Categories
ଆଜିର ଖବର ଜାତୀୟ ଖବର

ଦେଶକୁ ପୋଷଣ ଏବଂ ନିରାମୟ ଲକ୍ଷ୍ୟପଥରେ ଅଗ୍ରସର କରାଉଛି ପୋଷଣ ଅଭିଯାନ

ନୂଆଦିଲ୍ଲୀ: କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନକରାଉଥିବା ମାଆ ଏବଂ ୦-୬ ବର୍ଷ ବୟସର ପିଲାମାନଙ୍କ ପୁଷ୍ଟି ଓ ନିରାମୟକୁ ଗୁରୁତ୍ୱାରୋପ କରି ୨୦୧୮ ମସିହାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆରମ୍ଭ କରାଯାଇଥିଲା ପୋଷଣ ଅଭିଯାନ। ଏହି ଅଭିଯାନକୁ ୭ ବର୍ଷ ପୂରିଛି। ଏହି ସମୟ ଭିତରେ ନିରନ୍ତର ପ୍ରୟାସ ଓ ସରକାରୀ ପ୍ରୋତ୍ସାହନରେ ଆଜି  ଗାଁରୁ ସହର ସବୁ କ୍ଷେତ୍ରରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କରି ଏକ ସୁସ୍ଥ ଭାରତ ଗଠନରେ ସହାୟକ ହେଉଛି ଏହି ଅଭିଯାନ।

ରାଜସ୍ଥାନର ଝୁନଝୁନୁ ଜିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ଆରମ୍ଭ ହୋଇଥିବା ଏହି ପୋଷଣ ଅଭିଯାନ ଆଜି ଦେଶର ପ୍ରତି କୋଣରେ ମହିଳା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସହାୟକ ହୋଇଛି। କମ୍‍ ଓଜନର ଶିଶୁ ଜନ୍ମ, ପୁଷ୍ଟି ଅଭାବ, ରକ୍ତହୀନତା ଏବଂ ବୟସ ଅନୁସାରେ ଶିଶୁଶଙ୍କ ଓଜନ ହ୍ରାସ ଆଦି ସମସ୍ୟାକୁ ଏହି ଅଭିଯାନ ମାତ୍‍ ଦେବାରେ ସକ୍ଷମ ହୋଇଛି।

ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଉଛି: ଶୂନରୁ ୬ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ  ଓଜନ ହ୍ରାସ ରୋକିବା। ଦ୍ୱିତୀୟରେ ୬ରୁ ୫୯ ମାସର ଶିଶୁଙ୍କ କ୍ଷେତ୍ରରେ ରକ୍ତହୀନତା ହାରକୁ କମାଇବା। ୧୫-୪୯ ବର୍ଷ ବୟସ ବର୍ଗର ମହିଳା ଏବଂ କିଶୋରୀ ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସ କରିବା ପ୍ରଭୃତି ଏହି ଯୋଜନାର ମୂଳ ଲକ୍ଷ୍ୟ।

ଏହି ଲକ୍ଷ୍ୟକୁ ସମୟଭିତ୍ତିରେ ହାସଲ କରିବା ଲାଗି ଅଭିଯାନରେ ୪ଟି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଥମରେ ଗୁଣାତ୍ମକ ସେବା ମାଧ୍ୟମରେ ସମସ୍ୟାକୁ ବୁଝିବା ଏବଂ ପ୍ରତିକାର କରିବା। ସମନ୍ୱିତ ଶିଶୁ ବିକାଶ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭଳି ଯୋଜନା ମାଧ୍ୟମରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ବିଶେଷକରି ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପ୍ରଣୟନ କରାଯାଉଛି।

ଦ୍ୱିତୀୟ କାର୍ଯ୍ୟକ୍ରମ ହେଉଛି କ୍ରସ୍-ସେକ୍ଟରାଲ୍ କନଭର୍ଜେନ୍ସ। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଜଳ ଏବଂ ପରିମଳ ଏବଂ ଜାତୀୟ ପାନୀୟ ଜଳ ମିଶନ ମାଧ୍ୟମରେ ପାନୀୟ ଜଳ ପ୍ରବେଶ ସମେତ ବହୁବିଧ ମନ୍ତ୍ରଣାଳୟ ମଧ୍ୟରେ ପ୍ରୟାସର ସମନ୍ୱୟ କରାଯାଉଛି।

