Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁର୍ଗାପୂଜା ପୂର୍ବରୁ ପୂଜାରୀଙ୍କ କରୋନା ପରୀକ୍ଷା ପାଇଁ ଅନୁରୋଧ କଲେ ସରକାର, ହେଲେ ଏହାକୁ ନେଇ ଅସନ୍ତୋଷ

ଗୌହାଟୀ, ଆସାମ ସରକାର ରାଜ୍ୟର ପୁରୋହିତ ବା ପୂଜାରୀଙ୍କୁ ଦୁର୍ଗା ପୂଜା ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କାରଣ ହେଲା ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବେ ତେବେ ଭକ୍ତମାନଙ୍କୁ ତାହା ସଂକ୍ରାମିତ କରିବ। ସେଥିପାଇଁ ସମସ୍ତ ପୂଜାରୀ ବା ପୁରୋହିତଙ୍କୁ ଏହି ପରୀକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି।

ତେବେ କେତେକ ଜିଲ୍ଲାରେ ପୁରୋହିତମାନେ ଏହି ପରୀକ୍ଷା କରିବାକୁ ରୋକଠୋକ ମନା କରି ଦେଇଛନ୍ତି। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କୁ ପରୀକ୍ଷା କରିବା ପାଇଁ ବୁଝାଉଥିବାର ପରିଲକ୍ଷିତ ହୋଇଛି।

ପୁଣି ଏହାକୁ ନେଇ ପୂଜା ଆୟୋଜକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  ସେମାନେ କହିଛନ୍ତି ଯେ କମିଟି ଯେଉଁ ପୁରୋହିତଙ୍କୁ ଠିକ୍ କରିଥିବେ ଯଦି ତାଙ୍କର ପଜେଟିଭ ବାହାରିଲା ତେବେ ପୁଣି ଜଣେ ହଠାତ ମିଳିବା କଷ୍ଟକର ହେବ। ସେଥିପାଇଁ ସରକାର ପୂର୍ବରୁ ପରୀକ୍ଷା କରାଇ ନିଅନ୍ତୁ ବୋଲି ପୂଜା କମିଟଗୁଡିକ ଅନୁରୋଧ କରିଛନ୍ତି।

ଆସାମ ସରକାର ସମସ୍ତ ପୂଜାପୀଠକୁ ରାତି 9:30 ରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପୂଜା ତଥା ଅନ୍ୟାନ୍ୟ ପରମ୍ପରାକୁ ଦୃଷ୍ଟିରେ ରଖି ଏହି ସମୟ ସୀମା ବୃଦ୍ଧି କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି।