡୁଥିବା 02831 ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ ଚଳାଚଳ ସେବାକୁ 1 ନଭେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

ଉପରୋକ୍ତ ଟ୍ରେନ୍ ଦ୍ବୟ ପାଇଁ ନିର୍ଦ୍ଧାରିତ ସମୟ ସାରଣୀ ଏବଂ ଷ୍ଟେସନ ମାନଙ୍କ ଠାରେ ସ୍ଥିରୀକୃତ ରହଣି ଅପରିବର୍ତ୍ତିତ ରହିବ।