Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ଯାତ୍ରୀମାନେ ତୀର୍ଥ ଭ୍ରମଣ ପାଇଁ ରେଳବାଇ ଆଣିଲା ସ୍ବତନ୍ତ୍ର ଟ୍ରେନ, ଜାଣନ୍ତୁ କେମିତି ଯିବେ

ଭୁବନେଶ୍ବର: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପଶ୍ଚିମ ଭାରତରେ ଥିବା ଗୁରୁତ୍ୱପୂର୍ଣ୍ଣ ତୀର୍ଥ ସ୍ଥାନ ଗୁଡିକ ସହିତ ମାତା ​ବୈଷ୍ଣୋଦେବୀ ସହିତ ଉତ୍ତର ଭାରତ ଭ୍ରମଣ ପାଇଁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ “ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍” ବ୍ୟବସ୍ଥା କରାଯାଇଅଛି। ଜାନୁୟାରୀ ୨୦୨୨ ରେ ପଶ୍ଚିମ ଭାରତ ପାଇଁ ସ୍ପେଶାଲ୍ ଟୁର୍ ପ୍ୟାକେଜ୍ “ତୀର୍ଥଯାତ୍ରୀ ସ୍ପେଶାଲ୍ ଟୁରିଷ୍ଟ ଟ୍ରେନ୍” ଏବଂ ମାର୍ଚ୍ଚରେ ଭାରତ ଦର୍ଶନ ପର୍ଯ୍ୟଟନ ଟ୍ରେନ୍ ଉତ୍ତର ଭାରତ ଅଭିମୁଖେ ଯାତ୍ରା କରିବାକୁ ସ୍ଥିର କରାଯାଇଅଛି।

ଜାଣନ୍ତୁ ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଦ୍ୱାରା ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ କଣ ଅଛି

● ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ତାଳଚେର ରୋଡ୍, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡା ମାର୍ଗଦେଇ ୨୦୨୨ ଜାନୁଆରୀ ୨୧ ତାରିଖରେ ପଶ୍ଚିମ ଭାରତର ଗୁଜୁରାଟକୁ ପର୍ଯ୍ୟଟନ ଟ୍ରେନ ଯାତ୍ରା କରିବ।

● ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ ଏବଂ ବାଲେଶ୍ୱର ମାର୍ଗଦେଇ ମାର୍ଗଦେଇ ୨୦୨୨ ମାର୍ଚ୍ଚ ୧୯ ତାରିଖରେ ମାତା ବୈଷ୍ଣୋଦେବୀ ସହିତ ଉତ୍ତର ଭାରତକୁ ପର୍ଯ୍ୟଟନ ଟ୍ରେନ ଯାତ୍ରା କରିବ।

● ସାଧାରଣ ଲୋକ ଗୁଜୁରାଟର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନଗୁଡିକ ସହିତ ମାତା ବୈଷ୍ଣୋଦେବୀ ସହିତ ଉତ୍ତର ଭାରତ ର ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନଗୁଡିକୁ ଅତି ସୁଲଭ ମୂଲ୍ୟରେ ପରିଦର୍ଶନ କରିବା ପାଇଁ ଅତି ବିରଳ ସୁଯୋଗ ଯୋଗାଇ ଦିଆଯାଉଅଛି।

● ଏହି ପରିକଳ୍ପନା ମଧ୍ୟରେ ଟ୍ରେନଓ ସଡକ ପରିବହନ, ଆବାସ, ଭ୍ରମଣ ସ୍ଥାନ ବୁଲାଇବା, ସାକାହାରୀ ଭୋଜନ (ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ), ଆଇଆରସିଟିସି ଟୁର୍ ଏସକର୍ଟ ଏବଂ ଟ୍ରାଭେଲ୍ ଇନସୁରାନ୍ସ ଗୁଡିକ ଅନ୍ତର୍ଭୂକ୍ତ।

● ପଶ୍ଚିମ ଭାରତ ଆଡକୁ ଗୁଜୁରାଟ ଟୁରିଷ୍ଟ ପ୍ୟାକେଜରେ ଷ୍ଟାଣ୍ଡାର୍ଡ ପ୍ୟାକେଜ ପାଇଁ ୧୦,୪୦୦ ଟଙ୍କା ଏବଂ ଆରାମଦାୟକ ଯାତ୍ରା ପାଇଁ ୧୭,୩୦୦ ଟଙ୍କା (୧୦ ରାତି / ୧୧ ଦିନ) ପାଇଁ ବ୍ୟୟ ଦେବାକୁ ପଡିବ। ଏହି ପ୍ୟାକେଜ ଦ୍ୱାରା ପର‌୍ୟ୍ୟଟକମାନେ ସୋମନାଥ ଜ୍ୟୋତିର୍ଲିଙ୍ଗ, ଦ୍ୱାରକା ସ୍ଥିତ ଦ୍ୱାରକାଧିଶ ମନ୍ଦିର, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ୍, ବେଟ୍ ଦ୍ୱାରକା ଠାରେ କୃଷ୍ଣଙ୍କ ମନ୍ଦିର, ଅହମ୍ମଦାବାଦରେ ଅକ୍ଷରଧାମ ମନ୍ଦିର ଏବଂ ସାବରମତୀ ଆଶ୍ରମ ଏବଂ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବେ।

