Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଉନମୋଚିତ ହେଲା ପ୍ରଖ୍ୟାତ କବି ମାଧବ କୌଶିକଙ୍କ ପୁସ୍ତକ come back partha

ଭୁବନେଶ୍ବର: ପକ୍ଷୀଘର ପ୍ରକାଶନୀ ପ୍ରକାଶିତ କେନ୍ଦ୍ର ସାହିତ୍ୟ ଅକାଦେମି ସଭାପତି ପ୍ରଖ୍ୟାତ କବି ମାଧବ କୌଶିକଙ୍କ କବିତା ପୁସ୍ତକ come back partha ଓ କବି ଅରୁଣ କୁମାର ସାହୁଙ୍କ ଦୁଇଟି ପୁସ୍ତକ ଜହ୍ନ ରାତିର ଛାଇ ଓ ସୂର୍ଯ୍ୟ ଉଇଁବାର ବେଳ ପୁସ୍ତକ ସ୍ଥାନୀୟ ରାଜ୍ୟ ସଂଗ୍ରହଳୟ ପ୍ରେକ୍ଷାଳୟରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

ଉଦଘାଟକ ଭାବେ ଯୋଗଦେଇଥିଲେ ପ୍ରଖ୍ୟାତ ସିନେ ବ୍ୟକ୍ତିତ୍ୱ ତଥା ସାହିତ୍ୟିକ ପ୍ରଶାନ୍ତ ନନ୍ଦ। ସେ କହିଥିଲେ ଯେ, ସମୟ ସବୁବେଳେ ନିରପେକ୍ଷ ଭାଇ, ବନ୍ଧୁ, କୁଟୁମ୍ବ, ସମ୍ପଦ, ବିପଦ ନାଁ କାହା ପାଇଁ ସମୟ ଅଟକି ଯାଏ ନା କାହା ଦ୍ୱାରା ପ୍ରଭାବିତ ହୁଏ। ତେଣୁ ସାହିତ୍ୟକ ହେଉ କି ପାଠକ ହଉ ସମୟ ଅନୁସାରେ ଆଗେଇଵା ଦରକାର।

କେନ୍ଦ୍ର ସାହିତ୍ୟ ଅକାଦେମି ର ସଭାପତି ତଥା ପ୍ରଖ୍ୟାତ କବି ମାଧବ କୌଶିକ କହିଥିଲେ. ଜଣେ ହଜାର ହଜାର ଶବ୍ଦରେ କଥା ତ ପ୍ରକାଶ କରିପାରିବ କିନ୍ତୁ ଭାବ ପ୍ରକାଶ କରିବା ପାଇଁ ହଜାର ଶବ୍ଦ ବି ନିଅଣ୍ଟ ପଡିବ ଯଦି ସୃଜନ ସାହିତ୍ୟ ଜାତୀୟ ହୁଏ ତେବେ ଅନୁବାଦ ସାହିତ୍ୟ ଆନ୍ତର୍ଜାତୀୟ ବିଶିଷ୍ଟ ଅନୁବାଦକ ପ୍ରଫେସର ଯତୀନ ନାୟକ କହିଥିଲେ।

କମ ବ୍ୟାକ ପାର୍ଥ ବିଷୟରେ ଆଲୋଚନା କରିଥିଲେ ଯୁଦ୍ଧ ରେ ଉଜୁଡି ଯାଇଥିବା ହସ୍ତୀନାପୁର କୁ ଛାଡି ସ୍ୱର୍ଗ କୁ ପଳେଇ ଯାଉଥିବା ପାଣ୍ଡବ ମାନଙ୍କୁ ଆହ୍ୱାନ ଦେବା କହି ମାଧବ କୌଶିକଙ୍କର ଏକ ବୈପ୍ଲବିକ ଚିନ୍ତାର କବିତା ପ୍ରଫେସର ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ କହିଥିଲେ। ଆମ ଭାରତୀୟ ସାହିତ୍ୟ ହେଉ କି ପୃଥିବୀର ସାହିତ୍ୟ ହେଉ ପ୍ରାଚୀନ ଓ ଇତିହାସର କଥା ହେଉ ଵା ବର୍ତ୍ତମାନର କାହା ହଉ କଥା ଓ କବିତା ସବୁବେଳେ ଥିଲା ଓ ରହିବ! ସେମିତି ମଧ୍ୟ୍ ପ୍ରେମ କଥା।

