Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା: ସମୟ-ସୀମା ମଧ୍ୟରେ 164 ଟି ସାମଗ୍ରୀ ହେଲା ସ୍ବଦେଶୀକରଣ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ପ୍ରୋତ୍ସାହିତ କରିବା ପାଇଁ ଆଉ ଏକ ପ୍ରଚେଷ୍ଟାରେ 814 କୋଟିର ଆମଦାନୀ ପ୍ରତିସ୍ଥାପନ ମୂଲ୍ୟର 164 ସକାରାତ୍ମକ ସ୍ବଦେଶୀକରଣ ସୂଚୀ (ପିଆଇଏଲ୍‌) ଆଇଟମ, ଯାହାର ଡିସେମ୍ବର 2022 ପର୍ଯ୍ୟନ୍ତ ସ୍ବଦେଶୀକରଣ କରାଯିବାର ଥିଲା, ତାହାର ଲକ୍ଷ୍ୟ ସମୟ-ସୀମା ମଧ୍ୟରେ ରକ୍ଷା ଉତ୍ପାଦନ ବିଭାଗ (ଡିଡିପି) ଏବଂ ରକ୍ଷା ମନ୍ତ୍ରଣାଳୟ (ଏମଓଡି) ଦ୍ବାରା ସ୍ବଦେଶୀକୃତ କର ଅଧିସୂଚୀତ କରାଯାଇଛି।

ଏହି ବସ୍ତୁର ସ୍ବଦେଶୀକରଣ ପ୍ରତିରକ୍ଷା ସାର୍ବଜନିକ କ୍ଷେତ୍ରର ଉପକ୍ରମ ଡିପିଏସୟୁ ଦ୍ବାରା ସୂକ୍ଷ୍ମ, ମଧ୍ୟମ ଏବଂ ଲଘୁ ଉପକ୍ରମ (ଏମଏସଏମଇ) ସହିତ ଉଦ୍ୟୋଗ ଭାଗିଦାରୀ ମାଧ୍ୟମରେ ବା ଇନ-ହାଉସ ଉତ୍ପାଦନ ଦ୍ବାରା ପ୍ରାପ୍ତ କରାଯାଇଛି।

ଡିଡିପି ଡିପିଏସୟୁ ପାଇଁ ଲାଇନ୍ ରିପ୍ଳେସମେଣ୍ଟ ୟୁନିଟ୍ (ଏଲଆରୟୁ) / ସବସିଷ୍ଟମ / ସ୍ପେୟାର୍ସ ଏବଂ କମ୍ପୋନେଣ୍ଟ ସହିତ 4666 ବସ୍ତୁର ଚାରି ସକାରାତ୍ମକ ସ୍ବଦେଶୀକରଣ ସୂଚୀକୁ ଅଧିସୂଚୀତ କରିଛି (ପ୍ରଥମ ପିଆଇଏଲ୍‌ – 2851, ଦ୍ବିତୀୟ ପିଆଇଏଲ୍‌ – 107, ତୃତୀୟ ପିଆଇଏଲ୍‌ : 780, ଚତୁର୍ଥ ପିଆଇଏଲ୍‌ 928) ଏହା ପୂର୍ବରୁ 1756 କୋଟିର ଆମଦାନୀ ପ୍ରତିସ୍ଥାପନ ମୂଲ୍ୟ ସହିତ 2572 ବସ୍ତୁର ସଫଳ ସ୍ବଦେଶୀକରଣର ଅଧିସୂଚୀତ କରାଯାଇଥିଲା। ଏବେ ଏହି 164 ଅତିରିକ୍ତ ବସ୍ତୁର ଅଧିସୂଚନାର ସହିତ ଡିଡିପି ର ଏହି ସକାରାତ୍ମକ ସ୍ବଦେଶୀକରଣ ସୂଚୀରୁ ଡିସେମ୍ବର 2022 ପର୍ଯ୍ୟନ୍ତ ସ୍ବଦେଶୀ ବସ୍ତୁ ଗୁଡ଼ିକର ସମୁଦାୟ ସଂଖ୍ୟା 2736 ହୋଇଛି ଯାହାର ଆମଦାନୀ ପ୍ରତିସ୍ଥାପନ ମୂଲ୍ୟ 2570 କୋଟି। ଏହି ସ୍ବଦେଶୀ ବସ୍ତୁ ଏବେ ଭାରତୀୟ ଉଦ୍ୟୋଗ ମାନଙ୍କରୁ ହିଁ କ୍ରୟ କରାଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆତ୍ମନିର୍ଭର ଭାରତ: ବିଇଏଲ ସହିତ ୩,୦୦୦ କୋଟି ଟଙ୍କାର ରାଜିନାମା

