Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ସାରା ଦେଶରେ ‘କିଷାନ ବିଜୟ ଦିବସ’ ପାଳନ କରିବ କଂଗ୍ରେସ, ସମସ୍ତ ରାଜ୍ୟରେ ହେବ ରାଲି

ନୂଆଦିଲ୍ଲୀ: ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ଘୋଷଣା ପରେ ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ କଂଗ୍ରେସ ‘କିଷାନ୍ ବିଜୟ ଦିବସ’ ପାଳନ କରିବ। କଂଗ୍ରେସ କହିଛି ଯେ, ଭୁଲ ନିଷ୍ପତ୍ତି ବିରୁଦ୍ଧରେ କୃଷକଙ୍କ କ୍ରମାଗତ ଏବଂ ଉତ୍ସାହୀ ସଂଗ୍ରାମକୁ ‘କିଷାନ ବିଜୟ ଦିବସ’ ମାଧ୍ୟମରେ ସ୍ୱୀକୃତି ଦିଆଯିବ। ରାଜ୍ୟରେ କିଷାନ ବିଜୟ ରାଲି କିମ୍ବା ବିଜୟ ସଭା ଆୟୋଜନ କରିବାକୁ ଦଳ କହିଛି।

ଏଥିସହିତ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ, ଆନ୍ଦୋଳନର ପ୍ରାୟ ୧୨ ମାସ ପରେ ଆଜି ଦେଶର ୬୨ କୋଟି ଅନ୍ନଦାତା-କୃଷକ-ଶ୍ରମିକଙ୍କ ସଂଗ୍ରାମ ଏବଂ ଇଚ୍ଛାଶକ୍ତି ଜିତିଛି। ଆଜି ୭୦୦ ରୁ ଅଧିକ କୃଷକ ପରିବାରର ବଳିଦାନ ରଙ୍ଗ ଆଣିଛି, ଯାହାର ପରିବାର ନ୍ୟାୟ ପାଇଁ ଏହି ସଂଗ୍ରାମରେ ନିଜ ଜୀବନ ଦେଇଛନ୍ତି। ଆଜି ସତ୍ୟ, ନ୍ୟାୟ ଏବଂ ଅହିଂସା ଜିତିଛି।

କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ଟୁଇଟ୍ କରି କୃଷକ ଆନ୍ଦୋଳନରେ ସହିଦ ହୋଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି ଯେ, ଯେଉଁମାନେ ଘରକୁ ନ ଫେରନ୍ତି ସେମାନଙ୍କ ବିଜୟ ମଧ୍ୟ ଅଟେ … କ୍ଷତି କେବଳ ସେହିମାନଙ୍କର ହୋଇଛି, ଯେଉଁମାନେ ଦାତାମାନଙ୍କ ଜୀବନ ବଞ୍ଚାଇ ପାରିନାହାନ୍ତି … # FarmLawsRepealed

Categories
ଆଜିର ଖବର ଜାତୀୟ ଖବର

ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କୃଷକ ନେତା ରାକେଶ ଟିକାଏତ ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଦେଇଥିବା ସମ୍ବୋଧନରେ ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ପାଞ୍ଚ ଦଶନ୍ଧି ଧରି ତାଙ୍କ ସାଧାରଣ ଜୀବନରେ ମୁଁ କୃଷକଙ୍କ ଅସୁବିଧା ଏବଂ ଆହ୍ଵାନକୁ ଅତି ନିକଟରୁ ଅନୁଭବ କରିଛି। ରାଷ୍ଟ୍ରକୁ ସମ୍ବୋଧିତ କରି ସେ କ୍ଷୁଦ୍ର ଚାଷୀଙ୍କୁ ଉପକୃତ କରିବା ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ପରେ ଭାରତୀୟ କିଷାନ ୟୁନିଅନର ନେତା ତଥା ଜାତୀୟ ମୁଖପାତ୍ର ରାକେଶ ଟିକାଏତ ନିଜର ପ୍ରତିକ୍ରିୟା ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ପରେ ରାକେଶ ଟିକାଏତ କହିଛନ୍ତି ଯେ, ଏହି ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହୃତ ହେବ ନାହିଁ। ସଂସଦରେ କୃଷି ଆଇନ ରଦ୍ଦ ହେବାର ଦିନକୁ ଆମେ ଅପେକ୍ଷା କରିବୁ। ଏମଏସପି ସହିତ ସରକାର ଚାଷୀଙ୍କ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବା ଉଚିତ।