● ମାତା ବୈଷ୍ଣୋଦେବୀ ମନ୍ଦିର ସହିତ ଉତ୍ତର ଭାରତର ଆଗ୍ରା ଠାରେ ତାଜ ମହଲ ଏବଂ ଆଗ୍ରା ଦୁର୍ଗ, ମଥୁରାରେ କୃଷ୍ଣ ଜନ୍ମଭୂମି, ଅମୃତସରର ସ୍ଵର୍ଣ୍ଣ ମନ୍ଦିର ଏବଂ ୱାଘା ସୀମା ଏବଂ ହରିଦ୍ୱାରର ମନସା ଦେବୀ ମନ୍ଦିର ଏବଂ ଗଙ୍ଗା ଆରତୀ ଦର୍ଶନ ପାଇଁ ପ୍ୟାକେଜ ଦେୟ ୮,୫୧୦ଟଙ୍କା ଷ୍ଟାଣ୍ଡାର୍ଡ ପ୍ୟାକେଜ ପାଇଁ ଏବଂ ୧୦,୪୦୦ ଟଙ୍କା ଆରାମଦାୟକ ଯାତ୍ରା (୦୮ ନାଇଟ୍ ଏବଂ ୦୯ ଦିନ) ଭ୍ରମଣ ପାଇଁ ପରିଦର୍ଶନ କରିବେ।

ପ୍ରତ୍ୟକ ତୀର୍ଥଯାତ୍ରୀଙ୍କ ପାଇଁ, ଏହି ପ୍ୟାକେଜରେ ରାତ୍ରି ରହଣି, ଦର୍ଶନୀୟ ସ୍ଥାନ, ଜଳଖିଆ ଏବଂ ସାକାହାରୀ ଭୋଜନ, ମଧ୍ୟାହ୍ନ ଭୋଜନ, ଟୁର୍ ଏସକର୍ଟ ଏବଂ ସୁରକ୍ଷା ବ୍ୟବସ୍ଥା, ଭ୍ରମଣ ବୀମା ଏବଂ ପାର୍କିଂ ଓ ଟୋଲ୍ ଚାର୍ଜ ଇତ୍ୟାଦି ଅନ୍ତର୍ଭୁକ୍ତ।

ଏହି ଅଞ୍ଚଳର ଯାତ୍ରୀମାନେ ଗୁଜୁରାଟ ଏବଂ ଉତ୍ତର ଭାରତର ଧାର୍ମିକ ଓ ପର‌୍ୟ୍ୟଟନ ସ୍ଥାନକୁ ଓଡ଼ିଶାର ବିଭିନ୍ନ ବୋର୍ଡିଙ୍ଗ ଷ୍ଟେସନ ମାନଙ୍କ ଠାରୁ ଉପରୋକ୍ତ ପର‌୍ୟ୍ୟଟକ ପ୍ୟାକେଜ୍ ଦ୍ୱାରା ପରିଦର୍ଶନ କରିବାର ଲାଭ ପାଇପାରିବେ।

ଏହା ବ୍ୟତୀତ ଭୁବନେଶ୍ୱରର ଆଇଆରସିଟିସି ଆଞ୍ଚଳିକ କାର‌୍ୟ୍ୟାଳୟ ମଧ୍ୟ ଭାରତର ବିଭିନ୍ନ ସ୍ଥାନ ତଥା ବିଦେଶକୁ ସବୁଠାରୁ ଶସ୍ତା ଘରୋଇ ଏୟାର ପ୍ୟାକେଜ୍ ପ୍ରଦାନ କରୁଛି। ଦଳଗତ ପ୍ୟାକେଜ୍ ଏବଂ ଯାତ୍ରୀ ଆବଶ୍ୟକତା ଅନୁଯାୟୀ ଗତାନୁଗତିକ ଭିତ୍ତିରେ ଏହି ପ୍ୟାକେଜ୍ ଉପଲବ୍ଧ କରାଯାଉଅଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେଳବାଇର ନୂଆ ନିଷ୍ପତି, ଏଣିକି ରେଳ ସଂପର୍କିତ ସମସ୍ତ ସୂଚନା ପାଇଁ ଜାରୀ ହେଲା ଗୋଟିଏ ହେଲପ ଲାଇନ ନମ୍ବର

ଭୁବନେଶ୍ବର,ଏଣିକି ରେଳ ସଂପର୍କିତ ଯେ କୌଣସି ସୂଚନା ଜାଣିବା ପାଇଁ ବିଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବା ନାହିଁ। ଗୋଟିଏ ନମ୍ବରରେ ସମସ୍ତ ସୂଚନା ପାଇପାରିବେ। ସେଥିପାଇଁ ରେଳ ବିଭାଗ ସମସ୍ତ ହେଲପ ଲାଇନ ନମ୍ବର ମିଶାଇ ଗୋଟିଏ କରିଛି। ସେହି ନମ୍ବର ହେଲା ୧୩୯ ।

ଯାତ୍ରୀଙ୍କ ସୁବିଧା ଏବଂ ଏକକ ନମ୍ବରକୁ ମନେ ରଖି ରେଳବାଇ ସହିତ ଯୋଗାଯୋଗ ସହଜ ପାଇଁ ଏକ ଲକ୍ଷ୍ୟ ସହିତ ରେଳବାଇ ହେଲ୍ପଲାଇନ ନମ୍ବର ୧୩୯ ସହିତ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଇତ୍ୟାଦି ସମସ୍ତ ହେଲ୍ପଲାଇନ ନମ୍ବରକୁ ମିଶ୍ରଣ କରାଯାଇଅଛି। ଏହି ହେଲ୍ପଲାଇନ ନମ୍ବର ୧୩୯ ଏଣିକି ଯାତ୍ରା ସମୟରେ ସମସ୍ତ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ବ୍ୟବହୃତ ମଧ୍ୟ ହେବ।

ଏହି ହେଲ୍ପଲାଇନ ନମ୍ବର ୧୩୯ ସମସ୍ତ ବିଦ୍ୟମାନ ହେଲ୍ପଲାଇନ ନମ୍ବରକୁ ମିଶ୍ରିତ କରିଛି ଯାହା ରେଳବାଇ ସହିତ ସଂଯୋଗ ହେବା ପାଇଁ ଯାତ୍ରୀମାନଙ୍କୁ ଏହି ନମ୍ବରକୁ ମନେ ରଖିବା ସହଜ ହୋଇପାରିବ। ଜୋନାଲ ରେଳବାଇ ୧୩୯ ବ୍ୟତୀତ ଅନ୍ୟ କୌଣସି ନୂତନ ହେଲ୍ପ ଲାଇନ ନମ୍ବର କିମ୍ବା ଅଭିଯୋଗ ସଂଖ୍ୟା ବୃଦ୍ଧି କରିବ ନାହିଁ।

ହେଲ୍ପଲାଇନ ନମ୍ବର – ୧୩୯ ରେଳ ବ୍ୟବହାରକାରୀଙ୍କୁ ଏକୀକୃତ ସେବା ପ୍ରଦାନ କରିବ। ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉତ୍ସର୍ଗୀକୃତ ହେଉଥିଲା। ସାଧାରଣ ଅଭିଯୋଗ ଏବଂ କ୍ଲିନ ମାଇଁ କୋଚ୍ – ୧୩୮, ଦୁର୍ଘଟଣା ଏବଂ ନିରାପତ୍ତା – ୧୦୭୨, ସୁରକ୍ଷା/ନିରାପତ୍ତା ସମସ୍ୟା – ୧୮୨ ବର୍ତ୍ତମାନ ଏକୀକୃତ ହୋଇଛି ଏବଂ ରେଳ ବ୍ୟବହାରକାରୀମାନେ ବର୍ତ୍ତମାନ ଐକିକ ହେଲ୍ପଲାଇନ ନମ୍ବର ବ୍ୟବହାର କରୁଛନ୍ତି ।

ଇଣ୍ଟିଗ୍ରେଟେଡ୍ ବା ମିଶ୍ରିତ ହେଲ୍ପଲାଇନ ନମ୍ବର – ୧୩୯ ବିଭିନ୍ନ ଭାଷାରେ ଉପଲବ୍ଧ ହେବ ଏବଂ ଓଠଜଝ (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍) ଉପରେ ଆଧାରିତ। ସମସ୍ତ ପ୍ରକାର ମୋବାଇଲ୍ ବ୍ୟବହାରକାରୀ ୧୩୯ ରେ ଯେପରି କଲ୍ କରିପାରିବେ ସେଥିପାଇଁ ଐକିକ ପ୍ରଣାଳୀକୁ କାର‌୍ୟ୍ୟକାରୀ କରାଯାଇଅଛି।

ହେଲ୍ପଲାଇନ ନମ୍ବରର ଇଣ୍ଟିଗ୍ରେଟେଡ୍ ସେବା – ୧୩୯ ଯାତ୍ରା ସମୟରେ ଶୀଘ୍ର ଅଭିଯୋଗ ସମାଧାନ ଏବଂ ଅନୁସନ୍ଧାନରେ ସାହାଯ୍ୟ କରିବ।୧୩୯ ଡାଏଲ୍ କରିବା ଦ୍ୱାରା ଓଠଜଝ ବାଛିବା ପାଇଁ ମେନୁ ବିକଳ୍ପଗୁଡ଼ିକ ସହିତ ଉପସ୍ଥାପିତ ହେବ ଏବଂ ତାହା ତୁରନ୍ତ କେନ୍ଦ୍ରୀୟ କାର‌୍ୟ୍ୟନିର୍ବାହୀମାନଙ୍କୁ କଲ୍ କରିବାକୁ ସଂଯୋଗ ହେବ।

ଟ୍ରେନ ଚଳାଚଳର ମୁଖ୍ୟ ଦରକାରୀ ଅନୁସନ୍ଧାନ ଯଥା ସଂରକ୍ଷଣ ସମ୍ବନ୍ଧୀୟ ଅନୁସନ୍ଧାନଗୁଡିକର ଚଘଜ ସ୍ଥିତି, ଟିକେଟ୍ (ଜେନେରାଲ୍ ଏବଂ ତତ୍କାଳ) ଉପଲବ୍ଧତା, ଟ୍ରେନ୍ ଆଗମନ, ପ୍ରସ୍ଥାନ, ମାର୍ଗ ପରିବର୍ତ୍ତନ ଏବଂ ବାତିଲ କାର‌୍ୟ୍ୟସୂଚୀ, ବର୍ଥ ଉପଲବ୍ଧତା, ଟିକେଟ୍ ବାତିଲ୍, ଭଡା, ଗନ୍ତବ୍ୟ ସ୍ଥଳ ଇତ୍ୟାଦି ଜାଣିବା ପାଇଁ ଉପଭୋକ୍ତା ମାନେ ଏଥିରେ କଲ୍ କରିବା ସହିତ ଏସଏମଏସ ମଧ୍ୟ କରିପାରିବେ।

