Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେ ପ୍ରଣବଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଏହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହିତ ରାଷ୍ଟ୍ରପତି ପ୍ରଣବଙ୍କ କୃତିତ୍ବକୁ ମଧ୍ୟ ଆଜିର ଦିନରେ ସ୍ମରଣ କରିଛନ୍ତି।

ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜନ୍ମଦିନ। ସେ 1935 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସେ ସାଧାରଣ ପରିବାରରୁ ଆସି ଜାତୀୟ ରାଜନୀତିର ସର୍ବୋଚ୍ଚ ସ୍ତରରେ ପହଁଚିପାରିଥିଲେ। ଶେଷରେ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦରେ ବସିଥିଲେ। ସେ 2020 ମସିହା ଅଗଷ୍ଟ 31 ତାରିଖରେ ପରଲୋକ ଗମନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ଧକ୍କା, ମମତାଙ୍କ ଦଳରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା, କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିଛି। ଦଳର ପୂର୍ବତନ ସାଂସଦ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜି ଆଜି ଟିଏମସିରେ ସାମିଲ ହୋଇଛନ୍ତି। ଦିବଂଗତ ପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ଟାଣୁଆ ତଥା ବରିଷ୍ଠ ନେତା ଥିଲେ। ସେ ସବୁବେଳେ କଂଗ୍ରେସରେ ରହି ରାଜନୀତି କରୁଥିଲ। କିନ୍ତୁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ କଂଗ୍ରେସ ତ୍ୟାଗ କରି ଟିଏମସିରେ ଯୋଗଦେଇଛନ୍ତି।

ଅଭିଜିତଙ୍କ ପାଇଁ କୋଲକାତାରେ ଟିଏମସି ତରଫରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ମମତାଙ୍କ ଟିଏମସିରେ ସାମିଲ ହୋଇଛନ୍ତି।

କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭାକୁ ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ଟିଏମସି ତାହାର ଶକ୍ତି ପ୍ରଦର୍ଶନ ପରେ ଏବେ ବିଭିନ୍ନ ନେତା ଦଳପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି।