Categories
ଆଜିର ଖବର ଜାତୀୟ ଖବର

BIG BREAKING : ପ୍ରକାଶ ଜାଭେଦକର, ରବିଶଙ୍କର ପ୍ରସାଦ ମଧ୍ୟ ଦେଲେ ଇସ୍ତଫା

ନୂଆଦିଲ୍ଲୀ, ଶେଷରେ ମୋଦି ମନ୍ତ୍ରୀମଣ୍ଡଳର ବରିଷ୍ଠ ଦୁଇ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ହେଲେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ତଥା ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଦକର। ମୋଦି ମନ୍ତ୍ରୀ ମଣ୍ଡଳରେ ଏହି ଦୁଇ ଜଣ ବେଶ୍ ପ୍ରମୁଖ ଭୂମିକାରେ ଥିଲେ। ହେଲେ ଏହି ଦୁଇ ଜଣଙ୍କୁ କାହିଁକି ମନ୍ତ୍ରୀ ମଣ୍ଡଳରୁ ଛୁଟି ଦିଆଯାଇଛି।

ବର୍ତ୍ତମାନ ମୋଦି ମନ୍ତ୍ରୀ ମଣ୍ଡଳରେ ତିନିଜଣ ହେଭି ୱେଟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପ୍ରକାଶ ଜଭେଦକର ଏବଂ ରବିଶଙ୍କର ପ୍ରସାଦ। ଏହି ତିନିଜଣ ମୋଦି ମନ୍ତ୍ରୀ ମଣ୍ଡଳରେ ବେଶ୍ ସକ୍ରିୟ ରହିଥିଲେ। ତେବେ ଏମାନଙ୍କୁ ଦଳର ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ମନ୍ତ୍ରୀ ପଦରୁ ଛୁଟି ଦିଆଗଲା ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଗୋଆ ରାଜ୍ୟ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ଗୋଆ ରାଜ୍ୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୋଆ ଏହାର ସୁନ୍ଦର ଉପକୂଳ ଏବଂ ଆତିଥ୍ୟ ପାଇଁ ପ୍ରସିଦ୍ଧ ଏବଂ ଏହି ରାଜ୍ୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିରନ୍ତର ବିକାଶର ଏକ ଉତ୍କୃଷ୍ଟ ଉଦାହରଣ। ଗୋଆର ନିରନ୍ତର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି।

ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଆଜି ଗୋଆ ରାଜ୍ୟ ଦିବସରେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ବର୍ଷରେ ଗୋଆର ବିକାଶ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ସେ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୧ ରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କ ବ୍ୟକ୍ତିମାନେ ନେବେ କରୋନା ଟୀକା: ପ୍ରକାଶ ଜାଭେଦକର

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କ ବ୍ୟକ୍ତିମାନେ କରୋନା ଟୀକା ନେଇପାରିବେ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି। ଏଥିପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କଙ୍କୁ ପଞ୍ଜୀକରଣ କରିବା ପାଇଁ ସେ ନିବେଦନ କରିଛନ୍ତି।

ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସେ କହିଛନ୍ତି ଯେ, ଯେଉଁ ରାଜ୍ୟରେ କରୋନା ମାମଲା ଅଧିକ ଆସୁଛି, ସେହି ରାଜ୍ୟ ଉପରେ କେନ୍ଦ୍ର ସମ୍ପର୍କରେ ଅଛି। ଖୁବଶୀଘ୍ର ଏହାର ସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ଜାଭେଦକର କହିଛନ୍ତି।