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ଦୁଇଟି ସମନ୍ୱିତ ଇଲେକ୍ଟ୍ରୋନିକ ଯୁଦ୍ଧ ପ୍ରଣାଳୀ ‘ପ୍ରୋଜେକ୍ଟ ହିମଶକ୍ତି’ କିଣିବାକୁ ଯାଉଛି। ଏଥିପାଇଁ ହାଇଦ୍ରାବାଦସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହିତ ୩,୦୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। କ୍ରୟ {ଭାରତୀୟ-ଆଇଡିଏମଏମ (ସ୍ୱଦେଶୀ ରୂପରେ ବିକଶିତ ଡିଜାଇନ ଓ ନିର୍ମିତ} ଶ୍ରେଣୀ ଅଧୀନରେ ଏହି ପ୍ରକଳ୍ପ ଆସୁଛି ଯେଉଁଥିରେ ସମକାଳୀନ ଓ ଉନ୍ନତ ପ୍ରଯୁକ୍ତି ସାମିଲ ରହିଛି।

‘ପ୍ରୋଜେକ୍ଟ ହିମଶକ୍ତି’ ବିଇଏଲର ଉପବିକ୍ରେତା ଭାବେ କାର୍ଯ୍ୟ କରୁଥିବା ଏମଏସଏମଇ ସମେତ ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ ସହାୟକ ଉଦ୍ୟୋଗଗୁଡ଼ିକର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ। ଏହା ବ୍ୟତୀତ ଦୁଇ ବର୍ଷର ଅବଧିରେ ଏହି ପ୍ରକଳ୍ପ ପ୍ରାୟ ତିନି ଲକ୍ଷ ମାନବ-ଦିବସ ରୋଜଗାର ସୃଷ୍ଟି କରିବ। ଏହି ପ୍ରକଳ୍ପ ସରକାରଙ୍କ ମେକ୍‌-ଇନ୍‌-ଇଣ୍ଡିଆ ଅଭିଯାନ ଅନୁରୂପ ଦେଶକୁ ‘ଆତ୍ମନିର୍ଭର’ କରିବା ଠାରୁ ଆରମ୍ଭ କରି ସ୍ୱଦେଶୀ କ୍ଷମତାକୁ ବିକଶିତ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

Categories
ବିଶେଷ ଖବର

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ଏକ ବଡ ପଦକ୍ଷେପ, ୭୬ ହଜାର କୋଟିର ଅସ୍ତ୍ରଶସ୍ତ୍ର କ୍ରୟକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭରଶୀଳ-ଭାରତ’ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି ୭୬ ହଜାର କୋଟି ଟଙ୍କାର ଟ୍ୟାଙ୍କ, ଟ୍ରକ୍, ଯୁଦ୍ଧ ଜାହାଜ ଏବଂ ବିମାନର ଇଞ୍ଜିନ କ୍ରୟକୁ ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କିଣିବା ପାଇଁ ଅନୁମୋଦନ ଦିଆଯାଇଥିଲା,

ପ୍ରତିରକ୍ଷା ମନ୍ତ୍ରଣାଳୟର କହିବାନୁସାରେ, ସୋମବାର ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ର ବୈଠକରେ ସେନା, ବାୟୁସେନା, ନୌସେନା ଏବଂ ତଟରକ୍ଷୀ ବାହିନୀ ପାଇଁ ସମୁଦାୟ ୭୬ ହଜାର ୩୯୦ କୋଟି ଟଙ୍କା କ୍ରୟ ପାଇଁ ଆପ୍ରେଣ୍ଟିସ୍ ଅଫ୍ ନେସେସିଟି (AON) କୁ ଅନୁମୋଦନ କରାଯାଇଥିଲା। ଯେକୌଣସି ପ୍ରତିରକ୍ଷା କ୍ରୟ ପାଇଁ AON ହେଉଛି ଟେଣ୍ଡରର ପ୍ରଥମ ପ୍ରକ୍ରିୟା।

