Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ବିଜେପି ସାଂସଦ କିରିଟ ସୋମାୟାଙ୍କୁ କୋହ୍ଲାପୁର ଠାରେ ଅଟକ ରଖିଲା ମହାରାଷ୍ଟ୍ର ପୋଲିସ

ପୁଣେ: ପୂର୍ବତନ ବିଜେପି ସାଂସଦ କିରିଟ ସୋମାୟାଙ୍କୁ ମହାରାଷ୍ଟ୍ର ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ସତରା ଜିଲ୍ଲାର କରାଡ ରେଳ ଷ୍ଟେସନରେ କିରିଟ ସୋମାୟାଙ୍କୁ ଅଟକ ରଖାଯାଇଛି। ଆଜି ଏନେଇ ନିଜେ କିରିଟ ସୋମାୟା ସୂଚନା ଦେଇଛନ୍ତି। ରବିବାର ଦିନ ମଧ୍ୟ ସୋମାୟା ଦାବି କରିଥିଲେ ଯେ, ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କୁ ଆଇନ ଶୃଙ୍ଖଳା ଏବଂ ସୁରକ୍ଷା କାରଣ ଦର୍ଶାଇ କୋହ୍ଲାପୁର ଯିବାକୁ ବାରଣ କରିଛି।

କୋହ୍ଲାପୁର ପୋଲିସ ଅଧୀକ୍ଷକ ଶୈଲେଶ ବଲକାଉଡେ କହିଛନ୍ତି ଯେ, ଜିଲ୍ଲା ପୋଲିସର ଏକ ଟିମ୍ କରାଡରେ ପହଞ୍ଚିଥିଲେ ଏବଂ ସୋମାୟାଙ୍କୁ କରଡ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା ଏବଂ ଧାରା ୧୪୪ ନିର୍ଦ୍ଦେଶର ଏକ ନକଲ ଦିଆଯାଇଥିଲା। ଅଧିକାରୀ ଜଣକ କହିଛନ୍ତି ଯେ, ଯେତେବେଳେ ଆମେ ତାଙ୍କୁ କହିଥିଲୁ ଯେ ତାଙ୍କୁ ଜିଲ୍ଲାକୁ ପ୍ରବେଶ କରିବାକୁ ବାରଣ କରାଯାଇଛି, ସେ ସହଯୋଗ କରିଥିଲେ ଏବଂ ବର୍ତ୍ତମାନ କରାଡରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ ସେ ଫେରିଯିବେ।

ଉଲ୍ଲେଖ ଯୋଗ୍ୟ ଯେ, ସେପ୍ଟେମ୍ବର ୧୩ ତାରିଖରେ ଗ୍ରାମ ଉନ୍ନୟନ ମନ୍ତ୍ରୀ ତଥା ବିଧାୟକ ମୁଶ୍ରିଫଙ୍କ କୋହ୍ଲାପୁର ଜିଲ୍ଲାର କାଗଲରୁ ଦୁର୍ନୀତିରେ ଲିପ୍ତ ଥିବା ଏବଂ ସମ୍ପର୍କୀୟଙ୍କ ନାମରେ “ବେନାମୀ” ସମ୍ପତ୍ତି ଥିବା କିରିଟ ସୋମାୟା ଅଭିଯୋଗ କରିଥିଲେ। କିନ୍ତୁ ସମସ୍ତ ଅଭିଯୋଗକୁ ମୁଶ୍ରିଫ ଅସ୍ୱୀକାର କରିଥିଲେ।