Categories
ଆଜିର ଖବର

ନୂଆଦିଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ: ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୪’। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କରାଯାଉଛି। ଏହା ୧୪ ତାରିଖ ଯାଏଁ ଚାଲିବ।

ଏହି କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବିଭିନ୍ନ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏଥିରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇ ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି।

ଗ୍ଲୋବାଲ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ଖୋଲାଯାଇଛି। ଏହାକୁ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି। ଏହି ପାଭିଲିୟନରେ ରାଜ୍ୟର ବିଭିନ୍ନ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରି ସେମାନଙ୍କ ଅଭିନବ ଜ୍ଞାନକୌଶଳ ଓ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି।

‘‘ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ଘଞ୍ଚ ଜଙ୍ଗଲ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାରକରି ଆଗାମୀ ଦିନରେ ଓଡ଼ିଶାରେ କିପରି ବାୟୋଟେକ୍ନୋଲୋଜି ଶିଳ୍ପ ସ୍ଥାପନ ହୋଇପାରିବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆମେ ଦେଶ ବିଦେଶର ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରୁଛୁ’’, କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଏହି ଅବସରରେ ମନ୍ତ୍ରୀ ଓଡ଼ିଶା ପାଭିଲିୟନ ବୁଲି ଦେଖିବା ସହ ଷ୍ଟାର୍ଟଅପମାନଙ୍କ ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଯୋଗ ଦେଇଥିଲେ। ସେ କହିଥିଲେ, ‘‘ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ଏହି କ୍ଷେତ୍ରକୁ ଆଗକୁ ନେବା ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଓଡ଼ିଶାର ଷ୍ଟାର୍ଟଅପଗୁଡ଼ିକର ଅଭିନବ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ନିବେଶକଙ୍କ ସହ ଯୋଡ଼ିବା ଲାଗି ଲକ୍ଷ୍ୟ ରଖାଯାଇଛି।’’

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ବିଭିନ୍ନ ଷ୍ଟାର୍ଟଅପକୁ ନେଇ ଓଡ଼ିଶା ସରକାରଙ୍କ ଏକ ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ସେହିପରି ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ ଓ ଅଧ୍ୟାପକମାନେ ଓଡ଼ିଶା ପାଭିଲିୟନ ବୁଲି ଦେଖିଛନ୍ତି।

ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ’ କାର୍ଯ୍ୟକ୍ରମରେ ବିଭିନ୍ନ ଅଧିବେଶନ କରାଯାଉଛି। ୧୩ ତାରିଖ ଦିନ ହେବାକୁ ଥିବା ‘ଷ୍ଟେଟ୍ ରାଉଣ୍ଡ ଟେବଲ୍’ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେବେ।

ସେହିପରି ୧୪ ତାରିଖରେ ଭାରତର ସାମୁଦ୍ରିକ ସମ୍ବଳକୁ ନେଇ ‘ବ୍ଲୁ ଇକୋନମି’ ଶୀର୍ଷକରେ ଏକ ବିଶେଷ ଅଧିବେଶନ କରାଯିବ। ଏଥିରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭିତ୍ତି ବକ୍ତବ୍ୟ ଉପସ୍ଥାପନ କରିବେ।

Categories
ବିଶେଷ ଖବର

‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ  ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ ର ଦ୍ୱିତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସୁଦୃଢ଼ କରିବା ପାଇଁ ସେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ ‘ବିଶ୍ୱର ଖାଦ୍ୟ ଝୁଡି’ ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶିତ ଟେକ୍ନୋଲୋଜି ଓ ଷ୍ଟାର୍ଟଅପ୍ ପ୍ୟାଭିଲିୟନ୍ ଏବଂ ଫୁଡ୍ ଷ୍ଟ୍ରିଟ୍‌କୁ ପ୍ରଶଂସା କରିବା ସହ ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱାଦର ମିଶ୍ରଣ ଭବିଷ୍ୟତର ଅର୍ଥନୀତି ପାଇଁ ପଥ ପ୍ରଶସ୍ତ କରିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ  ଆଜିର ପରିବର୍ତ୍ତନଶୀଳ ବିଶ୍ୱରେ ଖାଦ୍ୟ ନିରାପତ୍ତାର ଅନ୍ୟତମ ପ୍ରମୁଖ ଆହ୍ୱାନ ଉପରେ ଆଲୋକପାତ କରିବା ସହ ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ’ ର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଫଳାଫଳ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ସ୍ୱୀକୃତି ଦେବାର ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ଶିଳ୍ପ ଓ କୃଷକ ହିତକାରୀ ନୀତି ଯୋଗୁଁ ଏହି କ୍ଷେତ୍ର ୫୦,୦୦୦ କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟ କରିଛି  ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପିଏଲ୍‌ଆଇ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଶିଳ୍ପର ନୂତନ ଖେଳାଳି ମାନଙ୍କୁ ବିପୁଳ ସହାୟତା ପ୍ରଦାନ କରୁଛି । ସେ ଉଲ୍ଲେଖ କରିଛନ୍ତି ଯେ ଅମଳ ପରବର୍ତ୍ତୀ ଭିତ୍ତିଭୂମି ପାଇଁ ଏଗ୍ରି – ଇନ୍‌ଫ୍ରା ଫଣ୍ଡ (କୃଷି – ଭିତ୍ତିଭୂମି ପାଣ୍ଠି) ଅଧୀନରେ ପ୍ରାୟ ୫୦,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ହଜାର ହଜାର ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଭିତ୍ତିଭୂମି ପ୍ରକ୍ରିୟାକରଣକୁ ମଧ୍ୟ ହଜାର ହଜାର କୋଟି ଟଙ୍କା ବିନିଯୋଗରେ ପ୍ରୋତ୍ସାହିତ କରାଯାଉଛି ।

ସରକାରଙ୍କ ନିବେଶକ ଅନୁକୂଳ ନୀତି ଗୁଡିକ ଖାଦ୍ୟ କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଉଛି ବୋଲି ଶ୍ରୀ ମୋଦୀ ମତ ଦେଇଛନ୍ତି । ଗତ ୯ ବର୍ଷ ମଧ୍ୟରେ ଭାରତର କୃଷି ରପ୍ତାନିରେ ପ୍ରକ୍ରିୟାକୃତ ଖାଦ୍ୟର ଭାଗ ୧୩ ପ୍ରତିଶତରୁ ୨୩ ପ୍ରତିଶତକୁ ବୃଦ୍ଧି ପାଇଛି , ଯାହା ରପ୍ତାନି ହେଉଥିବା ପ୍ରକ୍ରିୟାକୃତ ଖାଦ୍ୟ ପରିମାଣରେ ୧୫୦ ପ୍ରତିଶତ ବୃଦ୍ଧି କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । କୃଷିଜାତ ଦ୍ରବ୍ୟର ମୋଟ ରପ୍ତାନି ମୂଲ୍ୟ ୫୦,୦୦୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ହେବା ସହିତ ଆଜି ଭାରତ ସପ୍ତମ ସ୍ଥାନରେ ରହିଛି ବୋଲି ସେ କହିଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ସମ୍ପର୍କିତ  ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଭାରତ ଅଭୂତପୂର୍ବ ଅଭିବୃଦ୍ଧି ଦେଖାଇ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ଜଡିତ ପ୍ରତ୍ୟେକ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ଏବଂ ସ୍ଫୁର୍ତ୍ତିଶୀଳ ଅଭିବୃଦ୍ଧି ପଛରେ ସରକାରଙ୍କ ନିରନ୍ତର ଏବଂ ଉତ୍ସର୍ଗୀକୃତ ପ୍ରୟାସକୁ ଶ୍ରେୟ ଦେଇଛନ୍ତି । ଭାରତରେ ପ୍ରଥମ ଥର ପାଇଁ କୃଷି – ରପ୍ତାନି ନୀତି ସୃଷ୍ଟି ହୋଇଛି, ସାରା ଦେଶରେ ଲଜିଷ୍ଟିକ୍ ଏବଂ ଭିତ୍ତିଭୂମିର ବିକାଶ ହୋଇଛି , ଜିଲ୍ଲାକୁ ବିଶ୍ୱ ବଜାର ସହ ସଂଯୋଗ କରୁଥିବା ୧୦୦ରୁ ଅଧିକ ଜିଲ୍ଲାସ୍ତରୀୟ କେନ୍ଦ୍ର ସୃଷ୍ଟି ହୋଇଛି, ବୃହତ୍ ଫୁଡ୍ ପାର୍କ ସଂଖ୍ୟା ୨ ରୁ ୨୦ କୁ ବୃଦ୍ଧି ପାଇଛି ଏବଂ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ୧୨ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୨୦୦ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି , ଯାହା ଗତ ୯ ବର୍ଷ ମଧ୍ୟରେ ୧୫ ଗୁଣା ବୃଦ୍ଧି ପାଇଛି  ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତରୁ ରପ୍ତାନି ହେଉଥିବା କୃଷି ଜାତ ଦ୍ରବ୍ୟର ଉଦାହରଣ ଦେଇଥିଲେ ଏବଂ ହିମାଚଳ ପ୍ରଦେଶରୁ କଳା ରସୁଣ, ଜାମ୍ମୁ କାଶ୍ମୀରରୁ ଡ୍ରାଗନ ଫ୍ରୁଟ, ମଧ୍ୟପ୍ରଦେଶର ସୋୟା କ୍ଷୀର ପାଉଡର, ଲଦାଖରୁ କରକିଚୁ ସେଓ, ପଞ୍ଜାବର କାଭେଣ୍ଡିଶ କଦଳୀ, ଜାମ୍ମୁରୁ ଗୁଚି ଛତୁ ଏବଂ କର୍ଣ୍ଣାଟକର ଶୁଦ୍ଧ ମହୁ ବିଷୟରେ ଉଲ୍ଲେଖ କରିଥିଲେ ।

ଭାରତର ଦ୍ରୁତ ସହରୀକରଣ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ୟାକେଜ୍ ଖାଦ୍ୟର ଚାହିଦା ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ଯାହା କୃଷକ, ଷ୍ଟାର୍ଟଅପ୍ ଏବଂ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କ ପାଇଁ ଅପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରୁଛି । ଏହି ସମ୍ଭାବନା ଗୁଡିକର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ଉଚ୍ଚାକାଂକ୍ଷୀ ଯୋଜନାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ଅଭିବୃଦ୍ଧି କାହାଣୀର ତିନୋଟି ମୁଖ୍ୟ ସ୍ତମ୍ଭ – କ୍ଷୁଦ୍ର କୃଷକ, କ୍ଷୁଦ୍ର ଶିଳ୍ପ ଏବଂ ମହିଳାଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ଷୁଦ୍ର କୃଷକ ମାନଙ୍କର ଅଂଶଗ୍ରହଣ ଏବଂ ଲାଭ ବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ କୃଷକ ଉତ୍ପାଦ ସଂଗଠନ ବା ଏଫପିଓର ପ୍ରଭାବଶାଳୀ ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ । ଆମେ ଭାରତରେ ୧୦ ହଜାର ନୂଆ ଏଫ୍‌ପିଓ ତିଆରି କରୁଛୁ, ସେଥି ମଧ୍ୟରୁ ୭ ହଜାର ତିଆରି ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି । କୃଷକ ମାନଙ୍କ ପାଇଁ ବଜାର ପ୍ରବେଶ ଏବଂ ପ୍ରକ୍ରିୟାକରଣ ସୁବିଧାର ଉପଲବ୍ଧତା ବୃଦ୍ଧି ଉପରେ ସେ ଉଲ୍ଲେଖ କରିଥିଲେ ଏବଂ କ୍ଷୁଦ୍ର ଶିଳ୍ପ ଗୁଡିକର ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ ଆୟୋଜନ କରାଯାଉଛି ବୋଲି ମଧ୍ୟ ସୂଚନା ଦେଇଥିଲେ । ‘ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ’- ଓଡିଓପି ଭଳି ଯୋଜନା ମଧ୍ୟ କ୍ଷୁଦ୍ର କୃଷକ ଓ କ୍ଷୁଦ୍ର ଶିଳ୍ପ ଗୁଡିକୁ ଏକ ନୂଆ ପରିଚୟ ଦେଉଛି ବୋଲି ସେ କହିଥିଲେ ।

ଭାରତରେ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ପଥ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅର୍ଥନୀତି କ୍ଷେତ୍ରରେ ମହିଳା ମାନଙ୍କର ବୃଦ୍ଧି ପାଉଥିବା ଅବଦାନ ଉପରେ ଆଲୋକପାତ କରିଥିଲେ ଯାହା ଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପକୃତ ହୋଇଛି । ଭାରତରେ ଆଜି ୯ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ହଜାର ହଜାର ବର୍ଷ ଧରି ଭାରତରେ ଖାଦ୍ୟ ବିଜ୍ଞାନରେ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ଏବଂ ଖାଦ୍ୟ ବିବିଧତା ଭାରତୀୟ ମହିଳା ମାନଙ୍କର ଦକ୍ଷତା ଏବଂ ଜ୍ଞାନର ପରିଣାମ । ସେ କହିଛନ୍ତି ଯେ ମହିଳାମାନେ ନିଜ ଘରୁ ଆଚାର, ପାପଡ଼, ଚିପ୍ସ, ମୁରବା ଆଦି ଅନେକ ଉତ୍ପାଦର ବଜାର ଚଳାଉଛନ୍ତି । “ଭାରତୀୟ ମହିଳା ମାନଙ୍କର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ନେତୃତ୍ୱ ନେବାର ପ୍ରାକୃତିକ କ୍ଷମତା ଅଛି”, ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମହିଳାମାନଙ୍କ ପାଇଁ ପ୍ରତ୍ୟେକ ସ୍ତରରେ କୁଟୀର ଶିଳ୍ପ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯାଉଛି । ଆଜିର ଏହି ଅବସରରେ ୧ ଲକ୍ଷରୁ ଅଧିକ ମହିଳା ମାନଙ୍କୁ କୋଟି କୋଟି ଟଙ୍କାର ମୂଳ  ପୁଞ୍ଜି ବଣ୍ଟନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ।

