Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ସୃଷ୍ଟି ହେବ ୧୨,୦୦୦ ନୂଆ ପୋଲିସ ପଦବୀ ସହିତ ୨୦୦୦ ଟ୍ରାଫିକ ପୋଲିସ, ଖୁବ ଶିଘ୍ର ନିଯୁକ୍ତି

ଭୁବନେଶ୍ବର: ଗତକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମହାନ ଚରଣ ମାଝୀ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଭେଟି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।

ଏହି ବୈଠକରେ ମୁଖ୍ୟ ଭାବେ ନୂଆ ଅପରାଧୀକ ଆଇନ ରୂପାୟଣ, ସାଇବର ଅପରାଧ ଦମନ, ନକ୍ସଲ ସମସ୍ୟା ନିରାକରଣ ଏବଂ ଓଡିଶାକୁ ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ରାଜ୍ୟ ଭାବେ ଗଢ଼ି ତୋଳିବା ଉପରେ ଜୋର ଦିଆଯାଇଛି। ସେହି ବୈଠକରେ ଯେଉଁ ବିଷୟରେ ଆଲୋଚନା ହୋଇଛି ତାହା ହେଲା..

  • ଓଡିଶାରେ ଆଗାମୀ ଦିନରେ ୧୨,୦୦୦ ନୂଆ ପୋଲିସ ନିଯୁକ୍ତି।

  • ୨୦ଟି ସାଇବର ପୋଲିସ ଷ୍ଟେସନ ଖୋଲାଯିବ।

  • ପ୍ରତ୍ୟେକ ପୋଲିସ ଷ୍ଟେସନରେ କ୍ରାଇମ ସିନ ଅଫିସର ନିଯୁକ୍ତ।

  • ସବୁ ସବ୍-ଡିଭିଜନରେ ଫରେନ୍ସିକ ଭେହିକଲ ରଖାଯିବ।

  • ଓଡିଶା ସାଇବର କ୍ରାଇମ କମାଣ୍ଡ ସେଣ୍ଟର ସ୍ଥାପନ ହେବ।

  • ନକ୍ସଲ ଦମନ ପାଇଁ ମାଇକ୍ରୋ ପ୍ଲାନିଂ ଏବଂ ଆକ୍ସନ ପ୍ଲାନ ପ୍ରସ୍ତୁତ।

  • ଏହାସହିତ ୨୦୦୦ ଟ୍ରାଫିକ ପୋଲିସ ନିଯୁକ୍ତି ପାଇଁ ପଦକ୍ଷେପ।

  • Ex-Servicemen ମାନଙ୍କୁ ନେଇ ୩ଟି ସ୍ବତନ୍ତ୍ର ଷ୍ଟ୍ରାଇକିଂ ଫୋର୍ସ ଗଠନ।

  • ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (OISF) ଗଠନ ପ୍ରସ୍ତାବ।

ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ଆଇନ-ଶୃଙ୍ଖଳା ପରିସ୍ଥିତି ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ଵୀକୃତି ଦେଇଛନ୍ତି ଏବଂ କେନ୍ଦ୍ର ସହଯୋଗ ଆଶ୍ୱାସନ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପୂରଣ ହେବ ନୂଆ ଦୁଇ ହଜାର ଟ୍ରାଫିକ୍ ପୋଲିସ ପଦବୀ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଓଡିଶା ପୋଲିସ୍ ପାଇଁ ଥିବା ତିନୋଟି ପ୍ରମୁଖ ଆହ୍ୱାନ ଯଥା- ସଡକ ଦୁର୍ଘଟଣା କମ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକର ଆଲୋଚନାରୁ ଜଣା ଯାଇଛି ଯେ ରାଜ୍ୟରେ ବର୍ତ୍ତମାନ 2198 ଜଣ ଟ୍ରାଫିକ ପୋଲିସ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି । ସଡକ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ 2 ହଜାର ନୂତନ ପଦବୀ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି ପଦବୀ ଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ରାଜ୍ୟରେ 2024 ବର୍ଷରେ 2633ଟି ସାଇବର ଅପରାଧ ମାମଲା ରୁଜ୍ଜୁ ହୋଇଛି । ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବର୍ତ୍ତମାନ 14ଟି ଥାନା କାର୍ଯ୍ୟରତ ଅଛି । ସାଇବର ଠକେଇରେ ସାଧାରଣ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଥାନା କାର୍ଯ୍ୟକ୍ଷମ କରିବା ପାଇଁ ଆଉ 20ଟି ନୂତନ ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଥାନା ଗୁଡିକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ସେହିପରି ରାଜ୍ୟରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।

ଭୁବନେଶ୍ୱର ଓ କଟକର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସହରରେ ରାତ୍ରୀ କାଳୀନ ପେଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଏଥିସହିତ ମାଓ ପ୍ରବଣ ଜିଲ୍ଲା ଗୁଡିକରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଥିଲେ ।

ବାତ୍ୟା ଦାନାର ମୁକାବିଲା, ଡିଜି ଓ ଆଇଜି ସମ୍ମିଳନୀ, ପୁରୀଠାରେ ନୌସେନା ଦିବସ ଏବଂ ଭୁବନେଶ୍ୱର ଠାରେ 18 ତମ ପ୍ରବାସୀ ଭାରତୀୟ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସର ସଫଳ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଆଗାମୀ ଦିନରେ ପୋଲିସ ବିଭାଗରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ କରାଯାଇ ବିଭାଗକୁ ଆହୁରି ସୁଦୃଢ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୨୦ ଟି ଥାନାରେ ନିଯୁକ୍ତି ହେବେ ୯୦୫ ଜଣ ପୋଲିସ ଅଧିକାରୀ, ଏହି ପଦବୀକୁ ମୁଖ୍ୟମନ୍ତ୍ରୀ ଦେଲେ ମଂଜୁରୀ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦୫ ପୋଲିସ ପଦବୀକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଅଧିକାରୀମାନେ ୨୨୦ ଟି ଥାନାରେ ନିଯୁକ୍ତି ହେବେ। ଏଥିସହିତ ରାଜ୍ୟର ଆଉ ୬ଟି ଥାନାକୁ ସୁଦୃଢ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମଂଜୁରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଅପରାଧ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଏଥିପାଇଁ ପୋଲିସ ଡିଜି ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବିଭିନ୍ନ ଥାନାରେ ଅନେକ ପଦପଦବୀ ଖାଲି ପଡିଛି। ଫଳରେ ପୋଲିସକୁ ଅପରାଧମାନଙ୍କୁ ନିୟନ୍ତ୍ରଣ କରିବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ବିଭିନ୍ନ ଥାନାରେ ଏହି ପୋଲିସ ପଦବୀ ପୁରଣ କରିବା ପାଇଁ ଦାବୀ ହୋଇ ଆସୁଥିଲା।