ଏହା ବ୍ୟତୀତ ଯାତ୍ରା ସମୟ ଆଲର୍ଟ, ୱେକଅପ୍ କଲ୍; ଅନ୍-ବୋର୍ଡ ସେବା ଏବଂ ସୁରକ୍ଷା ସମ୍ବନ୍ଧୀୟ ଘଟଣା ଇତ୍ୟାଦି ସମ୍ବନ୍ଧରେ ଅଭିଯୋଗ ଓ ସୂଚନା ଆଦାନପ୍ରଦାନ କରାଯାଇ ପାରିବ। ହେଲ୍ପଲାଇନ୍ ନମ୍ବର ୧୩୮ ଏବଂ ୧୮୨ କୁ ଅପସାରିତ କରାଯିବ ଏବଂ କେବଳ ଐକିକ ହେଲ୍ପଲାଇନ୍ ନମ୍ବର ୧୩୯ କୁ କାର‌୍ୟ୍ୟକ୍ଷମ କରାଯିବ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୂର୍ବତଟ ରେଳର ସଫଳ ପରୀକ୍ଷଣ: ଏଣିକି ଇଓଟିଟି ମାଧ୍ୟମରେ ଚାଲିବ ଗାର୍ଡ଼ ବିହୀନ ଟ୍ରେନ୍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତୀୟ ରେଳବାଇରେ ପୂର୍ବ ତଟ ରେଳ ପକ୍ଷରୁ ତାଲଚର-ପାରାଦୀପ ବିଭାଗ ମଧ୍ୟରେ ଇଓଟିଟି ଦ୍ଵାରା ଏକ ମାଲବାହୀ ଟ୍ରେନରେ ସଫଳ ଫିଲ୍ଡ ଟ୍ରାଏଲ କରାଯାଇଛି। ଗାର୍ଡ଼ ଓ ବ୍ରେକ୍ ଭ୍ୟାନ୍ ବିହୀନ ଟ୍ରେନ୍ ପରିଚାଳନା ପାଇଁ ଭାରତୀୟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପରୀକ୍ଷାକୁ ସଫଳ କରିବା ପାଇଁ ଇଲେକ୍ଟ୍ରିକ୍ ଲୋକୋ ଶେଡ୍, ଅନୁଗୁଳ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ଟ୍ରେନ୍ ଟେଲିମେଟ୍ରି ହେଉଛି ବ୍ରେକ୍ ଭ୍ୟାନ୍ ଏବଂ ଗାର୍ଡ ବିନା ଟ୍ରେନ୍ ଚଲାଇବା ପାଇଁ ସମଗ୍ର ବିଶ୍ୱରେ ଏକ ଅତ୍ୟାଧୁନିକ ଜ୍ଞାନକ କୌଶଳ ଯାହା ଭାରତୀୟ ରେଳବାଇ ଦ୍ୱାରା ଗ୍ରହଣ କରାଯାଉଛି।  ଫାଷ୍ଟ୍ ଟ୍ରାକ୍ ମୋଡ୍ ରେ କାର୍ଯ୍ୟକାରୀ ଦ୍ୱାରା ଇଓଟିଟି ସହିତ ଟ୍ରେନ୍ ଗୁଡ଼ିକର ପରିଚାଳନା କରିବା ଭାରତୀୟ ରେଳପଥ ର ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ।

ଟ୍ରେନ୍ ଟେଲିମେଟ୍ରି (ଇଓଟିଟି) ସିଷ୍ଟମ ମୁଖ୍ୟତଃ ଟ୍ରେନ୍ ଇଞ୍ଜିନ୍ ରେ ଲାଗିଥିବା ହଟ୍ (ହେଡ଼୍ ଅଫ୍ ଟ୍ରେନ୍) ଏବଂ ଟ୍ରେନ୍ ର ଅନ୍ତିମ ବଗିରେ  ଲାଗିଥିବା ଇଓଟି (ଏଣ୍ଡ୍ ଅଫ୍ ଟ୍ରେନ୍) କୁ ନେଇ ଗଠିତ।

ଟ୍ରେନର ଅବସ୍ଥାନ ସୂଚାଇବା ପାଇଁ ଇଓଟିଟିର ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ (ଜିପିଏସ୍) ମଡ୍ୟୁଲ୍ ଅଛି, ହଟ୍ (ସମ୍ମୁଖ ୟୁନିଟ୍) ଏବଂ ଇଓଟି (ପଛ ୟୁନିଟ୍) ମଧ୍ୟରେ ଯୋଗାଯୋଗ ଏବଂ ନିୟନ୍ତ୍ରଣ ପାଇଁ ସର୍ଭର ଏବଂ ରେଡିଓ ଉପକରଣକୁ ତଥ୍ୟ ସ୍ଥାନାନ୍ତର କରିବା ପାଇଁ ମୋବାଇଲ୍ ଯୋଗାଯୋଗ ପାଇଁ ଗ୍ଲୋବାଲ୍ ସିଷ୍ଟମ୍ (ଜିଏସଏମ) ମଡ୍ୟୁଲ୍ ଅଛି। ଇଓଟିରେ ହାଇ ଭିଜିବିଲିଟି ମାର୍କର ଲାଇଟ୍ ଫ୍ଲାସର ଡିଭାଇସ୍ ପରିବେଶ ଆଲୋକ ସ୍ଥିତିକୁ ଆଧାର କରି ସ୍ୱୟଂଚାଳିତ ସୁଇଚ୍ ଅନ୍ ଏବଂ ଅଫ୍ ପ୍ରଦାନ କରାଯାଇଛି।