ବିଶିଷ୍ଟ ସାହିତ୍ୟ ସମାଲୋଚକ ଭାଗବତ ଶୁକ୍ଲା କହିଥିଲେ. ଜଣେ ସଚ୍ଚା ଓ ଶାନ୍ତି ପ୍ରେମିକା ବିପ୍ଳବ ଆହ୍ୱାନ ସୃଷ୍ଟି କରିପାରେ ଏହା ଅରୁଣ ସାହୁଙ୍କ ର ଉଭୟ କବିତା ପୁସ୍ତକ ଜହ୍ନରାତିର ଛାଇ ଏବଂ ସୂର୍ଯ୍ୟ ଉଇଁଵାର ବେଳ ରେ ଖୁବ ମୌଳିକ ଭାବରେ ଦର୍ଶାଯାଇଛି ଅରୁଣ କୁମାର ସାହୁ ନିଜର ଲେଖାକୀୟ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ ଓ ଧନ୍ୟବାଦ ପ୍ରଦାନ କରିଥିଲେ ପକ୍ଷୀଘର ର ପ୍ରକାଶିକା ବବିତା ଦାଶ।

Categories
ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରକାଶିତ Glorious Odisha ପୁସ୍ତକ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ୱର: ଆଜି ସନ୍ଧ୍ୟା ରେ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରକାଶିତ ଇଂରାଜୀ ପୁସ୍ତକ Glorious Odisha (ଗୌରବମୟ ଓଡ଼ିଶା) ଉନ୍ମୋଚନ କରିଛନ୍ତି।

ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରବାସୀ ଭାରତୀୟ ଦିବସ କୁ ଦୃଷ୍ଟି ରେ ରଖି ପ୍ରକାଶ ପାଇଥିବା ଏହି ପୁସ୍ତକ ଟିରେ ବିଶିଷ୍ଟ ଲେଖକ ମାନଙ୍କ ଦ୍ଵାରା ଓଡ଼ିଶା ର ସମୃଦ୍ଧ ତଥା ଗୌରବମୟ ଇତିହାସ, ଐତିହ୍ୟ,ସଂସ୍କୃତି, କଳା, ସାହିତ୍ୟ,ହସ୍ତଶିଳ୍ପ, ପରମ୍ପରା ସମ୍ପର୍କିତ ଆଲେଖ୍ୟ ମାନ ସ୍ଥାନିତ ହୋଇଛି।

ପ୍ରବାସୀ ଭାରତୀୟ ଦିବସ ଅବସରରେ ଯୋଗ ଦେଉଥିବା ସମସ୍ତ ଅତିଥି ମାନଙ୍କୁ ଏହି ପୁସ୍ତକ ପ୍ରଦାନ କରାଯିବ।

ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପୁସ୍ତକ ଟିରେ ଓଡ଼ିଶା ର ଗୌରବମୟ ଇତିହାସ, କୀର୍ତ୍ତିରାଜି, ଧାର୍ମିକ ଓ ବୌଦ୍ଧିକ ଚିନ୍ତାଧାରା,ଅନନ୍ୟ ହସ୍ତଶିଳ୍ପ ଆଦି ବିଭିନ୍ନ ବିଷୟ ରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି। ଏହି ପୁସ୍ତକ ମାଧ୍ୟମ ରେ ଆମ ଓଡ଼ିଶା ର ମହନୀୟ କଳା, ସଂସ୍କୃତି ଓ ପରମ୍ପରା ବିଷୟ ରେ ପ୍ରବାସୀ ଭାରତୀୟ ମାନେ ଅନେକ କିଛି ଜାଣିପାରିବେ।

ପୁସ୍ତକଟି ପ୍ରଫେସର୍ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ଦିଲ୍ଲୀପ ରାଜ ବେହେରା, ସୁରେଶ କୁମାର ସାହୁ ଏବଂ ଶ୍ରୀ ତପନ କୁମାର ବେହେରା ଙ୍କ ଦ୍ଵାରା ସମ୍ପାଦିତ ହୋଇଛି।

ଏହି ଅବସର ରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା, ବିଶିଷ୍ଟ ଔପନ୍ୟାସିକା ଡ. ପ୍ରତିଭା ରାୟ, ସମାଜସେବୀ ତଥା ବରିଷ୍ଟ ରାଜନେତା ଶ୍ରୀ ସଜନ ଶର୍ମା, ବହୁ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଫେସର ଫକୀର ମୋହନ ନାହାକଙ୍କ ସମ୍ପାଦିତ ପୁସ୍ତକ ମାଷ୍ଟରିଂ ପବ୍ଲିକ୍ ରିଲେସନସ୍ ଉନ୍ମୋଚିତ