ସେହିପରି  ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ପୁଷ୍ଟିହୀନତାକୁ ରୋକିବା ଲାଗି ପ୍ରୟାସ କରାଯାଉଛି। ପୋଷଣ ଟ୍ରାକର ଆପ୍ଲିକେସନ ଭଳି ଉପକରଣଗୁଡ଼ିକ ପ୍ରକୃତ-ସମୟ ତଥ୍ୟ ସଂଗ୍ରହ ଏବଂ ହସ୍ତକ୍ଷେପକୁ ସକ୍ଷମ କରାଯାଇଛି।

ଚତୁର୍ଥ ଓ ଶେଷ ସ୍ତମ୍ଭ ହେଉଛି ଜନ ଭାଗିଦାରୀ। ଜନସଚେତନତା  ଏବଂ ପୁଷ୍ଟିସାର ସମ୍ବନ୍ଧୀୟ ଆଚରଣଗତ ପରିବର୍ତ୍ତନକୁ ଉତ୍ସାହିତ କରିବା ପାଇଁ ଜନ ଭାଗିଦାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ପୋଷଣ ଅଭିଯାନକୁ ଅଧିକ ବଳ ଦେବା ଲାଗି ଭାରତ ସରକାର “ମିଶନ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ 2.0″କୁ ମଞ୍ଜୁର କରିଛନ୍ତି। ଏହା ଅନ୍ୟ ଭାଷାରେ ଯାହାକୁ ମିଶନ ପୋଷଣ 2.0 ଭାବରେ ମଧ୍ୟ ପରିଚିତ। ସ୍ୱାସ୍ଥ୍ୟ, ନିରାମୟ ଏବଂ କୁପୋଷଣରୁ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ମିଶନ ମୋଡରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। 36ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ 781ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା 14,00,117 ଅଙ୍ଗନୱାଡି କେନ୍ଦ୍ର ସହାୟତାରେ ଏହି ମିଶନ ପରିଚାଳିତ ହେଉଛି।  ଲକ୍ଷ୍ୟ ରହିଛି ଶିଶୁ, କିଶୋରୀ ଝିଅ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନକରାଉଥିବା ମା’ମାନଙ୍କର ସ୍ୱାସ୍ଥ୍ୟ, ନିରାମୟ ଏବଂ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା। 13,30,966 ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଏହା 10,08,89,775 ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପୁଷ୍ଟିକର ଲାଭ ପହଞ୍ଚାଯାଉଛି। ଭିତ୍ତିଭୂମି ଉନ୍ନତି ମଧ୍ୟରେ 6,77,843 ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ କୋଠା, 10,07,635 କାର୍ଯ୍ୟକ୍ଷମ ଶୌଚାଳୟ ଏବଂ 12,43,472 ପାନୀୟ ଜଳ ଯୋଗାଣ ସୁବିଧା ଅନ୍ତର୍ଭୁକ୍ତ ରହିଛି।

