Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆଜି ‘ପ୍ରତିଶୋଧ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ହେବ କେବଳ ଜୀ-ସାର୍ଥକ ଚ୍ୟାନେଲରେ

ଭୁବନେଶ୍ଵର: ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ। ସବୁଥର ପରି ଏଥର ମଧ୍ୟ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଫିଲ୍ମ ‘ପ୍ରତିଶୋଧ’ ସଫଳ ହୋଇଛି ନାରୀର ଭିନ୍ନ ଏକ ରୂପ ଦେଖାଇବାରେ। ୨୫ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ ରିଲିଜ୍ ହୋଇଥିଲା ଓଡ଼ିଶାର ବିଭିନ୍ନ ଫିଲ୍ମ ହଲ ରେ ଓ ଦର୍ଶକଙ୍କ ମନ ଜିତିଥିଲା। ଫିଲ୍ମ ଟି ହଲ ରିଲିଜ୍ ପରେ ଦର୍ଶକ ମାନେ ଦେଖିପାରିବେ ତାଙ୍କ ପ୍ରିୟ ଚ୍ୟାନେଲ ଜୀ-ସାର୍ଥକରେ। ‘ପ୍ରତିଶୋଧ’ର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆଜି କେବଳ ଜୀ-ସାର୍ଥକ ଚ୍ୟାନେଲରେ। ଫିଲ୍ମକୁ ହଲରେ ଦର୍ଶକ ମାନେ ଯେପରି ଭଲପାଇବା ଦେଇଛନ୍ତି ସେହି ପରି ଟିଭିରେ ମଧ୍ୟ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି।

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶୀତ ‘ପ୍ରତିଶୋଧ’ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ଏଥିରେ ଏଲିନାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର ପ୍ରମୁଖ ଅଛନ୍ତି। ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ।

ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମ୍‌ନା କରିଥିବା ଗୋଟିଏ ସାଧାରଣ ଝିଅ ସମୟାନ୍ତରରେ କିପରି ନିଜ ପ୍ରତି ହେଉଥିବା ଅନ୍ୟାୟର ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ର। ଆକ୍ସନ୍‌ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀ ମାଧ୍ୟମରେ ଏହା ଦର୍ଶକଙ୍କୁ ବାନ୍ଧି ପାରିଛି। ପୂର୍ବରୁ ପ୍ରେମ ଆଧାରିତ ଫିଲ୍ମରେ ଚୁଲ୍‌ବୁଲି ଚରିତ୍ର କରି ଦର୍ଶକୀୟ ପ୍ରଶଂସା ସାଉଁଥିବା ଏଲିନା ‘ପ୍ରତିଶୋଧ’ରେ ବେଶ୍‌ କେତୋଟି ଆକ୍ସନ ସିନ୍‌ରେ ନଜର ଆସିଛନ୍ତି। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଅନେକ ସଫଳ ଫିଲ୍ମ ଦେଇଥିବା ବେଳେ ‘ପ୍ରତିଶୋଧ’ ଫିଲ୍ମ ମାଧ୍ୟମରେ ଚଳଚ୍ଚିତ୍ର ଇତିହାସରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବେ ବୋଲି ଜୀ-ସାର୍ଥକର ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଅଡିଓ ଲୋକାର୍ପିତ

ନୂଆଦିଲ୍ଲୀ: ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରତିଶୋଧ” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲରେ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ ସ୍ୱରାଜ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛି ନିଜର ଚଳଚ୍ଚିତ୍ର ମାଧ୍ୟମରେ। ଏଥର ଆଉ ଗୋଟେ ପାଦ ଥାପିଛି ଓଡ଼ିଶାର ଏହି ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ ସାର୍ଥକ। ଆସନ୍ତା ୨୨ ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ରିଲିଜ୍ ହେବ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟ ରେ। ଚଳଚ୍ଚିତ୍ର ଟି ପ୍ରେକ୍ଷାଳୟ ମୁକ୍ତିଲାଭ ପରେ ଦର୍ଶକ ଦେଖିପାରିବେ ତାଙ୍କ ପ୍ରିୟ ଚ୍ଯାନେଲ, ଜୀ-ସାର୍ଥକରେ।

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ‘ପ୍ରତିଶୋଧ’ ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ତାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର, ପିୟୁଷ ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ, ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର, କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ବବି ଇସ୍ଲାମ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

ଭୁବନେଶ୍ବର: ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ। ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଏବଂ ଅଜୟ ରାଉତ ପ୍ରଯୋଜିତ ଆଉ ଏକ ନୂଆ ସିନେମା ‘ପ୍ରତିଶୋଧ’ ର ଶୁଭ ମହୁରତ ଜୀ-ସାର୍ଥକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଅନେକ ସଫଳ ନନ୍ ଫିକ୍ସନ ମନୋରଞ୍ଜନ କାର୍ଯ୍ୟକ୍ରମ ର ନିର୍ଦ୍ଦେଶନା ସହିତ ଅନେକ ଚଳଚ୍ଚିତ୍ର ରେ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ନିର୍ଦ୍ଦେଶକ ସାଇ ସ୍ଵରାଜ ମଙ୍ଗରାଜ (ପୁଚୁ) ଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର “ପ୍ରତିଶୋଧ” ନିର୍ମାଣ ହେବାକୁ ଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡିର ନାୟିକା ତଥା ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଲିନା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଅନେକ ସଫଳ ଚଳଚ୍ଚିତ୍ର ଦେଇଥିବା ବେଳେ ପ୍ରତିଶୋଧ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଇତିହାସ ରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ତଥା ସଂଳାପ ଭରଦ୍ବାଜ ପଣ୍ଡା ଲେଖିଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଗୋଲଡି ରଥ ଦେଇଛନ୍ତି।

ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମନା କରିଥିବା ଗୋଟିଏ ସାଧାରଣ ଝିଅ ସମୟ ଅନୁସାରେ କିପରି ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଆକ୍ସନ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀରେ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏଲିନା ସାମନ୍ତରାୟଙ୍କ ସମେତ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ସମରେଶ ରାଉତରାୟ, ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତିଶୋଧ ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ବୋଲି ଜୀସାର୍ଥକ ତରଫରୁ ସୂଚନା ମିଳିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଦୁଇ ଭାରତୀୟଙ୍କ ମୃତ୍ୟୁର ପ୍ରତିଶୋଧ, ହୁତି ବିଦ୍ରୋହୀମାନଙ୍କ ୨ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ୟୁଏଇ

ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗଲ୍ଫ ଦେଶକୁ ଟାର୍ଗେଟ କରୁଥିବା ବେଳେ ୟେମେନ ବିଦ୍ରୋହୀ ହୁତିର ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ କୌଣସି ମୃତ୍ୟୁ ଖବର ନାହିଁ। ୟୁଏଇର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଦୁଇ ଭାରତୀୟଙ୍କ ମୃତ୍ୟୁ ହେବାର ଦୁଇ ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୬ ବର୍ଷରୁ ଅଧିକ ସମୟ ଧରି ହୁତି ବିଦ୍ରୋହୀମାନେ ସାଉଦି ଆରବ ନେତୃତ୍ୱାଧୀନ ଏକ ମିଳିତ ମେଣ୍ଟ ସହ ସଂଗ୍ରାମ କରୁଛନ୍ତି। ଯେଉଁଥିରେ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ରହିଛି। ସୀମାନ୍ତରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ହୁତି ବିଦ୍ରୋହୀମାନେ ବାରମ୍ବାର ସାଉଦି ଆରବ ଉପରେ ଆକ୍ରମଣ କରୁଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୁତିଙ୍କ ଦ୍ଵାରା ମଧ୍ୟ ସମାନ ଆକ୍ରମଣ ଜାନୁୟାରୀ ୧୭ ତାରିଖ ୨୦୨୨ରେ ହୋଇଥିଲା। ଯେତେବେଳେ ଆବୁଧାବି ନିକଟରେ ଏକ ଶିଳ୍ପାଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ଏହି ଅପ୍ରତ୍ୟାଶିତ ଆକ୍ରମଣରେ ତେଲ ଟ୍ରକଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଏହି ଆକ୍ରମଣରେ ଦୁଇ ଭାରତୀୟଙ୍କ ସମେତ ତିନିଜଣ ବିଦେଶୀ ନାଗରିକ ନିହତ ହୋଇଥିଲେ।

ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଆକାଶରେ ଧ୍ଵଂସ କରାଯାଇଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଅବଶିଷ୍ଟାଂଶ ଆବୁଧାବିର ବିଭିନ୍ନ ଅଞ୍ଚଳରେ ପଡିଛି। ଗତ ସପ୍ତାହର ଆକ୍ରମଣ ପରେ ୟୁଏଇ ମାଟିରେ ଏହା ଦ୍ୱିତୀୟ ଆକ୍ରମଣ ଥିଲା, ଯାହାକୁ ବିଫଳ କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝିଅକୁ ଦୁଷ୍କର୍ମ କରିବାର ପ୍ରତିଶୋଧ: ଅଭିଯୁକ୍ତ ପରିବାରର ୬ ଜଣଙ୍କୁ ହତ୍ୟା କଲା ବାପା

ବିଶାଖାପାଟନା: ଆନ୍ଧ୍ରପ୍ରଦେଶର ବିଶାଖାପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରି ଜଣେ ଲୋକ ପୋଲିସ ନିକଟରେ ନିଜେ ଆତ୍ମସମର୍ପଣ କରିଛି।

ପୋଲିସ ମୁତାବକ, ଦୁଇ ପରିବାର ମଧ୍ୟରେ ବହୁ ଦିନ ଧରି ଶତୃତା ଲାଗିରହିଥିଲା। ପୂର୍ବରୁ ଅଭିଯୁକ୍ତର ଝିଅକୁ ମୃତକ ପରିବାର ମଧ୍ୟରୁ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଅଭିଯୁକ୍ତ କ୍ରୋଧାନ୍ଵିତ ହୋଇ ଏଭଳି ଏକ ଅମାନବୀୟ କାର୍ଯ୍ୟ କରିଥିଲା। ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି। ପୋଲିସ ଏହି ଘଟଣାକୁ ଗୁରୁତର ସହ  ନେଇ ତଦନ୍ତ ଜାରି ରଖିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତିଶୋଧ ପରାୟଣ ହୋଇ ପୀଡ଼ିତା ବାପା ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛି ବୋଲି ପୋଲିସ କହିଛି। ଯେଉଁଥିରେ ଦୁଇ ଜଣ ମହିଳା, ଦୁଇଜଣ ପିଲା ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି।