Categories
ଆଜିର ଖବର ଜାତୀୟ ଖବର

ଗୁଳିଗୋଳା ଉତ୍ପାଦନରେ ଆତ୍ମନିର୍ଭରଶୀଳତା: ‘ବେଲ୍‌’ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୩୩୬.୨୫ କୋଟିର ଚୁକ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୨୩ ଡିସେମ୍ବର ୧୫ରେ ପୁଣେସ୍ଥିତ ଭାରତ ଇଲେକ୍‌ଟ୍ରୋନିକ୍ ଲିମିଟେଡ (ବେଲ୍‌)  ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁସାରେ ‘ବେଲ’କୁ ୫୩୩୬.୨୫ କୋଟି ଟଙ୍କା ଦେବ ଏବଂ ସମ୍ପୃକ୍ତ ସଂସ୍ଥା ଭାରତୀୟ ସେନା ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ଉତ୍ପାନ କରି ଯୋଗାଇବ । ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାକୁ ଯେଉଁ ଅଭିଯାନ ଚଳାଇଛି ଏହି ଚୁକ୍ତିନାମା ତାହାର ଏକ ଅଂଶବିଶେଷ । ଆତ୍ମ ନିର୍ଭର ଭାରତ ଅଭିଯାନରେ ଭାରତୀୟ ଉଦ୍ୟୋଗଗୁଡିକ ଦେଶର ସୈନ୍ୟବାହିନୀ ପାଇଁ ଗୋଳାବାରୁଦ ଓ ଗୁଳିଗୋଳା ଉତ୍ପାଦନ କରିବେ । ଏହା କେନ୍ଦ୍ର ସରକାରଙ୍କର ଏକ ପ୍ରୟାସ ଏବଂ ଏହି ଯୋଜନାରେ ‘ବେଲ୍‌’ ୧୦ବର୍ଷ ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ସେନାକୁ ଯୋଗାଇ ଦେବ । ଏହି ପ୍ରୟାସ ଲକ୍ଷ୍ୟ ହେଲା ସ୍ୱଦେଶୀ ଉତ୍ପାଦନ ଦ୍ୱାରା ଦେଶର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମହଜୁଦ ପରିମାଣ ବଢାଇ ଏ କ୍ଷେତ୍ରରେ  ଆତ୍ମନିର୍ଭରଶୀଳ ହେବା ଓ ଏସବୁ ସାମଗ୍ରୀର ଆମଦାନୀ ଉଲ୍ଲେଖନୀୟ ଭାବେ ହ୍ରାସ କରିବା । ଆହୁରି ମଧ୍ୟ କୌଣସି କାରଣରୁ ବାହ୍ୟ ଯୋଗାଣ ଶୃଙ୍ଖଳା ବ୍ୟାହତ ହେଲେ ତାହାର ପ୍ରଭାବ ଯେପରି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନ’ ପଡେ ସେଥିପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରି ବିଭିନ୍ନ ସାମରିକ ଉପକରଣ ଯୋଗାଣ, ଗୁଳିଗୋଳା ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ଦେଶରେ ଉତ୍ପାଦନ କରି ତାହାର ମହଜୁଦ ବଢାଇବାକୁ ସରକାର ପ୍ରୟାସ କରୁଛନ୍ତି ।

ଇଲେକ୍‌ଟ୍ରୋନିକ ଫ୍ୟୁଜ ଅତି ଓଜନିଆ ଓ ମଧ୍ୟମ ଧରଣର ତୋପ କମାଣରେ ବ୍ୟବହାର ହେଉଥିବା ଏକ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ସାମରିକ ଅଭିଯାନବେଳେ ଓଜନଦାର ତୋପ ଓ କମାଣର ଗୁଳିଗୋଳା ବର୍ଷଣ ଦକ୍ଷତା ବଢାଇବା ପାଇଁ ଏହି ଇଲେକ୍‌ଟ୍ରୋନିକ୍ ଫ୍ୟୁଜ୍ ମୁଖ୍ୟତଃ  ବ୍ୟବହୃତ ହୋଇଥାଏ । ଆର୍ଟିଲାରୀ ଗନ୍ ବା ତୋପଗୁଡିକୁ ସେନା ପାହାଡ ପର୍ବତ ଘୋରା ଅଞ୍ଚଳ, ବିଶେଷକରି ଦେଶର ଉତ୍ତର ସୀମାନ୍ତରେ ଅଧିକ ବ୍ୟବହାର କରିଥାଏ । ଏହା ଫଳରେ ପାହାଡର ଅଧିକ ଉଚ୍ଚରେ ଏବଂ ଗିରିଶଙ୍କଟର ଅପରପାଶ୍ୱର୍ରେ ଥିବା ଶତ୍ରୁପକ୍ଷର ସୈନ୍ୟ ଓ ଶିବିର   ଉପରେ ନିର୍ଭୁଲଭାବେ ପ୍ରଭାବଶାଳୀ ଢଙ୍ଗରେ ଗୁଳିଗୋଳା ମାଡ କରାଯାଇଥାଏ । ଏହି ଗୁଳିଗୋଳା ପ୍ରୟୋଗ କାମକୁ ଅଧିକ ନିର୍ଭୁଲ ଓ ପ୍ରଭାବଶାଳୀ କରିବାକୁ ଆର୍ଟିଲାରୀ ଗନ୍‌ରେ ଇଲେକ୍‌ଟ୍ରୋନିକ୍ସ ଫ୍ୟୁଜ ବ୍ୟବହୃତ ହୋଇଥାଏ ।

‘ବେଲ୍‌’ ଏହି ଇଲେକଟ୍ରୋନିକ ଫ୍ୟୁଜ୍ ତାହାର ପୁଣେ କାରଖାନା ଏବଂ ନୂଆକରି ତିଆରି ହେଉଥିବା ନାଗପୁର କାରଖାନାରୁ ଉତ୍ପାଦନ କରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ହୋଇଥିବା ଚୁକ୍ତି ଅନୁସାରେ ବେଲ୍ ଯେଉଁ ଫ୍ୟୁଜ୍ ଉତ୍ପାଦନ କରିବ ସେଥିରେ ଏକ ଲକ୍ଷ ୫୦ହଜାର ଶ୍ରମ ଦିବସ ସୃଷ୍ଟି ହେବ ଏବଂ ଉଭୟ ବୈଷୟିକ ଓ ଅଣବୈଷୟିକ ଲୋକଶକ୍ତି ଏଥିରେ ରୋଜଗାର ସୁଯୋଗ ପାଇବେ । ଆହୁରି ମଧ୍ୟ  ଭାରତୀୟ ଘରୋଇ ଉଦ୍ୟୋଗ, ବିଶେଷକରି ଏମ୍‌ଏସ୍‌ଏମଇ, ଯେଉଁମାନଙ୍କର ସାମରିକ ସାମଗ୍ରୀ ଉତ୍ପାଦନର ଅଭିଜ୍ଞତା ଓ ସୁବିଧା ରହିଛି ସେମାନେ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହୋଇ ଲାଭାନ୍ୱିତ ହୋଇପାରିବେ । ଏହା ମଧ୍ୟ ଦେଶର ଗୁଳିଗୋଳା ଓ ଆୟୁଧ (ଆମୁନେସନ୍ସ) ଉତ୍ପାଦନ ପରିବେଶକୁ ପ୍ରୋତ୍ସାହନ ଯୋଗାଇବ ।

Categories
ଆଜିର ଖବର ଜାତୀୟ ଖବର

ନବନିଯୁକ୍ତ ପ୍ରାର୍ଥୀଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନବନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଏହି ପ୍ରାର୍ଥୀମାନଙ୍କୁ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି।

ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି । ଆଜିର କାର୍ଯ୍ୟକ୍ରମ ଅବସରରେ ସାରା ଦେଶରେ ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତି ପତ୍ର ନବନିଯୁକ୍ତ ପ୍ରାର୍ଥୀଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ବୋଲି ସେ ଦର୍ଶାଇଥିଲେ। ଏହି ଅବସରରେ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଜନସାଧାରଣଙ୍କ ସହିତ ସିଧାସଳଖ କାରବାର କରୁଥିବା ବ୍ୟବସ୍ଥାର ଏକ ଅଂଶ ହେବାକୁ ଯାଉଛନ୍ତି । ଜଣେ ସରକାରୀ କର୍ମଚାରୀ ଭାବରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସାଧାରଣ ଲୋକଙ୍କ ‘ସହଜ ଜୀବନଯାପନ’ ପ୍ରତି ସେମାନେ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍‌।

ଚଳିତ ମାସ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ ସମାରୋହ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୯୪୯ ମସିହା ଏହି ଦିନରେ ଦେଶ ନିଜ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଦେଇଥିଲା । ସେ ବାବା ସାହେବ ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ଯିଏକି ସମ୍ବିଧାନର ସ୍ଥପତି ଭାବରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ ଯେ ସ୍ୱାଧୀନତା ପରେ ସମାନତାର ନୀତିକୁ ଅଣଦେଖା କରାଯାଇଥିଲା ଏବଂ ସମାଜର ଏକ ପ୍ରମୁଖ ବର୍ଗ ବର୍ଷ ବର୍ଷ ଧରି ସମ୍ବଳ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ହିଁ ‘ବଞ୍ଚିତମାନଙ୍କୁ ପ୍ରାଥମିକତା’ ମନ୍ତ୍ର ଗ୍ରହଣ କରାଯାଇଥିଲା ଏବଂ ଏକ ନୂତନ ମାର୍ଗ ତିଆରି ହୋଇଥିଲା। ଯେଉଁମାନେ କେବେ କୌଣସି ସୁବିଧା ପାଇନଥିଲେ ସେମାନଙ୍କ ଦ୍ୱାରରେ ସରକାର ପହଞ୍ଚିଥିଲେ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ବହୁ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସରକାରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଫଳରେ ଆଜି ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳୁଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମଲାତନ୍ତ୍ର, ଜନସାଧାରଣ ଏବଂ ଫାଇଲ ବ୍ୟବସ୍ଥା ସମାନ ରହିଥିଲେ ମଧ୍ୟ ଗରିବ ଏବଂ ମଧ୍ୟବିତ୍ତଙ୍କ ବିକାଶକୁ ପ୍ରାଥମିକତା ଦେଇ ସମଗ୍ର ବ୍ୟବସ୍ଥାର କାର୍ଯ୍ୟ ପ୍ରଣାଳୀ ଏବଂ ଶୈଳୀରେ ସାମଗ୍ରିକ ପରିବର୍ତ୍ତନ ଆସିଛି । ଏହା ସାଧାରଣ ଲୋକଙ୍କ କଲ୍ୟାଣର ସକାରାତ୍ମକ ଫଳାଫଳକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୧୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସରକାରୀ ଯୋଜନାର ପ୍ରଭାବ ଗରିବଙ୍କ ପାଖରେ ପହଞ୍ଚିବାର ପ୍ରମାଣ ବୋଲି  ସେ କହିଛନ୍ତି। ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ନାଗରିକଙ୍କ ଘର ପାଖରେ ପହଞ୍ଚାଉଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସମୟକୁ ଲୋକଙ୍କ ସେବାରେ ଉପଯୋଗ କରିବାକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ କହିଥିଲେ ଯେ ସେମାନେ ଆଧୁନିକ ରାଜପଥ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ଜଳପଥ କ୍ଷେତ୍ରରେ ଭାରତକୁ ବଦଳାଇବା ପାଇଁ ଭିତ୍ତିଭୂମି ବିପ୍ଳବକୁ ଦେଖୁଛନ୍ତି । ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରୁଛି।

ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାରେ ମିଶନ ମୋଡ୍ ରେ କାର୍ଯ୍ୟ କରାଯିବା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଦେଶର ସଚ୍ଚୋଟ ଟିକସଦାତାଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ସେଗୁଡ଼ିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛନ୍ତି। ବିଳମ୍ବିତ ପ୍ରକଳ୍ପର ଉଦାହରଣ ଦେଇ ସେ କହିଥିଲେ, ୨୨-୨୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିଦାର କଲବୁର୍ଗି ରେଳ ଲାଇନ କାମ ନିକଟରେ ଶେଷ ହୋଇଛି । ସରକାର ଏହାକୁ ମାତ୍ର ୩ ବର୍ଷରେ ଶେଷ କରିଛନ୍ତି। ସିକ୍କିମର ପାକ୍ୟୋଙ୍ଗ ବିମାନବନ୍ଦର ନିର୍ମାଣ ପାଇଁ ୨୦୦୮ରେ ପରିକଳ୍ପନା କରାଯାଇଥିଲା, କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଏହା କେବଳ କାଗଜପତ୍ରରେ ରହିଥିଲା । ୨୦୧୪ ପରେ ଆରମ୍ଭ ହୋଇ ୨୦୧୮ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା। ପାରାଦୀପ ବିଶୋଧନାଗାର ୨୦-୨୨ ବର୍ଷ ଧରି କେବଳ ଆଲୋଚନା ପର୍ଯ୍ୟାୟରେ ରହିଥିଲା ଏବଂ ଏ ଦିଗରେ କୌଣସି ବିଶେଷ ଅଗ୍ରଗତି ହୋଇନଥିଲା । ନିକଟରେ ଏହି ବିଶୋଧନାଗାର କାର୍ଯ୍ୟ ଶେଷ ହୋଇଛି।

ଦେଶର ରିୟଲ ଇଷ୍ଟେଟ୍ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ବିଲ୍ଡର ଏବଂ ମଧ୍ୟବିତ୍ତଙ୍କ ଅବନତି ଆଡକୁ ଅଗ୍ରସର ହେଉଥିଲା କିନ୍ତୁ ରେରା ଆଇନ ହିଁ ସ୍ୱଚ୍ଛତା ଆଣିଛି ଏବଂ ନିବେଶକୁ ପ୍ରୋତ୍ସାହିତ କରିଛି । ପ୍ରକଳ୍ପଗୁଡିକ କିପରି ଅଟକି ଯାଉଥିଲା ଯାହା ନିଯୁକ୍ତି ସୁଯୋଗକୁ ଠପ୍ କରିଦେଉଥିଲା ସେ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, “ଆଜି ଦେଶରେ ଏକ ଲକ୍ଷରୁ ଅଧିକ ରିଅଲ ଇଷ୍ଟେଟ ପ୍ରକଳ୍ପ ରେରା ଅଧୀନରେ ପଞ୍ଜୀକୃତ ହୋଇଛି । ସେ କହିଛନ୍ତି ଯେ ଦେଶର ବଢୁଥିବା ରିଅଲ ଇଷ୍ଟେଟ ଆଜି ବିପୁଳ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।

କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଆଜି ଦେଶର ଅର୍ଥବ୍ୟବସ୍ଥାକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତର ଅଭିବୃଦ୍ଧି ହାରକୁ ନେଇ ବିଶ୍ୱର ଜଣାଶୁଣା ଅନୁଷ୍ଠାନ ଗୁଡ଼ିକ ଅତ୍ୟନ୍ତ ଆଶାବାଦୀ ରହିଛନ୍ତି। ଭାରତର ଦ୍ରୁତ ଅଭିବୃଦ୍ଧି ସହିତ ବଢ଼ୁଥିବା ନିଯୁକ୍ତି ସୁଯୋଗ, ଏକ ବିଶା କାର୍ଯ୍ୟବଳ ଜନସଂଖ୍ୟା ଏବଂ ବଢ଼ୁଥିବା ଶ୍ରମ ଉତ୍ପାଦକତା ଉପରେ ବିଶ୍ୱସ୍ତରୀୟ ନିବେଶ ମାନ୍ୟତା ପ୍ରଦାନକାରୀ ସଂସ୍ଥାମାନେ ମାନ୍ୟତା ଦେଇଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ । ସେ  ଏହାର ଏକ ପ୍ରମୁଖ କାରଣ ଭାବେ ଭାରତର ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ଶକ୍ତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଭାରତରେ ରୋଜଗାର ଓ ଆତ୍ମନିଯୁକ୍ତିର ଅନେକ ସମ୍ଭାବନା ସୃଷ୍ଟି ହେବ ବୋଲି ଏହି ତଥ୍ୟ ପ୍ରମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ହେଉଥିବା ବିକାଶର ସୁଫଳ ଯେପରି ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରୀ କର୍ମଚାରୀ ଭାବରେ ନିଯୁକ୍ତି ପାଇଥିବା ଲୋକମାନଙ୍କ ଭୂମିକା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କୌଣସି ଅଞ୍ଚଳ ଯେତେ ଦୂରରେ ଥାଉ ନା କାହିଁକି, ଏହା ଆପଣଙ୍କ ପ୍ରାଥମିକତା ହେବା ଉଚିତ। ଜଣେ ବ୍ୟକ୍ତି ଯେତେ ଦୁର୍ଗମ ସ୍ଥାନରେ ରହିଥାଆନ୍ତୁ ନା କାହିଁକି, ଆପଣଙ୍କୁ ତାଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଏକ ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ନବନିଯୁକ୍ତ ବ୍ୟକ୍ତିମାନେ ଭାରତ ସରକାରଙ୍କ କର୍ମଚାରୀ ଭାବରେ ଏହି ଆଭିମୁଖ୍ୟ ସହିତ ଆଗକୁ ବଢ଼ିବେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ।

ଦେଶ ପାଇଁ ଆଗାମୀ ୨୫ ବର୍ଷ ସମୟର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ନୂତନ ଶିକ୍ଷଣ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ସହିତ ଯୋଡ଼ି ହୋଇ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଜାରି ରଖିବାକୁ ସେ ନବନିଯୁକ୍ତମାନଙ୍କୁ ଅନୁରୋଧ କରିଥିଲେ। ବର୍ଷେ ତଳେ ‘କର୍ମଯୋଗୀ ପ୍ରାରମ୍ଭ’ ମଡ୍ୟୁଲ୍ ଆରମ୍ଭ ହେବା ପରଠାରୁ ଲକ୍ଷ ଲକ୍ଷ ନୂଆ ସରକାରୀ କର୍ମଚାରୀ ତାଲିମ ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ ଲାଇନ୍ ପ୍ରଶିକ୍ଷଣ ପ୍ଲାଟଫର୍ମ ଆଇଜିଓଟି କର୍ମଯୋଗୀରେ ୮୦୦ରୁ ଅଧିକ ପାଠ୍ୟକ୍ରମ ଉପଲବ୍ଧ ରହିଛି। ‘‘ଏହାକୁ ଆପଣଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ”, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ । ନୂଆକରି ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶ୍ରୀ ମୋଦୀ ପୁଣି ଥରେ ଅଭିନନ୍ଦନ ଜଣାଇଥିଲେ । ରାଷ୍ଟ୍ର ନିର୍ମାଣ ଦିଗରେ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ପୃଷ୍ଠଭୂମି