ପୁଷ୍ଟି ଅଭିଯାନ ଭାରତର କୁପୋଷଣ ବିରୁଦ୍ଧରେ ଲଢ଼େଇରେ ଏକ ଐତିହାସିକ ପଦକ୍ଷେପ। ପ୍ରଯୁକ୍ତିବିଦ୍ୟା, କ୍ରସ୍-ସେକ୍ଟରାଲ୍ ସହଯୋଗ ଏବଂ ସମ୍ପ୍ରଦାୟ-ଚାଳିତ ପ୍ରୟାସକୁ ଏକୀକୃତ କରି, ଏହି କାର୍ଯ୍ୟକ୍ରମ ମାତୃ ଏବଂ ଶିଶୁ ପୁଷ୍ଟିସାର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ଏହି ମିଶନର ସଫଳତା ସେବା ପ୍ରଦାନ, ଆଚରଣଗତ ପରିବର୍ତ୍ତନ ଏବଂ ନୀତିଗତ ନବସୃଜନରେ ନିରନ୍ତର ପ୍ରୟାସ ଉପରେ ନିର୍ଭର କରେ। ନିରନ୍ତର ସରକାରୀ ସମର୍ଥନ ଏବଂ ସକ୍ରିୟ ସମ୍ପ୍ରଦାୟ ଅଂଶଗ୍ରହଣ ସହିତ, ପୋଷଣ ଅଭିଯାନ ଭାରତର ମହିଳା ଏବଂ ଶିଶୁମାନଙ୍କ ପାଇଁ ଏକ ସୁସ୍ଥ ଏବଂ ଅଧିକ ପୁଷ୍ଟିକର ଭବିଷ୍ୟତ ସୃଷ୍ଟି କରିବାକୁ ପ୍ରସ୍ତୁତ।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ଅଙ୍ଗନବାଡି କେନ୍ଦ୍ର ବୁଲିଲେ ସ୍ୱାସ୍ଥ୍ୟ ଓ ପୋଷଣ ଚାମ୍ପିଆନ ଲିଉକ କୋଟିନହୋ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ନୂଆଦିଲ୍ଲୀର ଆର.କେ. ପୁରମସ୍ଥିତ କୁସୁମପୁର ପାହାଡି ଆଇସିଡିଏସ ପ୍ରୋଜେକ୍ଟଏଡବ୍ଲୁସି ୫୫ ଓ ୫୯କୁ ନାଁକରା ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଲିଉକ କୋଟିନହୋ ହୋଲିଷ୍ଟିକ ହିଲିଙ୍ଗ ସିଷ୍ଟମସର ସହ ପ୍ରତିଷ୍ଠାତା ଲିଉକ କୋଟିନହୋ ପରିଦର୍ଶନ କରିଥିଲେ । ଏଠାରେ ସେ ପୋଷଣ ଅଭିଯାନର କାର୍ଯ୍ୟକାରିତା କଥା ଦେଖିଥିଲେ।

କୁପୋଷଣ ରୋକିବା ଦିଗରେ ସକ୍ଷମ ଅଙ୍ଗନବାଡି ଓ ପୋଷଣ ୨.୦ ଅଭିଯାନ ଅଧୀନରେ ସାମାଜିକ ବ୍ୟବହାରରେ ପରିବର୍ତନ ଓ ସମାଜିକ ଅଂଶଗ୍ରହଣ କରିବା ପରି ବିଭିନ୍ନ କ୍ଷେତ୍ରକୁ ସେ ପର୍ଯ୍ୟାଲୋଚନା କରିଥିଲେ।

ସମାଜ ଭିତରେ କୁପୋଷଣ ରୋକିବା ସହ ଶିଶୁ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭାଗିଦାରୀ ରହିଥିବା ଅଙ୍ଗନବାଡି କର୍ମୀଙ୍କ ସହ ସେ ଆଲୋଚନା କରିଥିଲେ । ଅଙ୍ଗନବାଡି ପିଲାମାନଙ୍କ ସହ ବି ସେ କଥା ହୋଇ ସେମାନଙ୍କ ଭଲ ମନ୍ଦ କଥା ପଚାରି ବୁଝିଥିଲେ । ଭଲ ପୋଷକ ସହ ଉନ୍ନତମାନର ଜୀବନଶୈଳୀ ଆପଣେଇବାକୁ ସେ ପରାମର୍ଶ ଦେଇଥିଲେ ।

ଅଙ୍ଗନବାଡି କେନ୍ଦ୍ରରେ ଚାଲୁ ରହିଥିବା ଆଇଟି କ୍ଷେତ୍ରର ବରଦାନ ବୋଲି କୁହାଯାଉଥିବା ପୋଷଣ ଟ୍ରାକର ଆପକୁ ବି ପରୀକ୍ଷା କରିଥିଲେ । ଏହି ଆପ ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରର ଭିତିଭୂମି ଓ ସର୍ଭିସ ଡେଲିଭରି କଥା ଜାଣିବାକୁ ମିଳିଥାଏ । ୨୪ଟି ଭାଷାରେ ଉପଲବ୍ଧ ଏହି ଆପ ବହୁ ହିତାଧିକାରୀଙ୍କ ସୂଚନା ପାଇଁ ଏକ ଭଲ ମାଧ୍ୟମ ।

ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ମୋଟାପଣ କମେଇବା ପାଇଁ ରହିଥିବା ଆହ୍ୱାନକୁ ସେ ସ୍ୱାଗତ କରିଥିଲେ । ଏହାସହ ଖାଇବା ତେଲର ପରିମାଣ କମାଇବା ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ଗୁରୁତ୍ୱ କଥା ବି ସେ କହିଥିଲେ । ବାର୍ଷିକ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଯଥା ପୋଷଣ ମାସ, ପୋଷଣ ପକ୍ଷ ଓ ପୋଷଣ ଅଭିଯାନ ମାଧ୍ୟମରେ ଏମୋଡବ୍ଲୁସିଡି ଦ୍ୱାରା କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସେ ବୁଝାଇଥିଲେ ।

ଭଲ ପୋଷଣ ପାଇଁ ପରିବାର ଭିତରେ ପୁରୁଷ ଲୋକଙ୍କ ଭାଗିଦାରୀ କଥା ସେ ଉଠାଇଥିଲେ । ପୋଷକଯୁକ୍ତ ଖାଦ୍ୟ ଭିତରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ କଥା ଲିଉକ କହିଥିଲେ । ତେବେ ବିଭିନ୍ନ ଯୋଜନା ମାଧ୍ୟମରେ ପୋଷଣ ଟ୍ରାକର ପରି ପ୍ରଯୁକ୍ତି କାରିଗରୀର ପ୍ରୟୋଗ ଉପରେ ସେ ଅବତାରଣା କରିଥିଲେ ।

୧୮ ମାର୍ଚ୍ଚରୁ ୨ ଏପ୍ରିଲ ୨୦୨୫ ଭିତରେ ପୋଷଣ ପକ୍ଷ ପାଳନ ଅବସରରେ ପିଲାମାନଙ୍କ ମୋଟାପଣ କମାଇବା ଦିଗରେ ବିଶେଷ ଗୁରୁତ୍ୱ ଦେବାକୁ ଡବ୍ଲୁସିଡି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୁରୁତ୍ୱ ଦେଇ କହିଥିଲେ । ଜୀବନର ପ୍ରଥମ ହଜାରେ ଦିନ ଉପରେ ଗୁରୁତ୍ୱ ଦେଇ ସିଏମଏଏମ ମୋଡ୍ୟୁଲ ମାଧ୍ୟମରେ କୁପୋଷଣ ରୋକିବା ଦିଗରେ ପ୍ରାଧାନ୍ୟ ଦେବା ଉଚିତ ବୋଲି ଲିଉକ କହିଥିଲେ ।

ପ୍ରତିଦିନ ଖାଇବା ମେନ୍ୟୁରେ ଦେଶୀ ଖାଦ୍ୟ ମିଶାଇବା ପାଇଁ ସେ ଏହି ଅବସରରେ ଭୃସଙ୍ଗ ଗଛ ଚାରା ରୋପଣ କରିଥିଲେ ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିକଳ୍ପିତ ଓ ଦୀନଦୟାଲ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ପୋଷଣ ଉତ୍ସବ ପୁସ୍ତକକୁ ସମ୍ପୃକ୍ତ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଏହି ପୁସ୍ତକରେ ସାରା ଦେଶର ବିଭିନ୍ନ ପୋଷକଯୁକ୍ତ ଖାଦ୍ୟ ଓ ସେମାନଙ୍କର ବିବିଧତା ସମ୍ପର୍କରେ ଅବତାରଣା ରହିଛି ।

ଯୁଗ୍ମ ସଚିବଙ୍କ ଏହି ଗସ୍ତ ସାରା ଦେଶରେ ପୋଷକଯୁକ୍ତ ଖାଦ୍ୟ, ସଅଳ ଶିଶୁ ଶିକ୍ଷା, ଗୋଟିଏ ସୁସ୍ଥ ଓ ସୁଷ୍ଠୁ ଦେଶ ଗଠନ ଦିଗରେ ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଏ ।