ଟ୍ରେନର ଅନ୍ତିମ ବଗିର ବ୍ରେକ୍ ପାୱାର୍ ପ୍ରେସର ଲୋକୋମୋଟିଭ୍ କ୍ୟାବିନରେ ହଟ୍ ଦିସ୍ପ୍ଲେ ମାଧ୍ୟମରେ ଟ୍ରେନ୍ ଡ୍ରାଇଭରକୁ ପ୍ରଦର୍ଶିତ ହୁଏ। ଟ୍ରେନ୍ ଡ୍ରାଇଭର ହଟ୍ ଦିସ୍ପ୍ଲେ ମାଧ୍ୟମରେ ଦୂର ଯାନର ବ୍ରେକ୍ ପାୱାର୍ ଚାପକୁ ଦେଖି ଏୟାର ବ୍ରେକ୍ ପ୍ରୟୋଗ ସମୟରେ ଟ୍ରେନ୍ ରେ ଶେଷ ବଗି ପର୍ଯ୍ୟନ୍ତ ବ୍ରେକ୍ ପାୱାର୍ ପ୍ରେସର ଡ୍ରପ୍ ନିଶ୍ଚିତ କରିପାରିବ। ଲୋକୋମୋଟିଭ୍ କ୍ୟାବିନରୁ ଇଓଟି ରେ ଏକ ଭଲଭ୍ ଖୋଲି ଟ୍ରେନର ଶେଷ ଗାଡିରୁ ଜରୁରୀକାଳୀନ ବ୍ରେକ୍ ପ୍ରୟୋଗ କରିବାର ବ୍ୟବସ୍ଥା ଅଛି।

ଟ୍ରେନ୍ ଜରୁରୀକାଳୀନ ଏୟାର ବ୍ରେକ୍ ର ସ୍ୱୟଂଚାଳିତ ପ୍ରୟୋଗ ପାଇଁ ମଧ୍ୟ ବ୍ୟବସ୍ଥା ଅଛି ଯେତେବେଳେ ଜରୁରୀକାଳୀନ ଟ୍ରେନ୍ ଏୟାର ବ୍ରେକ୍ କ୍ୟାବିନରେ ଲୋକୋ ପାଇଲଟ୍ ଦ୍ୱାରା ପ୍ରୟୋଗ କରାଯାଏ ଏବଂ ଆଗ ଏବଂ ପଛରୁ ଏକକାଳୀନ ବ୍ରେକ୍ ପ୍ରୟୋଗ କରିବା ଦ୍ୱାରା ଟ୍ରେନ୍ ନିୟନ୍ତ୍ରଣ ପାଇଁ ବ୍ରେକିଂ ଦୂରତା ଏବଂ ସମୟ ହ୍ରାସ ପାଇବ। ଲୋକୋ ପାଇଲଟ୍  ଦ୍ୱାରା ଟ୍ରେନ୍ ରହିବା ସୁନିଶ୍ଚିତ କରାଯିବା ସମୟରେ ଯଦି ଟ୍ରେନ୍ ଡ଼୍ରାଇଭର୍ ଆବଶ୍ୟକ କରିଥାଆନ୍ତି ତାହା ପଛ ପାର୍ଶ୍ଵ ବଗିକୁ ଶୀଘ୍ର ଅଟକାଇବା ପାଇଁ ବ୍ୟବହାର କରାଯାଇଥାଏ। ଇଓଟିଟି ସହିତ ଟ୍ରେନ୍ ଚଳାଚଳ କରିବା ସମୟରେ ଏହି ସବୁ ଉପଲବ୍ଧ ଥିବା ବ୍ୟବସ୍ତା ଗୁଡ଼ିକ ଦ୍ୱାରା ଲୋକୋ ପାଇଲଟ୍ ମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ।

ଏହି ଟେକ୍ନୋଲୋଜି ବ୍ରେକ୍ ଭ୍ୟାନ୍ ଗୁଡ଼ିକର ଆବଶ୍ୟକତା ଏବଂ ଟ୍ରେନରେ ଗାର୍ଡ଼ ମାନଙ୍କର ଆବଶ୍ୟକତାକୁ ହଟାଇବ। ବ୍ରେକ୍ ଭ୍ୟାନ୍ ସ୍ଥାନରେ ଗୋଟିଏ ଅତିରିକ୍ତ ୱାଗନ୍ ସଂଯୋଗ କରାଯିବା ଦ୍ୱାରା ଅଧିକ ରାଜସ୍ୱ ଆୟର ମଧ୍ୟ ସୁଯୋଗ ସୃଷ୍ଟି ହୋଇ ପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଜାଣନ୍ତୁ କେଉଁ ଟ୍ରେନ କେତେବେଳେ କେଉଁଠୁ ବାହାରୁଛି

ଭୁବନେଶ୍ବର, ରାଜ୍ୟର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଠଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହଶହ ପରୀକ୍ଷାର୍ଥୀ ଆସୁଥିବାରୁ ରେଳବାଇ ଏହି ପଦକ୍ଷେପ ନେଇଛି। ଏହି ଟ୍ରେନଗୁଡିକ ଭୁବନେଶ୍ବର, ରାୟଗଡା, ଭଦ୍ରକ, ସମ୍ବଲପୁର, କେନ୍ଦୁଝରଗଡ ପରି କେତେକ ସ୍ଥାନରୁ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରେଳ ଚଳାଚଳ ବନ୍ଦ ବେଳେ ମଞ୍ଚେଶ୍ବର ୱାର୍କସପ କର୍ମଚାରୀ କରୋନା ସୁରକ୍ଷା ସାମଗ୍ରୀ କଲେ ପ୍ରସ୍ତୁତ

ଭୁବନେଶ୍ବର, ଏକ ନୂଆ ଉଦାହରଣ ସୃଷ୍ଟି କରିଛି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା। ଲକଡାଉନ ସମୟରେ ଏଥିରେ ରେଳଡବା ମରାମତି ସହିତ କୋଭିଡି ସମ୍ପର୍କିତ ସୁରକ୍ଷା ଓ ଜନ ମଙ୍ଗଳକାରୀ ଉପକରଣ ପ୍ରସ୍ତୁତ କରି ସମୟ ବିନିଯୋଗ କରିଛି। ଏଥିରେ କର୍ମଚାରୀମାନେ ଯାହାଯାହା ଉତ୍ପାଦନ କରିଛନ୍ତି ତାହା ହେଲା.