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତିକରଣ ଓ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ନବନିଯୁକ୍ତମାନେ ସେମାନଙ୍କର ଅଭିନବ ଚିନ୍ତାଧାରା ଏବଂ ଭୂମିକା ସମ୍ବନ୍ଧୀୟ ଦକ୍ଷତା ସହିତ ଦେଶର ଶିଳ୍ପ, ଆର୍ଥିକ ଏବଂ ସାମାଜିକ ବିକାଶକୁ ସୁଦୃଢ଼ କରିବା କାର୍ଯ୍ୟରେ ଯୋଗଦାନ କରିବେ ଯାହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ପ୍ରଶିକ୍ଷଣ ଗ୍ରହଣ କରିବାର ସୁଯୋଗ ପାଉଛନ୍ତି । ଏଥିରେ ଯେକୌଣସି ସ୍ଥାନରେ ଯେକୌଣସି ଡିଭାଇସ୍‌ ଜରିଆରେ ୮୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏମକ୍ୟୁ-୯ ବି ଡ୍ରୋନ କ୍ରୟ ସଂକ୍ରାନ୍ତ ଭ୍ରମାତ୍ମକ ରିପୋର୍ଟକୁ ଖଣ୍ଡନ

ନୂଆଦିଲ୍ଲୀ: ଆମେରିକା ଠାରୁ ଏମକ୍ୟୁ ବି ଡ୍ରୋନ କ୍ରୟ ଏବଂ ଏହାର ମୂଲ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭ୍ରମାତ୍ମକ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି।

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୧୫ ଜୁନ୍, ୨୦୨୩ରେ ବିଦେଶୀ ସୈନ୍ୟ ବିକ୍ରି (ଏଫଏମଏସ) ମାଧ୍ୟମରେ ଆମେରିକାରୁ ତିନି ସେନାବାହିନୀ ପାଇଁ ୩୧ଟି ଏମକ୍ୟୁ-୯ ବି ଡ୍ରୋନ କିଣିବାକୁ ଅନୁମୋଦନ କରିଥିଲା। ଏଥିମଧ୍ୟରେ ରହିଛି ୧୬ଟି ଆକାଶ ରକ୍ଷକ ବା ସ୍କାଏ ଗାର୍ଡିଆନ ଏବଂ ୧୫ଟି ସମୁଦ୍ର ରକ୍ଷକ ବା ସି ଗାର୍ଡିଆନ୍ ଡ୍ରୋନ୍। ଏସବୁ ଡ୍ରୋନକୁ ହାଇ ଅଲ୍ଟିଚ୍ୟୁଡ୍ ଲଙ୍ଗ ଏଣ୍ଡ୍ୟୁରାନ୍ସ (ଏଚଏଏଲଇ) ରିମୋଟଲୀ ପାଇଲଟେଡ୍ ଏୟାରକ୍ରାଫ୍ଟ ସିଷ୍ଟମ (ଆରଏଏଏସ) କୁହାଯାଉଛି, ଅର୍ଥାତ୍ ଏସବୁ ଡ୍ରୋନକୁ ଅଧିକ ଉଚ୍ଚତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଇ ହେବ ଏବଂ ଦୂରରୁ ଥାଇ ଡ୍ରୋନର ଗତିବିଧିକୁ ନିୟନ୍ତ୍ରଣ କରାଯାଇପାରିବ। ଡ୍ରୋନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଏଓଏନରେ ମାନବବିହୀନ ବିମାନଗୁଡ଼ିକ ସଂଖ୍ୟା ଏବଂ ଏହା ସହ ଜଡ଼ିତ ଉପକରଣକୁ ସାମିଲ କରାଯାଇଥିଲା।

ଆବଶ୍ୟକତାର ମଞ୍ଜୁରି ଅଧୀନରେ ଆମେରିକା ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩,୦୭୨ ନିୟୁତ ଆମେରିକୀୟ ଡଲାରର ଆନୁମାନିକ ବ୍ୟୟ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ଆମେରିକା ସରକାରଙ୍କ ନୀତିଗତ ମଞ୍ଜୁରି ମିଳିବା ପରେ ଏହାର କ୍ରୟ ମୂଲ୍ୟକୁ ନେଇ ଆଲୋଚନା କରାଯିବ। ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ଜେନେରାଲ ଆଟୋମିକ୍ସ (ଜିଏ) ଦ୍ୱାରା ଶ୍ରେଷ୍ଠ କ୍ରୟ ମୂଲ୍ୟ ସହିତ କ୍ରୟ ମୂଲ୍ୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ତୁଳନା କରିବ। ବର୍ତ୍ତମାନ ଏହି ପ୍ରକ୍ରିୟା ଜାରି ରହିଛି ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଏହାକୁ ସମ୍ପୂର୍ଣ୍ଣ କରାଯିବ।

ବିଦେଶୀ ସୈନ୍ୟ କ୍ରୟ ମାର୍ଗ ଅଧୀନରେ ଆମେରିକା ସରକାରଙ୍କୁ ଏକ ଅନୁରୋଧ ପତ୍ର ପଠାଯିବ, ଯେଉଁଥିରେ ତିନି ସେନାବାହିନୀର ଆବଶ୍ୟକତା, ଉପକରଣ ବିବରଣୀ ଏବଂ କ୍ରୟର ସର୍ତ୍ତକୁ ସାମିଲ କରାଯିବ। ଅନୁରୋଧପତ୍ର ଆଧାରରେ ଆମେରିକା ସରକାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଶି ପ୍ରସ୍ତାବ ଓ ମଞ୍ଜୁରିକୁ ଅନ୍ତିମ ରୂପ ଦେବେ, ଯେଉଁଥିରେ ଉପକରଣର ବିବରଣୀ ଓ କ୍ରୟ ସର୍ତ୍ତ ଉପରେ ଆଲୋଚନା କରାଯିବ। ବିଦେଶୀ ସୈନ୍ୟ କ୍ରୟ କାର୍ଯ୍ୟକ୍ରମ ଓ ଆମେରିକା ସରକାର ଏବଂ ଜିଏ ଦ୍ୱାରା ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ମୂଲ୍ୟ ଓ ସର୍ତ୍ତକୁ ଅନ୍ତିମ ରୂପ ଦିଆଯିବ।

ଇତିମଧ୍ୟରେ ସାମାଜିକ ଗଣମାଧ୍ୟମରେ କିଛି ବର୍ଗଙ୍କ ମଧ୍ୟରେ ମୂଲ୍ୟ ଓ କ୍ରୟର ଅନ୍ୟ ସର୍ତ୍ତକୁ ଉଲ୍ଲେଖ କରାଯାଇ କେତେକ ଅଟକଳ ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଏଭଳି ରିପୋର୍ଟ ଭ୍ରମାତ୍ମକ ଏବଂ ଅବାଞ୍ଛିତ। ଏସବୁ ରିପୋର୍ଟ ର ଗୋପନୀୟ ଉଦ୍ଦେଶ୍ୟ ରହିଛି ଏବଂ ଉଚିତ୍ ଅଧିଗ୍ରହଣ ପ୍ରକ୍ରିୟାରେ ବାଧା ପହଞ୍ଚାଇବା ଲାଗି ଏଭଳି କରାଯାଉଛି। ତେଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଏଭଳି ଭ୍ରମାତ୍ମକ ଖବର ପ୍ରସାରିତ କରନ୍ତୁ ନାହିଁ ଏବଂ ଭୁଲ ସୂଚନା ଦିଅନ୍ତୁ ନାହିଁ। ଏଭଳି ଭ୍ରମାତ୍ମକ ଖବର ସେନାବାହିନୀର ମନୋବଳ ଉପରେ ଗମ୍ଭୀର ପ୍ରଭାବ ପକାଇବ ଏବଂ ଏହାଦ୍ୱାରା ଅଧିଗ୍ରହଣ ପ୍ରକ୍ରିୟା ପ୍ରଭାବିତ ହେବ।

Categories
ଆଜିର ଖବର ଜାତୀୟ ଖବର

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ସକାରାତ୍ମକ ସ୍ୱଦେଶୀକରଣ ସୂଚୀକୁ ମଞ୍ଜୁରୀ ପ୍ରଦାନ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୯୨୮ ଲାଇନ ରିପ୍ଲେସମେଣ୍ଟ ୟୁନିଟ/ଉପ-ପ୍ରଣାଳୀ/ଯନ୍ତ୍ରପାତିର ଚତୁର୍ଥ ସକାରାତ୍ମକ ସ୍ୱଦେଶୀକରଣ ସୂଚୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସୂଚୀରେ ଉନ୍ନତ ମାନର ଉପକରଣ ଓ ଯନ୍ତ୍ରପାତି ସାମିଲ ରହିଛି। ଏହାକୁ ଆମଦାନୀ କରାଯାଇଥିଲେ ୭୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା।

ରାଜନାଥ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ସକାରାତ୍ମକ ବିକାଶ। ଏହା ଆତ୍ମନିର୍ଭର ଭାରତ ପାଇଁ ଆମ ସଂକଳ୍ପକୁ ମଜବୁତ କରିବା ସହ ସ୍ଥାନୀୟ ଉଦ୍ୟୋଗୀ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ।”

Categories
ଆଜିର ଖବର ଜାତୀୟ ଖବର

୧୭୦୦ କୋଟି ଟଙ୍କା ମୂଲ୍ୟର ୧୩ ଲିଙ୍କ୍ସ – ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ବିଇଏଲ୍ ସହିତ ଚୁକ୍ତି ସ୍ୱାକ୍ଷର

ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ, ମାର୍ଚ୍ଚ ୩୦, ୨୦୨୩ ରେ ଭାରତୀୟ ନୌସେନା ପାଇଁ ୧୩ ଟି ଲିଙ୍କ୍ସ – ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହରଣ କରିବା ପାଇଁ ବାଙ୍ଗାଲୋର ସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ୍) ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି, ଯାହାକି ଭାରତୀୟ – ଆଇଡିଏମଏମ (ସ୍ୱଦେଶୀ ଡିଜାଇନ୍ରେ ବିକଶିତ ଏବଂ ଉତ୍ପାଦିତ) ବର୍ଗ ଅଧୀନରେ ମୋଟ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହେବ। ଲିଙ୍କ୍ସ – ୟୁ୨ ବ୍ୟବସ୍ଥା ହେଉଛି ଏକ ନୌସେନା ଗୁଳିଗୋଳାଜନିତ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା (ନାଭାଲ ଗନ୍ ଫାୟାର କଂଟ୍ରୋଲ ସିଷ୍ଟମ୍) ଯାହା ସ୍ୱଦେଶୀ ଭାବରେ ପରିକଳ୍ପିତ ଏବଂ ବିକଶିତ ହୋଇଛି। ଏହା ସାମୁଦ୍ରିକ ଅବ୍ୟବସ୍ଥା ମଧ୍ୟରେ ତଥା ବାୟୁ / ଭୂପୃଷ୍ଠ ଲକ୍ଷ୍ୟ ମଧ୍ୟରେ ସଠିକ୍ ଭାବରେ ଟ୍ରାକିଂ କରିବା ଏବଂ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ।

୪ର୍ଥ ପିଢ଼ି, ସଂପୂର୍ଣ୍ଣ ଭାବରେ ସ୍ୱଦେଶୀ ପ୍ରଣାଳୀରେ ନିର୍ମିତ, ନୂତନ ପିଢ଼ି ସମୁଦ୍ର ତଟବର୍ତୀ ଇଲାକାରେ ପହରା ଦେଉଥିବା ଜାହାଜରେ ଏହା ସ୍ଥାପିତ ହେବ ଯାହା ଗାର୍ଡେନ୍ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଏବଂ ଗୋଆ ସିପ୍ୟାର୍ଡ ଲିମିଟେଡ ଠାରେ ସ୍ୱଦେଶୀ ଭାବରେ ନିର୍ମିତ ହେବ । ଏହି ପଦକ୍ଷେପ ଚାରି ବର୍ଷ ମଧ୍ୟରେ ଦୁଇ ଲକ୍ଷ ମାନବ- ଦିବସର ରୋଜଗାର ସୃଷ୍ଟି କରିବ ଏବଂ ଏମ୍ଏସଏମ୍ଇ ସମେତ ବିଭିନ୍ନ ଭାରତୀୟ ଉଦ୍ୟୋଗ ଗୁଡିକର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବ, ଯାହାର ପରିଣାମ ସ୍ୱରୂପ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭରତା’ ହାସଲ କରିବା ପାଇଁ ସରକାରଙ୍କ ଉଦ୍ୟମ ପ୍ରତି ଏହାର ଉଲ୍ଲେଖନୀୟ ଅବଦାନ ରହିବ।

Categories
ବିଶେଷ ଖବର

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ବୃହତ୍ ସଫଳତା: ୪୧ସେଟ୍ ଦେଶୀ ମଡ୍ୟୁଲାର ବ୍ରିଜ କିଣିବାକୁ ଚୁକ୍ତି ସାକ୍ଷର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଓ ଉପକରଣକୁ ଅଧିକରୁ ଅଧିକ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମାଣ କରିବାକୁ ଆରମ୍ଭ ହୋଇଥିବା ପ୍ରୟାସକୁ ଆଉ ଏକ ବଡ ସଫଳତା ମିଳିଛି। ଲାର୍ସନ ଓ ଟୁବ୍ରୋ (ଏଲ୍ ଆଣ୍ଡ ଟି) ଘରୋଇ କମ୍ପାନୀଠାରୁ ୪୧ଟି ସେଟ୍ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମିତ ମଡ୍ୟୁଲାର ବ୍ରିଜ (ସେତୁ) କିଣିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିବା ପରେ ଏଥି ପାଇଁ ସମ୍ପୃକ୍ତ କମ୍ପାନୀ ସହିତ ଏକ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଲ୍ ଆଣ୍ଡ ଟି ପ୍ରତିରକ୍ଷା ବାହିନୀକୁ ୨୫୮୫ କୋଟି ଟଙ୍କାର ଊର୍ଦ୍ଧ୍ୱ ମୂଲ୍ୟର ଏହି ବ୍ରିଜ୍ ଯୋଗାଇଦେବ। ଏହାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ଇଞ୍ଜିନିୟରିଂ ବିଭାଗ ବ୍ୟବହାର  କରିବ। ପ୍ରତିକୂଳ ପରିସ୍ଥିତିରେ ସେତୁ ନିର୍ମାଣ ପାଇଁ ମଡ୍ୟୁଲାର ସେତୁକୁ ବ୍ୟବହାର କରାଯାଏ। ସେନାର ଇଞ୍ଜିନିୟିରିଂ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ସମର୍ଥ ଏହି ବ୍ରିଜଗୁଡିକର ଡିଜାଇନ ଓ ବିକାଶକାମ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆରଡିଓ ପକ୍ଷରୁ କରାଯାଇଛି। ଏହାକୁ ଲାର୍ସନ ଓ ଟୁବ୍ରୋ ଡିଆରଡିଓର ମନୋନୀତ ଉତ୍ପାଦନାକରୀ ସଂସ୍ଥା ଭାବେ ଉତ୍ପାଦନ କରିବ।

ଏହି ମଡ୍ୟୁଲାର ବ୍ରିଜ ପାଇଁ ୨୦୨୩ ଫେବୃୟାରୀ ଆଠ ତାରିଖ ଅର୍ଥାତ୍ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଏଲ ଆଣ୍ଡି ଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରତ୍ୟେକ ସେଟ୍ ମଡ୍ୟୁଲାର ବ୍ରିଜ ସାତଟି ବାହକ ଯାନକୁ ନେଇ ଗଠିତ। ଏଥିର  ୮ଙ୍ଘ୮ ହେବି ମୋବିଲିଟି ଭେଇକିଲ୍  ‌୧୦X୧୦ର ଦୁଇଟି ଲଞ୍ଚର ହେବି ଭେଇକିଲ ସମ୍ପୃକ୍ତ। ପ୍ରତ୍ୟେକ ସେଟ୍ ମଡ୍ୟୁଲାର ବ୍ରିଜ୍ ଏକ ସିଙ୍ଗଲ ସ୍ପାନ୍ ବିଶିଷ୍ଟ  ସମ୍ପୂର୍ଣ୍ଣଭାବେ ସଜ୍ଜିତ ୪୬ ମିଟରର ଆସଲ୍ଟ ବ୍ରିଜ ତିଆରି କରିବାକୁ ଯାନ୍ତ୍ରିକ ଦୃଷ୍ଟିରୁ ସମର୍ଥ। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଖାଇ ଓ ନାଳ ଆଦି ଉପରେ  ସହଜରେ ସେତୁ ନିର୍ମାଣ ପାଇଁ ଏହି ମଡ୍ୟୁଲାର ବ୍ରିଜ ସକ୍ଷମ। ଏହା ଏକ ଅତ୍ୟାଧୁନିକ ସେତୁ ନିର୍ମାଣ ଉପକରଣ ଏବଂ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେଇ ହେବ।

ଏବେ ଭାରତୀୟ ସେନା ଯେଉଁ ମଣିଷ-ଚାଳିତ ମିଡିୟମ ଗାର୍ଡର ବ୍ରିଜ ତିଆରି କରୁଛି  ମଡ୍ୟୁଲାର ବ୍ରିଜ ତାହାର ସ୍ଥାନ ନେବ। ମିଡିୟମ ଗାର୍ଡର ବ୍ରିଜ ଟେକେ୍‌ନୋଲୋଜି ତୁଳନାରେ ମଡ୍ୟୁଲାର ବ୍ରିଜର ସୁବିଧା ସୁଯୋଗ ଯଥେଷ୍ଟ ଅଧିକ। ଏଥିରେ ସ୍ପାନର ଦୈର୍ଘ୍ୟ ବୃଦ୍ଧି, କମ୍ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ଜରୁରୀ ପରିସ୍ଥିତିରେ ତଳକୁ ଖସି ପଡିଥିବା ଉପକରଣକୁ ଉଦ୍ଧାର କରିବା ସହଜ। ଏହା ଦେଶୀ କାରିଗର ଜ୍ଞାନ କୌଶଳରେ ନିର୍ମିତ ହୋଇଥିବାରୁ ଏହାର ସୁବିଧା ସୁଯୋଗ ଅଧିକ।