ଭାରତରେ ଯେତିକି ଖାଦ୍ୟ ବିବିଧତା ରହିଛି, ସେତେ ପରିମାଣରେ ସାଂସ୍କୃତିକ ବିବିଧତା ମଧ୍ୟ ରହିଛି । ଭାରତର ଖାଦ୍ୟ ବିବିଧତା ବିଶ୍ୱର ପ୍ରତ୍ୟେକ ନିବେଶକ ମାନଙ୍କ ପାଇଁ ଲାଭଦାୟକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ପ୍ରତି ବୃଦ୍ଧି ପାଉଥିବା ଆଗ୍ରହ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଖାଦ୍ୟ ପରମ୍ପରାରୁ ସାରା ବିଶ୍ୱର ଖାଦ୍ୟ ଉଦ୍ୟୋଗକୁ ବହୁତ କିଛି ଶିଖିବାର ଅଛି । ସେ କହିଥିଲେ ଯେ ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତି ହେଉଛି ଏହାର ହଜାର ହଜାର ବର୍ଷର ବିକାଶ ଯାତ୍ରାର ପରିଣାମ । ହଜାର ହଜାର ବର୍ଷ ଧରି ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତିର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ପୂର୍ବପୁରୁଷମାନେ ଖାଦ୍ୟ ଅଭ୍ୟାସକୁ ଆୟୁର୍ବେଦ ସହିତ ଯୋଡ଼ିଥିଲେ । ଆୟୁର୍ବେଦରେ କୁହାଯାଏ ‘ରୀତା – ଭୁକ୍‌’ ଅର୍ଥାତ୍ ଋତୁ ଅନୁଯାୟୀ ଖାଇବା, ‘ମିତ୍ ଭୁକ’ ଅର୍ଥାତ୍ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଏବଂ ‘ହିତ୍ ଭୁକ୍‌’ ଅର୍ଥାତ୍ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ଏଗୁଡ଼ିକ ଭାରତର ବିଜ୍ଞାନ ସମ୍ମତ ଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଅଂଶ । ଖାଦ୍ୟଶସ୍ୟ, ବିଶେଷ କରି ଭାରତର ମସଲା ବ୍ୟବସାୟର ନିରନ୍ତର ପ୍ରଭାବ ବିଶ୍ୱ ଉପରେ ପଡ଼ିବ ବୋଲି ସେ ଉଲ୍ଲେଖ କରିଥିଲେ ।  ବିଶ୍ୱ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନିରନ୍ତର ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସର ପ୍ରାଚୀନ ଜ୍ଞାନକୁ ବୁଝିବା ଏବଂ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରୁଥିବା ବିଶ୍ୱକୁ ଶ୍ରୀ ମୋଦୀ ସ୍ୱୀକାର କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ ମିଲେଟ୍ ଭାରତର ‘ସୁପରଫୁଡ୍ ଝୁଡି’ ର ଏକ ଅଂଶ ଏବଂ ସରକାର ଏହାକୁ ଶ୍ରୀ ଅନ୍ନ ନାମରେ ଚିହ୍ନଟ କରିଛନ୍ତି । ଯଦିଓ ଶତାବ୍ଦୀ ଧରି ଅଧିକାଂଶ ସଭ୍ୟତାରେ ବାଜରାକୁ ଅଧିକ ପ୍ରାଥମିକତା ଦିଆ ଯାଉଥିଲା, ତଥାପି ଗତ କିଛି ଦଶନ୍ଧି ମଧ୍ୟରେ ଏହା ଭାରତ ସମେତ ଅନେକ ଦେଶରେ ଖାଦ୍ୟ ଅଭ୍ୟାସରୁ ବାହାରି ଯାଇଛି, ଯାହା ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ, ସ୍ଥାୟୀ ଚାଷ ଏବଂ ସ୍ଥାୟୀ ଅର୍ଥନୀତିକୁ ବ୍ୟାପକ କ୍ଷତି ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଭାବ ଭଳି ବିଶ୍ୱର କୋଣ ଅନୁକୋଣରେ ବାଜରା ପହଂଚିବ ବୋଲି ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତର ପଦକ୍ଷେପ ଉପରେ ବିଶ୍ୱରେ ବାଜରା ସମ୍ପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ନିକଟରେ ଅନୁଷ୍ଠିତ ଜି – ୨୦ ଶିଖର ସମ୍ମିଳନୀରେ ଭାରତ ଗସ୍ତରେ ଆସିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ପାଇଁ ବାଜରାରୁ ପ୍ରସ୍ତୁତ ଖାଦ୍ୟ ଏବଂ ବଜାରରେ ବାଜରାରୁ ପ୍ରସ୍ତୁତ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବିଷୟରେ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଶ୍ରୀ ଅନ୍ନର ଅଂଶ ବୃଦ୍ଧି ଉପରେ ଆଲୋଚନା କରିବା ଏବଂ ଶିଳ୍ପ ଏବଂ କୃଷକ ମାନଙ୍କର ହିତ ପାଇଁ ଏକ ସାମୂହିକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଜି – ୨୦ ଗ୍ରୁପ୍ ଦିଲ୍ଲୀ ଘୋଷଣାନାମାରେ ସ୍ଥାୟୀ କୃଷି, ଖାଦ୍ୟ ନିରାପତ୍ତା ଏବଂ ପୋଷଣ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଛି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡ଼ିତ ସମସ୍ତ ଅଂଶୀଦାର ମାନଙ୍କ ଭୂମିକା ଉପରେ ଆଲୋକପାତ କରିଛି । ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ବିବିଧ ଖାଦ୍ୟ ଝୁଡି ଆଡକୁ ନେବା ଏବଂ ଶେଷରେ ଅମଳ ପରବର୍ତ୍ତୀ କ୍ଷୟକ୍ଷତିକୁ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ଅପଚୟ ହ୍ରାସ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଅପଚୟ ହ୍ରାସ କରିବା ପାଇଁ ଶୀଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟର ପ୍ରକ୍ରିୟାକରଣ ବୃଦ୍ଧି କରିବାକୁ ସେ ଅନୁରୋଧ କରିଥିଲେ, ଯାହା ଦ୍ୱାରା କୃଷକମାନେ ଉପକୃତ ହେବେ ଏବଂ ମୂଲ୍ୟରେ ଅସ୍ଥିରତାକୁ ମଧ୍ୟ ରୋକାଯାଇପାରିବ । ଅଭିଭାଷଣ ଶେଷ କରି , ପ୍ରଧାନମନ୍ତ୍ରୀ କୃଷକ ମାନଙ୍କର ସ୍ୱାର୍ଥ ଏବଂ ଉପଭୋକ୍ତା ମାନଙ୍କ ସନ୍ତୋଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଠାରେ ଯେଉଁ ନିଷ୍ପତି ନିଆଯାଇଛି ତାହା ବିଶ୍ୱ ପାଇଁ ଏକ ସ୍ଥାୟୀ ଏବଂ ଖାଦ୍ୟ ସୁରକ୍ଷିତ ଭବିଷ୍ୟତର ମୂଳଦୁଆ ପକାଇବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପାରସ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ବିହନ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଉନ୍ନତ ପ୍ୟାକେଜିଂ ଏବଂ ଗୁଣାତ୍ମକ ଉତ୍ପାଦନ ମାଧ୍ୟମରେ ଏହି ସହାୟତା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ବଜାରରେ ଉତ୍ତମ ମୂଲ୍ୟ ହାସଲ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ ର ଏକ ଅଂଶ ଭାବରେ ଫୁଡ୍ ଷ୍ଟ୍ରିଟ୍‌କୁ ମଧ୍ୟ ଉଦଘାଟନ କରିଥିଲେ । ଏଥିରେ ଆଞ୍ଚଳିକ ଖାଦ୍ୟ ଏବଂ ରାଜକୀୟ ରନ୍ଧନର ଐତିହ୍ୟ ରହିବ, ଯେଉଁଥିରେ ୨୦୦ରୁ ଅଧିକ ସେଫ୍  (ରନ୍ଧନକର୍ତ୍ତା) ଅଂଶଗ୍ରହଣ କରିବେ ଏବଂ ପାରମ୍ପରିକ ଭାରତୀୟ ଖାଦ୍ୟକୁ ଉପସ୍ଥାପନ କରିବେ, ଯାହା ଏହାକୁ ଏକ ଅନନ୍ୟ ରନ୍ଧନ ଅନୁଭୂତିରେ ପରିଣତ କରିବ ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ ‘ବିଶ୍ୱର ଖାଦ୍ୟ ଝୁଡି’ ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା । ଏହା ସରକାରୀ ସଂସ୍ଥା, ଶିଳ୍ପ ପେସାଦାର, କୃଷକ, ଉଦ୍ୟୋଗୀ ଏବଂ ଅନ୍ୟ ଅଂଶୀଦାର ମାନଙ୍କୁ ଆଲୋଚନାରେ ସାମିଲ ହେବା, ଭାଗିଦାରୀ ସ୍ଥାପନ କରିବା ଏବଂ କୃଷି – ଖାଦ୍ୟ କ୍ଷେତ୍ରରେ ନିବେଶ ସୁଯୋଗ ଖୋଜିବା ପାଇଁ ଏକ ନେଟୱାର୍କିଂ ଏବଂ ବ୍ୟବସାୟ ପ୍ଲାଟଫର୍ମ ପ୍ରଦାନ କରିବ । ସିଇଓମାନେ ଗୋଲ୍ ଟେବୁଲ୍ ବୈଠକରେ  ନିବେଶ ଏବଂ ଇଜ୍ ଅଫ୍ ଡୁଇଙ୍ଗ  ବିଜନେସ୍ (ବ୍ୟବସାୟରେ ସହଜତା) ଉପରେ ଗୁରୁତ୍ୱ ଦେବେ ।

ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଉଦ୍ଭାବନ ଏବଂ ଶକ୍ତି ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ମଣ୍ଡପ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇ ୪୮ଟି ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଆର୍ଥିକ ସଶକ୍ତିକରଣ, ଗୁଣାତ୍ମକ ନିଶ୍ଚିତତା ଏବଂ ଯନ୍ତ୍ରପାତି ଓ ପ୍ରଯୁକ୍ତି  ବିଦ୍ୟା କ୍ଷେତ୍ରରେ ନବସୃଜନତା ଉପରେ ଗୁରୁତ୍ୱ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଗୁଡିକର ସିଇଓ ମାନଙ୍କ ସମେତ ୮୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିରେ ରିଭର୍ସ ବାୟର ସେଲର ମିଟ୍ (କ୍ରେତା – ବିକ୍ରେତା ପାରସ୍ପରିକ ଆଲୋଚନା) ରହିବ, ଯେଉଁଥିରେ ୮୦ରୁ ଅଧିକ ଦେଶରୁ ୧୨୦୦ରୁ ଅଧିକ ବିଦେଶୀ କ୍ରେତା ରହିବେ । ନେଦରଲ୍ୟାଣ୍ଡ ସହଯୋଗୀ ଦେଶ ଭାବେ କାର୍ଯ୍ୟ କରୁଥିବା ବେଳେ ଜାପାନ ଏହି କାର୍ଯ୍ୟକ୍ରମର କେନ୍ଦ୍ର ଦେଶ ହେବ ।

Categories
ବିଶେଷ ଖବର

ଜି -୨୦ ଶିଖର ସମ୍ମିଳନୀରେ ନୂଆଦିଲ୍ଲୀର ଘୋଷଣାପତ୍ରକୁ ମିଳିଲା ଅନୁମୋଦନ: ପ୍ରଧାନମନ୍ତ୍ରୀ କହିଲେ ଧନ୍ୟବାଦ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଜି -୨୦ ଶିଖର ସମ୍ମିଳନୀ ଚାଲିଛି। ସମ୍ମିଳନୀର ପ୍ରଥମ ଦିନ ଆଜି ନୂଆଦିଲ୍ଲୀରେ ଜି -୨୦ ମିଳିତ ଘୋଷଣାପତ୍ରକୁ ଅନୁମୋଦନ କରାଯାଇଛି। ଶିଖର ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଏହା ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ ଜି -୨୦ ଶେର୍ପା, ମନ୍ତ୍ରୀ ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଏକ ଖୁସି ଖବର ଆସିଛି ଯେ ଆମ ଟିମର କଠିନ ପରିଶ୍ରମ ଏବଂ ଆପଣଙ୍କ ସମସ୍ତଙ୍କ ସହଯୋଗ ଯୋଗୁଁ ଜି -୨୦ ନେତାଙ୍କ ସମ୍ମିଳନୀରେ ଘୋଷଣା ପତ୍ର ଉପରେ ସହମତି ମିଳିଛି। ମୁଁ ପ୍ରସ୍ତାବ ଦେଉଛି ଯେ, ନେତାଙ୍କ ଘୋଷଣାନାମା ମଧ୍ୟ ଗ୍ରହଣ କରାଯିବା ଉଚିତ। ମୁଁ ମଧ୍ୟ ଏହି ଘୋଷଣା ପତ୍ରକୁ ସମର୍ଥନ କରୁଛି। ମୁଁ ମଧ୍ୟ ଏହାକୁ ଗ୍ରହଣ କରିବା ପାଇଁ ଘୋଷଣା କରୁଛି। ”

ବିଶ୍ୱ ଜୈବ ଇନ୍ଧନ ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା:

ଏହି ସମୟରେ ପିଏମ ମୋଦୀ ଗ୍ଲୋବାଲ ଜୈବ ଇନ୍ଧନ ମିଳିତ ମଞ୍ଚର ଶୁଭାରମ୍ଭ ଘୋଷଣା କରିଛନ୍ତି। ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଏକ ବୈଶିକ ଜୈବ ଇନ୍ଧନ ଗଠନ କରୁଛୁ ଏବଂ ଭାରତ ଆପଣଙ୍କୁ ଏହି ପଦକ୍ଷେପରେ ଯୋଗଦେବାକୁ ଆମନ୍ତ୍ରଣ କରୁଛି। ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତକୁ ନେବାକୁ ଭାରତ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ପ୍ରସ୍ତାବ ଦେଇଛି।

ବିକଶିତ ଦେଶମାନଙ୍କୁ ଏହି ଆହ୍ଵାନ କରାଯାଇଛି:

ସେ କହିଛନ୍ତି ଯେ, ପରିବେଶ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣ ପାଇଁ ଜି -୨୦ ସାଟେଲାଇଟ୍ ମିଶନ୍ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଇଛି। ମୁଁ ପ୍ରସ୍ତାବ ଦେଉଛି ଯେ, ଜି -୨୦ ଦେଶଗୁଡ଼ିକ ‘ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍’ ଉପରେ କାମ କରିବା ଆରମ୍ଭ କରନ୍ତୁ। ବିକଶିତ ଦେଶମାନେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।

Categories
ବିଶେଷ ଖବର

ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର ସୌଧର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି। ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ “ଭାରତ ମଣ୍ଡପମ୍‌” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶର ନୂତନ ଉତ୍ସାହ ଏବଂ ମନୋବଳକୁ ସୂଚାଇବା ପାଇଁ ଏକ କବିତା ସହିତ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, ଭାରତ ମଣ୍ଡପମ୍ ହେଉଛି ଭାରତର ସାମର୍ଥ୍ୟ ଏବଂ ଦେଶର ନୂତନ ଶକ୍ତି ପାଇଁ ଆହ୍ୱାନ, ଏହା ଭାରତର ମହାନତା ଏବଂ ଇଚ୍ଛାଶକ୍ତିର ଏକ ନିଦର୍ଶନ ଅଟେ।

ପ୍ରଧାନମନ୍ତ୍ରୀ ଆଜି ସକାଳେ ଶ୍ରମିକଙ୍କୁ ଉତ୍ସାହିତ କରିଥିବା କଥା ମନେ ପକାଇ କହିଛନ୍ତି ଯେ ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ଦେଖିବାପରେ ସମଗ୍ର ଦେଶ ପ୍ରଭାବିତ ହୋଇଛି । ସେ ଭାରତ ମଣ୍ଡପମ ପାଇଁ ଦିଲ୍ଲୀବାସୀ ତଥା ପ୍ରତ୍ୟେକ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କାର୍ଗିଲ ବିଜୟ ଦିବସର ଐତିହାସିକ ଉତ୍ସବକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶ ତରଫରୁ କାର୍ଗିଲ ଯୁଦ୍ଧରେ ଭାରତ ପାଇଁ ପ୍ରାଣ ହରାଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ “ଭାରତ ମଣ୍ଡପମ୍‌” ର ନାମକରଣ ପଛରେ ଭଗବାନ୍ ବାସଭେଶ୍ୱରଙ୍କ “ଅନୁଭବ ମଣ୍ଡପମ୍‌” ର ପ୍ରେରଣା ରହିଛି । ସେ କହିଛନ୍ତି ଯେ ଅନୁଭମ ମଣ୍ଡପମ୍ ବିତର୍କ ଏବଂ ଅଭିବ୍ୟକ୍ତିର ପରମ୍ପରାକୁ ପ୍ରତିନିଧିତ୍ୱ କରୁଛି । ସେ ମନେ ପକାଇ ଦେଇଛନ୍ତି ଯେ ଗଣତନ୍ତ୍ରର ଜନନୀ ଭାବରେ ଭାରତ ସ୍ୱୀକୃତିପ୍ରାପ୍ତ । ସେ ଏହି ପରି ଅନେକ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ଉଦାହରଣ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବାବେଳେ ଏହି ଭାରତୀ ମଣ୍ଡପମ୍‍ ଆମ ଗଣତନ୍ତ୍ର ପାଇଁ ଏକ ସୁନ୍ଦର ଉପହାର ଅଟେ । ସେ କହିଛନ୍ତି ଯେ ବର୍ତ୍ତମାନ ଠାରୁ କିଛି ସପ୍ତାହ ମଧ୍ୟରେ ଏହି ସ୍ଥାନରେ ଜି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ଯେତେବେଳେ ସମଗ୍ର ବିଶ୍ୱ ଭାରତର ପଦକ୍ଷେପ ଏବଂ ଅଭିବୃଦ୍ଧି ଦେଖିବାକୁ ପାଇବ ।

ଦିଲ୍ଲୀରେ ଏକ ବିଶ୍ୱ ସ୍ତରୀୟ ସମ୍ମିଳନୀ କେନ୍ଦ୍ରର ଆବଶ୍ୟକତା ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଆମକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ର୍ନିମାଣ କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଭାରତ ମଣ୍ଡପମ ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରଦର୍ଶକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ଏବଂ ଏହା ଭାରତରେ ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ମାଧ୍ୟମ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମଣ୍ଡପମ୍ ଦେଶର ଷ୍ଟାର୍ଟଅପ୍ ର ଦକ୍ଷତା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, କଳାକାର ଏବଂ ଅଭିନେତାମାନଙ୍କ ପ୍ରଦର୍ଶନର ସାକ୍ଷୀ ହେବ ଏବଂ ହସ୍ତତନ୍ତ କାରିଗରମାନଙ୍କ ଉଦ୍ୟମକୁ ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଭାରତ ମଣ୍ଡପମ ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର ଲୋକାଲ ଅଭିଯାନର ପ୍ରତିଫଳନ ହେବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତି ଠାରୁ ଆରମ୍ଭ କରି ପରିବେଶ, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ପାଇଁ ଏହି ସମ୍ମିଳନୀ କେନ୍ଦ୍ର ଏକ ମଣ୍ଡପ ଭାବରେ ଉଭା ହେବ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତ ମଣ୍ଡପମ୍ ଭଳି ଭିତ୍ତିଭୂମି ଦଶନ୍ଧି ପୂର୍ବରୁ ବିକଶିତ ହେବା ଉଚିତ ଥିଲା । ନ୍ୟସ୍ତ ସ୍ୱାର୍ଥର ବିରୋଧ ସତ୍ୱେ ଭିତ୍ତିଭୂମି ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଖଣ୍ଡବିଖଣ୍ଡିତ ଢଙ୍ଗରେ କାର୍ଯ୍ୟ କରି କୌଣସି ସମାଜ ଅଗ୍ରଗତି କରିପାରିବ ନାହିଁ । ସେ କହିଛନ୍ତି ଯେ ଭାରତ ମଣ୍ଡପମ୍ ଦୂରଦୂରାନ୍ତର କାର୍ଯ୍ୟଶୈଳୀର ଏକ ଉଦାହରଣ । ୧୬୦ ରୁ ଅଧିକ ଦେଶ ପାଇଁ ଇ-କନଫରେନ୍ସ ଭିସା ସୁବିଧା ଭଳି ପଦକ୍ଷେପ ବିଷୟରେ ସୂଚନା ଦେଇ ସେ ଏହା ବୁଝାଇଥିଲେ । ଦିଲ୍ଲୀ ବିମାନବନ୍ଦରର କ୍ଷମତା ୨୦୧୪ ର ୫ କୋଟିରୁ  ଆଜି ବାର୍ଷିକ ୭.୫ କୋଟିକୁ ବୃଦ୍ଧି ପାଇଛି । ଜିୱାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏହା ଆହୁରି ମଜବୁତ ହେବ । ଦିଲ୍ଲୀ ଏନସିଆରରେ ଥିବା ଆତିଥ୍ୟ ଶିଳ୍ପ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ସମଗ୍ର ଇକୋସିଷ୍ଟମ ସୃଷ୍ଟି କରିବାର ଏହା ଏକ ଯୋଜନାବଦ୍ଧ ଆଭିମୁଖ୍ୟକୁ ସୂଚିତ କରିଛି ବୋଲି ସେ କହିଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନୂତନ ଭାବେ ଉଦଘାଟିତ ସଂସଦ ଭବନକୁ ଉଲ୍ଲେଖ କରି କହିଛନ୍ତି ଯେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ସୃଷ୍ଟି କରୁଛି । ସେ ଜାତୀୟ ଯୁଦ୍ଧ ସ୍ମାରକୀ, ପୋଲିସ ସ୍ମାରକୀ ଏବଂ ବାବା ସାହେବ ଆମ୍ବେଦକର ସ୍ମାରକୀ ଭଳି ସ୍ମାରକର ଉଦାହରଣ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ କର୍ତ୍ତବ୍ୟ ପଥକୁ ଘେରି ରହିଥିବା କାର୍ଯ୍ୟାଳୟ କୋଠାଗୁଡ଼ିକର ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି କାରଣ ସରକାର କାର୍ଯ୍ୟ ସଂସ୍କୃତି ତଥା କାର୍ଯ୍ୟ ପରିବେଶକୁ ପରିବର୍ତ୍ତନ କରିବାରେ ଉତ୍ସାହିତ କରୁଛନ୍ତି । ସେ ମଧ୍ୟ ପ୍ରଧାନ ମନ୍ତ୍ରୀ ସଂଗ୍ରହାଳୟ ଉପରେ ମତ ରଖିଛନ୍ତି ଯାହା ଭାରତ ପୂର୍ବରୁ ଦେଖିଥିବା ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ଜୀବନର ଝଲକ ଯୋଗାଇଥାଏ । ସେ ସୂଚନା ଦେଇଛନ୍ତି ଯେ ବିଶ୍ୱର ସର୍ବବୃହତ ସଂଗ୍ରହାଳୟ “ଯୁଗେ ଯୁଗେ ଭାରତ” ର ବିକାଶ କାଯ୍ୟ ନୂଆଦିଲ୍ଲୀରେ ଖୁବଶୀଘ୍ର ଆସୁଛି ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ବିକାଶ ପାଇଁ ଆମକୁ ବଡ଼ ଚିନ୍ତା କରିବାକୁ ହେବ ଏବଂ ବଡ ଲକ୍ଷ୍ୟ ହାସଲ କରିବାକୁ ପଡିବ । ସେଥିପାଇଁ ସେ କହିଛନ୍ତି, ଥିଙ୍କ୍‍ ବିଗ୍‌, ଡ୍ରିମ୍ ବିଗ୍‌, ଆକ୍ଟ ବିଗ୍ ନୀତି ସହ ଭାରତ ଆଗକୁ ବଢୁଛି । ସେ ବକ୍ତବ୍ୟ ଜାରି ରଖି କହିଛନ୍ତି ଆମେ ବଡ଼, ଉନ୍ନତ ଏବଂ ଗତିଶୀଳତା ସୃଷ୍ଟି କରୁଛୁ । ସେ ବିଶ୍ୱର ସର୍ବବୃହତ ସୌର-ପବନ ପାର୍କ, ସର୍ବୋଚ୍ଚ ରେଳ ବ୍ରିଜ, ଦୀର୍ଘତମ ଟନେଲ, ଉଚ୍ଚତମ ରାସ୍ତା, ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍‌, ଦୁନିଆର ଉଚ୍ଚତମ ପ୍ରତିମୂର୍ତ୍ତି ଏବଂ ଭାରତରେ ଏସିଆର ଦ୍ୱିତୀୟ ବୃହତ୍ତମ ରେଳ ପୋଲ ବିଷୟରେ ସେ କହିଥିଲେ । ସେ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ ।

ବର୍ତ୍ତମାନର ସରକାରଙ୍କ ଏହି କାର୍ଯ୍ୟକାଳ ଏବଂ ପୂର୍ବ କାର୍ଯ୍ୟକାଳର ବିକାଶର ସ୍ତମ୍ଭକୁ ସମଗ୍ର ଦେଶ ଦେଖୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶ ଯାତ୍ରା ବର୍ତ୍ତମାନ ଅଟକି ନାହିଁ । ୨୦୧୪ ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ସମୟରେ ଭାରତ ଦଶମ ବୃହତ୍ତମ ଅର୍ଥନୀତି ଥିଲା ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି । ଟ୍ରାକ୍ ରେକର୍ଡ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ତୃତୀୟ ଅବଧିରେ ଭାରତର ନାମ ବିଶ୍ୱର ଶ୍ରେଷ୍ଠ ୩ୟ ଅର୍ଥନୀତି ମଧ୍ୟରେ ରହିବ । ସେ କହିଛନ୍ତି ଯେ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ତୃତୀୟ ଅବଧିରେ ଭାରତର ବିକାଶ ଯାତ୍ରାର ଗତି ବହୁଗୁଣିତ ହେବ ଏବଂ ନାଗରିକମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପୁନଃ ର୍ନିମାଣର ଏକ ବିପ୍ଳବର ସାକ୍ଷୀ ରହିଛି ଯେପରି ଗତ ୯ ବର୍ଷ ମଧ୍ୟରେ ଭିତ୍ତିଭୂମି ର୍ନିମାଣରେ ୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚଳିତ ବର୍ଷ ମଧ୍ୟ ପୁଞ୍ଜି ବ୍ୟୟ ୧୦ ଲକ୍ଷ କୋଟି ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଭାରତ ଏକ ଅଭୂତପୂର୍ବ ଗତି ଏବଂ ମାପରେ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟର ରେଳ ଲାଇନର ବିଦ୍ୟୁତିକରଣ ହୋଇଛି ଯେତେବେଳେ ଏହା ପୂର୍ବରୁ ସାତ ଦଶନ୍ଧି ମଧ୍ୟରେ ମାତ୍ର ୨୦ ହଜାର କିଲୋମିଟର ହୋଇଥିଲା । ୨୦୧୪ ପୂର୍ବରୁ, ପ୍ରତି ମାସରେ ୬୦୦ ମିଟର ମେଟ୍ରୋ ଲାଇନ ବିଛାଯାଉଥିଲା, ଆଜି ପ୍ରତି ମାସରେ ୬ କିଲୋମିଟର ଲମ୍ବା ମେଟ୍ରୋ ଲାଇନ ବିଛାଯାଉଛି । ୨୦୧୪ ରେ କେବଳ ୪ ଲକ୍ଷ କିଲୋମିଟର ତୁଳନାରେ ଆଜି ଦେଶରେ ୭.୨୫ ଲକ୍ଷ କିଲୋମିଟର ଲମ୍ବା ଗ୍ରାମାଞ୍ଚଳ ରାସ୍ତା ରହିଛି । ବିମାନ ବନ୍ଦର ସଂଖ୍ୟା ପ୍ରାୟ ୭୦ ରୁ ପ୍ରାୟ ୧୫୦ କୁ ବୃଦ୍ଧି ପାଇଛି । ୨୦୧୪ ରେ କେବଳ ୬୦ ତୁଳନାରେ ସହରାଞ୍ଚଳ ଗ୍ୟାସ ବିତରଣ ୬୦୦ ସହରରେ ପହଞ୍ଚିଛି ।

ନୂତନ ଭାରତ ଆଗକୁ ବଢୁଛି ଏବଂ ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଧ୍ୟାନ ଦେଉଛନ୍ତି । ସାମାଜିକ ଭିତ୍ତିଭୂମି ପାଇଁ ବଡ ପରିବର୍ତ୍ତନକାରୀ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ୧୬୦୦ ରୁ ଅଧିକ ସ୍ତରର ତଥ୍ୟ ରହିଛି ଏବଂ ଦେଶର ସମୟ ଏବଂ ଅର୍ଥ ସଞ୍ଚୟ କରିବାକୁ ଲକ୍ଷ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ୧୯୩୦ ଦଶକ ସମୟର ଧ୍ୟାନ ଆକର୍ଷଣ କରିଥିଲେ ଏବଂ କହିଥିଲେ ଯେ ଗତ ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଗୁରୁତ୍ୱପୂର୍ଣ ଥିଲା ଯେଉଁଠାରେ ଲକ୍ଷ୍ୟ ସ୍ୱରାଜ ଥିଲା । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆମର ଲକ୍ଷ୍ୟ ଏକ ସମୃଦ୍ଧ ଭାରତ, “ବିକଶିତ ଭାରତ” । ଭାରତ ସ୍ୱାଧୀନତା ହାସଲ କରିଥିବା ସ୍ୱରାଜ ଆନ୍ଦୋଳନର ଫଳାଫଳ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ବର୍ତ୍ତମାନ ଏହି ତୃତୀୟ ଦଶନ୍ଧିରେ ଆମର ଆଗାମୀ ୨୫ ବର୍ଷ ପାଇଁ “ବିକଶିତ ଭାରତ” ର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ନାଗରିକମାନଙ୍କୁ ଉତ୍ସାହିତ କରିଥିଲେ । ଅଭିଜ୍ଞତା ଅନୁଯାୟୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ଆଗରେ ଅନେକ ସଫଳତାର ସାକ୍ଷୀ ରହିଛନ୍ତି ଏବଂ ଦେଶର ଶକ୍ତି ବିଷୟରେ ଅବଗତ ଅଛନ୍ତି । ଭାରତ ଏକ ବିକଶିତ ଦେଶ ହୋଇପାରିବ! ଭାରତ ଦାରିଦ୍ର‌ ଦୂର କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନୀତି ଆୟୋଗଙ୍କ ଏକ ରିପୋର୍ଟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମାତ୍ର ୫ ବର୍ଷ ମଧ୍ୟରେ ଭାରତରେ ୧୩.୫ କୋଟି ଲୋକ ଦାରିଦ୍ର‌ ଭିତରୁ ବାହାରି ଆସିଛନ୍ତି । ସେ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ ଅନ୍ତର୍ଜାତୀୟ ସଂଗଠନ ଭାରତରେ ଦାରିଦ୍ର ଦୂରକୁ ଅନୁଭବ କରିଛନ୍ତି ଏବଂ ଗତ ୯ ବର୍ଷ ମଧ୍ୟରେ ସରକାର ଗ୍ରହଣ କରିଥିବା ନୀତି ଏବଂ ନିଷ୍ପତ୍ତିଗୁଡିକୁ ଶ୍ରେୟ ଦେଇଛନ୍ତି ।

ସ୍ୱଚ୍ଛ ଉଦ୍ଦେଶ୍ୟ ଏବଂ ସଠିକ୍ ନୀତିର ଅ।ବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଜି -୨୦ କୁ ଏକ ଉଦାହରଣ ଭାବରେ ଦର୍ଶାଇଛନ୍ତି । ସେ କହିଛନ୍ତି, ଆମେ ଜି -୨୦ କୁ କେବଳ ଗୋଟିଏ ସହର କିମ୍ବା ଗୋଟିଏ ସ୍ଥାନରେ ସୀମାବଦ୍ଧ କରିନାହୁଁ । ଆମେ ଜି -୨୦ ବୈଠକଗୁଡ଼ିକୁ ଦେଶର ୫୦ ରୁ ଅଧିକ ସହରକୁ ନେଇଥିଲୁ । ଆମେ ଏହା ମାଧ୍ୟମରେ ଭାରତର ବିବିଧତା ପ୍ରଦର୍ଶନ କରିଛୁ । ଭାରତର ସାଂସ୍କୃତିକ ଶକ୍ତି କ’ଣ, ଭାରତର ଐତିହ୍ୟ କ’ଣ ଆମେ ତାହା ବିଶ୍ୱକୁ ଦେଖାଇଛୁ ।  ଜି -୨୦ ଅଧ୍ୟକ୍ଷତା ସଂକ୍ରାନ୍ତରେ ଅଧିକ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସିଦ୍ଧାନ୍ତ ଦେଇଛନ୍ତି, ଜି -୨୦ ବୈଠକ ପାଇଁ ଅନେକ ସହରରେ ନୂତନ ସୁବିଧା ର୍ନିମାଣ କରାଯାଇଥିଲା ଏବଂ ପୁରୁଣା ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଥିଲା । ଏହା ଦେଶ ତଥା ଦେଶର ଲୋକଙ୍କୁ ଉପକୃତ କରିଥିଲା । ଏହା ଏକ ଉତ୍ତମ ଶାସନ । ଦେଶ ପ୍ରଥମ, ନାଗରିକ ପ୍ରଥମ ଉତ୍ସାହକୁ ଅନୁସରଣ କରି ଆମେ ଭାରତକୁ ବିକଶିତ କରିବାକୁ ଯାଉଛୁ ।

ଏହି ଅବସରରେ କେନ୍ଦ୍ର ବ୍ୟାପାର ଏବଂ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ଅଗ୍ରଣୀ ଶିଳ୍ପ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଗତି ମଇଦାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସଂକଳ୍ପବଦ୍ଧତାକୁ ଦର୍ଶାଇଛି । ପ୍ରଗତି ମଇଦାନରେ ପୁରାତନ ତଥା ପୁରୁଣା ସୁବିଧାଗୁଡ଼ିକର ନବୀକରଣ କରିଥିବା ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି । ପାଖାପାଖି ୧୨୩ ଏକର ପରିମିତ ଏକ ଅଞ୍ଚଳ ସହିତ, ଆଇଇସିସି ସୌଧ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସ୍ଥଳ ଭାବରେ ବିକଶିତ ହୋଇଛି । କାର୍ଯ୍ୟକ୍ରମ ଗୁଡିକ ପାଇଁ ଉପଲବ୍ଧ ଆବୃତ ସ୍ଥାନ ଦୃଷ୍ଟିରୁ, ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ ପାଇଛି । ପ୍ରଗତି ମଇଦାନରେ ନୂତନ ଭାବରେ ବିକଶିତ ଆଇଇସିସି ସୌଧରେ ସମ୍ମିଳନୀ କେନ୍ଦ୍ର, ପ୍ରଦର୍ଶନୀ ହଲ୍‌, ମୁକ୍ତାକାଶ ମଞ୍ଚ ଭଳି ଏକାଧିକ ଅତ୍ୟାଧୁନିକ ସୁବିଧା ରହିଛି ।

ସମ୍ମିଳନୀ କେନ୍ଦ୍ର ପ୍ରଗତି ମଇଦାନ ସୌଧର କେନ୍ଦ୍ରବିନ୍ଦୁ ଭାବରେ ବିକଶିତ ହୋଇଛି । ଏହା ଏକ ଚମତ୍କାର ବୃହତ ସ୍ଥାପତ୍ୟ, ବୃହତ ଆନ୍ତର୍ଜାତୀୟ ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଆଲୋଚନାଚକ୍ର, ସମ୍ମିଳନୀ ଏବଂ ଅନ୍ୟାନ୍ୟ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିକଳ୍ପିତ । ଏହା ଏକାଧିକ ବୈଠକ କକ୍ଷ, ବିଶ୍ରାମସ୍ଥଳ, ଅଡିଟୋରିୟମ୍‌, ମୁକ୍ତାକାଶ ମଞ୍ଚ ଏବଂ ବ୍ୟବସାୟ କେନ୍ଦ୍ର ସହିତ ସଜ୍ଜିତ ହୋଇଛି, ଯାହା ଏହାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସକ୍ଷମ କରିବ । ଏହାର ମହାନ୍ ବହୁ ଉଦ୍ଦେଶ୍ୟ ସାଧନ କରିପାରୁଥିବା ହଲ୍‍ ଏବଂ ପ୍ଲେନାରୀ ହଲର ମିଳିତ କ୍ଷମତା ସାତ ହଜାର ଲୋକଙ୍କ ପାଇଁ ରହିଛି, ଯାହା ଅଷ୍ଟ୍ରେଲିଆର ପ୍ରସିଦ୍ଧ ସିଡନୀ ଅପେରା ହାଉସର ବସିବା କ୍ଷମତାଠାରୁ ବଡ଼ ଅଟେ । ଏହାର ଚମତ୍କାର ମୁକ୍ତାକାଶ ମଞ୍ଚ ୩୦୦୦ ହଜାର ବ୍ୟକ୍ତିଙ୍କ ବସିବା କ୍ଷମତା ସହିତ ସଜ୍ଜିତ ହୋଇଛି ।

ସମ୍ମିଳନୀ କେନ୍ଦ୍ର ସୌଧର ସ୍ଥାପତ୍ୟ ଡିଜାଇନ୍ ଭାରତୀୟ ପରମ୍ପରାରୁ ଅନୁପ୍ରାଣିତ ହୋଇଛି ଏବଂ ଆଧୁନିକ ସୁବିଧା ତଥା ଜୀବନଶୈଳୀକୁ ଗ୍ରହଣ କରିବା ସହିତ ଅତୀତରେ ଭାରତର ଆତ୍ମବିଶ୍ୱାସ ଏବଂ ବିଶ୍ୱାସକୁ ଦର୍ଶାଉଛି । ସୌଧର ଆକୃତି ଶଙ୍ଖ (ଶଙ୍ଖ ସେଲ) ରୁ ଉତ୍ପନ୍ନ ହୋଇଛି, ସମ୍ମିଳନୀ କେନ୍ଦ୍ରର ବିଭିନ୍ନ କାନ୍ଥ ଏବଂ ପ୍ରବେଶ ସ୍ଥାନରେ “ସୂର୍ଯ୍ୟ ଶକ୍ତି” ସହିତ ଭାରତର ପାରମ୍ପାରିକ କଳା ଓ ସଂସ୍କୃତିର ଅନେକ ଉପାଦାନ ଚିତ୍ରିତ ହୋଇଛି ଯେଉଁଥିରେ ଭାରତର ସୌର ଶକ୍ତି ବ୍ୟବହାର କରିବାର ପ୍ରୟାସକୁ ଦର୍ଶାଯାଇଛି, ମହାକାଶରେ ଆମର ସଫଳତାକୁ ପାଳନ କରୁଥିବା ପଞ୍ଚ ମହାଭୂତ, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ ଆଦିକୁ ଦର୍ଶାଉଛି ।  ଆହୁରି ମଧ୍ୟ, ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ଚିତ୍ର ଏବଂ ଆଦିବାସୀ କଳା ସମ୍ମିଳନୀ କେନ୍ଦ୍ରର ଶୋଭା ବର୍ଦ୍ଧନ କରୁଛି ।

ସମ୍ମିଳନୀ କେନ୍ଦ୍ରରେ ଉପଲବ୍ଧ ଅନ୍ୟାନ୍ୟ ସୁବିଧା ମଧ୍ୟରେ ୫ଜି- ସଂଯୁକ୍ତ ସମ୍ପୂର୍ଣ୍ଣ ୱାଇ-ଫାଇ କ୍ୟାମ୍ପସ୍‌, ୧୦ଜି ଇଣ୍ଟରନେଟ୍ ସଂଯୋଗ, ୧୬ଟି ବିଭିନ୍ନ ଭାଷାକୁ ସମର୍ଥନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ ଅନୁବାଦ କକ୍ଷ, ବୃହତ ଆକାରର ଭିଡିଓ କାନ୍ଥ ସହିତ ଉନ୍ନତ ଏଭି ସିଷ୍ଟମ, ସର୍ବୋଚ୍ଚ କାର୍ଯ୍ୟକାରିତା ଏବଂ ଶକ୍ତି ଦକ୍ଷତା ସୁନିଶ୍ଚିତ କରୁଥିବା ସୌଧ ପରିଚାଳନା ବ୍ୟବସ୍ଥା ସହିତ ଆଲୋକୀକରଣ ଏବଂ ଅକ୍ୟୁପାନ୍ସି ସେନ୍ସର, ଅତ୍ୟାଧୁନିକ ଡିସିଏନ୍ (ଡାଟା କମ୍ୟୁନିକେସନ୍ ନେଟୱାର୍କ) ଆଦି ରହିଛି ।

ଏହାବାଦ୍‍ ଆଇଇସିସି ସୌଧରେ ସମୁଦାୟ ସାତୋଟି ପ୍ରଦର୍ଶନୀ ହଲ୍ ରହିଛି, ପ୍ରତ୍ୟେକ ପ୍ରଦର୍ଶନୀ, ବାଣିଜ୍ୟ ମେଳା ଏବଂ ବ୍ୟବସାୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁମୁଖୀ ସ୍ଥାନ ଭାବରେ କାର୍ଯ୍ୟ କରିବ । ପ୍ରଦର୍ଶନୀ ହଲ୍ ଗୁଡିକ ବିଭିନ୍ନ ପ୍ରକାରର ଶିଳ୍ପ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଉତ୍ପାଦ ଏବଂ ସେବା ପ୍ରଦର୍ଶନ ପାଇଁ ଡିଜାଇନ୍ କରାଯାଇଛି । ଏହି ଅତ୍ୟାଧୁନିକ ସଂରଚନାଗୁଡ଼ିକ ଆଧୁନିକ ଇଞ୍ଜିନିୟରିଂ ଏବଂ ସ୍ଥାପତ୍ୟର ଏକ ପ୍ରମାଣ ।

ଆଇଇସିସି ବାହାରେ ଥିବା ଅଞ୍ଚଳର ବିକାଶ ମଧ୍ୟ ସୁଚିନ୍ତିତ ଭାବରେ ଡିଜାଇନ୍ ହୋଇଛି ଯାହା ମୁଖ୍ୟ ସୌଧର ସୌନ୍ଦର୍ଯ୍ୟକୁ ପରିପୂର୍ଣ୍ଣ କରେ ଏବଂ ଏହି ପ୍ରକଳ୍ପରେ ହୋଇଥିବା ଯତ୍ନଶୀଳ ଯୋଜନା ଏବଂ ବିକାଶର ସାକ୍ଷୀ ।  ମୂର୍ତ୍ତି, ସ୍ଥାପନ ଏବଂ ମୂର୍ତ୍ତିଗୁଡ଼ିକ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶାଏ; ମ୍ୟୁଜିକାଲ୍ ଫାଉଣ୍ଟେନ୍ସ ଦର୍ଶନର ଏକ ଉପାଦାନ ଯୋଗ କରୁଛି; ଜଳାଶୟ, ହ୍ରଦ ଏବଂ କୃତ୍ରିମ ଝରଣା ପରି ଜଳାଶୟ ଏହି ଅଞ୍ଚଳର ଶାନ୍ତି ଏବଂ ସୌନ୍ଦର୍ଯ୍ୟକୁ ବଢାଇଥାଏ ।

ଆଇଇସିସିରେ ଭ୍ରମଣକାରୀଙ୍କ ସୁବିଧା ଏକ ପ୍ରାଥମିକତା, ୫୫୦୦ ରୁ ଅଧିକ ଗାଡି ପାର୍କିଂ ସ୍ଥାନ ଯୋଗାଣରେ ପ୍ରତିଫଳିତ ହୋଇଛି । ଟ୍ରାଫିକ ମୁକ୍ତ ରାସ୍ତା ଦେଇ ପ୍ରବେଶର ସହଜତା ନିଶ୍ଚିତ କରେ ଯେ ପରିଦର୍ଶକମାନେ କୌଣସି ଅସୁବିଧା ବିନା ଏଠାକୁ ଯାଇପାରିବେ । ଆହୁରି ମଧ୍ୟ, ସାମଗ୍ରିକ ଡିଜାଇନ୍ ଉପସ୍ଥିତ ଲୋକଙ୍କ ଆରାମ ଏବଂ ସୁବିଧାକୁ ପ୍ରାଥମିକତା ଦେଇଥାଏ, ଆଇଇସିସି ସୌଧ ମଧ୍ୟରେ ବାଧାମୁକ୍ତ ଗତିବିଧିକୁ ସୁଗମ କରିଥାଏ ।

ପ୍ରଗତି ମଇଦାନରେ ନୂତନ ଆଇଇସିସି ସୌଧର ବିକାଶ ଭାରତକୁ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ଆଗକୁ ନେବାରେ ସହାୟକ ହେବ । ଏହା ବାଣିଜ୍ୟ ଏବଂ ବ୍ୟବସାୟକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକର ଅଭିବୃଦ୍ଧିକୁ ସମର୍ଥନ କରିବ । ଏହା ମଧ୍ୟ ଜ୍ଞାନ ଆଦାନ ପ୍ରଦାନକୁ ସୁଗମ କରିବ ଏବଂ ସର୍ବୋତ୍ତମ ଅଭ୍ୟାସ, ବୈଷୟିକ ପ୍ରଗତି ଏବଂ ଶିଳ୍ପ ଧାରା ବିସ୍ତାରକୁ ଉତ୍ସାହିତ କରିବ । ପ୍ରଗତି ମଇଦାନରେ ଥିବା ଆଇଇସିସି ଆତ୍ମନିର୍ଭର ଭାରତର ଉତ୍ସାହ ଭାରତର ଅର୍ଥନୈତିକ ଏବଂ ବୈଷୟିକ ଉତ୍କର୍ଷର ଅନୁସରଣକୁ ଦର୍ଶାଉଛି ଏବଂ ଏହା ଏକ ନୂତନ ଭାରତ ଗଠନ ଦିଗରେ ଏକ ପଦକ୍ଷେପ ।

Categories
ଆଜିର ଖବର ଜାତୀୟ ଖବର

ଆଜି ସମ୍ମିଳନୀ ଆଇଇସିସି ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଗତି ମଇଦାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସଂକଳ୍ପବଦ୍ଧତାକୁ ଦର୍ଶାଇଛି। ପ୍ରଗତି ମଇଦାନରେ ପୁରାତନ ତଥା ପୁରୁଣା ସୁବିଧାଗୁଡ଼ିକର ନବୀକରଣ କରିଥିବା ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି। ପାଖାପାଖି ୧୨୩ ଏକର ପରିମିତ ଏକ ଅଞ୍ଚଳ ସହିତ, ଆଇଇସିସି ସୌଧ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସ୍ଥଳ ଭାବରେ ବିକଶିତ ହୋଇଛି। କାର୍ଯ୍ୟକ୍ରମ ଗୁଡିକ ପାଇଁ ଉପଲବ୍ଧ ଆବୃତ ସ୍ଥାନ ଦୃଷ୍ଟିରୁ, ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ ପାଇଛି।

ପ୍ରଗତି ମଇଦାନରେ ନୂତନ ଭାବରେ ବିକଶିତ ଆଇଇସିସି ସୌଧରେ ସମ୍ମିଳନୀ କେନ୍ଦ୍ର, ପ୍ରଦର୍ଶନୀ ହଲ୍‌, ମୁକ୍ତାକାଶ ମଞ୍ଚ ଭଳି ଏକାଧିକ ଅତ୍ୟାଧୁନିକ ସୁବିଧା ରହିଛି।

ସମ୍ମିଳନୀ କେନ୍ଦ୍ର ପ୍ରଗତି ମଇଦାନ ସୌଧର କେନ୍ଦ୍ରବିନ୍ଦୁ ଭାବରେ ବିକଶିତ ହୋଇଛି। ଏହା ଏକ ଚମତ୍କାର ବୃହତ ସ୍ଥାପତ୍ୟ, ବୃହତ ଆନ୍ତର୍ଜାତୀୟ ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଆଲୋଚନାଚକ୍ର, ସମ୍ମିଳନୀ ଏବଂ ଅନ୍ୟାନ୍ୟ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିକଳ୍ପିତ। ଏହା ଏକାଧିକ ବୈଠକ କକ୍ଷ, ବିଶ୍ରାମସ୍ଥଳ, ଅଡିଟୋରିୟମ୍‌, ମୁକ୍ତାକାଶ ମଞ୍ଚ ଏବଂ ବ୍ୟବସାୟ କେନ୍ଦ୍ର ସହିତ ସଜ୍ଜିତ ହୋଇଛି, ଯାହା ଏହାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସକ୍ଷମ କରିବ। ଏହାର ମହାନ୍ ବହୁ ଉଦ୍ଦେଶ୍ୟ ସାଧନ କରିପାରୁଥିବା ହଲ୍‍ ଏବଂ ପ୍ଲେନାରୀ ହଲର ମିଳିତ କ୍ଷମତା ସାତ ହଜାର ଲୋକଙ୍କ ପାଇଁ ରହିଛି, ଯାହା ଅଷ୍ଟ୍ରେଲିଆର ପ୍ରସିଦ୍ଧ ସିଡନୀ ଅପେରା ହାଉସର ବସିବା କ୍ଷମତାଠାରୁ ବଡ଼ ଅଟେ। ଏହାର ଚମତ୍କାର ମୁକ୍ତାକାଶ ମଞ୍ଚ ୩୦୦୦ ହଜାର ବ୍ୟକ୍ତିଙ୍କ ବସିବା କ୍ଷମତା ସହିତ ସଜ୍ଜିତ ହୋଇଛି।

ସମ୍ମିଳନୀ କେନ୍ଦ୍ର ସୌଧର ସ୍ଥାପତ୍ୟ ଡିଜାଇନ୍ ଭାରତୀୟ ପରମ୍ପରାରୁ ଅନୁପ୍ରାଣିତ ହୋଇଛି ଏବଂ ଆଧୁନିକ ସୁବିଧା ତଥା ଜୀବନଶୈଳୀକୁ ଗ୍ରହଣ କରିବା ସହିତ ଅତୀତରେ ଭାରତର ଆତ୍ମବିଶ୍ୱାସ ଏବଂ ବିଶ୍ୱାସକୁ ଦର୍ଶାଉଛି। ସୌଧର ଆକୃତି ଶଙ୍ଖ (ଶଙ୍ଖ ସେଲ) ରୁ ଉତ୍ପନ୍ନ ହୋଇଛି, ସମ୍ମିଳନୀ କେନ୍ଦ୍ରର ବିଭିନ୍ନ କାନ୍ଥ ଏବଂ ପ୍ରବେଶ ସ୍ଥାନରେ “ସୂର୍ଯ୍ୟ ଶକ୍ତି” ସହିତ ଭାରତର ପାରମ୍ପାରିକ କଳା ଓ ସଂସ୍କୃତିର ଅନେକ ଉପାଦାନ ଚିତ୍ରିତ ହୋଇଛି ଯେଉଁଥିରେ ଭାରତର ସୌର ଶକ୍ତି ବ୍ୟବହାର କରିବାର ପ୍ରୟାସକୁ ଦର୍ଶାଯାଇଛି, ମହାକାଶରେ ଆମର ସଫଳତାକୁ ପାଳନ କରୁଥିବା ପଞ୍ଚ ମହାଭୂତ, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ ଆଦିକୁ ଦର୍ଶାଉଛି। ଆହୁରି ମଧ୍ୟ, ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ଚିତ୍ର ଏବଂ ଆଦିବାସୀ କଳା ସମ୍ମିଳନୀ କେନ୍ଦ୍ରର ଶୋଭା ବର୍ଦ୍ଧନ କରୁଛି।

ସମ୍ମିଳନୀ କେନ୍ଦ୍ରରେ ଉପଲବ୍ଧ ଅନ୍ୟାନ୍ୟ ସୁବିଧା ମଧ୍ୟରେ ୫ଜି- ସଂଯୁକ୍ତ ସମ୍ପୂର୍ଣ୍ଣ ୱାଇ-ଫାଇ କ୍ୟାମ୍ପସ୍‌, ୧୦ଜି ଇଣ୍ଟରନେଟ୍ ସଂଯୋଗ, ୧୬ଟି ବିଭିନ୍ନ ଭାଷାକୁ ସମର୍ଥନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ ଅନୁବାଦ କକ୍ଷ, ବୃହତ ଆକାରର ଭିଡିଓ କାନ୍ଥ ସହିତ ଉନ୍ନତ ଏଭି ସିଷ୍ଟମ, ସର୍ବୋଚ୍ଚ କାର୍ଯ୍ୟକାରିତା ଏବଂ ଶକ୍ତି ଦକ୍ଷତା ସୁନିଶ୍ଚିତ କରୁଥିବା ସୌଧ ପରିଚାଳନା ବ୍ୟବସ୍ଥା ସହିତ ଆଲୋକୀକରଣ ଏବଂ ଅକ୍ୟୁପାନ୍ସି ସେନ୍ସର, ଅତ୍ୟାଧୁନିକ ଡିସିଏନ୍ (ଡାଟା କମ୍ୟୁନିକେସନ୍ ନେଟୱାର୍କ) ଆଦି ରହିଛି।

ଏହାବାଦ୍‍ ଆଇଇସିସି ସୌଧରେ ସମୁଦାୟ ସାତୋଟି ପ୍ରଦର୍ଶନୀ ହଲ୍ ରହିଛି, ପ୍ରତ୍ୟେକ ପ୍ରଦର୍ଶନୀ, ବାଣିଜ୍ୟ ମେଳା ଏବଂ ବ୍ୟବସାୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁମୁଖୀ ସ୍ଥାନ ଭାବରେ କାର୍ଯ୍ୟ କରିବ। ପ୍ରଦର୍ଶନୀ ହଲ୍ ଗୁଡିକ ବିଭିନ୍ନ ପ୍ରକାରର ଶିଳ୍ପ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଉତ୍ପାଦ ଏବଂ ସେବା ପ୍ରଦର୍ଶନ ପାଇଁ ଡିଜାଇନ୍ କରାଯାଇଛି। ଏହି ଅତ୍ୟାଧୁନିକ ସଂରଚନାଗୁଡ଼ିକ ଆଧୁନିକ ଇଞ୍ଜିନିୟରିଂ ଏବଂ ସ୍ଥାପତ୍ୟର ଏକ ପ୍ରମାଣ।

ଆଇଇସିସି ବାହାରେ ଥିବା ଅଞ୍ଚଳର ବିକାଶ ମଧ୍ୟ ସୁଚିନ୍ତିତ ଭାବରେ ଡିଜାଇନ୍ ହୋଇଛି ଯାହା ମୁଖ୍ୟ ସୌଧର ସୌନ୍ଦର୍ଯ୍ୟକୁ ପରିପୂର୍ଣ୍ଣ କରେ ଏବଂ ଏହି ପ୍ରକଳ୍ପରେ ହୋଇଥିବା ଯତ୍ନଶୀଳ ଯୋଜନା ଏବଂ ବିକାଶର ସାକ୍ଷୀ। ମୂର୍ତ୍ତି, ସ୍ଥାପନ ଏବଂ ମୂର୍ତ୍ତିଗୁଡ଼ିକ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶାଏ; ମ୍ୟୁଜିକାଲ୍ ଫାଉଣ୍ଟେନ୍ସ ଦର୍ଶନର ଏକ ଉପାଦାନ ଯୋଗ କରୁଛି; ଜଳାଶୟ, ହ୍ରଦ ଏବଂ କୃତ୍ରିମ ଝରଣା ପରି ଜଳାଶୟ ଏହି ଅଞ୍ଚଳର ଶାନ୍ତି ଏବଂ ସୌନ୍ଦର୍ଯ୍ୟକୁ ବଢାଇଥାଏ।

ଆଇଇସିସିରେ ଭ୍ରମଣକାରୀଙ୍କ ସୁବିଧା ଏକ ପ୍ରାଥମିକତା, ୫୫୦୦ ରୁ ଅଧିକ ଗାଡି ପାର୍କିଂ ସ୍ଥାନ ଯୋଗାଣରେ ପ୍ରତିଫଳିତ ହୋଇଛି। ଟ୍ରାଫିକ ମୁକ୍ତ ରାସ୍ତା ଦେଇ ପ୍ରବେଶର ସହଜତା ନିଶ୍ଚିତ କରେ ଯେ ପରିଦର୍ଶକମାନେ କୌଣସି ଅସୁବିଧା ବିନା ଏଠାକୁ ଯାଇପାରିବେ। ଆହୁରି ମଧ୍ୟ, ସାମଗ୍ରିକ ଡିଜାଇନ୍ ଉପସ୍ଥିତ ଲୋକଙ୍କ ଆରାମ ଏବଂ ସୁବିଧାକୁ ପ୍ରାଥମିକତା ଦେଇଥାଏ, ଆଇଇସିସି ସୌଧ ମଧ୍ୟରେ ବାଧାମୁକ୍ତ ଗତିବିଧିକୁ ସୁଗମ କରିଥାଏ।

ପ୍ରଗତି ମଇଦାନରେ ନୂତନ ଆଇଇସିସି ସୌଧର ବିକାଶ ଭାରତକୁ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ଆଗକୁ ନେବାରେ ସହାୟକ ହେବ। ଏହା ବାଣିଜ୍ୟ ଏବଂ ବ୍ୟବସାୟକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କରିବ। ଏହା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକର ଅଭିବୃଦ୍ଧିକୁ ସମର୍ଥନ କରିବ। ଏହା ମଧ୍ୟ ଜ୍ଞାନ ଆଦାନ ପ୍ରଦାନକୁ ସୁଗମ କରିବ ଏବଂ ସର୍ବୋତ୍ତମ ଅଭ୍ୟାସ, ବୈଷୟିକ ପ୍ରଗତି ଏବଂ ଶିଳ୍ପ ଧାରା ବିସ୍ତାରକୁ ଉତ୍ସାହିତ କରିବ। ପ୍ରଗତି ମଇଦାନରେ ଥିବା ଆଇଇସିସି ଆତ୍ମନିର୍ଭର ଭାରତର ଉତ୍ସାହ ଭାରତର ଅର୍ଥନୈତିକ ଏବଂ ବୈଷୟିକ ଉତ୍କର୍ଷର ଅନୁସରଣକୁ ଦର୍ଶାଉଛି ଏବଂ ଏହା ଏକ ନୂତନ ଭାରତ ଗଠନ ଦିଗରେ ଏକ ପଦକ୍ଷେପ।

Categories
ବିଶେଷ ଖବର

ଜାତୀୟ ପ୍ରଯୁକ୍ତି ଦିବସ ୨୦୨୩ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ 

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି। ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ।

ଯେଉଁ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ସେଗୁଡିକ ମଧ୍ୟରେ ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍ ୱେଭ୍ ଅବଜରଭେଟୋରୀ – ଇଣ୍ଡିଆ (ଲିଗୋ – ଇଣ୍ଡିଆ), ହିଙ୍ଗୋଲି; ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ଜଟଣୀ, ଓଡିଶା; ଏବଂ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ବ୍ଲକ୍ ଅନ୍ତର୍ଭୁକ୍ତ। ଜାତି ଉଦ୍ଦେଶ୍ୟରେଁ ଉତ୍ସର୍ଗୀକୃତ ପ୍ରକଳ୍ପ ଗୁଡିକ ହେଉଛି ଫିସନ୍ ମୋଲିବଡେନମ୍ – ୯୯ ଉତ୍ପାଦନ ସୁବିଧା, ମୁମ୍ବାଇ; ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକୀୟ କାରଖାନା, ବିଶାଖାପାଟଣା ; ନ୍ୟାସନାଲ ହାଡ୍ରନ୍ ବିମ୍ ଥେରାପି ସୁବିଧା, ନାଭି ମୁମ୍ବାଇ; ରେଡିଓଲୋଜିକାଲ ରିସର୍ଚ୍ଚ ୟୁନିଟ୍, ନାଭି ମୁମ୍ବାଇ ; ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ବିଶାଖାପାଟଣା୍; ଏବଂ ମହିଳା ଏବଂ ଶିଶୁ କର୍କଟ ହସ୍ପିଟାଲ ଭବନ, ନାଭି ମୁମ୍ବାଇ ଅନ୍ତର୍ଭୁକ୍ତ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ନିକଟ ଅତୀତରେ ଭାରତରେ ହୋଇଥିବା ବିଜ୍ଞାନ ଭିତ୍ତିକ ଏବଂ ବୈଷୟିକ ପ୍ରଗତି ପ୍ରଦର୍ଶନ କରୁଥିବା ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ଏବଂ ଏକ ପଦଯାତ୍ରା ମଧ୍ୟ କରିଥିଲେ। ଏହି ଅବସରରେ ସେ ଏକ ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୧ ମଇ ହେଉଛି ଭାରତ ଇତିହାସର ଅନ୍ୟତମ ପ୍ରତିଷ୍ଠିତ ଦିବସ। ସେ ସୂଚାଇ ଦେଇଛନ୍ତି ଯେ ଆଜି ଦିନଟି ହେଉଛି ସେହି ଦିନ, ଯେତେବେଳେ ଭାରତର ବୈଜ୍ଞାନିକମାନେ ପୋଖରାନ ଠାରେ ଚମତ୍କାର ପ୍ରଦର୍ଶନ କରିଥିଲେ ଯାହା ସମଗ୍ର ଦେଶକୁ ଗର୍ବିତ କରିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଯେଉଁ ଦିନ ଅଟଳ ଜୀ ଭାରତର ସଫଳ ଆଣବିକ ପରୀକ୍ଷଣ ସମ୍ପର୍କରେ ଘୋଷଣା କରିଥିଲେ ମୁଁ ସେହି ଦିନକୁ କେବେ ଭୁଲି ପାରିବି ନାହିଁ। ସେ ପ୍ରକାଶ କରିଛନ୍ତି ଯେ, ପୋଖରାନ୍ ଆଣବିକ ପରୀକ୍ଷଣ କେବଳ ଭାରତକୁ ଏହାର ବୈଜ୍ଞାନିକ ଦକ୍ଷତା ପ୍ରମାଣ କରିବାରେ ସାହାଯ୍ୟ କରି ନାହିଁ ବରଂ ଦେଶର ସ୍ତରକୁ ବିଶ୍ୱରେ ମଧ୍ୟ ଆଗକୁ ନେଇଛି।”

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଅଟଳ ଜୀଙ୍କ ଶବ୍ଦରେ ” ଆମେ ଆମର ଯାତ୍ରାରେ କେବେ ବି ଅଟକି ନାହୁଁ କି କୌଣସି ଆହ୍ୱାନ ଆଗରେ କେବେ ବି ଆତ୍ମସମର୍ପଣ କରିନାହୁଁ”। ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ଉଦ୍ଘାଟିତ ହୋଇଥିବା ଭବିଷ୍ୟତ ପ୍ରକଳ୍ପ ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ ଜାତୀୟ ହାଡ୍ରନ୍ ବିମ୍ ଥେରାପି ସୁବିଧା ଏବଂ ମୁମ୍ବାଇର ରେଡିଓଲୋଜିକାଲ୍ ରିସର୍ଚ୍ଚ ୟୁନିଟ୍, ଫିସନ୍ ମୋଲିବଡେନମ୍ -୯୯ ଉତ୍ପାଦନ ସୁବିଧା, ବିଶାଖାପାଟଣାରେ ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକୀୟ କାରଖାନା କିମ୍ବା ବିଭିନ୍ନ କର୍କଟ ଗବେଷଣା ଡାକ୍ତରଖାନା ବିଷୟରେ ଉଲ୍ଲେଖ କରିଛନ୍ତି। ଆଣବିକ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଏହା ଦେଶର ଅଗ୍ରଗତିକୁ ଆଗକୁ ବୃଦ୍ଧି କରିବ ବୋଲି କହିଛନ୍ତି। ଲିଗୋ ଇଣ୍ଡିଆ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଲିଗୋକୁ ଏକବିଂଶ ଶତାବ୍ଦୀର ପ୍ରମୁଖ ବିଜ୍ଞାନ ଏବଂ ପ୍ରଯୁକ୍ତି ପଦକ୍ଷେପ ବୋଲି କହିଥିଲେ।

ପର୍ଯ୍ୟବେକ୍ଷକ ଛାତ୍ର ଏବଂ ବୈଜ୍ଞାନିକ ମାନଙ୍କ ପାଇଁ ଗବେଷଣା ନିମନ୍ତେ ଏହା ନୂତନ ସୁଯୋଗ ଆଣିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଆଜି ଅମୃତ କାଳ ପ୍ରାରମ୍ଭିକ ଅବସ୍ଥାରେ ରହିଛି, ୨୦୪୭ ର ଲକ୍ଷ୍ୟ ଆମ ସମ୍ମୁଖରେ ସ୍ପଷ୍ଟ ଭାବରେ ଅଛି। ଅଭିବୃଦ୍ଧି, ନବସୃଜନ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ଏକ ସମାବେଶୀ ପାରିବେଶିବ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଛନ୍ତି ଯେ ଆମକୁ ଦେଶକୁ ବିକଶିତ ଏବଂ ଆତ୍ମନିର୍ଭର କରିବାକୁ ପଡିବ। ସେ ପ୍ରତ୍ୟେକ ପଦକ୍ଷେପରେ ଟେକ୍ନୋଲୋଜିର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, ଏହି ପରିପ୍ରେକ୍ଷୀରେ ଭାରତ ଏକ ସାମଗ୍ରିକ ଏବଂ ୩୬୦ – ଡିଗ୍ରୀ ଆଭିମୁଖ୍ୟ ସହିତ ଅଗ୍ରଗତି କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଟେକ୍ନୋଲୋଜିକୁ ଦେଶର ପ୍ରଗତିର ଏକ ଉପକରଣ ଭାବରେ ଗ୍ରହଣ କରେ, ଏହାର ଆଭିମୁଖ୍ୟକୁ ଦୃଢ଼ କରିବାର ମାଧ୍ୟମ ଭାବରେ ନୁହେଁ।

ଆଜିର କାର୍ଯ୍ୟକ୍ରମ ‘ସ୍କୁଲ ରୁ ଷ୍ଟାର୍ଟଅପ – ଯୁବ ମସ୍ତିଷ୍କକୁ ନବସୃଜନ ପାଇଁ ପ୍ରଜ୍ଜ୍ୱଳିତ କରିବା’ ର ବିଷୟ ବସ୍ତୁକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁବକ ଏବଂ ପିଲାମାନେ ଭାରତର ଭବିଷ୍ୟତର ପନ୍ଥା ସ୍ଥିର କରିବେ। ସେ କହିଛନ୍ତି ଯେ ଆଜିର ଶିଶୁ ଏବଂ ଯୁବକ ମାନଙ୍କ ଉତ୍ସାହ, ଶକ୍ତି ଏବଂ ସାମର୍ଥ୍ୟ ହେଉଛି ଭାରତର ବଡ ଶକ୍ତି। ପ୍ରଧାନମନ୍ତ୍ରୀ ଡଃ ଏ. ପି. ଜେ. ଅବଦୁଲ କଲାମଙ୍କୁ ଉଦ୍ଧୃତ କରି , ଜ୍ଞାନ ସହିତ ଜ୍ଞାନର ମହତ୍ତ୍ୱକୁ ସେ ରେଖାଙ୍କିତ କରିଥିଲେ ଏବଂ କହିଥିଲେ ଯେ ଭାରତ ଏକ ଜ୍ଞାନୀ ସମାଜ ରୂପରେ ବିକଶିତ ହେଉଛି, ସମାନ ସାମର୍ଥ୍ୟର ସହିତ କାର୍ଯ୍ୟ କରୁଛି। ଯୁବ ମନକୁ ପ୍ରଜ୍ୱଳିତ କରିବା ପାଇଁ ଗତ ୯ ବର୍ଷ ମଧ୍ୟରେ ଦେଶରେ ସୃଷ୍ଟି ହୋଇଥିବା ମଜଭୁତ ମୂଳଦୁଆ ଉପରେ ସେ ବର୍ଣ୍ଣନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ୭୦୦ ଟି ଜିଲ୍ଲାର ୧୦,୦୦୦ ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ନବସୃଜନ ନର୍ସରୀ ପାଲଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଲ୍ୟାବ ଗୁଡିକରୁ ୬୦ ପ୍ରତିଶତ ସରକାରୀ ଏବଂ ଗ୍ରାମାଞ୍ଚଳ ବିଦ୍ୟାଳୟରେ ଅଛି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୭୫ ଲକ୍ଷ ପ୍ଲସ୍ ଛାତ୍ର ଅଟଳ ଟିଙ୍କରିଂ ଲ୍ୟାବରେ ୧୨ ଲକ୍ଷରୁ ଅଧିକ ଉଦ୍ଭାବନ ପ୍ରକଳ୍ପରେ କଠିନ ପରିଶ୍ରମ କରୁଛନ୍ତି। ଯୁବ ବୈଜ୍ଞ।ନିକମାନେ ବିଦ୍ୟାଳୟରୁ ବାହାରକୁ ଆସି ଦେଶର କୋଣ ଅନୁକୋଣରେ ପହଂଚିବା ଏବଂ ସେମାନଙ୍କୁ ସମ୍ଭାଳିବା, ସେମାନଙ୍କର ପ୍ରତିଭାକୁ ଉନ୍ନତ କରିବା ଏବଂ ସେମାନଙ୍କର ଧାରଣାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି।

ସେ ଅଟଳ ଇନୋଭେସନ୍ ସେଣ୍ଟର୍ସ (ଏଆଇସି) ରେ ଅନ୍ତର୍ଭୁକ୍ତ ହୋଇଥିବା ଶହ ଶହ ଷ୍ଟାର୍ଟଅପ୍ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଏହା କହିଛନ୍ତି ଯେ ଏହା ‘ନୂତନ ଭାରତ’ର ନୂତନ ଲାବୋରେଟୋରୀ ଭାବରେ ମୁଣ୍ଡ ଟେକିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଟିଙ୍କର – ଉଦ୍ୟମୀ ଖୁବ୍ ଶୀଘ୍ର ବିଶ୍ୱର ଅଗ୍ରଣୀ ଉଦ୍ୟୋଗୀ ହେବେ।

କଠିନ ପରିଶ୍ରମର ମହତ୍ତ୍ୱ ଉପରେ ମହର୍ଷି ପତଞ୍ଜଳିଙ୍କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପରେ ନିଆ ଯାଇଥିବା ପଦକ୍ଷେପ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛି। “ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ, ଡିଜିଟାଲ ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ଭାରତକୁ ଏହି କ୍ଷେତ୍ରରେ ନୂତନ ଉଚ୍ଚତା ହାସଲ କରିବାରେ ସାହାଯ୍ୟ କରିଛି” ବୋଲି ଶ୍ରୀ ମୋଦୀ କହିଛନ୍ତି ଯେ ବିଜ୍ଞାନ ପୁସ୍ତକରୁ ବାହାରୁଛି ଏବଂ ପରୀକ୍ଷଣ ମାଧ୍ୟମରେ ପେଟେଣ୍ଟରେ ପରିଣତ ହେଉଛି। ୧୦ ବର୍ଷ ପୂର୍ବେ ପ୍ରତି ବର୍ଷ ପେଟେଣ୍ଟ ସଂଖ୍ୟା ୪୦୦୦ ରହୁଥିବା ବେଳେ ଆଜି ତାହା ୩୦,୦୦୦ ରୁ ଅଧିକକୁ ବୃଦ୍ଧି ପାଇଛି। ସମାନ ଅବଧିରେ ଡିଜାଇନ ଗୁଡିକର ପଞ୍ଜୀକରଣ ୧୦,୦୦୦ ରୁ ୧୫,୦୦୦ କୁ ବୃଦ୍ଧି ପାଇଛି। ଟ୍ରେଡ୍ ମାର୍କ ସଂଖ୍ୟା ୭୦,୦୦୦ ରୁ କମ୍ ଥିବାବେଳେ ୨,୫୦,୦୦୦ ରୁ ଅଧିକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, “ଆଜିର ଭାରତ ପ୍ରତ୍ୟେକ ଦିଗରେ ଆଗକୁ ବଢ଼ୁଛି , ଯାହା ଏକ ଟେକ୍ ଲିଡର ହେବା ପାଇଁ ଆବଶ୍ୟକ। ସେ ଦର୍ଶାଇଛନ୍ତି ଯେ ଦେଶରେ ଟେକ୍ ଉଷ୍ମାୟନ କେନ୍ଦ୍ର ସଂଖ୍ୟା ୨୦୧୪ ରେ ପ୍ରାୟ ୧୫୦ ଥିବାବେଳେ ଆଜି ତାହା ୬୫୦ ରୁ ଅଧିକ ହୋଇଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତର ବିଶ୍ୱସ୍ତରୀୟ ନବସୃଜନ ରାଙ୍କ ୮୧ ରୁ ୪୦ ତମ ସ୍ଥାନକୁ ଚାଲି ଯାଇଛି ଯେଉଁଠାରେ ଦେଶର ଯୁବକମାନେ ନିଜର ଡିଜିଟାଲ୍ ଉଦ୍ୟୋଗ ଏବଂ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରୁଛନ୍ତି।

୨୦୧୪ ସହିତ ତୁଳନାତ୍ମକ ଚିତ୍ର ଆଙ୍କି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା ପ୍ରାୟ ୧୦୦ ରୁ ବୃଦ୍ଧି ପାଇ ୧ ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ହୋଇ ଯାଇଛିି ଏବଂ ଏହା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାରେ ପରିଣତ କରିଛି । ଭାରତର ଦକ୍ଷତା ଏବଂ ପ୍ରତିଭାକୁ ଲକ୍ଷ୍ୟ କରି , ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଅଭିବୃଦ୍ଧି ଏପରି ଏକ ସମୟରେ ଘଟିଛି ଯେତେବେଳେ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ସହ ମୁକାବିଲା କରୁଛି । ନୀତି ନିର୍ଣ୍ଣୟକାରୀ, ବୈଜ୍ଞାନିକ ସମ୍ପ୍ରଦାୟ, ଦେଶ ତଥା ବେସରକାରୀ କ୍ଷେତ୍ରରେ ବ୍ୟାପିଥିବା ଗବେଷଣା ଲ୍ୟାବ ପାଇଁ ବର୍ତ୍ତମାନର ମୂହୁର୍ତ୍ତ ଅତ୍ୟନ୍ତ ମୂଲ୍ୟବାନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଯଦିଓ ବିଦ୍ୟାଳୟରୁ ଷ୍ଟାର୍ଟଅପ୍ ଯାତ୍ରା ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯିବ, ତଥାପି ହିତାଧିକାରୀ ମାନେ ସେମାନଙ୍କୁ ସବୁବେଳେ ମାର୍ଗଦର୍ଶନ ଏବଂ ଉତ୍ସାହିତ କରିବା ଜରୁରୀ । ପ୍ରଧାନମନ୍ତ୍ରୀ ଏଥି ପାଇଁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଆମେ ଟେକ୍ନୋଲୋଜିର ସାମାଜିକ ପ୍ରସଙ୍ଗକୁ ଧ୍ୟାନରେ ରଖୁ, ଟେକ୍ନୋଲୋଜି ସଶକ୍ତିକରଣର ଏକ ଶକ୍ତିଶାଳୀ ଉପକରଣ ହୋଇଯାଏ । ଅସନ୍ତୁଳନତା ଦୂର କରିବା ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ସାଧନ ହୋଇଯାଏ । ପ୍ରଧାନମନ୍ତ୍ରୀ ସେହି ସମୟକୁ ମନେ ପକାଇ ଥିଲେ ଯେତେବେଳେ ଟେକ୍ନୋଲୋଜି ସାଧାରଣ ନାଗରିକଙ୍କ ପାଖରେ ନଥିଲା ଏବଂ ଡେବିଟ୍, କ୍ରେଡିଟ୍ କାର୍ଡଗୁଡିକ ଷ୍ଟାଟସ୍ ସଙ୍କେତ ଭଳି ଜିନିଷ ଥିଲା । କିନ୍ତୁ ଆଜି ଏହାର ସରଳତା ହେତୁ ୟୁପିଆଇ ସ୍ୱାଭାବିକ ହୋଇ ପାରିଛି । ଡାଟା ସର୍ବାଧିକ ବ୍ୟବହାର କରୁଥିବା ଦେଶ ମଧ୍ୟରେ ଆଜି ଭାରତ ରହିଛି । ଗ୍ରାମୀଣ ଉପଭୋକ୍ତା ସଂଖ୍ୟା ସହରୀ ଉପଭୋକ୍ତାଙ୍କୁ ଅତିକ୍ରମ କରିଛି । ଜେଏଏମ୍ ଟ୍ରିନିଟି, ଜିଇଏମ୍ ପୋର୍ଟାଲ୍, କୋୱିନ୍ ପୋର୍ଟାଲ୍, ଇ- ଏନ୍ଏଏମ୍ ଟେକ୍ନୋଲୋଜିକୁ ସମାବେଶର ଏଜେଣ୍ଟ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟେକ୍ନୋଲୋଜିର ସଠିକ୍ ବ୍ୟବହାର ସମାଜକୁ ନୂଆ ଶକ୍ତି ପ୍ରଦାନ କରିଥାଏ, ଆଜି ସରକାର ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସେବା ଯୋଗାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ଅନଲାଇନ୍ ଜନ୍ମ ପ୍ରମାଣପତ୍ର, ଇ – ପାଠଶାଳା ଏବଂ ଦୀକ୍ଷା ଇ – ଲର୍ନିଂ ପ୍ଲାଟଫର୍ମ, ସ୍କଲାରସିପ୍ ପୋର୍ଟାଲ୍, ଚାକିରି ସମୟରେ ୟୁନିଭର୍ସାଲ୍ ଆକ୍ସେସ୍ ନମ୍ବର, ଚିକିତ୍ସା ପାଇଁ ଇ – ସଞ୍ଜୀବନୀ ଏବଂ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଜୀବନ ପ୍ରମାଣ ଭଳି ପଦକ୍ଷେପ ପ୍ରତ୍ୟେକ ନାଗରିକଙ୍କୁ ସାହାଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ଏବଂ ଜୀବନର ସହଜତା ବୃଦ୍ଧି କରିବାର ଉଦାହରଣ ଭାବରେ ସେ ସହଜ ପାସପୋର୍ଟ, ଡିଜି ଯାତ୍ରୀ ଏବଂ ଡିଜି ଲକରରେ ପଦକ୍ଷେପ ବିଷୟରେ ମଧ୍ୟ କହିଥିଲେ।

ଟେକ୍ନୋଲୋଜି ଜଗତରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଭାରତର ଯୁବକମାନେ ଏହି ଗତି ସହିତ ତାଳମେଳ ରଖିବା ଏବଂ ଏହା ଅତିକ୍ରମ କରିବାରେ ଦେଶର ନେତୃତ୍ୱ ନେବେ। ସେ ନୂତନ ଖେଳ ପରିବର୍ତ୍ତନକାରୀ ଉଦ୍ଭାବନ ଏବଂ ଥେରାପିଟିଭ୍ ସେକ୍ଟର ଭାବରେ ଉଭା ହୋଇଥିବା ଏଆଇ ଉପକରଣଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଏହିପରି ବୈପ୍ଳବିକ ପ୍ରଯୁକ୍ତିର ନେତୃତ୍ୱ ନେବା ଉଚିତ। ଭାରତର ଏକ ଆତ୍ମନିର୍ଭରଶୀଳ ପ୍ରତିରକ୍ଷା କ୍ଷେତ୍ରର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଉକ୍ôୃଷ୍ଟତା କିମ୍ବା ଆଇଡିଏକ୍ସ ନିମନ୍ତେ ନବସୃଜନ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ୩୫୦ କୋଟିରୁ ଅଧିକ ମୂଲ୍ୟର ଆଇଡେକ୍ସରୁ ୧୪ ଟି ଉଦ୍ଭାବନ କ୍ରୟ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଇ – କ୍ରିଏଟ୍ ଏବଂ ଡିଆର୍ଡିଓ ୟଙ୍ଗ୍ ସାଇଟିଷ୍ଟ ଲାବ୍ ଭଳି ପଦକ୍ଷେପ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହି ପ୍ରୟାସ ଗୁଡିକୁ ଏକ ନୂତନ ଦିଗ ଦିଆଯାଉଛି।
ମହାକାଶ କ୍ଷେତ୍ରର ନୂତନ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏକ ବିଶ୍ୱ ଖେଳ ପରିବର୍ତ୍ତନକାରୀ ଭାବରେ ଉଭା ହେଉଛି ଏବଂ ଏସ୍ଏସ୍ଏଲ୍ଭି ଏବଂ ପିଏସ୍ଏଲ୍ଭି କକ୍ଷପଥ ପ୍ଲାଟଫର୍ମ ପରି ଟେକ୍ନୋଲୋଜି ଉପରେ ଆଲୋକପାତ କରିଛି । ମହାକାଶ କ୍ଷେତ୍ରରେ ଯୁବକ ମାନଙ୍କ ନିମନ୍ତେ ଏବଂ ଷ୍ଟାର୍ଟଅପ୍ ପାଇଁ ନୂତନ ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଏବଂ କୋଡିଂ, ଗେମିଂ ଏବଂ ପ୍ରୋଗ୍ରାମିଂ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ପିଏଲଆଇ ଯୋଜନା ଭଳି ନୀତି ସ୍ତରୀୟ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯେଉଁ ସମୟରେ ଭାରତ ସେମିକଣ୍ଡକ୍ଟର ଭଳି ନୂତନ କ୍ଷେତ୍ରରେ ନିଜର ଉପସ୍ଥିତି ବୃଦ୍ଧି କରିବାରେ ଲାଗିଛି।

ନବସୃଜନ ଏବଂ ନିରାପତ୍ତାରେ ହ୍ୟାକଥନର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ସରକାର କ୍ରମାଗତ ଭାବରେ ହ୍ୟାକଥନ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି ଯେଉଁଠାରେ ଛାତ୍ରମାନେ ନୂତନ ଆହ୍ୱାନର ସାମନା କରୁଛନ୍ତି ଏବଂ ଏଥିପାଇଁ ଏକ ହ୍ୟାଣ୍ଡ – ହୋଲ୍ଡିଂ ଏବଂ ସଂରଚନା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅଟଳ ଟିଙ୍କରିଂ ଲ୍ୟାବରୁ ବାହାରୁଥିବା ଯୁବକ ମାନଙ୍କୁ ସମ୍ବୋଧିତ କରିବା ପାଇଁ ଏକ ଅନୁଷ୍ଠାନିକ ବ୍ୟବସ୍ଥା ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଚାରିଛନ୍ତି, “ଆମେ ଏହି ଭଳି ଭାବରେ ଦେଶର ବିଭିନ୍ନ କ୍ଷେତ୍ରରେ ୧୦୦ ଟି ପ୍ରୟୋଗଶାଳାକୁ ଚିହ୍ନଟ କରିପାରିବା, ଯାହା ଯୁବକ ମାନଙ୍କ ଦ୍ୱାରା ସଂଚାଳିତ କରାଯିବା ଉଚିତ ହେବ କି?”

ସ୍ୱଚ୍ଛ ଶକ୍ତି ଏବଂ ପ୍ରାକୃତିକ ଚାଷର ବିଶେଷ ଧ୍ୟାନ କ୍ଷେତ୍ର ଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗବେଷଣା ଏବଂ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ବୋଧନକୁ ସମାପ୍ତ କରି, ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଜାତୀୟ ପ୍ରଯୁକ୍ତି ସପ୍ତାହ ଏହି ସମ୍ଭାବନାକୁ ହୃଦୟଙ୍ଗମ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।

ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର କାର୍ମିକ, ଜନ ଅଭିଯୋଗ ଏବଂ ପେନସନ ରାଷ୍ଟ୍ର୍ ମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଅନ୍ୟ ମାନଙ୍କ ସହିତ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ମହାରାଷ୍ଟ୍ରର ହିଙ୍ଗୋଲିରେ ବିକଶିତ ହେବାକୁ ଥିବା ଲିଗୋ – ଇଣ୍ଡିଆ ଦୁନିଆର ହାତଗଣତି ଲେଜର ଇଣ୍ଟରଫେରୋମିଟର ମାଧ୍ୟାକର୍ଷଣ ତରଙ୍ଗ ପର୍ଯ୍ୟବେକ୍ଷଣ ସ୍ଥାନ ମଧ୍ୟରୁ ଗୋଟିଏ ହେବ। ଏହା ୪ କିଲୋମିଟର ହସ୍ତ ଦୈର୍ଘ୍ୟର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଇଣ୍ଟର ଫେରୋମିଟର ଅଟେ ଯାହା କୃଷ୍ଣ ଗର୍ତ୍ତ (ବ୍ଲାକ୍ ହୋଲ୍)ଏବଂ ନିଉଟ୍ରନ୍ ତାରା ପରି ବୃହତ ଜ୍ୟୋତିର୍ବିଜ୍ଞାନୀୟ ପିଣ୍ଡ ଗୁଡିକର ବିଲୟ ସମୟରେ ସୃଷ୍ଟି ହୋଇଥିବା ଗୁରୁତ୍ୱାକର୍ଷଣ ତରଙ୍ଗକୁ ଅନୁଭବ କରିବାରେ ସକ୍ଷମ ହୋଇଥାଏ । ଲିଗୋ – ଇଣ୍ଡିଆ ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟ କରୁଥିବା ଦୁଇଟି ପର୍ଯ୍ୟବେକ୍ଷଣଶାଳା , ଗୋଟିଏ ୱାଶିଂଟନ୍ର ହାନଫୋର୍ଡ ଠାରେ ଏବଂ ଅନ୍ୟଟି ଲୁଇସିଆନାର ଲିଭିଙ୍ଗଷ୍ଟନ୍ରେ ରହିଛି ଯାହା ସହିତ ସିଙ୍କ୍ରୋନାଇଜେସନ୍ରେ କାର୍ଯ୍ୟ କରିବ। ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକ ମୁଖ୍ୟତଃ ବିକଶିତ ଦେଶ ମାନଙ୍କରେ ଉତ୍ପାଦିତ ହୁଏ।

ବିଶାଖାପାଟଣା ସ୍ଥିତ ଭାବା ଆଣବିକ ଗମେଷଣା କେନ୍ଦ୍ର ପରିସରରେ ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକ ଉତ୍ପାଦନ ପାଇଁ ସୁବିଧା ବିକଶିତ ହୋଇଛି। ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ ଏବଂ ସ୍ୱଦେଶୀ ସମ୍ବଳରୁ ବାହାର କରା ଯାଇଥିବା ସ୍ୱଦେଶୀ ବିରଳ ପୃଥିବୀ ସାମଗ୍ରୀକୁ ବ୍ୟବହାର କରି ଏହି ସୁବିଧା ସ୍ଥାପିତ କରାଯାଇଛି। ଏହି ସୁବିଧା ସହିତ, ଭାରତ ବିରଳ ପୃଥିବୀ ସ୍ଥାୟୀ ଚୁମ୍ବକ ଉତ୍ପାଦନ କରିବାର କ୍ଷମତା ରଖିଥିବା ରାଷ୍ଟ୍ର ଗୁଡିକର ଏକ ବଛା ବଛା ଗୋଷ୍ଠୀରେ ଯୋଗ ଦେବ।

ନାଭି ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ ସେଣ୍ଟରର ନ୍ୟାସନାଲ୍ ହାଡ୍ରନ୍ ବିମ୍ ଥେରାପି ସୁବିଧା ହେଉଛି ଏକ ଅତ୍ୟାଧୁନିକ ସୁବିଧା ଯାହା ଆଖପାଖର ସାଧାରଣ ସଂରଚନାରେ ସର୍ବନିମ୍ନ ମାତ୍ରା ସହିତ ଟ୍ୟୁମର ଉପରେ ବିକିରଣର ଅତି ସଠିକ୍ ବିତରଣ କାର୍ଯ୍ୟ କରିଥାଏ। ଲକ୍ଷ୍ୟଭୁକ୍ତ ଟିସୁକୁ ଡୋଜର ସଠିକ୍ ପ୍ରୟୋଗ ବିକିରଣ ଚିକିତ୍ସାର ଶୀଘ୍ର ଏବଂ ବିଳମ୍ବିତ ପାର୍ଶ୍ୱ ପ୍ରତିକ୍ରିୟାକୁ ହ୍ରାସ କରିଥାଏ।

ଫିଜନ୍ ମୋଲିବଡେନମ୍ – ୯୯ ଉତ୍ପାଦନ ସୁବିଧା ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଟ୍ରମ୍ବେ କ୍ୟାମ୍ପସରେ ଅବସ୍ଥିତ। ମୋଲିବଡେନମ୍ – ୯୯ ହେଉଛି ଟେକ୍ନେଟିୟମ୍ – ୯୯ ଏମ୍ ର ଜନକ, ଯାହା କର୍କଟ, ହୃଦ୍ ରୋଗ ଇତ୍ୟାଦିର ଶୀଘ୍ର ଚିହ୍ନଟ ପାଇଁ ୮୫% ରୁ ଅଧିକ ଇମେଜିଙ୍ଗ୍ ପଦ୍ଧତିରେ ବ୍ୟବହୃତ ହୁଏ। ଏହି ସୁବିଧା ଦ୍ୱାରା ପ୍ରତି ବର୍ଷ ପ୍ରାୟ ୯ ରୁ ୧୦ ଲକ୍ଷ ରୋଗୀଙ୍କୁ ସ୍କାନ୍ କରିବ ବୋଲି ଆଶା କରାଯାଉଛି।

ଅନେକ କର୍କଟ ଡାକ୍ତରଖାନା ଏବଂ ସୁବିଧା ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ ଦେଶର ବିଭିନ୍ନ ଅଞ୍ଚଳରେ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା ସୁବିଧାକୁ ବିକେନ୍ଦ୍ରୀକରଣ କରିବ ଏବଂ ବୃଦ୍ଧି କରିବ।

ଅଟଳ ଇନୋଭେସନ୍ ମିଶନ୍ ଏବଂ ଅନ୍ୟାନ୍ୟ ଉପାଦାନ

ଜାତୀୟ ଟେକ୍ନୋଲୋଜି ଦିବସ ୨୦୨୩ କୁ ପାଳନ କରୁଥିବା କାର୍ଯ୍ୟକ୍ରମ ଏବଂ ଉତ୍ସବଗୁଡ଼ିକ ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ୍) ଉପରେ ବିଶେଷ ଧ୍ୟାନ ଦେଇଥାଏ। ଚଳିତ ବର୍ଷର ଜାତୀୟ ପ୍ରଯୁକ୍ତି ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରି, ଏଆଇଏମ୍ ପାଭିଲିୟନ୍ ଏକାଧିକ ଅଭିନବ ପ୍ରକଳ୍ପ ପ୍ରଦର୍ଶନ କରିବ ଏବଂ ଲାଇଭ୍ ଟିଙ୍କରିଂ ଅଧିବେଶନ ଦେଖିବା, ଟିଙ୍କରିଂ କାର୍ଯ୍ୟକଳାପରେ ନିୟୋଜିତ ହେବା ଏବଂ ଷ୍ଟାର୍ଟଅପ୍ ଦ୍ୱାରା ଉଲ୍ଲେଖନୀୟ ଉଦ୍ଭାବନ ଏବଂ ଉତ୍ପାଦର ସାକ୍ଷୀ ହେବା ପାଇଁ ଏକ ସୁଯୋଗ ପ୍ରଦାନ କରିବ। ଆହୁରି ମଧ୍ୟ ଏଠାରେ ଏକାଧିକ ଏନ୍ଗେଜମେଂଟ ଜୋନ୍ ଯେପରିକି ଏଆର୍ / ଭିଆର୍, ପ୍ରତିରକ୍ଷା ଟେକ୍, ଡିଜିଯାତ୍ରା, ବୟନ ଏବଂ ଲାଇଫ୍ ସାଇନ୍ସ ଇତ୍ୟାଦି ରହିବ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଭାରତରେ ହୋଇଥିବା ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତିକୁ ପ୍ରଦର୍ଶନ କରୁଥିବା ପ୍ରଦଶନୀକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଏକ ସ୍ମାରକ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରିଛନ୍ତି।

ଜାତୀୟ ପ୍ରଯୁକ୍ତି ଦିବସ ପାଳନର ଉତ୍ସବକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମ୍ମାନାର୍ଥେ ଆରମ୍ଭ କରିଥିଲେ, ଯେଉଁମାନେ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ପାଇଁ କାର୍ଯ୍ୟ କରିଥିଲେ ଏବଂ ମେ ୧୯୯୮ ରେ ପୋଖରାନ୍ ପରୀକ୍ଷଣର ସଫଳ ଆୟୋଜନକୁ ସୁନିଶ୍ଚିତ କରିଥିଲେ। ସେବେ ଠାରୁ ଜାତୀୟ ପ୍ରଯୁକ୍ତି ଦିବସ ପ୍ରତି ବର୍ଷ ମେ ୧୧ ରେ ପାଳନ କରାଯାଏ। ଏହା ପ୍ରତି ବର୍ଷ ଏକ ନୂତନ ଏବଂ ଭିନ୍ନ ବିଷୟ ସହିତ ପାଳନ କରାଯାଏ। ଏହି ବର୍ଷର ବିଷୟବସ୍ତୁ ହେଉଛି ‘ସ୍କୁଲ୍ ଟୁ ଷ୍ଟାର୍ଟଅପ୍ – ଇଗ୍ନାଇଟ୍ ୟଙ୍ଗ୍ ମାଇଣ୍ଡସ୍ ଟୁ ଇନୋଭେଟ୍’ (‘ସ୍କୁଲ ରୁ ଷ୍ଟାର୍ଟଅପ – ଯୁବ ମସ୍ତିଷ୍କକୁ ନବସୃଜନ ପାଇଁ ପ୍ରଜ୍ଜ୍ୱଳିତ କରିବା’ )।

Categories
ଆଜିର ଖବର ଜାତୀୟ ଖବର

ଭାରତରେ 5G ଯୁଗର ଶୁଭାରମ୍ଭ, ପ୍ରଧାନମନ୍ତ୍ରୀ ମୋଦୀ ଆରମ୍ଭ କଲେ ସେବା

ନୂଆଦିଲ୍ଲୀ: ଭାରତକୁ ଏକ ନୂତନ ଉପହାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ 5G ସେବା ଆରମ୍ଭ କରିଛନ୍ତି। ଭାରତ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ। ଟେକ୍ନୋଲୋଜିର ଏକ ନୂତନ ଯୁଗରେ ଭାରତ ପ୍ରବେଶ କରିଛି।

ପ୍ରକାଶ ଯୋଗ୍ୟ ଯେ ଆଜିଠାରୁ ଭାରତୀୟ ମୋବାଇଲ୍ କଂଗ୍ରେସ ମଧ୍ୟ ଆରମ୍ଭ ହୋଇଛି, ଯାହା ଚାରି ଦିନ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ 5G ସେବା ଆରମ୍ଭ କରିଥିଲେ। ଏହି ସମୟରେ ସେ ଟେଲିକମ୍ ଅପରେଟରମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ। ବର୍ତ୍ତମାନ 4G ରୁ ଅପଗ୍ରେଡ୍ କରି ଆମେ 5G ସେବାରେ ପହଞ୍ଚିଛୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆସନ୍ତାକାଲି ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ କୁ ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ଜୁନ୍ ଦିନ ପୂର୍ବାହ୍ନ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨ ର ଉଦଘାଟନ କରିବେ। ଏହି ଅବସରରେ ତାଙ୍କର ସମ୍ବୋଧନ ପରେ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨ ଦୁଇ ଦିନିଆ କାର୍ଯ୍ୟକ୍ରମ ଜୁନ୍‍ ୯ ଏବଂ ୧୦ ରେ ହେବ। ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆଇଆରଏସି) ଦ୍ୱାରା ଏହା ଆୟୋଜିତ ହେଉଛି। ବିଆଇଆରଏସି ସ୍ଥାପନର ଦଶ ବର୍ଷ ପୂର୍ତ୍ତି ଅବସରରେ ଏହା ଅନୁଷ୍ଠିତ ହେଉଛି। ଏକ୍ସପୋର ବିଷୟବସ୍ତୁ ହେଉଛି ” ବାୟୋଟେକ ଷ୍ଟାର୍ଟଅପ୍ ଇନୋଭେସନ୍ସ: ଆତ୍ମ ନିର୍ଭର ଭାରତ ଅଭିମୁଖେ”।

ଉଦ୍ୟୋଗୀ, ନିବେଶକ, ଶିଳ୍ପପତି, ବୈଜ୍ଞାନିକ, ଅନୁସନ୍ଧାନକାରୀ, ବାୟୋ-ଇନକ୍ୟୁବେଟର, ଉତ୍ପାଦକ, ନିୟାମକ, ସରକାରୀ ଅଧିକାରୀ ଇତ୍ୟାଦିଙ୍କୁ ସଂଯୋଗ କରିବା ପାଇଁ ଏହି ଏକ୍ସପୋ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏକ୍ସପୋରେ ପ୍ରାୟ ୩୦୦ ଷ୍ଟଲ୍ ପ୍ରତିଷ୍ଠା ହେବ ଏବଂ ବିଭିନ୍ନ କ୍ଷେତ୍ରରେ ଜୈବ ପ୍ରଯୁକ୍ତିବିଦ୍ୟା ଯେପରିକି ସ୍ୱାସ୍ଥ୍ୟସେବା, ଜେନୋମିକ୍ସ, ବାୟୋଫାର୍ମା, କୃଷି, ଶିଳ୍ପ ବାୟୋଟେକ୍ନୋଲୋଜି, ବର୍ଜ୍ୟବସ୍ତୁରୁ ସମ୍ପଦ, ସ୍ୱଚ୍ଛ ଶକ୍ତି ଆଦି ପ୍ରଦର୍ଶିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଡ୍ରୋନ୍ ମହୋତ୍ସବକୁ ପ୍ରଗତି ମଇଦାନରେ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠୁ ବଡ ଡ୍ରୋନ୍ ଉତ୍ସବ – ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨ କୁ ୨୭ ମଇ ୨୦୨୨ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ କିଷାନ୍ ଡ୍ରୋନ୍ ପାଇଲଟମାନଙ୍କ ସହ ମଧ୍ୟ ଆଲୋଚନା କରିବେ, ଖୋଲା ଆକାଶରେ ଡ୍ରୋନ୍ ପ୍ରଦର୍ଶନ ଦେଖିବେ ଏବଂ ଡ୍ରୋନ୍ ପ୍ରଦର୍ଶନୀ କେନ୍ଦ୍ରରେ ଷ୍ଟାର୍ଟଅପମାନଙ୍କ ସହିତ ଆଲୋଚନା କରିବେ।

ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨ ହେଉଛି ଦୁଇ ଦିନିଆ କାର୍ଯ୍ୟକ୍ରମ ଏବଂ ଏହା ୨୭ ଏବଂ ୨୮ ମଇରେ ଅନୁଷ୍ଠିତ ହେବ। ସରକାରୀ ଅଧିକାରୀ, ବିଦେଶୀ କୂଟନୀତିଜ୍ଞ, ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ପିଏସ୍‍ୟୁ, ଘରୋଇ କମ୍ପାନୀ ଏବଂ ଡ୍ରୋନ୍ ଷ୍ଟାର୍ଟଅପ୍ ଇତ୍ୟାଦିର ୧୬୦୦ ରୁ ଅଧିକ ପ୍ରତିନିଧି ମହୋତ୍ସବରେ ଅଂଶଗ୍ରହଣ କରିବେ। ୭୦ ରୁ ଅଧିକ ପ୍ରଦର୍ଶନକାରୀ ପ୍ରଦର୍ଶନୀରେ ଡ୍ରୋନର ବିଭିନ୍ନ ବ୍ୟବହାର ଦେଖାଇବେ।

ମହୋତ୍ସବରେ ଅନ୍ୟଗୁଡିକ ମଧ୍ୟରେ ଭର୍ଚୁଆଲ ବ୍ୟବସ୍ଥାରେ ଡ୍ରୋନ୍ ପାଇଲଟ୍ ସାର୍ଟିଫିକେଟ୍ ପ୍ରଦାନ, ନୂତନ ସାମଗ୍ରୀର ଶୁଭାରମ୍ଭ, ପ୍ୟାନେଲ୍ ଆଲୋଚନା, ଉଡାଣ ପ୍ରଦର୍ଶନ, ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ୍ ଟ୍ୟାକ୍ସି ପ୍ରୋଟୋଟାଇପ୍ ଆଦି ଦେଖିବାକୁ ମିଳିବ।