Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଲା ପାଣ୍ଡିଆନଙ୍କ ଫଳାଫଳ, ବିଜେଡିକୁ ମିଳିବ ଏତିକି ଆସନ

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ 4ଟି ଲୋକସଭା ଏବଂ 28ଟି ବିଧାନସଭାରେ ନିର୍ବାଚନ ହୋଇଛି। ତେବେ ଭୋଟ ଗ୍ରହଣ ପରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଫଳାଫଳକୁ ନେଇ ଆସିଛି ଏକ ତଥ୍ୟ। ଏଥିରେ ସେ ଲୋକସଭା ଏବଂ ବିଧାନସଭାରେ ବିଜେଡି କେତେ ସିଟ ପାଇବ ତାହା କହିଛନ୍ତି।

ପାଣ୍ଡିଆନଙ୍କ ତଥ୍ୟ ଅନୁସାରେ ଓଡିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ 4ଟି ଲୋକସଭା ଆସନରୁ ବିଜେଡି ସବୁ ଆସନରେ ବିଜୟଲାଭ କରିବ। ସେହିପରି 28ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି 24 ଆସନରେ ବିଜୟଲାଭ କରିବ ବୋଲି ସେ କହିଛନ୍ତି। ବାକି ଚାରିଟି ଆସନ ମଧ୍ୟରୁ ବିଜେପି 2 ଏବଂ କଂଗ୍ରେସ 2 ଟି ଆସନ ପାଇବ ବୋଲି କୁହାଯାଇଛି।

ସେ କହିଛନ୍ତି ଯେ, ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ। ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶାନ୍ତିଶୃଙ୍ଖଳା ମଧ୍ୟରେ ସରିଲା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: କୋଟିଆରେ ରେକର୍ଡ ମତଦାନ

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ର୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ୬୨.୯୬ ପ୍ରତିଶତ ରହିଛି।

ଓଡ଼ିଶାରେ ସାମଗି୍ରକ ଭାବରେ ଅପୂର୍ବ ଆନନ୍ଦ ଓ ଉତ୍ସାହ ମଧ୍ୟରେ ଗଣତନ୍ତ୍ରର ମହାପର୍ବରେ ମତଦାନ କରି ଜନସାଧାରଣ ସାମିଲ ହୋଇଥିଲେ। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମତଦାତାମାନେ ବହୁ ଉତ୍ସାହର ସହିତ ମତଦାନ କରିଥିବାର ଦେଖାଯାଇଛି। ଏଥିରେ ସମସ୍ତ ଅଞ୍ଚଳର ସମସ୍ତ ବର୍ଗର ମତଦାତାମାନେ ସାମିଲ ହୋଇଥିଲେ। ଆଦିମ ଜନଜାତି ଗୋଷ୍ଠୀର ମତଦାତାମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହର ସହ ମତଦାନ କରିଛନ୍ତି। କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ରେକର୍ଡ ମତଦାନ ହୋଇଛି। ଏଠାକାର ୯ଟି ବୁଥ୍‌ରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୬ ପ୍ରତିଶତ ମତଦାନ ହୋଇଥିଲା।

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ଖୁବ୍‌ ଉତ୍ସାହର ସହ ଲୋକେ ମତଦାନ କରିଥିଲେ। ଏଠାରେ ଥିବା ୨୩ ବୁଥ୍‌ରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୫.୪୬ ପ୍ରତିଶତ ରହିଥିଲା। ସକାଳୁ ମକ୍‌ପୋଲ ସମୟରେ ଅଳ୍ପକିଛି ସ୍ଥାନରେ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌, ବାଲାଟ ୟୁନିଟ୍‌ ଓ ଭିଭିପାଟ୍‌ରେ ତ୍ରୁଟି ଦେଖାଦେଇଥିଲା। ସେ ସମସ୍ତ ୟୁନିଟଗୁଡ଼ିକ ତୁରନ୍ତ ବଦଳାଯାଇଥିଲା ଓ ମତଦାନ ସ୍ୱାଭାବିକ ଭାବରେ ଚାଲିଥିଲା।

