Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ରଜ ପାଳିବା ପାଇଁ ମାମୁଁ ଘରକୁ ଆସିଥିବା ଭଣଜାର ପୋଖରୀରେ ବୁଡି ମୃତ୍ୟୁ

ସୀତାରାମ ଅଗ୍ରୱାଲ

ନାଚୁଣୀ: ମାମୁଁ ଘରକୁ ରଜ ପାଳିବାକୁ ଆସି ଭଣଜା ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଭଳି ଏକ ଅଭାବନୀୟ ଘଟଣା ଘିଟିଛି। ନାଚୁଣୀ ଫାଣ୍ଡି ଅନ୍ତର୍ଗତ ଦତ୍ତପୁର ଗ୍ରାମ ପୋଖରୀରେ ଏଭଳି ଘଟଣା ଘଟିଛି। ମାମୁଁ ଘର ଛୋଟରାୟପୁର ଗ୍ରାମକୁ ଭଣଜା ଆସିଥିଲା। ମାମୁଁ ଭଣଜା ପୋଖରୀରେ ଗାଧୋଉଥିବା ବେଳେ ଭଣଜା ଗଭୀର ଜଳରେ ବୁଡି ମୃତ୍ୟୁବରଣ କରିଛି।

ମୃତ ଭଣଜାର ନାମ ଆୟୁଷ ପଟ୍ଟନାୟଜ(୧୪)। ଘର ବ୍ରହ୍ମପୁର ବୋଲି ଜଣା ପଡିଛି। ରଜ ସଂକ୍ରାନ୍ତିରେ ପୋଖରୀରେ ଗାଧୋଇବାର ମଜା ନେବା ପାଇଁ ମାମୁଁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ଭଣଜା ଆୟୁଷ ପଟ୍ଟନାୟକ ଓ ଅନ୍ୟ ଜଣେ ଭଣଜା ମିଶି କରି ଯାଇଥିଲେ ଛୋଟରାୟପୁର ନିକଟସ୍ଥ ଦତ୍ତପୁର ଗ୍ରାମରେ ଥିବା ପୋଖରୀକୁ। ପୋଖରୀରେ ୨ ଭଣଜାଙ୍କ ସହ ମାମୁଁ ଗାଧୋଉଥିବା ବେଳେ ୨ ଜଣ ଭଣଜା ଗଭୀର ଜଳକୁ ଟଣା ଟଣି ହୋଇ ପଳାଇଥିଲେ।

ଫଳରେ ମାମୁଁ ଜଣେ ଭଣଜାଙ୍କୁ ପାଣିରୁ ଟାଣି ଆଣିବାରେ ସଫଳ ହୋଇଥିଲେ। କିନ୍ତୁ ଆୟୁଷଙ୍କ ପତ୍ତା ମିଳି ନଥିଲା। ଖଵର ପାଇ ଚିଲିକା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପୋଖରୀରେ ଖୋଜା ଖୋଜି କରି ଆୟୁଷଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଆୟୁଷଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଆୟୁଷ ପଟ୍ଟନାୟକ ୧୦ ମ ଶ୍ରେଣୀର ଛାତ୍ର ଓ ତାଙ୍କ ବାପା ହରିହର ପଟ୍ଟନାୟକଙ୍କର ଏକ ମାତ୍ର ସନ୍ତାନ ବୋଲି ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଅଘଟଣ: ଶୌଚ ହେବା ଲାଗି ଯାଇଥିବା ବୃଦ୍ଧଙ୍କ ପୋଖରୀରେ ବୁଡି ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ହଜାରୀ ସେଠ (୬୮) ନାମକ ଜଣେ ବ୍ୟକ୍ତି ଆଜି ସନ୍ଧ୍ୟା ୭ ଟା ସମୟରେ ଶୌଚ ହେବା ଲାଗି ଟାଙ୍ଗୀ କଲେଜ ନିକଟସ୍ଥ ପୋଖରୀକୁ ଯାଇଥିଲେ। ହେଲେ ଅସାବଧନତା ଯୋଗୁଁ ପୋଖରୀ କୂଳରେ ତାଙ୍କ ଗୋଡ ଖସିଯାଇଥିଲା। ସେ ପୋଖରୀ ଭିତରେ ପଡିଯାଇଥିଲେ। ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଟାଙ୍ଗୀ ପୋଲିସ ଶବକୁ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେଦ କରିବ ବୋଲି ଜଣାପଡିଛି। ଏବଂ ଏହି ଘଟଣାରେ କେସ ନଂ ୧୦/୨୧ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକ ସୂଚନା ଦେଇଛନ୍ତି।