Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ତାଲିକା !! ବାଲେଶ୍ବର ଲୋକସଭାରୁ ଶ୍ରୀକାନ୍ତ ଜେନା, ପୁରୀରୁ ପ୍ରସାଦ ହରିଚନ୍ଦନ, ଭୁବନେଶ୍ବରରୁ..

ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିବା ପାଇଁ ଦୀର୍ଘଦିନ ଧରି କସରତ ଆରମ୍ଭ କରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରୁ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ କଂଗ୍ରେସ ପ୍ରଥମେ ଲୋକସଭା ତାଲିକା ପ୍ରସ୍ତୁତ କରିଛି। ସେହି ସୁତ୍ର ଅନୁସାରେ ବାଲେଶ୍ବରରୁ କୁଆଡେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

ସେହିପରି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆସନ ପୁରୀ ପାଇଁ କଂଗ୍ରେସ ପ୍ରସାଦ ହରିଚନ୍ଦନଙ୍କ ନାମକୁ ମୋହର ମାରିବ ବୋଲି ଜଣାପଡିଛି। ପୁରୀ ଲୋକସଭା ପାଇଁ ପୂର୍ବରୁ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲା। ହେଲେ ପରବର୍ତ୍ତି ସମୟରେ ପ୍ରସାଦ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇଛି। ସେହିପରି ଭୁବନେଶ୍ବର ଆସନ ପାଇଁ ଦଳ ଜଣେ ଯୁବ ନୂଆ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ହେଲେ ମଧ୍ୟ ପୁରୀ ଆସନ ହାତଛଡା କରିବ ନାହିଁ ବିଜେଡି, ପ୍ରାର୍ଥୀ ହେବେ ଅରୂପ ପଟ୍ଟନାୟକ

ଭୁବନେଶ୍ବର: ମେଣ୍ଟ ହେଲେ କୌଣସି ହାଲତରେ ପୁରୀ ଲୋକସଭା ଆସନ ବିଜେପି ହାତକୁ ଟେକି ଦେବ ନାହିଁ ବିଜେଡି। ସୋମବାର ଦିନ ନବୀନ ନିବାସରେ ବସିଥିବା ଦଳିୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ପୁରୀ ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଆସନ ହୋଇଥିବାରୁ ଏହାକୁ ବିଜେଡି କେବେ ହାତ ଛଡା କରିବ ନାହିଁ। ଏ ନେଇ ବିଜେପି ଶୀର୍ଷ ନେତୃତ୍ବଙ୍କୁ ଦଳ ଅବଗତ କରିଛି ବୋଲି ଜଣାପଡିଛି।

ଏହାର କାରଣରେ କୁହାଯାଇଛି ଯେ, ରାଜ୍ୟ ସରକାର ପୁରୀର ବେଶ କିଛି ଉନ୍ନତି କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ଯାତ୍ରୀ ସୁବିଧା କେନ୍ଦ୍ର, ଶ୍ରୀସେତୁ ପରି ବଡବଡ ପ୍ରକଳ୍ପ ପୁରୀ ପାଇଁ ରାଜ୍ୟ ସରକାର କରିଛନ୍ତି। ପରିକ୍ରମା ପ୍ରକଳ୍ପ ସାରା ବିଶ୍ବବାସୀଙ୍କୁ ଆକର୍ଷିତ କରିଛି। 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶୀତକାକରରେ ଭୋରରୁ ପ୍ରକଳ୍ପ କାର୍ଯ୍ୟ ତଦାରଖ କରି ତାହାର ପୂର୍ଣ୍ଣ ରୂପରେଖ ଦେଇଛନ୍ତି। ଏତେ ସବୁ ପରିଶ୍ରମ କରିବା ପରେ ସେହି ଆସନ ବିଜେପି ହାତକୁ ଟେକି ଦେବାକୁ କାହାର ଇଚ୍ଛା ହେଉ ନାହିଁ।

ଏପରି ପରିସ୍ଥିତିରେ ବିଜେଡି ସେହି ଆସନ ପାଇଁ ପ୍ରାର୍ଥୀ ମନୋନିତ ମଧ୍ୟ କରିସାରିଥିବାର ଜଣାପଡିଛି। ବର୍ତ୍ତମାନ ସାଂସଦ ଥିବା ପିନାକୀ ମିଶ୍ର ଏଥର ଆଉ ନିର୍ବାଚନରେ ଲଢେଇ କରିବେ ନାହିଁ। ସେଥିପାଇଁ ସେ ଦଳିୟ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ମଣ୍ଡଳିରୁ ବହୁ ବର୍ଷରୁ ନିଜକୁ ଦୂରେଇ ରଖିଛନ୍ତି। ଫଳରେ ଏଥର ବିଜେଡି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତି କରିଛି। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ, ନବୀନ ପଟ୍ଟନାୟକ ପୁରୀରୁ ଛିଡା ହେବା ପାଇଁ ଆସିଲା ପ୍ରସ୍ତାବ

