Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡ଼ି ନାବାଳକ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସନ୍ଧ୍ୟାରେ ନାକଟିଦେଉଳ ଥାନା ଅଂଚଳରେ ଜନୈକ ନାବାଳକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା କେଲୋବେନି ଗ୍ରାମର ହୃଦା ନାଏକ (୧୫) ନାମକ ନାବାଳକ ସଂନ୍ଧ୍ୟାରେ ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁବରଣ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ସହଯୋଗ ଦେବାକୁ ଦାବୀ ହେଉଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରଠାରେ ପୋଖରୀରେ ବୁଡ଼ି ଛ’ ବର୍ଷର ଶିଶୁ ମୃତ

ସୀତାରାମ ଅଗ୍ରଓ୍ବାଲ 

ବାଣପୁର : ବାଣପୁରଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାଁଳୋଇ ଗ୍ରାମର ବଡ ପୋଖରୀରରେ ବୁଡି ଛ’ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ଗ୍ରାମପଞ୍ଚାୟତର ବାଁଳୋଇ ଗ୍ରାମରେ ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ବୁଡି ଯାଇଥିବା ଶିଶୁଟିର ନାମ ହେଉଛି ଗୌତମ ପ୍ରଧାନ। ପିତା ଦିବାକର ପ୍ରଧାନ ଓ ମାତା ରସ୍ମିତା ପ୍ରଧାନଙ୍କର ଦ୍ବିତୀୟ ସନ୍ତାନ ହେଉଛନ୍ତି ଗୌତମ।

ଆଜି ସନ୍ଧ୍ୟା 7ଟା 05 ମିନିଟ୍‌ରେ ପୋଖରୀରେ ଶିଶୁଟିକୁ ଭାସୁଥିବାର ଦେଖି ଗ୍ରାମବାସୀମାନେ ଉଦ୍ଧାର କରିଥିଲେ । ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରିଥିଲେ । ଶିଶୁଟିକୁ ପୋଖରୀରୁ ଉଦ୍ଧାର କରାଯାଇ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଏନେଇ ବାଣପୁର ଥାନାରେ ଅଭିଯୋଗ କରାଯାଇଛି ।