Categories
PIB_NEWS ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

ନଭେମ୍ବରରେ ହେବ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଉନମୋଚିତ ହେଲା ପୋଷ୍ଟର

ନୂଆଦିଲ୍ଲୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର 52 ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପୋଷ୍ଟର ଉନମୋଚନ କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ମହୋତ୍ସବର ନିୟମ ଉପରେ ଏକ ବୁକଲେଟ୍ ମଧ୍ୟ ପ୍ରକାଶ ପାଇଛି।

ଚଳିତ ବର୍ଷ ନଭେମ୍ବର 20 ରୁ 28 ନଭେମ୍ବର ପର୍ଯ୍ୟନ୍ତ ଗୋଆରେ ଏହି ଫିଲ୍ମ ଉତ୍ସବ ଅନୁଷ୍ଠିତ ହେବ । ଏହାକୁ ଏସିଆର ସର୍ବ ପୁରାତନ ଚଳଚ୍ଚିତ୍ର ମହୋତ୍ସବ ଭାବେ ବିବେଚନା କରାଯାଏ। ଏହା ହେଉଛି ଭାରତର ସବୁଠାରୁ ବଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ।

ଗୋଆ ସରକାର ଏବଂ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ସହ ମିଳିତ ଭାବେ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହା ଆୟୋଜିତ ହେଉଛି । ଏହା ହାଇବ୍ରିଡ୍ ଫର୍ମାଟରେ କରାଯିବ ।

ଭାରତ ଏବଂ ବିଶ୍ବର ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରତିବର୍ଷ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୁଏ । ଅଂଶଗ୍ରହଣ କରିବାକୁ ଏଣ୍ଟ୍ରିଗୁଡିକ 31 ଅଗଷ୍ଟ ସୁଦ୍ଧା ପଠାଯାଇପାରିବ । ଭାରତୀୟ ସିନେମାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସତ୍ୟଜିତ୍ ରୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶକ ତାଙ୍କ ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତର ଅଟୋମୋବାଇଲ କ୍ଷେତ୍ରକୁ ମିଳିଲା ଏସିଆର ସବୁଠାରୁ ଦୀର୍ଘ ଓ ବିଶ୍ୱର ପଞ୍ଚମ ଦୀର୍ଘ ହାଇ ସ୍ପିଡ ଟ୍ରାକ

ନୂଆଦିଲ୍ଲୀ, ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ଇନ୍ଦୋର ଠାରେ ଏସିଆର ସବୁଠାରୁ ଦୀର୍ଘ  ଏନଏଟିଆରଏଏକ୍ସ- ହାଇସ୍ପିଡ ଟ୍ରାକ (ଏଚଏସଟି) ଉଦଘାଟନ କରିଛନ୍ତି । ୧ ହଜାର ଏକର ଜମିରେ ବିକଶିତ ଏନଏଟିଆରଏଏକ୍ସରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର‌୍ୟ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ପରୀକ୍ଷଣ ହୋଇପାରିବ ।

ଭାରତ ଅଟୋମୋବାଇଲ, ନିର୍ମାଣ ଓ ସ୍ପେୟାର ପାର୍ଟସ ମାନୁଫାକ୍ଚରିଂ ହବ ପାଲଟିବ ବୋଲି ବିଶ୍ୱସ୍ତରୀୟ ୧୧.୩ କିଲୋମିଟର ହାଇସ୍ପିଡ ଟ୍ରାକର ଇ-ଉଦଘାଟନ ଅବସରରେ ଶ୍ରୀ ଜାଭଡେକର କହିଛନ୍ତି । ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ ଓ ଏ ନେଇ ସବୁପ୍ରକାର ଉଦ୍ୟମ ଜାରି ରହିଛି ।

ଭାରତକୁ ଅଟୋ ମ୍ୟାନୁଫାକ୍ଚରିଂ ହବ୍ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ । ଅଟୋମୋବାଇଲ ଓ ମାନୁଫାକ୍ଚରିଂ ଶିଳ୍ପର ବିସ୍ତାର ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । ଦୃଢ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଦୀର୍ଘଦିନ ଧରି ପଡିରହିଥିବା ରେଳବାଇ, ରାଜପଥ ଓ ଜଳପଥ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଦେଶର ବ୍ୟାପକ ସଶକ୍ତିକରଣ ପାଇଁ ସରକାର ମାନୁଫାକ୍ଚରିଂ ଓ ଅଟୋମୋବାଇଲ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଏହି ଅବସରରେ ଭାଷଣ ଦେଇ ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ୱାଲ କହିଛନ୍ତି ।

