Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ଠାରେ ଆୟୋଜିତ ହେବ ଦୁଇ ଦିନିଆ ପ୍ରତିରକ୍ଷା ପେନସନ୍ ସମାଧାନ ଶିବିର

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ।

ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ।

୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ। ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଅୟୋଜିତ ହେଲା ପେନସନ ଅଦାଲତ, ଦଶଜଣଙ୍କୁ ଦିଆଗଲା ଅନୁମୋଦନ ପତ୍ର

ଖୋର୍ଦ୍ଧା: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଖୋର୍ଦ୍ଧା ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତା ରେ ଏକ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସତ୍ୟ ନାରାୟଣ ସାହୁ,-OSD ସ୍ଵତନ୍ତ୍ର ଶାସନ ସଚିବ,G.A &PG Department, ଭୁବନେଶ୍ୱର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକ ପରିଚାଳନା କରିଥିଲେ।

ବୈଠକରେ ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଙ୍କୁ ତାଗିଦ୍ କରି କହିଲେ ଅବସର ନେବାକୁ ଥିବା କର୍ମଚାରୀ ଙ୍କ ବହୁ ପୂର୍ବରୁ ଚୁଡ଼ାନ୍ତ ପେନସନ ପେପର ଦାଖଲ କରାଗଲେ ସେମାନଙ୍କ ପେନସନ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମଞ୍ଜୁର କରାଯାଇ ପାରିବ। ଆହୁରି ମଧ୍ୟ ଅବସର ପୁର୍ବରୁ କର୍ମଚାରୀ ମାନଙ୍କ ଚାକିରି ନିୟମିତ କରାଯିବାକୁ ନିର୍ଦ୍ଦେଶ ଦେଲେ।

ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର 10ଜଣ କର୍ମଚାରୀମାନଙ୍କ ପେନସନ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ। ଏହି ବୈଠକରେ ସମସ୍ତ ତହସିଲଦାର/ଵି.ଡି.ଓ/ଵି.ଇ.ଓ/ଜିଲ୍ଲା ସ୍ତରୀୟ ଅଧିକାରୀ ସି.ଡି.ଏମ.ଓ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଆସନ୍ତା ଜୁଲାଇ ମାସରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ଜରୁରୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଉଦଯାପିତ ହୋଇଯାଇଛି ।

ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ପେନସନ ଅଦାଲତରେ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପ ଲେଖା ନିୟନ୍ତ୍ରକ ପୁଷ୍ପଶ୍ରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ l ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ତାଙ୍କ ଅଭିଭାଷଣରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପେନସନ ପ୍ରଦାନ ପାଇଁ ସରକାରୀ ନିର୍ଦେଶନାମା ଥିବା ସତ୍ବେ ପେନସନ ମଞ୍ଜୁରକର୍ତମାନେ ଠିକ ସମୟରେ ସେମାନଙ୍କର ପେନସନ କାଗଜପତ୍ର ଏ. ଜି କିମ୍ବା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ପଠାଉନାହାନ୍ତି।

ଯାହାଫଳରେ ବାହୁବର୍ଷ ଧରୀ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ପେନସନ ପାଇବାରେ ବିଳମ୍ବ ହେଉଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ 2018 ମସିହାରୁ ବିଭିନ୍ନ ସମୟରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି। ମାତ୍ର ପେନସନ ମଞ୍ଜୁରକର୍ତ୍ତାମାନେ ସେହି ପୁରୁଣା ପଦ୍ଧତିରେ ପେନସନ କାଗଜ ପଠାଉଛନ୍ତି।

ଆସନ୍ତା ଜୁଲାଇ ମାସଠାରୁ ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ଓ ପେନସନ ମଞ୍ଜୁରକର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି l ପୁରୁଣା ପଦ୍ଧତିରେ ପଠାଇଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ଉପ ମହାଲେଖାକାର ପ୍ରକାଶ କରିଛନ୍ତି। ଏହି ପେନସନ ଅଦାଲତରେ 2012 ରୁ 2021 ପ୍ରଯ୍ୟନ୍ତ 180ଟି ବକେୟା ପେନସନ ପ୍ରାପ୍ୟ ଉପରେ ଶୁଣାଣି କରାଯାଇ ପେନସନ ମଂଜୁର ପାଇଁ ପଦକ୍ଷେପ ନିଆଗଲା।

ବିଗତ 2 ବର୍ଷ ମଧ୍ୟରେ ମୟୁରଭଞ୍ଜ ଜିଲ୍ଳାରେ 989 ଜଣ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କ ମଧ୍ୟରୁ 629 ଜଣଙ୍କ ପେନସନ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପେନସନ ମଂଜୁର ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ 48ଟି ଠିକ କାଗଜପତ୍ର ନ ଥିବାରୁ ଫେରି ଆସିଥିଲା ଲ ଜିଲ୍ଲାପାଳ ଶ୍ରୀ ଭାରଦ୍ୱାଜ ଓ ଶ୍ରୀରାଜ ଅଶୋକ ଫଇସଲା ହୋଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଟୁଇଟି ଆଦେଶ ପ୍ରଦାନ କରିଥିଲେ।

ଏହି ପେନସନ ଅଦାଲତକୁ ଉପ ଜିଲ୍ଲାପାଳ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଓ ସୁଶୀଲ ମିଶ୍ର ପରିଚାଳନା କରିଥିଲେ ଲ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ପେନସନ ଅଦାଲତ ଅନୁଷ୍ଠିତ ହେବ ବୋଳି ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।