Categories
ଜାତୀୟ ଖବର ବିଶେଷ ଖବର

ସର୍ବ ଭାରତୀୟ ପୋଲିସ ଡିଜି ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଓ ୨୨ ଜାନୁଆରୀରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୫୭ତମ ସର୍ବଭାରତୀୟ ପୋଲିସ ମହା ନିର୍ଦ୍ଦେଶକ / ମହା ନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ପୋଲିସ ବାହିନୀକୁ ଅଧିକ ସମ୍ବେଦନଶୀଳ କରିବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ତାଲିମ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ସଂଗଠନଗୁଡିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନକୁ ସୁଗମ କରିବା ପାଇଁ ନେସନାଲ ଡାଟା ଗଭର୍ନାନ୍ସ ଫ୍ରେମୱାର୍କର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ ବାୟୋମେଟ୍ରିକ୍ସ ଭଳି ବୈଷୟିକ ସମାଧାନକୁ ଆହୁରି ଅଧିକ ଉପଯୋଗ କରାଯିବା ଉଚିତ, ଚାଲି ଚାଲି ପାଟ୍ରୋଲିଂ ଆଦି ଭଳି ପାରମ୍ପାରିକ ପୋଲିସ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି । ରାଜ୍ୟଗୁଡିକରେ ଅଚଳ ହୋଇଥିବା ପୁରୁଣାକାଳିଆ ଅପରାଧିକ ଆଇନ୍‍ର ଉଚ୍ଛେଦ ପାଇଁ ସୁପାରିଶ୍‍ କରିଛନ୍ତି ।

ଜେଲ ପରିଚାଳନାରେ ଉନ୍ନତି ଆଣିବା ପାଇଁ ସେ ଜେଲ ସଂସ୍କାର ସକାଶେ ପରାମର୍ଶ ଦେଇଥିଲେ । ସେ ଅଧିକାରମାନଙ୍କ ବାରମ୍ବାର ପରିଦର୍ଶନ ଆୟୋଜନ କରି ସୀମା ଏବଂ ଉପକୂଳ ସୁରକ୍ଷାକୁ ମଜବୁତ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଦକ୍ଷତା ବୃଦ୍ଧି ତଥା ସର୍ବୋତ୍ତମ ଅଭ୍ୟାସ ସେୟାର କରିବାପାଇଁ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସଂଗଠନ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନୂତନ ଭାବେ ଦେଖାଦେଉଥିବା ଆହ୍ୱାନ ଉପରେ ଆଲୋଚନା କରିବା ଏବଂ ସେମାନଙ୍କ ଦଳ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସର ବିକାଶ ପାଇଁ ରାଜ୍ୟ / ଜିଲ୍ଲା ସ୍ତରରେ ଡିଜିପି / ଆଇଜିପି ସମ୍ମିଳନୀର ମଡେଲକୁ ଦୋହରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ବଣ୍ଟନ କରିବା ପରେ ଏହି ସମ୍ମିଳନୀ ଶେଷ ହୋଇଥିଲା ।

ଏହି ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା ଏବଂ ସାଇବର ସୁରକ୍ଷା ସମେତ ପୋଲିସିଂ ଏବଂ ଜାତୀୟ ନିରାପତ୍ତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା ।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଗୃହ ସଚିବ, ଡିଜିପି / ଆଇଜିପି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନ / କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ । ବିଭିନ୍ନ ପାହ୍ୟାର ପ୍ରାୟ ୬୦୦ ଅଧିକାରୀ ଭର୍ଚୁଆଲ ମାଧ୍ୟମରେଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।