● ଲକ ଡାଉନ ସମୟରେ କୋଭିଡ୍ ରୋଗୀଙ୍କ ପାଇଁ ୫୧ ଟି ଆଇସୋଲେସନ କୋଚ ପ୍ରସ୍ତୁତ
● ୩୭୪୩ ଲିଟର ସାନିଟାଇଜର ଏବଂ ୭୭୩୨ ମାସ୍କ ପ୍ରସ୍ତୁତ
● କୋଭିଡ୍ ରୋଗୀଙ୍କ ପାଇଁ ଫୋମ୍ ସହିତ ୧୦୪ ଟି ବେଡ୍ ପ୍ରସ୍ତୁତ
● ୬୧ ଟି ଅମ୍ଳଜାନ ସିଲିଣ୍ଡର ଷ୍ଟାଣ୍ଡ ଏବଂ ୧୦ଟି ମେଡିକାଲ ଉପକରଣ ଟ୍ରଲି ପ୍ରସ୍ତୁତ
● ୩୫ ଟି ପେଡାଲ ବ୍ୟବହୃତ ସାନିଟାଇଜର ଡିସପେନସର୍ ଏବଂ ୨୧ ପେଡାଲ ବ୍ୟବହୃତ ଅପରେଟେଡ୍ ହ୍ୟାଣ୍ଡ୍ ୱାଶ୍ ବେସିନ ପ୍ରସ୍ତୁତ
● ୩୧୬ ଟି ରେଳ କୋଚ୍ ମରାମତି କରାଯାଇ ବିଭିନ୍ନ ରେଳମଣ୍ଡଳକୁ ପଠାଯାଇଛି

ଲକଡାଉନ୍ ସମୟରେ, ଯେତେବେଳେ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା ସେତେବେଳେ କେବଳ କିଛି ସ୍ପେଶାଲ୍ ଟ୍ରେନ୍ ଏବଂ ଶ୍ରମିକ ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯାଇ ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପଠାଯାଉଥିଲା। ଏହା ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବା ପାଇଁ ମାଲ ପରିବହନ ଏବଂ ପାର୍ସଲ ଟ୍ରେନ ଚଳାଚଳକୁ ଗୁରୁତ୍ୱ ଦିଆଯାଇଥିଲା। ଅତିରିକ୍ତ କାର୍ଯ୍ୟ ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ସୁଚିନ୍ତିତ ପଥରେ ଏହି ଲକଡାଉନ୍ ସମୟକୁ ଭଲଭାବେ ବିନିଯୋଗ କରିପାରିଛି।

ଏପ୍ରିଲ ରୁ ଜୁଲାଇ ମଧ୍ୟରେ ଲକ ଡାଉନ ସମୟ ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା କୋଭିଡି-୧୯ ସମ୍ବନ୍ଧୀୟ ଉପକରଣକୁ ନିଜ ୱାର୍କସପ ରେ ନିର୍ମାଣ କରିଛି। ଏହି ସମୟ ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ବିଶ୍ୱ ମହାମାରୀ ଭାଇରସ ଯେପରି ଅନ୍ୟ ଲୋକମାନଙ୍କୁ ସଂକ୍ରମିତ ନହେବ ସେଥିପ୍ରତି ଧ୍ୟାନଦେଇ କୋଭିଡି ସଂକ୍ରମିତ ରୋଗୀମାନଙ୍କ ପାଇଁ ୫୧ଟି କୋଚ କୁ ଆଇସୋଲେସନ କୋଚ ରେ ରୂପାନ୍ତରିତ କରିଥିଲା।

ଏହି ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ରେଳକର୍ମଚାରୀ ମାନଙ୍କ ପାଇଁ ୩୭୪୩ ଲିଟର ସାନିଟାଇଜର ଓ ୭୭୩୨ ଟି ମାସ୍କ ତିଆରି କରିଥିଲା ଓ ସଂକ୍ରମିତ ରୋଗୀ ମାନଙ୍କ ପାଇଁ ଏହି ୱାର୍କଶପ ଗାଡି ସହିତ ୧୦୪ ଟି ଶଯ୍ୟା ତିଆରି କରିପାରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେଳବାଇ ସେପ୍ଟେମ୍ବର ୪ ସୁଦ୍ଧା ୮ ଲକ୍ଷ ୯ ହଜାର ଶ୍ରମ ଦିବସ ସୃଷ୍ଟି କରି ଦେଇଛି ୧,୬୧୩ କୋଟି ଟଙ୍କା

ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଏହା କରାଯାଇଛି। ଏଥିରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଜୁରି ବାବଦରେ ୧ ହଜାର ୬ଶହ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡ ଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି । ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି ।

ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହାଛଡା ଗ୍ରାମ୍ୟ ସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା । ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି। ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର‌୍ୟ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।

Categories
ଫଟୋ ଖବର

ସ୍ବାଧୀନତା ଦିବସ ପୂର୍ବରୁ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳ କାର୍ଯ୍ୟାଳୟ ରଂଗୀନ ଆଲୋକରେ ଝଲସି ଉଠିଛି

ଭୁବନେଶ୍ବର, ସ୍ବାଧୀନତା ଦିବସ ପୂର୍ବରୁ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳ କାର୍ଯ୍ୟାଳୟ ରଂଗୀନ ଆଲୋକରେ ଝଲସି ଉଠିଛି

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ବର୍ଷକୁ 70 ହଜାର କୋଟି ଟଙ୍କାର ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ କିଣିବ ବୋଲି ରେଳ ବିଭାଗର ନିଷ୍ପତି