ଏନଏଟିଆରଏଏକ୍ସ କେନ୍ଦ୍ରରେ ସର୍ବାଧିକ ଗତି, ଆକ୍ସଲେରସନ, ନିରନ୍ତର ଗତିରେ ଇନ୍ଧନ ଖର୍ଚ୍ଚ, ରିଅଲ ରୋଡ ଡ୍ରାଇଭିଂ ସିମୁଲେସନ ମାଧ୍ୟମରେ ପ୍ରଦୂଷଣ ପରୀକ୍ଷଣ ଓ ଉଚ୍ଚ ଗତି ନିୟନ୍ତ୍ରଣ ଓ ଲେନ ବଦଳାଇବା ବେଳେ ଗାଡିର ସ୍ଥିରତା ମାପିବା ଭଳି ବହୁମୁଖୀ ପରୀକ୍ଷଣ ହୋଇପାରେ ଓ ଯାନବାହାନ ଗତିଶୀଳତା ମାପିବା ପାଇଁ ଏହା ସେଣ୍ଟର ଅଫ ଏକ୍ସଲେନ୍ସ ।
ବିଏମଡବ୍ଲୁ, ମର୍ସିଡିସ, ଅଡି, ଫେରାରି, ଲାମ୍ବୋରଗିନି, ଟେସଲା ଭଳି ହାଇ-ଏଣ୍ଚ କାରର ସର୍ବାଧିକ ଗତି କ୍ଷମତା ମାପିବା ପାଇଁ ଏଚଏସଟି ବ୍ୟବହାର କରାଯାଏ ।

କୌଣସି ଭାରତୀୟ ପରୀକ୍ଷଣ ଟ୍ରାକରେ ଏହା ଏପଯ୍ୟନ୍ତ ମପା ଯାଇ ପାରୁନାହିଁ । ମଧ୍ୟପ୍ରଦେଶର କେନ୍ଦ୍ର ସ୍ଥଳରେ ଥିବାରୁ ପ୍ରମୁଖ ଓଇଏମଗୁଡିକ ଏହାକୁ ସହଜରେ ବ୍ୟବହାର କରିପାରିବେ । ବିଦେଶୀ ଓଇଏମଗୁଡିକ ଭାରତୀୟ ପରିବେଶରେ ପ୍ରୋଟୋଟାଇପ କାରର ବିକାଶ ପାଇଁ ଏନଏଟିଆରଏଏକ୍ସ-ଏଚଏସଟି ପ୍ରତି ଆଗ୍ରହୀ ହେବେ । ଏବେ ବିଦେଶୀ ଓଇଏମ ଉଚ୍ଚ ଗତି ପରୀକ୍ଷଣ ଆବଶ୍ୟକତା ପୂରଣ ପାଇଁ ବିଦେଶରେ ଥିବା ନିଜର ହାଇ ସ୍ପିଡ ଟ୍ରାକକୁ ଯାଉଛନ୍ତି ।

ବିଶ୍ୱର ସବୁଠାରୁ ବଡ ଏଚଏସଟି ଭାବେ ସମସ୍ତ ପ୍ରକାର ଉଚ୍ଚ ଗତି ପ୍ରଦର୍ଶନ ପରୀକ୍ଷଣ ପାଇଁ ଏହା ସମାଧାନ ଆଣିଦେଇଛି । ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର‌୍ୟ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ପରୀକ୍ଷଣ ହୋଇପାରିବ। ଗାଡିଗୁଡିକ ସର୍ପିଳ ରାସ୍ତାରେ ୩୭୫ କିଲୋମିଟର ସର୍ବାଧିକ ସ୍ପିଡ ହାସଲ କରିପାରିବେ ଓ ଏହାର ଲିଏଟ୍ରାକ ଅଣ୍ଡାକୃତି ହୋଇଥିବାରୁ ଏହା ବିଶ୍ୱର ସବୁଠାରୁ ସୁରକ୍ଷିତ ପରୀକ୍ଷଣ ଟ୍ରାକ ହୋଇପାରିଛି ।