Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ମାତ୍ର ୪୦ ବର୍ଷ ବୟସରେ ପ୍ରତିଭାବାନ ଯୁବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ: ବଲିଉଡରେ ଖେଳିଗଲା ଶୋକର ଲହରୀ

ମୁମ୍ବାଇ: ବଲିଉଡ ଜଗତରୁ ବହୁତ ଦୁଃଖଦ ଖବର ମିଳିଛି। ଜଣାଶୁଣା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଯାଇଛି। ସିଦ୍ଧାର୍ଥ ଶୁକ୍ଲାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତ ପରେ ତାଙ୍କୁ ଆଜି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସିଦ୍ଧାର୍ଥ ଶୁକ୍ଲା ଟିଭି ସିରିଏଲ “ବାଳିକା ବଧୁ”ରୁ ଲୋକପ୍ରିୟତା ପାଇଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁନଥିଲେ। ସେ ସିରିଏଲ “ଦିଲ ସେ ଦିଲ ତକ”ରେ ମଧ୍ୟ ନଜର ଆସିଥିଲେ। ସେ ହମ୍ପ୍ଟି ଶର୍ମା କି ଦୁଲହାନିଆ ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ।

ଏହି ଖବର ପାଇବା ପରେ ପୁରା ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି। ତାଙ୍କର ପ୍ରଶଂସକ ଦୁଃଖ ପ୍ରକାଶ କରରିଛନ୍ତି। ଖୁବ୍ କମ୍ ବୟସରେ ଦୁନିଆ ଛାଡିଥିବା ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖରୁ ଲୋକମାନେ ଏପର୍ଯ୍ୟନ୍ତ ମୁକ୍ତି ପାଇନଥିବା ବେଳେ ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ପ୍ରଶଂସକମାନଙ୍କୁ ଦୁଃଖିତ କରିଛି।

ସେ ବିଗ୍ ବସ୍ ୧୩ ରୁ ବହୁତ ଖ୍ୟାତି ଲାଭ କରିଥିଲେ। ପଞ୍ଜାବୀ ଅଭିନେତ୍ରୀ ଶାହନାଜ ଗିଲଙ୍କ ସହ ତାଙ୍କର ଯୋଡି ଭଲ ମାନୁଥିଲା। ଉଭୟଙ୍କୁ ବିଗ୍ ବସ୍ ଓଟିଟି ରେ ମଧ୍ୟ ଦେଖିବାକୁ ମିଳିଥିଲା।