Categories
ଆଜିର ଖବର ଜାତୀୟ ଖବର

ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସର ପ୍ରଥମ ୧୨ ଦିନରେ ପଞ୍ଜୀକୃତ ହେଲା ୬ କୋଟିରୁ ଅଧିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୮ରେ ପୋଷଣ ଅଭିଯାନ ଆରମ୍ଭ ହେବା ପରଠାରୁ ଦେଶ ପ୍ରଥମ ଥର ପାଇଁ ପୋଷଣକୁ କେନ୍ଦ୍ର କରି ଦେଶବ୍ୟାପୀ ଜନ ଆନ୍ଦୋଳନ ଆରମ୍ଭ କରିଛି। ପୋଷଣ ଅଭିଯାନ ଅଧୀନରେ ଏହି ବାର୍ଷିକ ଜନ ଆନ୍ଦୋଳନଗୁଡିକ ବିଶେଷକରି ତୃଣମୂଳ ସ୍ତରପର୍ଯ୍ୟନ୍ତ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ସେବନ ସମ୍ବନ୍ଧରେ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଏ । ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, କିଶୋରୀ ବାଳିକା ଏବଂ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଲକ୍ଷ୍ୟରେ ରଖି ଏହା ପ୍ରସ୍ତୁତ କରାଯାଇଛି।

ଜନ ଆନ୍ଦୋଳନ ପ୍ରତିବର୍ଷ ଦୁଇଥର ପାଳନ କରାଯାଏ, ସେପ୍ଟେମ୍ବରରେ ପୋଷଣ ମାସ ସମୟରେ ଏବଂ ମାର୍ଚ୍ଚ-ଏପ୍ରିଲରେ ପୋଷଣ ପକ୍ଷ ସମୟରେ। ବର୍ତ୍ତମାନ ସୁଦ୍ଧା, ୧୦ଟି ଜନ ଆନ୍ଦୋଳନ ସଫଳତାର ସହ ପାଳନ କରାଯାଇଛି (ପ୍ରତ୍ୟେକ ମାସ ଏବଂ ପକ୍ଷ ପାଇଁ ୫ଟି କରି), ଯେଉଁଥିରେ ୬୦ କୋଟିରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଦରଜ କରାଯାଇଛି। ଏହା ୨୦୧୮ ପରଠାରୁ ସମଗ୍ର ଦେଶରେ ବଢୁଥିବା ଏବଂ ନିରନ୍ତର ଅଂଶଗ୍ରହଣକୁ ଦର୍ଶାଉଛି।
ବର୍ତମାନ ଦେଶ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଆୟୋଜିତ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି। ଏହି କାର୍ଯ୍ୟକ୍ରମ ବିଭିନ୍ନ ପ୍ରମୁଖ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ସହିତ ସର୍ବାଧିକ ପହଂଚିବା ପାଇଁ ସହଯୋଗର ଶକ୍ତି ପ୍ରଦର୍ଶନ କରୁଛି। ଚଳିତ ଉତ୍ସବର ପ୍ରଥମ ୧୨ ଦିନ ରେ ସାରା ଦେଶରେ ଜନ ଆନ୍ଦୋଳନ ଡାସବୋର୍ଡରେ ୬ କୋଟିରୁ ଅଧିକ କାର୍ଯ୍ୟକ୍ରମ ପଞ୍ଜୀକୃତ ହୋଇଛି।

ଏକ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଶୀଦାର ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ତୃଣମୂଳ ସ୍ତରର ପୋଷଣ ଫଳାଫଳରେ ଉନ୍ନତି ଆଣିବା ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରୁଛନ୍ତି । ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପଞ୍ଚାୟତିରାଜ ଭଳି ମନ୍ତ୍ରଣାଳୟ ନେତୃତ୍ୱ ନେଉଥିବା ବେଳେ କେବଳ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ରାଷ୍ଟ୍ରିୟ ପୋଷଣ ମାସ ୨୦୨୩ ଅଧୀନରେ ୬ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଦରଜ କରାଯାଇଛି ।

