Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ଆଇପିଏସ ଅଧିକାରୀ କୁଳମଣି ଦେଓଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ଦୁଃଖ ପ୍ରକାଶ

ଭୁବନେଶ୍ଵର: ପୂର୍ବତନ ଆଇପିଏସ ଅଧିକାରୀ କୁଳମଣି ଦେଓଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ସଦସ୍ୟଗଣ ଦୁଃଖ ପ୍ରକାଶ କରିଛନ୍ତି। କମିଶନରେଟ ପୋଲିସ ସମ୍ମିଳନୀ କକ୍ଷଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଵର୍ଗତ ଦେଓଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘ ତରଫରୁ ସ୍ଵର୍ଗତ ଦେଓଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରାଯାଇଥିଲା।

ସ୍ଵର୍ଗତ ଦେଓ  ଜଣେ ଦକ୍ଷ ଆଇ.ପି.ଏସ ଅଧିକାରୀ ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ। ନିଜର ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରି ଓଡିଶା ପୋଲିସର ସୁନାମ ବଢ଼ାଇଥିଲେ। ତାଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଡ଼ିଜିପି ନିଜ ପ୍ରତିକିୟାରେ କହିଥିଲେ। ସ୍ବର୍ଗତ ଦେଓଙ୍କ ସହ ଜଡିତ ଥିବା ବିଭିନ୍ନ ଅଭୁଲା ସ୍ମୃତି ସମ୍ପର୍କରେ ଡିଜିପି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।

ପ୍ରାରମ୍ଭରେ ଆଇପିଏସ ସଂଘର ସମ୍ପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ଵର୍ଗତ ଦେଓଙ୍କ ଚାକିରୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡିଜିପି ( କାରାଗାର ଏବଂ ସଂସ୍କାର ସେବା) ସୁଶାନ୍ତ କୁମାର ନାଥ, ଡିଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ନିର୍ଦ୍ଦେଶକ ( ଏସସିଆରବି) ଡ଼.  ସନ୍ତୋଷ ଵାଲା, ଅତିରିକ୍ତ ଆରକ୍ଷୀ  ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର (ଭୁବନେଶ୍ୱର- କଟକ) ଡ଼. ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ  ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେl

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ତଥା ଆଇଜିପି ( କ୍ରାଇମବ୍ରାଞ୍ଚ)  ଡ଼. ସାର୍ଥକ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୋଲିସ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ଅମିତାଭ ଠାକୁରଙ୍କୁ ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଗିରଫ କରିଛି। ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା କରିଥିବା ଜଣେ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଏଥି ସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ, ପୂର୍ବତନ ପୋଲିସ ଅଧିକାରୀ ବିରୋଧରେ ବିଜେପି ସରକାରଙ୍କ ପୋଲିସର ଅଦ୍ୱିତୀୟ କାର୍ଯ୍ୟ! କେବଳ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ବିଜେପିର କାର୍ଯ୍ୟ। ଏବେ ବିଜେପି ସରକାରଙ୍କ ଚାପ ଯୋଗୁଁ ପୋଲିସ ପୋଲିସ ବିରୋଧରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛି। ଅବସରପ୍ରାପ୍ତ ଆଇପିଏସ୍ ପ୍ରତି ଏପରି ବ୍ୟବହାର କ୍ଷମା ଯୋଗ୍ୟ ନୁହେଁ।

ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କ ବିରୋଧରେ ଦୁଷ୍କର୍ମ ପୀଡିତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୁକ୍ତ ତଥା ବିଏସପି ସାଂସଦ ଅତୁଲ ରାୟଙ୍କୁ ଅମିତାଭ ଠାକୁର ସହଯୋଗ କରିଥିବା ଅଭିଯୋଗ ହୋଇଛି।

ଏହାପୂର୍ବରୁ ଦୁଷ୍କର୍ମ ପୀଡିତା ଏବଂ ତାଙ୍କ ବନ୍ଧୁ ଅମିତାଭ ଠାକୁରଙ୍କ ବିରୋଧରେ ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା କରିବା ପୂର୍ବରୁ ଅନେକ ଅଭିଯୋଗ କରିଥିଲେ। ଆତ୍ମହତ୍ୟା ସମୟରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ମଇ ୨୧ ତାରିଖ ରେସାକ୍ଷୀ ସତ୍ୟମ ରାୟ ମୃତ୍ୟୁ ବରଣ କରିଥିଲେ ଏବଂ ଚିକିତ୍ସା ସମୟରେ ମଇ ୨୫ ତାରିଖରେ ଦୁଷ୍କର୍ମ ପୀଡିତା ମଧ୍ୟ ମୃତ୍ୟୁବରଣ କରିଥିଲେ।