Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ପକ୍ଷରୁ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ସାମଗ୍ରୀ ନିରାକରଣ ନେଇ ରାଜ୍ୟ ସରକାର ସହ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ୪୨ଟି ଏକ ନିୟୁତରୁ ଅଧିକ ଜନସଂଖ୍ୟା ବହୁଳ ନଗରୀ ଓ ଜନବସତିପୂର୍ଣ୍ଣ ସହରରେ ମୁକ୍ତ ବାୟୁ ପରିଚାଳନା ତଥା ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକର ବର୍ଜନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ଓ ପୌର ଆୟୁକ୍ତ, ସହରାଞ୍ଚଳ ବିକାଶ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।

ବୈଠକରେ ଜୁଲାଇ ପହିଲା ୨ଠ୨୨ରୁ ଚିହ୍ନଟ ହୋଇଥିବା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ଉପରେ ପୌର ଆୟୁକ୍ତମାନଙ୍କୁ କୁହାଯାଇଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି ଅଗଷ୍ଟ ୧୨, ୨ଠ୨୧ରେ ପ୍ରକାଶିତ ହୋଇଛି। ପୌର ଆୟୁକ୍ତଗଣ ସେମାନଙ୍କ ଅଞ୍ଚଳ ପରିସୀମା ମଧ୍ୟରେ ଏହାକୁ ନିଜର ସ୍କ୍ୱାର୍ଡ ସହ ଲାଗୁ କରିବାକୁ ଅନୁରୋଧ କରାଯାଇଛି। ବ୍ୟବସାୟୀ, ବଣ୍ଟନକାରୀ, ପାଇକାରୀ ଓ ଖାଉଟି ଓ ଏଥିସହ ସଂଶ୍ଳିଷ୍ଟ ଅନ୍ୟମାନଙ୍କୁ ନିଷେଧ ଏସୟୁପି ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ମଧ୍ୟ ବୈଠକରେ ଅଧିକାରୀମାନଙ୍କୁ କୁହାଯାଇଥିଲା

ସମସ୍ତ ଅଂଶୀଦାରମାନଙ୍କ ସମନ୍ୱିତ ପଦକ୍ଷେପ ବଳରେ ଏହି ନିଷେଧାଜ୍ଞା ଲାଗୁ କରାଯାଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ପୌର ଆୟୁକ୍ତମାନେ ସମସ୍ତ ଅଂଶୀଦାରମାନଙ୍କୁ ଗଠନମୂଳକ ଉପାୟରେ ପ୍ରବର୍ତ୍ତାଇ ଏହାକୁ ଲାଗୁ କରାଇବା ସହ ବର୍ଜିତ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।