ଭାରତର ସମସ୍ତ ଅଞ୍ଚଳରେ ବିଭିନ୍ନ ବିଷୟବସ୍ତୁ ଅଧୀନରେ ଅନେକ କାର୍ଯ୍ୟକ୍ରମ ପରିଚାଳିତ ହେଉଛି । କିଛି ଉଦାହରଣ ନିମ୍ନଲିଖିତ ପ୍ରଦାନ କରାଗଲା :

‘ସ୍ବତନ୍ତ୍ର ସ୍ତନ୍ୟପାନ ଓ ପରିପୂରକ ଖାଦ୍ୟ’ ଶୀର୍ଷକରେ ୧ କୋଟିରୁ ଅଧିକ କାର୍ଯ୍ୟକଳାପ ରିପୋର୍ଟ କରାଯାଇଛି ।

ଅରୁଣାଚଳ ପ୍ରଦେଶରେ ପୋଖରୀ, କୂଅ ଏବଂ ପାଣି ଟାଙ୍କି ଭଳି ଗୋଷ୍ଠୀ ଜଳାଶୟଗୁଡ଼ିକର ବର୍ଷା ଜଳ ସଂରକ୍ଷଣ, ସଫେଇ ଏବଂ ପରିଷ୍କୃତ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ମିଶନ ଲାଇଫ୍’ ମାଧ୍ୟମରେ ପୋଷଣରେ ଉନ୍ନତି’ ଶୀର୍ଷକ ଅଧୀନରେ ଅନେକ କାର୍ଯ୍ୟକ୍ରମ କରାଯାଇଥିଲା।

ବିହାରରେ ପୋଷଣ ମାସ ପାଳନ ପାଇଁ ସମାଜ କଲ୍ୟାଣ ଓ ନ୍ୟାୟ ମନ୍ତ୍ରୀ ଙ୍କ ଦ୍ୱାରା ଏଲଇଡି ଆଲୋକିତ ‘ପୋଷଣ ରଥ’ ର ଶୁଭାରମ୍ଭ କରାଯାଇଥିଲା।

ଲେହର ବାସଗୋ ଗ୍ରାମରେ ସରପଞ୍ଚ, ସ୍ୱାସ୍ଥ୍ୟ କର୍ମୀ, ଅଭିଭାବକ ଓ ପିଲାଙ୍କ ଉପସ୍ଥିତିରେ ବହୁ ଉତ୍ସାହର ସହ ପୋଷଣ ମେଳା ଅନୁଷ୍ଠିତ ହୋଇଥିଲା।

କର୍ଣ୍ଣାଟକ କୋଲାର, ହାସନ ଏବଂ ଚିକମାଗାଲୁର ଭଳି ବିଭିନ୍ନ ଜିଲ୍ଲାରେ ଶିଶୁଙ୍କ ଜନ୍ମଦିନ , ଅନ୍ନପ୍ରସନ୍ନ ସମାରୋହ ଏବଂ ପୋଷଣ ମେଳା ଭଳି ଅନେକ କାର୍ଯ୍ୟକଳାପ ସହିତ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ ପାଳନ କରିଛି।

ଖାଦ୍ୟ ବିବିଧତା ଏବଂ ମିଲେଟ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଗୋଆ, ଗୁଜରାଟ, ଅରୁଣାଚଳ ପ୍ରଦେଶ ଏବଂ ଆସାମ ସମେତ ଅନେକ ରାଜ୍ୟ ବ୍ଲକ କାର୍ଯ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ କରିଥିଲେ।

ମିଜୋରାମର ବିଭିନ୍ନ ସ୍ଥାନରେ ଖାଦ୍ୟ ସମ୍ବଳ ମ୍ୟାପିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପୋଷଣ ବି ପାଠ ଭି (ପିବିପିବି) କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକ ଓ ସମ୍ପ୍ରଦାୟଙ୍କୁ ସାମିଲ କରି ପ୍ରାରମ୍ଭିକ ଶିଶୁଯତ୍ନ ଓ ଶିକ୍ଷା (ଇସିସିଇ) ଉପରେ ପ୍ରଶିକ୍ଷଣ ଓ ସଚେତନତା ଅଧିବେଶନ ଜୋରସୋରରେ ଚାଲିଛି।

ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିବୃଦ୍ଧି ଆକଳନ (ସ୍ୱସ୍ଥ ବାଳକ ସ୍ପର୍ଦ୍ଧା) ଭଳି ସମାନ ପଦକ୍ଷେପ ଦେଖିବାକୁ ମିଳିଛି।

ରକ୍ତହୀନତା ଭଳି ପୁଷ୍ଟିହୀନତା ଆହ୍ୱାନର ମୁକାବିଲା ପାଇଁ ସ୍ୱତନ୍ତ୍ର ସ୍ତନ୍ୟପାନ ଏବଂ ପରିପୂରକ ଖାଦ୍ୟ, ସ୍ୱସ୍ଥ ବାଳକ ସ୍ପର୍ଦ୍ଧା / ଅଭିବୃଦ୍ଧି ଆକଳନ ଏବଂ ମିଲେଟ୍ / ସ୍ଥାନୀୟ ଖାଦ୍ୟ / ପାରମ୍ପରିକ ଖାଦ୍ୟ ଉପରେ ଆଦିବାସୀ ସମ୍ପ୍ରଦାୟର ସଚେତନତା ଆଦି ପ୍ରମୁଖ ବିଷୟବସ୍ତୁ ଉପରେ ଏହି ଅଭିଯାନ ଗୁରୁତ୍ୱ ଦେଉଛି।

ନିର୍ଦ୍ଦିଷ୍ଟ ସଚେତନତା କାର୍ଯ୍ୟକଳାପ ଦୃଷ୍ଟିରୁ, ସ୍ୱସ୍ଥ ବାଳକ ସ୍ପର୍ଦ୍ଧା /ଅଭିବୃଦ୍ଧି ଆକଳନ ଅଭିଯାନ ସର୍ବାଧିକ ୧୫ ଲକ୍ଷ କାର୍ଯ୍ୟକ୍ରମ ରେକର୍ଡ କରିଛି, ଏହା ପରେ ଗ୍ରାମ ସୀମା ମଧ୍ୟରେ ଅଭିବୃଦ୍ଧି ନିରୀକ୍ଷଣ ଏବଂ “ଖାଦ୍ୟ ସମ୍ବଳ ମ୍ୟାପିଂ” ଉପରେ ସଚେତନତା କାର୍ଯ୍ୟକଳାପ ରେକର୍ଡ କରାଯାଇଛି, ଯାହା ପାଖାପାଖି ୧୪ ଲକ୍ଷ କାର୍ଯ୍ୟକ୍ରମ ଅଟେ। ଏହାବ୍ୟତୀତ ଆଦିବାସୀ ଜିଲ୍ଲାମାନଙ୍କରେ ଶିଶୁ, କିଶୋରୀ ଓ ମହିଳାଙ୍କ ପାଇଁ ରକ୍ତହୀନତା ଶିବିରରେ ୧୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ରେକର୍ଡ କରାଯାଇଛି, ଯେଉଁଥିରେ ୧୧ ଲକ୍ଷ ଗୃହ ପରିଦର୍ଶନ ଇସିସିଇ, ବିଶେଷ କରି ଅଭିଭାବକମାନଙ୍କୁ ନିୟୋଜିତ କରିଛି।

ସାମୂହିକ ଭାବରେ, ପ୍ରତ୍ୟେକ ଜନ ଆନ୍ଦୋଳନ ଏବଂ ଏହାର ଅନନ୍ୟ ଅଂଶୀଦାର ସମ୍ବେଦନଶୀଳ କାର୍ଯ୍ୟକଳାପ ମାଧ୍ୟମରେ, ପୋଷଣକୁ ଜନ ଭାଗିଦାରୀର ଏକ ଅଂଶ କରିବା ପାଇଁ ନିରନ୍ତର ଅଗ୍ରଗତି ହେଉଛି ।