Categories
ଜାତୀୟ ଖବର ବିଶେଷ ଖବର

ଦେଶରେ ୭ ଟି ନୂତନ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ: ସାମରିକ କ୍ଷେତ୍ରରେ ହେବ ଅଧିକ ଶକ୍ତିଶାଳୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସାତୋଟି ନୂତନ ପ୍ରତିରକ୍ଷା କମ୍ପାନୀ ଆରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ସଶକ୍ତ କରିବାକୁ ଏହା ଏକ ପ୍ରୟାସ। ସମୟ ସହିତ ପ୍ରତିରକ୍ଷା କ୍ଷେତ୍ରରେ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ବିଦେଶୀ ଦେଶ ଉପରେ ନିର୍ଭରଶୀଳ ହୋଇଥିଲା। କମ୍ପାନୀଗୁଡିକ ସମୟ ଅନୁଯାୟୀ ଅପଗ୍ରେଡ୍ ହୋଇନଥିଲା। ୪୧ ଟି ଅର୍ଡିନାନ୍ସ କାରଖାନାକୁ ନବୀକରଣ କରିବାର ନିଷ୍ପତ୍ତି, ୭ ଟି ନୂତନ କମ୍ପାନୀର ଶୁଭାରମ୍ଭ ଦେଶର ଏକ ସଂକଲ୍ପ ଯାତ୍ରାର ଏକ ଅଂଶ। ଏହି ନିଷ୍ପତ୍ତି ଗତ ୧୫-୨୦ବର୍ଷ ଧରି ଝୁଲୁଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୋର ବିଶ୍ୱାସ ଅଛି ଯେ ଏହି ସାତଟି କମ୍ପାନୀ ଆଗାମୀ ଦିନରେ ଭାରତର ସାମରିକ ଶକ୍ତିର ଏକ ପ୍ରମୁଖ ଆଧାର ହୋଇଯିବେ।

ସେ କହିଛନ୍ତି ଯେ, ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ଦେଶର ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱର ସର୍ବବୃହତ ସାମରିକ ଶକ୍ତି ଏବଂ ଭାରତରେ ଆଧୁନିକ ସାମରିକ ଶିଳ୍ପର ବିକାଶ। ଗତ ସାତ ବର୍ଷ ମଧ୍ୟରେ ଦେଶ ‘ମେକ୍ ଇନ୍ ଇଣ୍ଡିଆ’ ମନ୍ତ୍ର ସହିତ ଏହି ସଂକଳ୍ପକୁ ଆଗେଇ ନେବା ପାଇଁ କାର୍ଯ୍ୟ କରିଛି। ପୂର୍ବାପେକ୍ଷା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆଜି ଅଧିକ ସ୍ୱଚ୍ଛତା, ବିଶ୍ୱାସ ଏବଂ ପ୍ରଯୁକ୍ତିବିଦ୍ୟା ଆଭିମୁଖ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଆମ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ବଡ଼ ସଂସ୍କାର ଚାଲିଛି, ସ୍ଥିର ନୀତି ବଦଳରେ ଗୋଟିଏ ୱିଣ୍ଡୋ ସିଷ୍ଟମ ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏପରି ୧୦୦ ରୁ ଅଧିକ କୌଶଳ ଉପକରଣର ତାଲିକା ପ୍ରକାଶ କରିଛି। ଯାହା ଆଉ ବାହାରୁ ଆମଦାନୀ ହେବ ନାହିଁ। ଏହି ନୂତନ କମ୍ପାନୀଗୁଡିକ ପାଇଁ ମଧ୍ୟ ୬୫ ହଜାର କୋଟି ଟଙ୍କା ମୂଲ୍ୟର ଅର୍ଡର ରଖାଯାଇଛି। ଏହା ଆମର ପ୍ରତିରକ୍ଷା ଶିଳ୍ପ ଉପରେ ଦେଶର ବିଶ୍ୱାସକୁ ଦର୍ଶାଏ।

Categories
ଆଜିର ଖବର ଜାତୀୟ ଖବର

ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଉଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୱେବିନାରରେ ଅଭିଭାଷଣ ଦେବା ଅବସରରେ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ନେଇ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିବାରୁ ଏହି ୱେବିନାର ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଦେଶରେ ଶହ ଶହ ଆୟୁଧ କାରଖାନା କାର୍ଯ୍ୟରତ ଥିଲା। ଉଭୟ ବିଶ୍ୱ ଯୁଦ୍ଧରେ ଭାରତରୁ ବହୁଳ ଅସ୍ତ୍ରଶସ୍ତ୍ର ରପ୍ତାନୀ ହେଉଥିଲା। ମାତ୍ର ସ୍ୱାଧୀନତା ପରେ ଯଦିଓ ଏ କ୍ଷେତ୍ରକୁ ଅଧିକ ମଜଭୁତ କରାଯିବା ଉଚିତ ଥିଲା, ଅନେକ କାରଣବଶତଃ ତାହା କରାଗଲା ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି  ଯେ ତାଙ୍କ ସରକାର ଆମର ଯନ୍ତ୍ରୀ ଓ ବେଜ୍ଞାନିକ ମାନଙ୍କ ସାମର୍ଥ୍ୟ ଉପରେ ଆସ୍ଥା ରଖି ତେଜସ ଲଢ଼ୁଆ ବିମାନ ବିକଶିତ କଲେ ଓ ଆଜି ତେଜସ ସ୍ୱଚ୍ଛନ୍ଦରେ ଆକାଶରେ ଉଡୁଛି। ଅଳ୍ପ କେତେ ସପ୍ତାହ ପୂର୍ବରୁ ତେଜସ ରପ୍ତାନୀ ପାଇଁ ୪୮ ହଜାର କୋଟି ଟଙ୍କା ବହିନା ମିଳିଛି।