ନୂଆଦିଲ୍ଲୀ, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ ଉପାୟରେ ରେଳବାଇ ସେମାନଙ୍କଠାରୁ ସାମଗ୍ରୀ କିଣିବା ଉପରେ ଜୋର୍‌ ଦେଇଛନ୍ତି ।

ଏହି ଅବସରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କେଉଁ କେଉଁ ସାମଗ୍ରୀ ରେଳବାଇ କିଣିପାରିବ ଏବଂ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ସେ ସମୀକ୍ଷା କରିଥିଲେ । ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ସ୍ଥାନୀୟ ଭେଣ୍ଡରମାନଙ୍କୁ ସାମିଲ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । ସାମଗ୍ରୀ କ୍ରୟ ନିୟମରେ ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଏକ ଧାରା ରଖିବା ନିଷ୍ପତ୍ତି ନିଆଯାଇଛି । ଏଥିରେ ସ୍ଥାନୀୟ ଭେଣ୍ଡର ଓ ଯୋଗାଣକାରୀଙ୍କୁ ନିଲାମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଏହାଫଳରେ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସେ କହିଛନ୍ତି । ନୀତି ନିୟମରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ଏହି ଅବସରରେ ମନ୍ତ୍ରୀ ଡିପିଆଇଆଇଟିର ସକ୍ରିୟ ସହଯୋଗ ଲୋଡିଛନ୍ତି ।

ସମୀକ୍ଷା ଅବସରରେ ରେଳବାଇ ସାମଗ୍ରୀ କ୍ରୟ କ୍ଷେତ୍ରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଦେଶରେ ଉତ୍ପାଦିତ ସାମଗ୍ରୀ ଏବଂ ଏଥିରେ ସ୍ଥାନୀୟ ଯୋଗାଣକାରୀ ଓ ଭେଣ୍ଡରଙ୍କୁ ସଂପୃକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । କ୍ରୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଭେଣ୍ଡରମାନଙ୍କୁ ଅବଗତ କରାଇବା ପାଇଁ ଏକ ହେଲ୍ପଲାଇନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡା ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବାକୁ ମଧ୍ୟ ମତପ୍ରକାଶ ପାଇଛି ।

ଏହି ସମୀକ୍ଷା ବୈଠକରେ ରେଳବାଇ ବୋର୍ଡର ସାମଗ୍ରୀ ପରିଚାଳନା ବିଭାଗର ସଦସ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସରକାରୀ ଇ-ମାର୍କେଟ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରସ୍ତୁତ ଭାରତୀୟ ସାମଗ୍ରୀ କ୍ରୟ କରିବାପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସେ ଅବଗତ କରିଥିଲେ । ଏହି ସମୀକ୍ଷା ବୈଠକରେ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡ଼ି, ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ/ଜିଇଏମ୍‌, ଡିପିଆଇଆଇଟି ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ଅଧିକରୁ ଅଧିକ ଭାରତୀୟ ସେବା ପ୍ରଦାନକାରୀ ଓ ଦ୍ରବ୍ୟ ଉତ୍ପାଦକମାନଙ୍କୁ ସାମିଲ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏମାନଙ୍କୁ ସରକାରୀ ଇ-ମାର୍କେଟ ସହ ଯୋଡି ଅଭିନବ ଉପାୟରେ କିପରି ସେମାନଙ୍କଠାରୁ ସାମଗ୍ରୀ ଓ ସେବା ସହଜରେ କିଣିହେବ ତାହାର ଏକ ରଣନୀତି ପ୍ରସ୍ତୁତ କରିବାକୁ ମତପ୍ରକାଶ ପାଇଥିଲା । ରେଳବାଇ ମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ରେଳ ମନ୍ତ୍ରଣାଳୟ ବର୍ଷକୁ ପ୍ରାୟ 70 ହଜାର କୋଟି ଟଙ୍କାର ସାମଗ୍ରୀ ଓ ସେବା କିଣୁଥିବାରୁ ଏହାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ କରି ଦେଶର କୋଣ ଅନୁକୋଣରେ ଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗରୁ ସାମଗ୍ରୀ କିଣିବାକୁ ରେଳବାଇ ନିଶ୍ଚିତ କରିବ ।