ଭୁବନେଶ୍ବର: ଶେଷ ହୋଇଛି ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ଆଜି ନବୀନ ପୁରୀ ଲୋକସଭା କ୍ଷେତ୍ରରୁ ତାଙ୍କର ନିର୍ବାଚନ ରଣନୀତି ଆରମ୍ଭ କରିଛନ୍ତି। ଏହି ବୈଠକରେ ପୁରୀ ଲୋକସଭା ଅଧିନସ୍ଥ ବିଧାୟକ ଓ ନେତାମାନେ ଯୋଗ ଦେଇଥିଲେ।

ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିଥିବାର ଜଣାପଡିଛି। ତାହା ହେଲା ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ବିଧାନସଭା କ୍ଷେତ୍ରରୁ ଏଥର ଛିଡା ହୁଅନ୍ତୁ ବୋଲି ବୈଠକରେ ବହୁ ନେତା ପ୍ରସ୍ତାବ ଦେଇଥିଲେ। ତେବେ ଏ ନେଇ ନବୀନ କାହାକୁ କିଛି କହି ନ ଥିଲେ ମଧ୍ୟ ଏହା ଉପରେ ପରେ ବିଚାର କରିବେ ବୋଲି ଜଣାପଡିଛି।

ତେବେ ଆଜିର ବୈଠକରେ ପୁରୀ ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲେ ମଧ୍ୟ ପୁରୀ ସାଂସଦ ପିନାକୀ ମିଶ୍ର ଏଥିରେ ଯୋଗ ଦେଇ ନ ଥିଲେ। ତେବେ ସେ ଏଥର ନିର୍ବାଚନରେ ଛିଡା ହେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିବାରୁ ଏହି ବୈଠକରୁ ସେ ଦୂରେଇ ରହିଥିବାର ଜଣାପଡିଛି।

ତେବେ ବିଶେଷ ସୁତ୍ର ଅନୁସାରେ ତାଙ୍କ ପରିବର୍ତ୍ତେ ଦଳ ପୁରୀରୁ ଏଥର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ଏହି ବୈଠକରେ ଅରୂପଙ୍କ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା ହୋଇଥିବାର ଜଣାପଡିଛି।

ଅନ୍ୟପକ୍ଷରେ ସତ୍ୟବାଦୀକୁ ନେଇ ଉମାକାନ୍ତ ସାମନ୍ତରାୟ ଏବଂ ସଂଜୟ ଦାସବର୍ମା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଏକ ଆପୋଶ ବୁଝାମଣା ହୋଇଥିବାର ଜଣାପଡିଛି। ଉଭୟ ଆସନ ଅଦଳବଦଳ କରିବେ ବୋଲି ରାଜି ହୋଇଛନ୍ତି।

ତେବେ ଆଜିର ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନ ଥିବା ଜଣାପଡିଛି। ହେଲେ ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଦେବ ବୋଲି ଏହି ବୈଠକରୁ ସ୍ପଷ୍ଟ ହୋଇଛି।

ଏହି ବୈଠକରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଓ  ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିିଆ ବୈଠକରେ ଯୋଗଦେଇଥିଲେ। ଏହି ବୈଠକକୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଚିଲିକା: ସିଦ୍ଧେଶ୍ବରୀ ମଣ୍ଡଳର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସିଦ୍ଧେଶ୍ବରୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ସୌମ୍ୟ ରଂଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ବୈଠକରେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ର, ଦଳର ପ୍ରଦେଶ ସାଧାରଣ ସଂପାଦକ ତଥା ଚିଲିକା ବିଧାନସଭା କ୍ଷେତ୍ର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୁରୀ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ଅମୀୟ ଦାସ, ସହ-ପ୍ରଭାରୀ ଶଙ୍କର ପରିଡା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ଦାସ, ଦଳର ମାର୍ଗଦର୍ଶକ ତଥା ବରିଷ୍ଠ ଡ଼ାକ୍ତର ସୁରେନ୍ଦ୍ର ନାଥ ଦାସ,୧୩ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ରୋଜିତା ପ୍ରଧାନ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳାଇ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବ୍ଲକ ଉପାଧ୍ୟକ୍ଷା ରିନା ଦେଇ, ଦଳ ବରିଷ୍ଠ ନେତା ଗୋଲଖ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ପୁରୀ ଲୋକସଭା କ୍ଷେତ୍ର ଓ ଚିଲିକା ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର କିପରି ବିଜୟ ହେବ ଏବଂ ବୁଥ୍ ସ୍ତର ଠାରୁ ଆରମ୍ଭ କରି ତ୍ରିଦେବ ଶକ୍ତି କେନ୍ଦ୍ର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଯୋଡ଼ି ହୋଇ କିପରି ସୁଚାର ରୂପେ କାର୍ଯ୍ୟ କରିବେ ସେ ବିଷୟରେ ନେତାମାନେ ମାର୍ଗଦର୍ଶନ କରିଥିଲେ।

ପରିଶେଷରେ ଦକ୍ଷ ସଂଗଠକ ତଥା ୧୩ ନଂ ଜୋନ୍ ଯୁବ ନେତା ତପନ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।