Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିରଳ ପ୍ରଜାତିର ପେଚା ସହ ୨ ମୃତ ପକ୍ଷୀ ଜବତ, ୨ ଗିରଫ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦପୁର ରେଞ୍ଜର ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ବିରଳ ପ୍ରଜାତିର ୨ ଟି ମୃତ ପକ୍ଷୀ ସହ ୨ ଜଣ ଶୀକାରୀକୁ ଗିରଫ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗିରିଶ୍ଚନ୍ଦ୍ରପୁର ରେଞ୍ଜର ଶଙ୍ଖାଭାଙ୍ଗୁଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦୁଇଜଣ ଯୁବକ ପକ୍ଷୀ ଶିକାର କରୁଥିବା ସମୟରେ ବନବିଭାଗ ହାବୁଡରେ ପଡ଼ିଯାଇଥିଲେ। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବ୍ରଜ ନାଏକ ଓ ଅନାମ ଅଢ଼ା।  ସେମାନଙ୍କ ପାଖରୁ ୨ ଟି ବାଟୁଳିଖଡ଼ା, ୨୦ ମାଟି ଗୋଳି, ୨ ମୃତ ପକ୍ଷୀକୁ ବନବିଭାଗ ଜବତ କରିବା ସହ ଆଜି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।

ଭାରତରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ମୃତ ପେଚାକୁ ମଧ୍ୟ ବନ ବିଭାଗ ଜବତ କରିଛି। ଏହି ଚଢ଼ଉରେ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁରେନ୍ଦ୍ର ସାହୁ, ଫରେଷ୍ଟ ପ୍ରବୀଣ କୁମାର ସାହୁ ତଥା ବନ ବିଭାଗର ଅନ୍ୟକର୍ମଚାରୀ ମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପେଚାଙ୍କ ସୁରକ୍ଷା ପାଇଁ କଡା ପଦକ୍ଷେପ ନେଲା କର୍ବେଟ୍‌ ଜାତୀୟ ଉଦ୍ୟାନ୍‌

ନୈନିତାଲ: ପେଚାକୁ ଲକ୍ଷ୍ମୀଙ୍କର ବାହନ ବୋଲି ହିନ୍ଦୁଧର୍ମରେ ବିଶ୍ୱାସ କରାଯାଇଥାଏ। ଏହି ବିଶ୍ୱାସ କାରଣରୁ ଦୀପାବଳି ସମୟରେ ଅର୍ଥପ୍ରାପ୍ତି ପାଇଁ ପେଚାବଳି ଦିଆଯାଇଥାଏ। ଏହା ସହିତ ପେଚାର ବ୍ୟବହାର କଳାଯାଦୁ ଏବଂ ଅନ୍ୟାନ୍ୟ ଔଷଧ ପ୍ରସ୍ତୁତିରେ ମଧ୍ୟ ହୋଇଥାଏ। ପେଚାଙ୍କ ସୁରକ୍ଷା ପାଇଁ କର୍ବେଟ ଜାତୀୟ ଉଦ୍ୟାନ ପକ୍ଷରୁ ଏକ ଅନନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀପାବଳିରେ ପେଚା ମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। କର୍ବେଟ ବ୍ୟାଘ୍ର ଅଭୟାରଣ୍ୟରେ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଦୀପାବଳି ସମୟରେ ପେଚା ବଳି ଦିଆଯାଉଥିବାରୁ ଏହାକୁ ରୋକିବା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପେଚା ବର୍ତ୍ତମାନ ବିଲୁପ୍ତପ୍ରାୟ ପ୍ରଜାତିର ପ୍ରାଣୀ ହୋଇଥିବାରୁ ପେଚା ଶିକାର ରୋକିବା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟି ବାତିଲ ହେବା ଦ୍ୱାରା ପ୍ୟାଟ୍ରୋଲିଂକୁ ଅଧିକ କଡାକଡି କରାଯାଇପାରିବ ବୋଲି ଅଭୟାରଣ୍ୟ ନିଦେ୍ର୍ଧଶକ ରାହୁଲ ପ୍ରକାଶ କରିଛନ୍ତି।