ରେଳବାଇ ଭାରତ ସରକାରଙ୍କର ଅନ୍ୟତମ ସର୍ବବୃହତ୍‌ ସାମଗ୍ରୀ କ୍ରୟକାରୀ ସଂସ୍ଥା । ଏହା ନିଜର କ୍ରୟ ବ୍ୟବସ୍ଥାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ସହ ସଂଯୁକ୍ତ କରୁଛି । ଏହି ପ୍ଲାଟଫର୍ମର ସଂପୂର୍ଣ୍ଣ ଉପଯୋଗ କରି ଦେଶରେ ଉତ୍ପାଦିତ ହେଉଥିବା ସାମଗ୍ରୀ ଓ ସେବାକୁ ନିଜର ଆବଶ୍ୟକତା ଅନୁସାରେ କିଣିବା ପାଇଁ ରେଳବାଇ ଉଦ୍ୟମ ଜାରି ରଖିଛି । ଏହି ସାମଗ୍ରୀ କ୍ରୟ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଓ ନିରବଚ୍ଛିନ୍ନ କରିବା ପାଇଁ ଆଇଆରଇପିଏସ୍‌ ଓ ଇ-ମାର୍କେଟ ବ୍ୟବସ୍ଥାକୁ ଇ-ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ବୈଠକ ଅବସରରେ ରେଳବାଇର କ୍ରୟ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ କରିବାର ଉପାୟ ବାହାର କରିବା ଘେନି ଆଲୋଚନା ହୋଇଥିଲା । ଏଥିରେ ରେଳବାଇ ସହିତ ଡିପିଆଇଆଇଟି ଏବଂ ସରକାରୀ ଇ-ମାର୍କେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏହି 3 ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଜରୁରି ବୋଲି ମତପ୍ରକାଶ ପାଇଥିଲା । ଏହାଛଡା ସ୍ଥାନୀୟ ଭେଣ୍ଡରମାନଙ୍କୁ କ୍ରୟ ବ୍ୟବସ୍ଥାରେ ସଂପୃକ୍ତ କରିବାକୁ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକ ସହ ମଧ୍ୟ ସଂପର୍କ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ସମୀକ୍ଷା ବୈଠକ ଅବସରରେ ଭେଣ୍ଡରମାନଙ୍କ ପାଇଁ ଏକ ସରଳ ଓ ଉପଯୋଗୀ ୱେବ ଇଣ୍ଟରଫେସ୍‌ ବ୍ୟବସ୍ଥା ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ରେଳବାଇ ଏହା ତିଆରି କରିବ । ଏଥିରେ ରେଳବାଇ କିଣିବାକୁ ଥିବା ସାମଗ୍ରୀ, ସେବା ଏବଂ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟଭାବେ ଉଲ୍ଲେଖ ରହିବ । ଏହି ତଥ୍ୟ ଆଧାରରେ ସ୍ଥାନୀୟ ଭେଣ୍ଡରମାନେ ରେଳବାଇକୁ ସ୍ଥାନୀୟ ଉତ୍ପାଦ ଓ ସେବା ସହଜରେ ଯୋଗାଇପାରିବେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପଶ୍ଚିମ ବଙ୍ଗକୁ ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ବର, ଜୁଲାଇ ମାସ ୨୫ ତାରିଖ ଓ ୨୯ ତାରିଖ କୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି।ଏଥିପାଇଁ କେତେକ ଟ୍ରେନ କୁ ବାତିଲ କରାଯାଇଥିବା ବେଳେ କେତେକର ଆଂଶିକ ବାତିଲ ଓ ରହଣି ଅପସାରଣ କରାଯାଇଅଛି।

ବାତିଲ ହେଉଥିବା ଟ୍ରେନଗୁଡିକ ହେଲା

1-୦୨୨୦୧/୦୨୨୦୨ ସିଆଲଦା-ଭୁବନେଶ୍ୱର-ସିଆଲଦା (କଲିକତା) ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ସିଆଲଦା ଠାରୁ ଜୁଲାଇ ମାସ ୨୭ ତାରିଖ (ସୋମବାର) ଦିନ ଏବଂ ଭୁବନେଶ୍ୱର ରୁ ଜୁଲାଇ ମାସ ୨୮ ତାରିଖ (ମଙ୍ଗଳବାର) ଦିନ ବାତିଲ ରହିବ ଓ

2-ସେହିପରି, ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜୁଲାଇ ମାସ ୨୫ ଓ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ ଓ

3-୦୨୨୪୬/୦୨୨୪୫ ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ୨୮ ତାରିଖ ଦିନ ଏବଂ ହାଓଡ଼ା ଠାରୁ ୨୯ ତାରିଖ ଦିନ ଯାତ୍ରା ବାତିଲ କରିବ ଓ

ଆଂଶିକ ବାତିଲ …

1-୦୨୭୦୩/୦୨୭୦୪ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ୨୯ ଜୁଲାଇ ଦିନ ଉଭୟ ଦିଗରୁ ଭୁବନେଶ୍ୱର ଓ ହାଓଡ଼ା ମଧ୍ୟରେ ବାତିଲ ରହିବ …

2-ଜୁଲାଇ ମାସ ୨୮ ତାରିଖ ଦିନ ସିକନ୍ଦରାବାଦ ରୁ ଛାଡ଼ିବାକୁଥିବା ୦୨୭୦୪ ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ପର‌୍ୟ୍ୟନ୍ତ ଚଳାଚଳ କରିବ ଓଏବଂ ଭୁବନେଶ୍ୱର ଓ ହାଓଡ଼ା ମଧ୍ୟରେ ୨୯ ତାରିଖ ଦିନ ବାତିଲ ରହିବ ଓ

3-ଜୁଲାଇ ମାସ ୨୯ ତାରିଖ ଦିନ ହାଓଡ଼ା ରୁ ଛାଡ଼ିବାକୁଥିବା ୦୨୭୦୩ ହାଓଡ଼ା-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ହାଓଡ଼ା ଓ ଭୁବନେଶ୍ୱର ମଧ୍ୟରେ ବାତିଲ ରହିବ ଏବଂ ଏହା ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱର ଠାରୁ ଛାଡି ସିକନ୍ଦରାବାଦ କୁ ଯାତ୍ରା କରିବ ଓ

ପଶ୍ଚିମ ବଙ୍ଗ ମଧ୍ୟରେ ଦୁଇଟି ଟ୍ରେନ ପାଇଁ ୨୯ ତାରିଖ ଦିନ ରହଣି ଅପସାରଣ …

1-୦୨୮୦୧/୦୨୮୦୨ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ୨୯ ଜୁଲାଇ ଦିନ ପୁରୁଲିଆ ଠାରେ ରହଣି କରିବ ନାହିଁ ଓ

2-ସେହିପରି, ୦୨୮୨୩/୦୨୮୨୪ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ୨୯ ଜୁଲାଇ ଦିନ ହିଜଲୀ ଠାରେ ରହଣି କରିବ ନାହିଁ ଓ

ଉପରୋକ୍ତ ଟ୍ରେନ ମାନଙ୍କର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କର ଯାତ୍ରା ଯୋଜନା ସ୍ଥିର କରିବାକୁ ପରାମର୍ଶ ଦିଆଯାଊଅଛି ଓ