Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଖୁବ ଶିଘ୍ର ଓଡିଆ ସହ ଦଶଟି ଭାଷାରେ ମୁକ୍ତିଲାଭ କରିବ ଆକସନ ମୁଭି ‘ପୁଷ୍ପା’

ନୂଆଦିଲ୍ଲୀ: ସାରା ଭାରତରେ ଚହଳ ପକାଇଥିବା ଅଲି ଅର୍ଜ୍ଜୁନଙ୍କ ପୁଷ୍ପା ଚଳଚିତ୍ର ବର୍ତ୍ତମାନ ଦେଶ ବିଦେଶର ଦଶଟି ଭାଷାରେ ମୁକ୍ତିଲାଭ କରିବ। ଏ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥି ମଧ୍ୟରେ ଓଡିଆ ଭାଷା ମଧ୍ୟ ରହିଛି ବୋଲି ଜଣାପଡିଛି। ଫଳରେ ଓଡିଶା ସିନେମା ପ୍ରେକ୍ଷାଳୟରେ ଖୁବ ଶିଘ୍ର ଓଡିଆ ପୁଷ୍ପା ପ୍ରଦର୍ଶିତ ହେବ।

ଖବର ଅନୁସାରେ ପ୍ରଯୋଜନା ସଂସ୍ଥା ଏହି ଚଳଚିତ୍ରର ଲୋକପ୍ରିୟତା ତଥା ବ୍ୟବସାୟକୁ ଦେଖି ଏହି ପଦକ୍ଷେପ ନେଇଛି। ଯେଉଁ ଭାଷାରେ ଏହି ଚଳଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି ସେଗୁଡିକ ହେଲା ଓଡିଆ, ବଙ୍ଗଳା, ତେଲୁଗୁ, ମରାଠୀ, ଭୋଜପୁରୀ, ତାମିଲ ଏବଂ ନେପାଳୀ ପ୍ରମୁଖ ଭାଷା।

Categories
ଆଜିର ଖବର ମନୋରଂଜନ

‘ପୁଷ୍ପା’ ଚଳଚିତ୍ର ଅଭିନେତା ଆଲୁ ଅର୍ଜ୍ଜୁନ ତାଙ୍କ ପୁଅର ଜନ୍ମ ଦିନରେ କହିଲେ ଏପରି କଥା

Allu Arjun: ପୁଷ୍ପା ଚଳଚିତ୍ର ପାଇଁ ସାରା ଭାରତରେ ପରିଚିତ ହୋଇଥିବା ଅଭିନେତା ଆଲୁ ଅର୍ଜୁନ ରବିବାର ଦିନ ତାଙ୍କ ପୁଅ ଅଲୁ ଆୟାନଙ୍କ ଜନ୍ମଦିନ ପାଳନ କରିଛନ୍ତି। ଆଲୁ ଆୟାନଙ୍କ ଅଷ୍ଟମ ଜନ୍ମଦିନ ଅବସରରେ ଆଲୁ ଅର୍ଜୁନ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ତାଙ୍କ ପ୍ରିୟ ପୁଅକୁ ଅଭିନନ୍ଦନ ଜଣାଇଛନ୍ତି।

ଆଲୁ ତାଙ୍କ ପୁଅ ଆୟାନଙ୍କ ସହ ଏକ ଆକର୍ଷଣୀୟ ଚିତ୍ର ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ମୋ ଜୀବନର ପ୍ରେମ, ମୋର ଶିଶୁ, ମୋର ମଧୁର ପ୍ରାଣ ଆୟାନକୁ ଦିନର ଅନେକ ଶୁଭ ଅଭିନନ୍ଦନ। ଆଗାମୀ ଦିନଗୁଡ଼ିକ ତୁମ ପାଇଁ ଆନନ୍ଦ, ପ୍ରେମ ଆସୁ।  ତୁମ ଜୀବନରେ ହସ ଲାଗିରହୁ, ଆଲୁ ଆୟାନ୍। “

Categories
ଜାତୀୟ ଖବର ବିଶେଷ ଖବର

ଓଡିଶାରେ ଲାଗିଲା ‘ପୁଷ୍ପା’ ଚଳଚ୍ଚିତ୍ରର ପୋଷ୍ଟର, ଏହାର କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ସାରା ଭାରତରେ ‘ପୁଷ୍ପା’ ଚଳଚିତ୍ରକୁ ନେଇ ବେଶ ଚହଳ ପକାଇଛି। ମୁଖ୍ୟତଃ ଏହି ଚଳଚିତ୍ରର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଭୂମିକା ବେଶ ଉଚ୍ଚକୋଟିର ହୋଇପାରିଛି। ଜଙ୍ଗଲ ମଧ୍ୟରୁ ରକ୍ତ ଚନ୍ଦନ କାଠ ଚୋରୀକୁ ନେଇ ଏହି ଚଳଚିତ୍ରଟି ନିର୍ମାଣ କରାଯାଇଛି। ଏଥିରେ ଏପରି ବାସ୍ତବତା ପ୍ରତିଫଳିତ କରାଯାଇଛି ଯେ କେହି ବି ଦେଖି ବିଭୋର ହୋଇପଡୁଛି। ପୁଷ୍ପା ଭୂମିକାରେ ଥିବା ଅର୍ଜ୍ଜୁନଙ୍କ ବାସ୍ତବ ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିପାରିଛି।

ଏହି ଚଳଚିତ୍ରରେ ଚନ୍ଦନ ତସ୍କରଙ୍କ କାରନାମ ସହିତ ଜଙ୍ଗଲ ଅଧିକାରୀଙ୍କ ସୁରକ୍ଷାର ସଂଘର୍ଷ ବେଶ ଉଚ୍ଚ କୋଟିର ହୋଇପାରିଛି। ଫଳରେ ଚଳଚିତ୍ରଟି ବକ୍ସ ଅଫିସରେ ବେଶ ସଫଳତା ହାସଲ କରିଛି। ଏହି ଚଳଚିତ୍ରର ସଂଗୀତ ମଧ୍ୟ କୌଣସି ଗୁଣରେ କମ ନାହିଁ। ଏହି ସଂଗୀତକୁ ନେଇ ପିଲାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଅଭିନୟ କରିବାରେ ମଧ୍ୟ ଲାଗିଛନ୍ତି।

ତେବେ ଜଙ୍ଗଲ କାଠ ଚୋରୀ ଉପରେ ଆଧାରିତ ଏହି ଚଳଚିତ୍ରଟି ବର୍ତ୍ତମାନ ଓଡିଶା ପାଇଁ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପୁଷ୍ପାଙ୍କୁ ନେଇ ଓଡିଶା ଜଙ୍ଗଲ ବିଭାଗ ତରଫରୁ ଏକ ଅଭିନବ ସଚେତନତା କରାଯାଇଛି। ତାହା ହେଲା ପୁଷ୍ପା ପରି ଯେତେ ଶକ୍ତିବାନ ହେଲେ କଣ ହେଲା ଜଙ୍ଗଲର ଶକ୍ତି ବୁଝାବା ପରେ ସମସ୍ତେ ମୁଣ୍ଡ ତଳକୁ କରିବେ। ଏହିପରି ଏକ ସ୍ଲୋଗାନ ନେଇ ପୁଷ୍ପା ଫଟୋର ବ୍ୟାନର ଲାଗିଛି।

ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ। ଜଙ୍ଗଲ ସୁରକ୍ଷା ପାଇଁ ଏହି ବନଖଣ୍ଡ ତରଫରୁ ବିଭିନ୍ନ ସ୍ଥାନରେ ପୁଷ୍ପାର ଫଟୋ ସହିତ ବିଭିନ୍ନ ସ୍ଲୋଗାନ ଲେଖି ପ୍ରଦର୍ଶିତ କରାଯାଇଛି। ହିନ୍ଦିରେ ଲେଖାଯାଇଥିବା ଏହି ସ୍ଲୋଗାନ ହେଉଛି- ‘ପୁଷ୍ପା ହୋ ୟା ପୁଷ୍ପରାଜ୍ , ଜଙ୍ଗଲ କି ଆଗେ ବୁଝାନେ କେଲିୟେ, ସବକୋ ଝୁକାନା ଚାହିଏ।’

ସେହିପରି ଆଉ ଏକ ସଚେତନତା ପୋଷ୍ଟରରେ ପୁଷ୍ପାର ଫଟୋ ସହିତ ଭିନ୍ନ ଏକ ସ୍ଲୋଗାନ ଲେଖାଯାଇଛି। ସେଥିରେ ରହିଛି – ‘ଜଙ୍ଗଲ ମେଁ Fire ନେହିଁ,  Flower ହୋନା ଚାହିଏ’। ଏହିପରି ପୋଷ୍ଟରକୁ ନେଇ ସେହି ଅଞ୍ଚଳରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବର୍ତ୍ତମାନ ‘ପୁଷ୍ପା’ ଚଳଚିତ୍ରଟି ଯେପରି ପ୍ରଭାବ ବିସ୍ତାର କରିଛି, ସେଥିରେ ଏପରି ସଚେତନତା ବେଶ ପ୍ରଭାବ ପକାଇବ ବୋଲି ଜଙ୍ଗଲ ବିଭାଗ ଆଶା କରିଛି।