Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୯ ପୋଲିସ କର୍ମୀ ନିହତ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଆତ୍ମଘାତୀ ବିସ୍ଫୋରଣକାରୀ ପୋଲିସକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ୯ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ପୋଲିସର ମୁଖପାତ୍ର କହିଛନ୍ତି ଯେ, ଆତ୍ମଘାତୀ ବିସ୍ଫୋରଣକାରୀ ଆଜି ଦକ୍ଷିଣ-ପଶ୍ଚିମ ପାକିସ୍ଥାନର ଏକ ପୋଲିସ ଟ୍ରକକୁ ମୋଟରସାଇକେଲ ଧକ୍କା ଦେଇଥିଲା, ଯେଉଁଥିରେ ନଅ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା।

ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାର ପ୍ରାୟ ୧୬୦ କିଲୋମିଟର ପୂର୍ବରେ ଥିବା ସିବିରେ ଏହି ଆକ୍ରମଣ ହୋଇଛି।