Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ସକାଳୁ ଆରମ୍ଭ ହୋଇଛି ଏ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କଣ କରିବେ

ଭୁବନେଶ୍ବର: ଆଜି 2022 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି। ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଦୁନିଆର ଅନେକ ସ୍ଥାନରେ ଦେଖାଯାଉଛି। ଭାରତୀୟ ସମୟ ଅନୁଯାୟୀ, ମେ 16 ତାରିଖ ସକାଳ 8.58 ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି। ଏହି ଚନ୍ଦ୍ର ଗ୍ରହଣ ଦକ୍ଷିଣ-ପଶ୍ଚିମ ୟୁରୋପ, ଦକ୍ଷିଣ ଆମେରିକା, ଆଫ୍ରିକା, ଉତ୍ତର ଆମେରିକା, ଆଣ୍ଟାଲଟିକା, ଦକ୍ଷିଣ ପଶ୍ଚିମ ଏସିଆରେ ଦୃଶ୍ୟମାନ ହେବ।

ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବ ନାହିଁ,  ଯେଉଁଥିପାଇଁ ଏହାର ସୂତାକ ଅବଧି ପାଳନ ହେବ ନାହିଁ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଚନ୍ଦ୍ର ଗ୍ରହଣକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଯେତେବେଳେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସନ୍ତି ସେତେବେଳେ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼େ। ଫଳେ ଚନ୍ଦ୍ର କିଛି ସମୟ ପାଇଁ ଲୁଚିଯାଆନ୍ତି। ଏହାକୁ ଚନ୍ଦ୍ରଗ୍ରହଣ କୁହାଯାଏ। ଏହା ଜ୍ୟୋତିଷ ଶାସ୍ତ୍ରରେ ବେଶ ଗୁରୁତ୍ବ ରହିଥିବା ବେଳେ ବିଜ୍ଞାନରେ ଏହା ସାଧାରଣ ଘଟଣା ବୋଲି କୁହାଯାଇଥାଏ।