Categories
Hockey Worldcup23 ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ପୁରୁଷ ହକି ବିଶ୍ଵକପ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ପଞ୍ଚାୟତ ସମିତି ଠାରେ ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ନୟାଗଡ ଜିଲ୍ଲାରୁ ସମ୍ମାନର ସହ ସ୍ୱାଗତ କରାଯାଇଛି। ପୂର୍ବ ପ୍ରସ୍ତୁତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସହର ପରିକ୍ରମା କରାଯାଇଛି।

ବୋଲଗଡ ପଂଚାୟତ ସମିତିରେ ଏହାକୁ ସମ୍ବର୍ଦ୍ଧନା ଦିଆଯିବା ପରେ ପରେ ଟ୍ରଫି ଗାଡିକୁ ଖୋର୍ଦ୍ଧାର ଚଣ୍ଡି ଚୁଆଁ ଛକ ଠାରୁ ଟାଉନ ହଲ ଅଭିମୁଖେ ପ୍ରକ୍ସେସନ କରାଯାଇ ଅଣାଯାଇଥିଲା। ପ୍ରକ୍ସେସନରେ ଦୂଲଦୁଲି, ପାଇକ ନାଚ, ସଂକୀର୍ତ୍ତନ ଦଳ, ଘୋଡାନାଚ, ଆତସବାଜି ପ୍ରଦର୍ଶନ ହୋଇଥିଲା।

ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ, ସ୍କୁଲ, କଲେଜ, ସ୍ୱୟଂ ସହାୟକ ମହିଳା, ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସେହି ସ୍ଥାନରୁ ଟାଉନ ହଲ ଅଭିମୁଖେ ଯାତ୍ରା ଚାଲୁ ରହିଥିଲା। ଟାଉନ ହଲ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ଏକ ସଭାର ଆୟୋଜନ ହୋଇଥିଲା। ଜିଲ୍ଲାର ବିଧାୟକମାନେ ଯଥାକ୍ରମେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ -ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ବି. ଡି. ଓ, ସମସ୍ତ ଅଧିକାରୀ, ଏସ. ଏଚ. ଜି. ମହିଳା, ଜନ ସାଧାରଣ ବିପୁଳ ସଂଖ୍ୟାରେ ଯୋଗ ଦେଇ ଥିଲେ।

ମଞ୍ଚାସୀନ ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟ ରଖିବା ପରେ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

ମଧ୍ୟାହ୍ନ ଭୋଜନ ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ ପ୍ରକସେସନ କରାଯାଇ ଅରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲୁ ରହିଥିଲା। ପରେ ପରେ ଟ୍ରଫିକୁ ଜଟଣୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜଟଣୀ ବି. ଡି. ଓ ଙ୍କ ମାର୍ଫତରେ ସନ୍ଧ୍ୟା ୬.୩୦ ମିନିଟରେ ପୁରୀକୁ ହସ୍ତାନ୍ତର କରାଗଲା।