ଭୁବନେଶ୍ବର: ରାଜସ୍ଥାନର ଜୟପୁର ସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡକ୍ଟର ଚଞ୍ଚଲ ସଚ୍ଚଦେବା ସୁରୀଙ୍କ ଯୁଗ୍ମ ସମ୍ପାଦନାରେ ସମ୍ପାଦିତ ଇଂରାଜୀ ପୁସ୍ତକ “ମାଷ୍ଟରିଂ ପବ୍ଲିକ୍ ରିଲେସନସ୍- ପ୍ରିନସିପଲସ, ପ୍ରାକ୍ଟିସେସ୍ ଆଣ୍ଡ୍ ଫ୍ୟୁଚର ଟ୍ରେଣ୍ଡସ” ପୁସ୍ତକ ଉନ୍ମୋଚିତ ହୋଇଛି।

ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ସଭାଗୃହରେ ଆୟୋଜିତ ଅଷ୍ଟମ ନ୍ୟାସନାଲ ମିଡିଆ କନକ୍ଲେଭରେ ଏହି ପୁସ୍ତକକୁ ଉନ୍ମୋଚନ କରାଯାଇଛି। ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ବରିଷ୍ଠ ସଦସ୍ୟ ତଥା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଡକ୍ଟର ବଳଦେବ ରାଜ ଗୁପ୍ତା, ଭୋପାଳର ମାଖନଲାଲ ଚତୁର୍ବେଦୀ ରାଷ୍ଟ୍ରୀୟ ପତ୍ରକାରିତା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କେ.ଜି.ସୁରେଶ, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ପ୍ରଫେସର ବି.ପି. ସଂଜୟ, ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଫେସର ଅର୍ଚ୍ଚନା ଆର୍. ସିଂହ, ଗାନ୍ଧିନଗର ସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପେଟ୍ରୋଲିୟମ୍ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗାଧ୍ୟକ୍ଷ ଡକ୍ଟର ପ୍ରଦୀପ ମଲ୍ଲିକ ଏବଂ ନ୍ୟାସନାଲ ମିଡିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ।

ଏହି ପୁସ୍ତକରେ ମୋଟ 13ଟି ଭିନ୍ନ ଭିନ୍ନ ଅଧ୍ୟାୟ ରହିଥିବା ସହ ପୁସ୍ତକଟି ମୋଟ 184 ପୃଷ୍ଠା ବିଶିଷ୍ଟ। ଏଥିରେ ଦେଶର ବିଭିନ୍ନ ଭାଗରେ କାର୍ଯ୍ୟରତ ପ୍ରଫେସର, ଲୋକସମ୍ପର୍କ ଅଧିକାରୀ ଏବଂ ଗବେଷକମାନେ ଅଧ୍ୟାୟ ରଚନା କରିଛନ୍ତି। ନୂଆଦିଲ୍ଲୀର ମିଶା ବୁକସ୍ ଏହି ପୁସ୍ତକକୁ ପ୍ରକାଶନ କରିଛନ୍ତି। ପୁସ୍ତକର ସମ୍ପାଦକ ଡକ୍ଟର ଫକୀର ମୋହନ ନାହାକ କହିଛନ୍ତି ଯେ, “ମାଷ୍ଟରିଂ ପବ୍ଲିକ୍ ରିଲେସନସ୍- ପ୍ରିନସିପଲସ, ପ୍ରାକ୍ଟିସେସ୍ ଆଣ୍ଡ୍ ଫ୍ୟୁଚର ଟ୍ରେଣ୍ଡସ” ପୁସ୍ତକ କେବଳ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀ ନୁହନ୍ତି, ବରଂ ଏହା ସମ୍ବାଦିକତା ଶିକ୍ଷକ, ଜନସମ୍ପର୍କ ଅଧିକାରୀ, କର୍ପୋରେଟ୍ କମ୍ୟୁନିକେଟର ଆଦି ପ୍ରଫେସନାଲଙ୍କ ପାଇଁ ଏକ ଉପାଦେୟ ପୁସ୍ତକ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଅତନୁ ସବ୍ୟସାଚୀଙ୍କ ପୁସ୍ତକ ‘ମୋ ଜୀବନ ମୋ ସମୟ’ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ବର: ଗତକାଲି ଭୁବନେଶ୍ୱରରେ ଏକ ଭବ୍ୟ ପରିବେଶରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ମୋ ଜୀବନ ମୋ ସମୟ, ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି।

ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦାଶ ବେନହୂରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଲୋକାର୍ପଣ କରିବା ସହ ଶ୍ରୀ ନାୟକ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସାଧାରଣ ଜୀବନରେ କାମ କରୁଥିବା ବ୍ୟକ୍ତିଙ୍କ ଜୀବନନୁଭୂତି ସ୍ୱତନ୍ତ୍ର ମହତ୍ୱ ରଖିଥାଏ।

କାରଣ ଏଥିରୁ ନୀତି ନିର୍ଧାରଣ ପ୍ରକ୍ରିୟା ଓ ପ୍ରଶାସନ ବିଷୟରେ ସମ୍ୟକ ସୂଚନା ଦେଇଥାଏ। ଜଣେ ସାମ୍ବାଦିକ ତଥା ରାଜନୀତିଜ୍ଞ ଭାବରେ ଅତନୁ ବାବୁଙ୍କ ଅନୁଭୂତି ଏ ପୁସ୍ତକ ରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ।

ପୁସ୍ତକ ର ବିଷୟ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଥରେ ୨୦୦୦ ରୁ ୨୦୨୪ କାଳ ଖଣ୍ଡ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଛି। ଏହି ସମୟରେ ଅର୍ଥନୈତିକ ସ୍ଥିରତା ସହ ଓଡିଶା ରେ ଶିକ୍ଷା ସ୍ୱାସ୍ଥ୍ୟ ଭିତିଭୂମି ପୁଞ୍ଜି ନିବେଶ କ୍ରୀଡା ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି। ରାଜ୍ୟର ବିକାଶ କୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ନିଷ୍ଠା ଓ ପ୍ରତିବଦ୍ଧତା ବିଷୟ ରେ ମଧ୍ୟ୍ୟ ପାଠଜ ମାନେ ସୂଚନା ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ବିଶିଷ୍ଟ ରାଜନୈତିକ ସମୀକ୍ଷକ ତଥା ସମ୍ପାଦକ ଶ୍ରୀ ପ୍ରଭୁ ଚାୱଲା କହିଥିଲେ ଯେ ଅତନୁ ବାବୁଙ୍କ ପୁସ୍ତକରେ ଗତ ଚବିଶ ବର୍ଷ ର ଘଟଣାବଳୀ ବିଶେଷ ଗୁରୁତ୍ୱ ରଖେ.ଗତ ଚବିଶ ବର୍ଷ ମଧ୍ୟ୍ୟ ରେ ନବୀନ ବାବୁଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତନ ହୋଇନାହିଁ। ତାଙ୍କ ଧଳା ପୋଷାକ ପୂର୍ବ ପରି ସ୍ଵଛ ରହିଛି. କିନ୍ତୁ ଗତ ଚବିଶ ବର୍ଷ ରେ ସେ ଓଡିଶା ରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି। ବିଭିନ୍ନ ସୂଚକଙ୍କ ରେ ଓଡିଶା ଅନ୍ୟ ରାଜ୍ୟ ଠାରୁ ଆଗରେ ରହିଛି ବୋଲି ଶ୍ରୀ ଚାୱଳା କହିଥିଲେ

ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦାଶ ବେନହୁର ପୌରାହିତ୍ୟ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଲେଖକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ପୁସ୍ତକ ସମ୍ପର୍କ ରେ ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ବାରା ‘ତମିସ୍ରାର ନୀଳଜହ୍ନ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ରାଜଭବନରେ କବି ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଂକଳନ “ତମିସ୍ରାର ନୀଳଜହ୍ନ  ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ କବି ଅଶୋକ ପଟ୍ଟନାୟକ, ବରିଷ୍ଠ କବି ରକ୍ଷକ ନାୟକ,  ମହେନ୍ଦ୍ର ନାୟକ ଏବଂ ପ୍ରକାଶକ ମାନମୟୀ ରଥ ଉପସ୍ଥିତ ଥିଲେ। ଏକ ନିରାଡ଼ମ୍ବର ପରିବେଶରେ ଏଭଳି ଏକ ଅଭିନଵ ଉନ୍ମୋଚନରେ ନିଜ ବହିଟିକୁ ଉନ୍ମୋଚିତ ହେବାର ଦେଖି କବି ଅଶୋକ ପଟ୍ଟନାୟକ ନିଜ ଆନନ୍ଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।