Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ଦୁଇଦିନ ପାଇଁ ଜାତୀୟ ପତାକା ରହିବ ଅର୍ଦ୍ଧନମିତ

ଭୁବନେଶ୍ୱର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଗତକାଲି ୨୦୨୩ ଅପ୍ରେଲ ୨୫ ତାରିଖରେ ପରଲୋକ ଗମନ କରିଛନ୍ତି। ଦିବଙ୍ଗତ ନେତାଙ୍କ ପ୍ରତି ସମ୍ମାନ ଜଣାଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସାରା ଭାରତରେ ଅପ୍ରେଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।

ସମସ୍ତ ଅଟ୍ଟାଳିକା ଓ ସରକାରୀ କାର୍ଯ୍ୟାଳୟ ଯେଉଁଠାରେ ସାଧାରଣତଃ ଜାତୀୟ ପତାକା ଉଡ଼ିଥାଏ ଏହି ଦୁଇଦିନ ଅର୍ଦ୍ଧନମିତ ରହିବ। ଏହି ଦୁଇଦିନ କୌଣସି ସରକାରୀ ମନୋରଞ୍ଜନର କାର୍ଯ୍ୟକ୍ରମ ହେବ ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଆର୍‌.କେ.ସିଂହ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ବେତାରବାର୍ତ୍ତା ଯୋଗେ ଜଣାଇଛନ୍ତି।

ଫଳରେ ଓଡିଶାରେ ଯେଉଁ କୋଠାରେ ଜାତୀୟ ପତାକା ଉଡୁଛି ସେଠାରେ ଆଜିଠାରୁ ତାହାକୁ ଅର୍ଦ୍ଧନମିତ କରିବା ପାଇଁ କୁହାଯାଇଛି। ଏଥିସହିତ ଏହି ଦୁଇଦିନରେ କୌଣସି ସରକାରୀ ମନୋରଂଜନ କାର୍ଯ୍ୟକ୍ରମ ଥିଲେ ତାହାକୁ ବାତିଲ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ପଂଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଙ୍ଗଳବାର ରାତି ପ୍ରାୟ ୮.୩୦ ସମୟରେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ଅକାଳୀ ଦଳର ଏହି ବରିଷ୍ଠ ନେତା ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରକାଶ ସିଂ ବାଦଲ ଡିସେମ୍ବର୧୯୨୭ ରେ ପଞ୍ଜାବର ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ।

ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, “ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ। ପଞ୍ଜାବ ତଥା ରାଷ୍ଟ୍ର ନିର୍ମାଣ ବିକାଶରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ଏହି ମହାନ ନେତାଙ୍କୁ ସ୍ମରଣ କରାଯିବ।  ପ୍ରାର୍ଥନା ଶୋକସନ୍ତପ୍ତ ପରିବାରଙ୍କୁ ମୋର ସମବେଦନା।”

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା: ହସ୍ପିଟାଲରେ ହେଲେ ଭର୍ତ୍ତି

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିରୋମଣି ଅକାଳୀ ଦଳ (SAD) ନେତା ପ୍ରକାଶ ସିଂ ବାଦଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ପ୍ରକାଶ ସିଂ ବାଦଲଙ୍କୁ ଚଣ୍ଡିଗଡ଼ PGI ରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। କୁହାଯାଉଛି ଯେ ସାମାନ୍ୟ ଜ୍ୱର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡାକ୍ତରଙ୍କ କହିବାନୁସାରେ, ଗତ ୨ କିମ୍ବା ୩ ଦିନ ଧରି ପ୍ରକାଶ ସିଂ ବାଦଲଙ୍କର ସାମାନ୍ୟ ଜ୍ୱର ହୋଇଥିଲା। ପୂର୍ବତନ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ବୟସ ପ୍ରାୟ ୯୪ ବର୍ଷ। ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ପଞ୍ଜାବର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ ଜୁନ୍ ମାସରେ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହାପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଜାନୁଆରୀରେ ସେ ପରୀକ୍ଷା ପାଇଁ ଲୁଧିଆନାର ଏକ ଘରୋଇ ଡାକ୍ତରଖାନାରେ ପହଞ୍ଚିଥିଲେ। ପରୀକ୍ଷା ପରେ ଏହା କୋଭିଡ ପଜିଟିଭ ବୋଲି ନିଶ୍ଚିତ କରାଯାଇଥିଲା। କିଛି ଦିନ ପରେ ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ମୋହାଲି ଏବଂ ପିଜି ଚଣ୍ଡିଗଡ଼ରେ ବାଦଲଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପୂର୍ବରୁ ଡାକ୍ତରୀ ପରୀକ୍ଷା କରାଯାଇଥିଲା।