ଦେଶର ପଶ୍ଚିମ ସୀମାନ୍ତରେ ଭାରତୀୟ ସେନା ଯେଉଁ ସବୁ ସଡକ ଓ ସେତୁ ନିର୍ମାଣ କରୁଛି ଏହି ମଡ୍ୟୁଲାର ବ୍ରିଜ ସେହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ସହଜ କରିବ। ଏହା ମଧ୍ୟ ଉନ୍ନତ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଭାରତର ଶ୍ରେଷ୍ଠତ୍ୱକୁ ବିଶ୍ୱକୁ ପ୍ରଦର୍ଶିତ କରି ବନ୍ଧୁରାଷ୍ଟ୍ରମାନଙ୍କୁ ଏହି ଯନ୍ତ୍ରପାତି ଓ ଜ୍ଞାନ କୌଶଳ ଯୋଗାଇବା ପଥ ଉନ୍ମୁକ୍ତ କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁକ୍ରେନ ଆକ୍ରମଣରେ ୮୯ ସୈନିକ ନିହତ, ନିଜ ସୈନିକମାନଙ୍କୁ ଦାୟୀ କଲା ଋଷ!, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଋଷ ନିଜ ସୈନିକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁକ୍ରେନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୮୯ ରୁଷିଆ ସୈନିକଙ୍କ ମୃତ୍ୟୁ ପାଇଁ ଋଷର ନିଜ ସୈନିକମାନଙ୍କୁ ଦାୟୀ କରିଛନ୍ତି। ବାସ୍ତବରେ, ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ୟୁକ୍ରେନର କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଏହାର ସୈନ୍ୟଙ୍କ ଦ୍ଵାରା ମୋବାଇଲ୍ ଫୋନ୍ ର ଅପବ୍ୟବହାରକୁ ଦାୟୀ କରିଛି।

ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ନୂଆ ବର୍ଷରେ ୟୁକ୍ରେନ ଅଧିକୃତ ଡୋନେଟସ୍କ ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣରେ ଅତି କମରେ ୮୯ ସୈନିକଙ୍କ ମୃତ୍ୟୁ ଘଟିଛି କାରଣ ଆମର ସୈନିକମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ, ଯାହା ୟୁକ୍ରେନ ସୈନ୍ୟମାନେ ଆମର ଠିକଣା ଖୋଜି ପାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଦିନ ଋଷର ଡୋନେତସ୍କ ଅଞ୍ଚଳରେ ୟୁକ୍ରେନ ଏକ ବଡ଼ ଆକ୍ରମଣ କରିଥିଲା। ୟୁକ୍ରେନ ଦାବି କରିଛି ଯେ, ଡୋନେତସ୍କର ମକିଇଭ୍କା ଆକ୍ରମଣରେ ୪୦୦ରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଡୋନେତସ୍କ ୟୁକ୍ରେନରେ ଆସେ, କିନ୍ତୁ ଏହି କ୍ଷେତ୍ର ବର୍ତ୍ତମାନ ଋଷ ଦ୍ୱାରା ଅଧିକୃତ।

Categories
ବିଶେଷ ଖବର

୫ ବର୍ଷରେ ଚୀନ୍ ସୀମାରେ କେତେ କିଲୋମିଟର ରାସ୍ତା ନିର୍ମାଣ କଲା ଭାରତ: ସଂସଦରେ ଉତ୍ତର ରଖିଲେ ସରକାର

ନୂଆଦିଲ୍ଲୀ: ଅକସାଇ ଚୀନ୍ ରେ ଚୀନ୍ ଏକ ନୂତନ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବାବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ପ୍ରାୟ ୨୦୮୮ କିଲୋମିଟର ଲାମ୍ବା ଏଲଏସି ରାସ୍ତା ନିର୍ମାଣ କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦକୁ ଏହି ସୂଚନା ଦେଇଛି। ରାଜ୍ୟସଭାରେ ସାଂସଦ ସରୋଜ ପାଣ୍ଡେଙ୍କ ପ୍ରଶ୍ନ ଉପରେ ଲିଖିତ ସୂଚନା ପ୍ରଦାନ କରି ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ସୀମା ସଡକ ସଂଗଠନ (BRO) ଚୀନ୍ ସୀମାରେ ମୋଟ ୨୦୮୮.୫୭ କିଲୋମିଟର ରାସ୍ତା ନିର୍ମାଣ କରିଛି।

ଏହି ରାସ୍ତା ନିର୍ମାଣରେ ୧୫୪୭୭.୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଚୀନ୍ ସୀମାରେ ଲାଗିଥିବା ଲାଇନ୍ ଅଫ କଣ୍ଟ୍ରୋଲ୍ ରେ ନିର୍ମିତ ଏହି ସମସ୍ତ ରାସ୍ତା ସବୁ ପାଗରେ ଯାତାୟାତ କରିହେବ ଅର୍ଥାତ୍ ୧୨ ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ଗତିବିଧି ହୋଇପାରେ। କେବଳ ଗତ ସପ୍ତାହରେ ଚୀନ୍ ଘୋଷଣା କରିଥିଲା ​​ଯେ, ତିବ୍ଦତରୁ ଜିନଜିଆଙ୍ଗ ପର୍ଯ୍ୟନ୍ତ ଏକ ନୂତନ ଏକ୍ସପ୍ରେସୱେ ରାଜପଥ (ଜି -୬୯୫) ନିର୍ମାଣ କରିବାକୁ ଯାଉଛି ଯାହା ଭାରତର ଆକସାଇ-ଚିନ୍ ଦେଇ ଯିବ।

୧୯୬୨ ଯୁଦ୍ଧ ପରଠାରୁ ଚୀନ୍ ବେଆଇନ ଭାବେ ଅକସାଇ-ଚିନ୍ ଦଖଲ କରିଛି। ଏହା ହେଉଛି ଦ୍ୱିତୀୟ ରାଜପଥ ଯାହା ଚାଇନା ମାଧ୍ୟମରେ ଅକସାଇ ଚାଇନା ତିବ୍ଦତରୁ ଜିନଜିଆଙ୍ଗ ମଧ୍ୟରେ ନିର୍ମାଣ କରିବାକୁ ଯାଉଛି। ଏହାପୂର୍ବରୁ ୧୯୫୭ ମସିହାରେ ଚୀନ୍ ଏପରି ରାଜପଥ ନିର୍ମାଣ କରିଥିଲା ​​(ଜି -୨୧୯) ଯାହା ଆକସାଇ-ଚିନ୍ ଦେଇ ଯାଇଥିଲା ଏବଂ ୧୯୬୨ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧର ଏକ ପ୍ରମୁଖ କାରଣ ପାଲଟିଥିଲା। ସୋମବାର ଦିନ ଭାରତ-ଚୀନ୍ ସୀମାରେ ଥିବା ସଡ଼କ ସମ୍ବନ୍ଧୀୟ ସୂଚନା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସଂସଦକୁ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ BRO ପାକିସ୍ତାନ ଉପରେ ୧୩୩୬.୦୯ କିଲୋମିଟର (ମୋଟ ମୂଲ୍ୟ ୪୨୪୨ କୋଟି) ଅତିକ୍ରମ କରିଛି। ମିଆଁମାର ସୀମାରେ ୧୫୧.୧୫ କିଲୋମିଟର (ମୋଟ ମୂଲ୍ୟ ୮୮୨.୫୨ କୋଟି) ଏବଂ ବାଂଲାଦେଶ ସୀମାରେ ୧୯.୨୫ କିଲୋମିଟର (ମୋଟ ମୂଲ୍ୟ ୧୬୫.୪୫ କୋଟି) ନିର୍ମାଣ କରାଯାଇଛି।

ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ “ମେକ୍ ଇନ୍ ଇଣ୍ଡିଆ” କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୩୫୮ ବେସରକାରୀ କମ୍ପାନୀ ନିଯୁକ୍ତ କରିଛନ୍ତି। ୫୮୪ ପ୍ରତିରକ୍ଷା ଲାଇସେନ୍ସ ପ୍ରଦାନ କରାଯାଇଛି। ଏଥିମଧ୍ୟରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ୧୦୭ ଟି ଲାଇସେନ୍ସ ପ୍ରଦାନ କରାଯାଇଛି। ଅଜୟ ଭଟ୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହା ବ୍ୟତୀତ ୧୬ ଟି ସାର୍ବଜନୀନ କ୍ଷେତ୍ରର ପ୍ରତିରକ୍ଷା କମ୍ପାନୀ ଅ,ଛି ଯେଉଁମାନେ ସୈନ୍ୟ ବାହିନୀ ପାଇଁ ବିଭିନ୍ନ ସାମରିକ ପ୍ଲାଟଫର୍ମ ଏବଂ ଯନ୍ତ୍ରପାତି ପ୍ରସ୍ତୁତ କରନ୍ତି।

Categories
ବିଶେଷ ଖବର

ପାକିସ୍ତାନରେ ପଡିଲା ଭାରତର କ୍ଷେପଣାସ୍ତ୍ର: ପଡୋଶୀ ଦେଶର କଡା ବିରୋଧ, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା କାରଣ

ନୂଆଦିଲ୍ଲୀ: ପାକିସ୍ତାନରେ କ୍ଷେପଣାସ୍ତ୍ର ଅବତରଣ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସରକାରୀ ପ୍ରତିକ୍ରିୟା ଦେଇଛି। ଏହାର ଜବାବରେ ସେ କହିଛନ୍ତି, “ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ହେତୁ ଘଟିଛି ଏବଂ ଏହା ଘଟଣାରେ ଗଭୀର ଅନୁତାପ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୯ ତାରିଖରେ ନିୟମିତ ମରାମତି କାର୍ଯ୍ୟ ସମୟରେ ବୈଷୟିକ ତ୍ରୁଟି ହେତୁ ଏହି କ୍ଷେପଣାସ୍ତ୍ରଟି ହଠାତ୍ ଫାୟାର ହୋଇଯାଇଥିଲା। ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡିଛି। ଏହା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ଏହା ଏକ ଆଶ୍ବସ୍ତିକର ବିଷୟ ଯେ, ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତର ଦୂତାବାସ ପ୍ରଭାରୀକୁ ସମନ କରିଛି। ଭାରତୀୟ ସୁପରସୋନିକ୍ ବସ୍ତୁ ଉଡ଼ାଇ ବାୟୁସେନାର ଉଲଂଘନ ବିରୁଦ୍ଧରେ ଦୃଢ ବିରୋଧ ପ୍ରଦର୍ଶନ କରିଛି। ଏବଂ ପାରଦର୍ଶୀ ଅନୁସନ୍ଧାନ ପାଇଁ ଦାବି କରିଛି।

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ‘ଉଡ଼ୁଥିବା ଭାରତୀୟ ସୁପରସୋନିକ୍ ବସ୍ତୁ’ ମାଧ୍ୟମରେ ବାୟୁସୀମାର ଉଲ୍ଲଂଘନ ସମ୍ପର୍କରେ ଭାରତୀୟ କୂଟନୀତିଜ୍ଞଙ୍କୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬.୪୩ରେ ଭାରତର ସୁରତଗଡରୁ ଏହି ବସ୍ତୁ ପାକିସ୍ତାନରେ ପ୍ରବେଶ କରିଥିଲା । ସେହି ଦିନ ପଞ୍ଜାବ ପ୍ରଦେଶର ମିଆଁ ଚୁନ୍ନୁ ସହରରେ ସନ୍ଧ୍ୟା ୬.୫୦ରେ ଏହି କ୍ଷେପଣାସ୍ତ୍ର ମାଡ ହୋଇ ସାଧାରଣ ନାଗରିକଙ୍କ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।

କୁରେଶି ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନର ଆକାଶ ସୀମାକୁ ଉଲଂଘନ କରି ଭାରତ ନିରୀହ ଲୋକଙ୍କ ଜୀବନକୁ ବିପଦରେ ପକାଇଛି। ଏହା ସାଉଦି ଏବଂ କତର ବିମାନ ସେବା ସହିତ ଘରୋଇ ବିମାନ ଉପରେ ପ୍ରଭାବ ପକାଇପାରେ। ଭାରତ ସ୍ପଷ୍ଟୀକରଣ ପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବ ବୋଲି ପାକିସ୍ତାନ କହିଛି। ପି-୫ ଦେଶର (ଚୀନ୍, ଫ୍ରାନ୍ସ, ଋଷ, ବ୍ରିଟେନ ଏବଂ ଆମେରିକା) ସ୍ୱରାଷ୍ଟ୍ର ବିଭାଗକୁ ଡକାଯିବ ଏବଂ ଘଟଣା ସମ୍ପର୍କରେ ସୂଚନା ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ସେନା ହେବ ଅଧିକ ଶକ୍ତିଶାଳୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ୧୧୮ ଟ୍ୟାଙ୍କ କିଣିବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସେନାର ଯୁଦ୍ଧ କ୍ଷମତା ବଢାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ଚୁକ୍ତିନାମା ଶେଷ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ୭ ହଜାର ୫୨୩ କୋଟି ଟଙ୍କା ବ୍ୟୟରେ ଭାରତୀୟ ସେନା ପାଇଁ ୧୧୮ ମେନ୍ ବ୍ୟାଟ୍ ଟ୍ୟାଙ୍କ (ଏମବିଟି) କ୍ରୟ ପାଇଁ ଏକ ଚୁକ୍ତିନାମା ଶେଷ କରିଛି। ଚେନ୍ନାଇର ଅଭଡି, ଭାରୀ ଯାନ କାରଖାନା (ଏଚବିଏଫ) ରେ ଅର୍ଜୁନ ଏମକେ-୧ଏ ଟ୍ୟାଙ୍କ ପାଇଁ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛି। ଏହା ଏମବିଟି ଏମକେ-୧ଏ ଅର୍ଜୁନ ଟ୍ୟାଙ୍କର ୭୨ ଟି ନୂତନ ବୈଶିଷ୍ଟ୍ୟ ଏବଂ ଏମକେ-୧ ସଂସ୍କରଣ ଅପେକ୍ଷା ଅଧିକ ସ୍ୱଦେଶୀ ଯନ୍ତ୍ର ସହିତ ଏକ ନୂତନ ପ୍ରକାର। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ସେପ୍ଟେମ୍ବର ୨୩ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ଚେନ୍ନାଇର ଭାରୀ ଯାନ କାରଖାନା, ଅଭଡି, ଚେନ୍ନାଇକୁ ୧୧୮ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (ଏମବିଟିଏସ) ଅର୍ଜୁନ ଏମକେ-୧ଏ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛି। ୭ ହଜାର ୫୨୩ କୋଟି ଟଙ୍କାର ଏହି ଆଦେଶ ପ୍ରତିରକ୍ଷା କ୍ଷେତ୍ରରେ “ମେକ୍ ଇନ୍ ଇଣ୍ଡିଆ” ପଦକ୍ଷେପକୁ ବୃଦ୍ଧି କରିବ ଏବଂ ଏହା “ଆତ୍ମନିର୍ଭରଶୀଳ ଭାରତ” ପାଇଁ ଏକ ବଡ ପଦକ୍ଷେପ।

ମନ୍ତ୍ରଣାଳୟ କହିଛି ଯେ, ଟ୍ୟାଙ୍କଗୁଡ଼ିକ ଦିନ ଓ ରାତିରେ ସଠିକ୍ ଭାବରେ ଟାର୍ଗେଟକୁ ମାରିବା ବ୍ୟତୀତ ସମସ୍ତ ପ୍ରକାର ଅଞ୍ଚଳରେ ସୁଗମ ଅଞ୍ଚଳକୁ ଗତିଶୀଳତା ସୁନିଶ୍ଚିତ କରିବ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଅର୍ଜୁନ ଏମବିଟି କୁ ଅପଡେଟ କରି ଏହାକୁ ବିକଶିତ କରିଛି। ଅର୍ଜୁନ ହେଉଛି ଭାରତୀୟ ସେନାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ। ମନ୍ତ୍ରଣାଳୟ କହିଛି ଯେ ଏମକେ-୧ଏ ସଠିକ୍ ଷ୍ଟ୍ରାଇକ୍ କ୍ଷମତା ବିଶିଷ୍ଟ ଏକ ଟ୍ୟାଙ୍କ ଏବଂ ଏହା ସମସ୍ତ ପ୍ରକାର କ୍ଷେତ୍ରରେ ପରିଚାଳନା କରିବାରେ ସକ୍ଷମ ଏବଂ ଉନ୍ନତ ଜ୍ଞାନକୌଶଳ ପ୍ରଣାଳୀ ସହିତ ସଜ୍ଜିତ। ଏହା ଉଭୟ ଦିନ ଓ ରାତି ପରିସ୍ଥିତିରେ ଶତ୍ରୁ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ।

ଏହା ସହ ଭାରତୀୟ ବାୟୁସେନା ପାଇଁ ୫୬ ଟି ପରିବହନ ବିମାନ କିଣିବାକୁ କ୍ୟାବିନେଟ ଅନୁମୋଦନ କରିଛି। ସେଥିମଧ୍ୟରୁ ୪୦ ଟି ଭାରତରେ ତିଆରି ହେବ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ତାଲିବାନ ଠିକଣା ଉପରେ ଆମେରିକା ବାୟୁସେନାର ଏୟାର ଷ୍ଟ୍ରାଇକ: ୫୭୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସେନା ଏବଂ ତାଲିବାନ ମଧ୍ୟରେ ବିବାଦ ଜାରି ରହିଛି। ଗତକାଲି ଆମେରିକାର ବାୟୁସେନା ଶେବଗର୍ନ ସହରରେ ତାଲିବାନ ଠିକଣା ଉପରେ ଆକ୍ରମଣ କରିଥିଲା। ବାୟୁସେନାର ଏହି ଆକ୍ରମଣରେ ତାଲିବାନ ବହୁ କ୍ଷୟକ୍ଷତି ହୋଇଥିଲା। ଏଥିରେ ୫୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଆଫଗାନିସ୍ତାନର ସରକାରୀ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜେ ଏହି ସୂଚନା ଦେଇଛନ୍ତି।

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଫୱାଦ ଅମାନ ଟ୍ୱିଟ କରି କହିଛନ୍ତି ଯେ ବାୟୁସେନା ଶେନବର୍ଗ ସହରରେ ତାଲିବାନ ଠିକଣାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ୫୦୦ ରୁ ଅଧିକ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ନଷ୍ଟ ହୋଇଯାଇଥିଲା। ରାତି ପ୍ରାୟ ୩ ତା ୩୦ ରେ ଶେନବର୍ଗ ସହରର ଜାଭାଜାନ ପ୍ରଦେଶରେ ଜଣେ ବି-୫୨ ବିସ୍ଫୋରଣକାରୀ ବିମାନ ବହୁ ସଂଖ୍ୟାରେ ତାଲିବାନ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲେ। ଆମେରିକାର ବାୟୁସେନା ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ତାଲିବାନ ବହୁ କ୍ଷତି ସହିଛି।

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଫୱାଦ ଅମାନ ରବିବାର ଏକ ନୂତନ ଟ୍ୱିଟରେ କହିଛନ୍ତି ଯେ, ନଙ୍ଗରହାର, ଲଗମନ, ଗଜନୀ, ପାକ୍ଟିଆ, ପକ୍ତିଆ, ପକ୍ତିକା, କାନ୍ଦାହାର, ଉରୁଜଗନ, ହେରାତ, ଫରାହ, ଜୋଜଜାନ, ସାର-ଏ ପୋଲ, ଫରୟାବ, ହେଲମନ୍ଦ, ନିମ୍ରୁଜ, ତଖର, କୁନ୍ଦୁଜରେ ୫୭୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ଏବଂ ୩୦୯ ଜଣ ଆହତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଘଟିଛି। “

Categories
ଜାତୀୟ ଖବର ବିଶେଷ ଖବର

ପାନ୍‍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପାନ୍‍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ନେଇ କେତେକ ବିଭ୍ରାନ୍ତିକର ଓ ଅତିରଞ୍ଜିତ ଖବର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତାହାର ସ୍ପଷ୍ଟି କରଣ ଦେଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବାସ୍ତବରେ ସେଠାକାର ସ୍ଥିତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ସଂସଦର ଉଭୟ ଗୃହରେ ତାଙ୍କ ବିବୃତିରେ ସ୍ପଷ୍ଟ କରିଦେଇଛନ୍ତି। ଏହା ସତ୍ତ୍ୱେ ପ୍ରକୃତ ତଥ୍ୟ ଉପସ୍ଥାପନ ନ କରି ଏବଂ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୁଲ ଓ ଅତିରଞ୍ଜିତ ତଥ୍ୟ ପ୍ରକାଶ କରୁଛନ୍ତି। ତାହାକୁ ସଂଶୋଧନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଫିଙ୍ଗର ୪ ପର୍ଯ୍ୟନ୍ତ ଭାରତୀୟ ଅଞ୍ଚଳ ପରିବ୍ୟାପ୍ତ ବୋଲି ଏସବୁ ସମ୍ବାଦରେ ଯାହା ଉଲ୍ଲେଖ କରାଯାଇଛି ତାହା ଠିକ୍‍ ନୁହେଁ। ଏହି ଦାବି ବିଭ୍ରାନ୍ତିକର। ଭାରତୀୟ ଅଞ୍ଚଳର ସୀମା ସରହଦ ଦେଶର ମାନଚିତ୍ରରେ ଦର୍ଶାଯାଇଥିବା ଅନୁରୂପ ରହିଛି। ସେଥିରେ ଚୀନ ଦ୍ୱାରା ୧୯୬୨ରୁ ବେଆଇନଭାବେ ଦଖଲରେ ରହିଥିବା ୪୩ ହଜାର ବର୍ଗ କିମି ଅଞ୍ଚଳ ଅନ୍ତର୍ଭୁକ୍ତ।

ଏପରିକି ପ୍ରକୃତ ନିୟନ୍ତ୍ରଣରେଖା ବା ଏଲ୍‍ଏସି ଭାରତର ଧାରଣା ମୁତାବକ ଫିଙ୍ଗର ୮ରେ ଅବସ୍ଥିତ ଏବଂ ଏହା ଫିଙ୍ଗର ୪ରେ ନୁହେଁ। ସେଥିପାଇଁ ଭାରତ ନିରନ୍ତର ଭାବେ ଫିଙ୍ଗର ୮ ପର୍ଯ୍ୟନ୍ତ ଥିବା ଅଞ୍ଚଳରେ ନିଜର ସୁରକ୍ଷା ଓ ପଇଁତରା ଅଧିକାର ଜାରି ରଖିଆସିଛି। ଚୀନ ସହିତ ଏ ନେଇ ଯେଉଁ କଥାବାର୍ତ୍ତା ଚାଲିଛି ସେଥିରେ ମଧ୍ୟ ଏହି ପ୍ରସଙ୍ଗ ରହିଛି।

ପାନ୍‍ଗଙ୍ଗ ସୋ ଉତ୍ତରପାଶ୍ୱର୍ର ଉଭୟ ପଟରେ ଥିବା ସ୍ଥାୟୀ ଘାଟି ଦ୍ୱୟ ଦୀର୍ଘସ୍ଥାୟୀ ଏବଂ ସୁଦୃଢ। ଭାରତୀୟ ପାଶ୍ୱର୍ରେ ଫିଙ୍ଗର ୩ ନିକଟରେ ଭାରତର ଧନ୍‍ସିଂହ ଥାପ୍ପା ଘାଟି ରହିଛି। ଏହା ଫିଙ୍ଗର ୮ ପୂର୍ବକୁ ଚୀନ ସୀମାନ୍ତରେ ଅବସ୍ଥିତ। ସାଂପ୍ରତିକ ବୁଝାମଣା ଅନୁସାରେ ଉଭୟ ପକ୍ଷ ନିଜ ନିଜର ସୀମାର ଆଗୁଆ ଅଞ୍ଚଳରେ ସୈନ୍ୟ ମୁତୟନ ବନ୍ଦ ରଖିବେ ଏବଂ ନିଜ ନିଜର ସ୍ଥାୟୀ ଘାଟି ପାଖରେ ସେମାନଙ୍କର ସେନା ମୁତୟନ ସୀମିତ ରହିବ।

ଏଥିରେ ଆହୁରି କୁହାଯାଇଛି ଯେ ଚୀନ ସହିତ ଏହି ବୁଝାମଣାରେ ଭାରତ କୌଣସି ଅଞ୍ଚଳ ବା ଭୂମି ଛାଡି ନାହିଁ। ଅପରପକ୍ଷରେ ଏଲ୍‍ଏସିକୁ ସମ୍ମାନ ଦେବା ପାଇଁ ଭାରତ ଚାପ ପକାଇଛି ଏବଂ ଏହାର ସ୍ଥିତାବସ୍ଥାରେ ଯେକୌଣସି ଏକତରଫା ପରିବର୍ତ୍ତନକୁ ଏଯାବତ୍‍ ପଣ୍ଡ କରିବାରେ ସଫଳ ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତିରେ ଆହୁରି ସ୍ପଷ୍ଟ କରାଯାଇଛି ଯେ ଦୁଇଦେଶ ମଧ୍ୟରେ ଯେଉଁ ପୁରୁଣା ବିବାଦ ରହିଛି ତାହାର ସମାଧାନ କରାଯିବ। ସେଥିମଧ୍ୟରେ ହଟ୍‍ସ୍ପ୍ରିଙ୍ଗ, ଗୋଗରା ଏବଂ ଦେପସାଙ୍ଗ ଅନ୍ତର୍ଭୁକ୍ତ। ପାନ୍‍ଗଙ୍ଗ ସୋ ସୀମାନ୍ତରୁ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିବା ପରେ ଅନ୍ୟାନ୍ୟ ପୁରୁଣା ବିବାଦର ସମାଧାନ ପାଇଁ ୪୮ ଘଣ୍ଟା ମଧ୍ୟରେ ଉଦ୍ୟମ ଆରମ୍ଭ କରାଯିବ।

ପୂର୍ବ ଲଦାଖ ସେକ୍ଟରରେ ଆମର ଜାତୀୟ ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତାର ସଫଳ ସୁରକ୍ଷା ପାଇଁ ଆମ ସରକାର ଦେଶର ପ୍ରତିରକ୍ଷାବାହିନୀର ଦକ୍ଷତା ଉପରେ ସଂପୂର୍ଣ୍ଣ ଆସ୍ଥା ଓ ଭରସା ରଖିଛନ୍ତି। ଆମର ଯବାନ ଓ ସାମରିକ କର୍ମଚାରୀମାନଙ୍କର ବଳିଦାନ ମାଧ୍ୟମରେ ଯେଉଁ ସଫଳତା ଆମକୁ ମିଳିଛି ତାହାକୁ ଯଦି କେହି ସନ୍ଦେହ ଚକ୍ଷୁରେ ଦେଖେ ତାହାହେଲେ ବୁଝିବାକୁ ହେବ ଯେ ଆମ ଯବାନମାନଙ୍କ ସଂଗ୍ରାମ ଓ ବଳିଦାନକୁ ସେମାନେ ବାସ୍ତବରେ ଅସମ୍ମାନିତ କରୁଛନ୍ତି।

Categories
ବିଶେଷ ଖବର

ଚୀନ ସେନାର ସୀମା ଅତିକ୍ରମଣ, କିଏ ସତ କହୁଛି ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ??

କେଦାର ମିଶ୍ର

“ନା ଆମର ସୀମାରେ କେହି ଅନୁପ୍ରବେଶ କରିଛି, ନା କେହି ଆମ ମାଟିରେ ପାଦ ଦେଇଛି କିମ୍ବା ଆମର ସାମରିକ ପୋଷ୍ଟ ଦଖଲ କରିଛି। ଲଦ୍ଦାଖରେ ଆମର ୨୦ ବୀର ଜବାନ ସହିଦ ହୋଇଛନ୍ତି। ସେମାନଙ୍କର ବଳିଦାନ ବ୍ୟର୍ଥ ହୋଇନାହିଁ।“ ଗତ ଜୁନ ୨୦ ତାରିଖ ଦିନ ଏକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କଥା ଦୃଢତାର ସହିତ କହିଥିଲେ। ସେହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଦେଶର କେତେଜଣ ବରିଷ୍ଠ ସୁରକ୍ଷା ବିଶେଷଜ୍ଞ ଆମକୁ ଚେତାଇ ଦେଉଥିଲେ ଯେ ଲଦ୍ଦାଖ ଅଞ୍ଚଳରେ ଆମର ଅନେକ ଅଞ୍ଚଳକୁ ଚୀନ ସେନା ଅନୁପ୍ରବେଶ କରିଛନ୍ତି। ସେତେବେଳେ ସରକାର ଓ ସରକାରଙ୍କ ଗୁଣଗାନ କରୁଥିବା ଆମର କେତୋଟି ଟେଲିଭିଜନ ଚ୍ୟାନେଲ ଏହି ସତ୍ୟକୁ ଲୁଚାଇବାକୁ ଚାହୁଁଥିଲେ। ଭାରତ ସରକାର ଓ ଖୋଦ ପ୍ରଧାନମନ୍ତ୍ରୀ ଚୀନର ଅନୁପ୍ରବେଶକୁ ଲୋକଙ୍କ ଆଗରେ ଅସ୍ଵୀକାର କରିଥିଲେ। ଯଦି ଚୀନ ସେନା ଆମର ସୀମା ଭିତରକୁ ଅନୁପ୍ରବେଶ କରିନାହିଁ, ତା ହେଲେ ଏ ଉତ୍ତେଜନା କାହିଁକି ଓ କେଉଁ କାରଣରୁ ଆମର ୨୦ ଜବାନ ସହିଦ ହେଲେ, ତାର ସ୍ପଷ୍ଟ ଉତ୍ତର ଆମକୁ ମିଳିଲା ନାହିଁ। ମଇ ମାସରୁ ଗଲାୱାନ ନଦୀ ଉପତ୍ୟକାରେ ଚୀନ ସେନା ନିଜର ଡେରା ପକାଇ ରହିବା ଓ ଭାରତୀୟ ସେନାଙ୍କୁ ନିଜ ଅଞ୍ଚଳରେ ପେଟ୍ରୋଲିଂ କରିବାକୁ ଅଟକାଇବା କାରଣରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ଜଣା ପଡୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ତାଙ୍କର ବିଶ୍ଵସ୍ତ ଗଣମାଧ୍ୟମ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ।

ପ୍ରଧାନମନ୍ତ୍ରୀ ଜୁନ ମାସରେ ଯାହା କହିଥିଲେ, ଠିକ ତାର ବିପରୀତ ତଥ୍ୟ ଏବେ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ୱେବ ସାଇଟରେ ରଖିଛନ୍ତି। ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ନଥି ମାଧ୍ୟମରେ ପ୍ରଘଟ କରିଛନ୍ତି ଯେ “ମଇ ମାସ ୧୭-୧୮ ତାରିଖରେ “ଚୀନ ସେନା ଉତ୍ତର ହଟ ସ୍ପ୍ରିଙ୍ଗ-ପେଟ୍ରୋଲିଂ ପଏଣ୍ଟ  ୧୫ ପାଖରେ ଥିବା କୁଗ୍ରାଙ୍ଗ ନାଳ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ”। ସରକାରଙ୍କ ପ୍ରତିରକ୍ଷା ବିଭାଗ ସ୍ପଷ୍ଟ ଭାବେ ମାନିଛନ୍ତି ଯେ ଚୀନ ସେନା ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଅତି ସ୍ପଷ୍ଟ ଭାବରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଥିରେ ଅନୁକ୍ରମଣ ବା transgression ଶବ୍ଦ ବ୍ୟବହାର କରିଛନ୍ତି। ମଇ ୫-୬ ତାରିଖରୁ ପାଙ୍ଗଙ୍ଗ ସୋ ଅଞ୍ଚଳରେ ଚୀନ ସେନା ସହିତ ଆମର ମୁହାଁମୁହିଁ ଆରମ୍ଭ ହେଲାଣି। ଆଗକୁ ମଧ୍ୟ ଚୀନ ସେନା ସହିତ ଆମର ଏ ପ୍ରକାର ମୁହାଁମୁହିଁ ପରିସ୍ଥିତି ଲାଗି ରହିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ତେବେ ଏହି ନଥି ସରକାରୀ ୱେବ ସାଇଟରେ ଉପଲବ୍ଧ ହେବାର ଅଳ୍ପ ସମୟ ଭିତରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ତେବେ ଏହାରି ଆଧାରରେ ସେତେବେଳକୁ ସବୁ ଗଣମାଧ୍ୟମ ରେ ଏ ଖବର ପ୍ରକାଶ ପାଇ ସାରିଥିଲା। ପ୍ରତିରକ୍ଷା ବିଭାଗର ଏହି ତଥ୍ୟ ଆସିବା ପରେ ସ୍ଵାଭାବିକ ଭାବରେ ପ୍ରଶ୍ନ ଉଠୁଛି- କିଏ ସତ କହୁଛି? ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ। ପ୍ରଧାନମନ୍ତ୍ରୀ ଆମ ସୀମାକୁ କେହି ଅତିକ୍ରମଣ କରି ନାହାନ୍ତି ବୋଲି ସ୍ପଷ୍ଟ କହିଥିବା ବେଳେ ମନ୍ତ୍ରଣାଳୟ କହୁଛି, ଅତିକ୍ରମଣ ହୋଇଛି। ଆଜି ଆମେ ସତ ମିଛର ଚକ୍ରବ୍ୟୁହରେ ଠିଆ ହୋଇଛୁ। ଦେଶର ସାଧାରଣ ନାଗରିକ ଭାବରେ ଅନ୍ତତଃ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆମକୁ ସତ କୁହାଯିବ ବୋଲି ଆମେ ବିଶ୍ଵାସ ରଖୁଛୁ। ଏଠି କିନ୍ତୁ ସରକାର ଭିତରେ ଦୁଇଟି ପରଷ୍ପର ବିରୋଧୀ ମତ ଆସୁଛି। ପ୍ରଧାନମନ୍ତ୍ରୀ ଛାତିରେ ହାତ ଦେଇ ଲୋକଙ୍କୁ ଯାହା କହିଥିଲେ, ତାର ବିପରୀତ କଥା ପ୍ରତିରକ୍ଷା ବିଭାଗର ସରକାରୀ ନଥି କହୁଛି।

୧୫ ଜୁନରେ ଚୀନ ସେନା ଆମର ୨୦ ଜଣ ଜବାନଙ୍କୁ ନୃଶଂସ ଭାବେ ହତ୍ୟା କରିବା ପୂର୍ବରୁ ମଧ୍ୟ ବିଭିନ୍ନ ଗଣମାଧ୍ୟମ ଏ ସମ୍ପର୍କରେ ଖବର ଛାପିଥିଲେ। ଚୀନ ସେନା ଦୁଇ ଦେଶ ମଧ୍ୟରେ ରହିଥିବା ବାସ୍ତବ ସୀମାରେଖା ଅତିକ୍ରମ କରୁଛି ବୋଲି ପ୍ରମାଣ ମିଳୁଥିବା ବେଳେ ସେମିତି କିଛି ଘଟୁନାହିଁ ବୋଲି ଆମକୁ ସରକାର କହୁଥିଲେ। ଜୁନ ୧୫ରେ ଆମର ୨୦ ସୈନିକ ସହିଦ ହେଲେ ଓ ପଚାଶରୁ ଅଧିକ ଆହତ ହେଲେ। ଆମର କିଛି ସୈନିକ ଓ ସେନା ଅଧିକାରୀଙ୍କୁ ଚୀନ ସେନା ବନ୍ଦୀ କରିଥିବାର ଖବର ମଧ୍ୟ ଆସିଲା। ଏହି ଘଟଣାକୁ ନେଇ ସାରା ଦେଶରେ କ୍ରୋଧ ତଥା ଉତ୍ତେଜନାର ବାତାବରଣ ତିଆରି ହୋଇଥିଲା। ଏହି ଉତ୍ତେଜନାକୁ ସାମୟିକ ଭାବେ ପ୍ରଶମିତ କରିବାକୁ ସରକାର କେତେକ ଚାଇନିଜ ଆପ୍ଲିକେସନ କୁ ନିଷିଦ୍ଧ ଘୋଷଣା କରିଥିଲେ। ଏହା ସହିତ ଚୀନ-ଭାରତ ସୀମାରେ ଉତ୍ତେଜନା ହ୍ରାସ ଲାଗି ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନା ଚାଲିଥିବା ବେଳେ ସୀମାନ୍ତରେ ଚୀନ ପଛକୁ ହଟିବାର ନାଁ ଧରୁନାହିଁ, ବରଂ ସୀମାରେ ଅଧିକ ସାମରିକ ଗତିବିଧି ବଢାଇ ଚାଲିଛି।

ଏବେ ଚୀନ ସେନା ଆକ୍ରାମକ ଗୋଟି ଚାଳନା କରୁଛି ବୋଲି ସ୍ପଷ୍ଟ ଜଣା ପଡୁଥିବା ବେଳେ ଭାରତ ସରକାର ଏ ପ୍ରସଙ୍ଗରେ ଅଧା ଲୁଚାଇବା-ଅଧା ଦେଖାଇବା ନୀତି ଆପଣେଇଛନ୍ତି। ଚୀନ ସେନା ଆମ ସୀମାରେ ଅନୁପ୍ରବେଶ କରିଥିବା ସତ୍ୟ ଓ ଆମ ସୀମାକୁ ସୁରକ୍ଷା ଦେବାକୁ ଯାଇ ଆମର ସେନାବାହିନୀ ପ୍ରାଣାମୂର୍ଚ୍ଛା ସଂଘର୍ଷ କରୁଛନ୍ତି। ଭାରତୀୟ ସୀମା ଅତିକ୍ରମଣ କରିଥିବା ଚୀନକୁ ତାଙ୍କରି ଭାଷାରେ ଉତ୍ତର ଦେବା ଲାଗି ଆମର ସେନାବାହିନୀ ସମର୍ଥ।

ହେଲେ ଆମର ପ୍ରଧାନମନ୍ତ୍ରୀ ଏହି ସତ୍ୟକୁ ଅସ୍ଵୀକାର କରୁଛନ୍ତି କାହିଁକି?