ସେ କହିଛନ୍ତି ଯେ ୨୦୧୪ ମସିହାଠାରୁ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଆକଳନ ଓ ବ୍ୟାବସାୟିକ ସୁଗମତା ଆଣିବା ପାଇଁ ସରକାର ଅଧ୍ୟବସାୟ ଜାରି ରଖିଛନ୍ତି। ସରକାର ଏହି କ୍ଷେତ୍ରକୁ ଲାଇସେନ୍ସ ଓ ନିୟନ୍ତ୍ରଣ ମୁକ୍ତ, ରପ୍ତାନୀ ଅଭିମୁଖୀ, ବିଦେଶୀ ପୁଞ୍ଜିନିବେଶ ଓ ସ୍ୱାଧୀନ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଭାରତ ଶହେଟି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛି ଯାହାକି ଆମର ସ୍ଥାନୀୟ କାରଖାନା ଗୁଡିକରେ ତିଆରି ହୋଇପାରିବ। ଏଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି, ଯାହା ଫଳରେ ଆମର କାରଖାନାଗୁଡିକ ଏଥିପାଇଁ ଯୋଜନା କରିପାରିବେ।

ସରକାରୀ ଭାଷାରେ ଏହି ତାଲିକା ନକାରାତ୍ମକ ହୋଇପାରେ ମାତ୍ର ଆତ୍ମନିର୍ଭରଶୀଳତା ଭାଷାରେ ଏହା ସକାରାତ୍ମକ ବୋଲି କୁହାଯାଇପାରିବ। ଏହା ଏକ ସକାରାତ୍ମକ ତାଲିକା ଯାହାଯୋଗୁଁ ଆମ ଦେଶର ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ସକାରାତ୍ମକତା ଯୋଗୁଁ ଆମର ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ତାଲିକା  ଯୋଗୁଁ ଆମକୁ ଆମର ପ୍ରତିରକ୍ଷା ଆବଶ୍ୟକତା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହି ସକାରାତ୍ମକ ତାଲିକା ଦେଶୀୟ ସାମଗ୍ରୀ ଦେଶରେ ବିକ୍ରୀ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିରକ୍ଷା ବାବଦ ବ୍ୟୟବରାଦରେ ଦେଶୀୟ ସାମଗ୍ରୀ ଆହରଣ ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିଛି। ଦେଶରେ ପ୍ରତିରକ୍ଷା ସାମଗ୍ରୀ ପରିପାଟ୍ଟୀ ପ୍ରସ୍ତୁତ ସହ ନିର୍ମାଣ କରିବାକୁ ସେ ବେସରକାରୀ କ୍ଷେତ୍ରକୁ ଆହ୍ୱାନ କରିଛନ୍ତି। ପ୍ରତିରକ୍ଷା ଉପକରଣ ତିଆରି କରି ବୈଶ୍ୱିକ ମଞ୍ଚରେ ସେମାନେ ବିଜୟ ପତାକା ଉଡାଇପାରିବେ।

ସମଗ୍ର ନିର୍ମାଣ କ୍ଷେତ୍ର ପାଇଁ ଏମଏସଏମଇ ଏକ ମେରୁଦଣ୍ଡ ସଦୃଶ ବୋଲି ସେ କହିଛନ୍ତି। ଆଜି ଯେଉଁସବୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି ସେଥିରେ ଏମଏସଏମଇକୁ ଅଧିକ ସ୍ୱାଧୀନତା ଦିଆଯାଇଛି। ଯାହା ଫଳରେ ଏହା ଅଧିକ ସଂପ୍ରସାରିତ ହେବାକୁ ପ୍ରୋତ୍ସାହନ ପାରିବ।

ଦେଶରେ ଆଜି ଯେଉଁ ପ୍ରତିରକ୍ଷା କରିଡର ତିଆରି ହେଉଛି ତାହା ସ୍ଥାନୀୟ ଶିଳ୍ପୋଦ୍ୟୋଗୀ ଓ ନିର୍ମାଣକର୍ତ୍ତାଙ୍କୁ ସାହାଯ୍ୟ କରିବ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ଜବାନ ଓ ଯୁବଗୋଷ୍ଠୀ ଉଭୟଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି।