Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏପ୍ରିଲ ୧୦ ତାରିଖରୁ ଉପଲବ୍ଧ ହେବ ୧୮ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ନିମନ୍ତେ ପ୍ରତିଷେଧକ ଟିକା

ନୂଆଦିଲ୍ଲୀ: ୧୮ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କୋଭିଡ ଟିକାର ପ୍ରତିଷେଧକ ମାତ୍ରା ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରଦାନ କରିବାକୁ ସ୍ଥିର ହୋଇଛି। ଏହି ଶ୍ରେଣୀର ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ରବିବାରଠାରୁ ଆରମ୍ଭ ହେବ। ଯେଉଁମାନଙ୍କ ବୟସ ୧୮ବର୍ଷରୁ ଅଧିକ ଓ ଦ୍ୱିତୀୟ ମାତ୍ରା ଗ୍ରହଣ କରିବା ନଅମାସ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ପ୍ରତିଷେଧକ ମାତ୍ରା ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ସୁବିଧା ପ୍ରତ୍ୟେକ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ।

ଦେଶରେ ଏପର୍ଯ୍ୟନ୍ତ ୧୫ବର୍ଷରୁ ଊର୍ଦ୍ଧ୍ୱ ଶ୍ରେଣୀର ଶତକଡା ୯୬ଭାଗ କୋଭିଡ-୧୯ ଟିକାର ଅନୂନ୍ୟ ଗୋଟିଏ ମାତ୍ରା ନେଇଥିବାବେଳେ, ଏହି ଶ୍ରେଣୀର ଶତକଡା ୮୩ଭାଗ ଉଭୟ ମାତ୍ରା ନେଇସାରିଛନ୍ତି। ୨ଦଶମିକ ୪କୋଟି ପ୍ରତିଷେଧକ ମାତ୍ରା ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ୧୨ରୁ ୧୪ବର୍ଷ ବୟସର ଶତକଡା ୪୫ଭାଗ ପ୍ରଥମ ମାସରେ ନେଇଛନ୍ତି।

ସରକାରୀ ଟିକାଦାନ କେନ୍ଦ୍ର ଜରିଆରେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପ୍ରଥମ ଓ ଦ୍ୱିତୀୟ ମାତ୍ରା ଓ ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନିମନ୍ତେ ପ୍ରତିଷେଧକ ଟିକା କାର‌୍ୟ୍ୟକ୍ରମ ଜାରି ରହିବା ସହ ଅଧିକ ତ୍ୱରାନ୍ୱିତ ହେବ।