ଏହି ପର୍ଯ୍ୟାୟ ମତଦାନରେ ଆଦର୍ଶ ମତଦାନ କେନ୍ଦ୍ରରେ ଗଣତନ୍ତ୍ରର ମହାପର୍ବର ଖୁବ୍‌ ସୁନ୍ଦର ଚିତ୍ର ଦେଖିବାକୁ  ମିଳିଥିଲା। ସଖି ବୁଥ୍‌, ସଂପୂର୍ଣ୍ଣ ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ସଂପୂର୍ଣ୍ଣ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ ଆଦିରେ ମତଦାତାମାନଙ୍କୁ ସ୍ୱାଗତ କରାଯାଇଥିଲା।

ଅନେକ ବୁଥ୍‌ରେ ସ୍ଥାନୀୟ ଚିତ୍ରକଳା, ଆଦିବାସୀ ଥିମ୍‌ ଆଦି ଦେଖିବାକୁ ମିଳିଥିଲା। ସମସ୍ତ ବୁଥ୍‌ରେ ମତଦାତାମାନଙ୍କୁ ମତଦାନର ସୁଖଦ ଅନୁଭୂତି ଦିଆଯିବା ପାଇଁ ପୋଲିଂ କର୍ମଚାରୀମାନେ ପ୍ରୟାସ କରିଥିଲେ। ସମସ୍ତ ବୁଥ୍‌ରେ ପାନୀୟ ଜଳ, ଛାଇ ଓ ସେଲ୍‌ଫି ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଥିଲା। ପ୍ରତିଟି ବୁଥ୍‌ରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଥିଲା। ହ୍ୱିଲ୍‌ ଚେୟାର ମାଧ୍ୟମରେ ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରମାନଙ୍କୁ ସେ୍ୱଚ୍ଛାସେବୀମାନେ ମତଦାନରେ ସାହାଯ୍ୟ କରିଥିଲେ। ସେମାନଙ୍କୁ ଘରୁ ମତଦାନ କେନ୍ଦ୍ର ଆସିବା ଓ ଯିବା ପାଇଁ ମାଗଣାରେ ଯାନ ଯୋଗାଇ ଦିଆଯାଇଥିଲା। ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ରଖାଯାଇଥିଲା। େୱବ୍‌କାଷ୍ଟିଂ ଦ୍ୱାରା ପ୍ରାୟ ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ବୁଥ୍‌ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଦୃଷ୍ଟି ରଖାଯାଇଥିଲା। ନିର୍ବାଚନ ପରିଚାଳନା ସମ୍ବନ୍ଧରେ ବିଶେଷ ଜ୍ଞାନ ଥିବା ବରିଷ୍ଠ ଅଧିକାରୀମାନେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ େୱବ୍‌କାଷ୍ଟିଂ ଦ୍ୱାରା ଉକ୍ତ ବୁଥ୍‌ଗୁଡ଼ିକ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଥିଲେ।

ସମସ୍ତ ମତଦାନ କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ମତଦାନ ସମାପ୍ତ ହୋଇଥିଲା। ସବୁ ସ୍ଥାନରୁ ପୋଲିଂ ପାର୍ଟିମାନେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛନ୍ତି। ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ୩ଟି ବୁଥ୍‌ରୁ ପୋଲିଂ ପାର୍ଟିମାନଙ୍କୁ ଏୟାର ଲିଫଫ କରାଯାଇଛି। ଶାନ୍ତିଶୃଙ୍ଖଳା ମଧ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ପ୍ରକ୍ରିୟା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପୋଲିଂ ପାର୍ଟି ଓ ସୁରକ୍ଷାକର୍ମୀମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଏହା ସହ ମତଦାନ କରି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଥିବା ପ୍ରତିଟି ମତଦାତା, ବରିଷ୍ଠ ମତଦାତା, ଯୁବ ମତଦାତା ଓ ଭିନ୍ନକ୍ଷମ ମତଦାତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଫଳାଫଳ ନେଇ ବିଜେଡି କରିଲା ଏକ ବଡ ଆକଳନ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଡ଼ଃ ସସ୍ମିତ ପାତ୍ର ସମ୍ବୋଧନ କରି କହିଥିଲେ, ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରାୟ ଶେଷ ହେବା ପରେ ଯେଉଁ ଫିଡବ୍ୟାକ୍ ଆସୁଛି, ତାହା ଅନୁଯାୟୀ ଗୋଟିଏ କଥା ସ୍ପଷ୍ଟ, ବିଜୁ ଜନତା ଦଳ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି ।

୨୦୧୯ ନିର୍ବାଚନ ତୁଳନାରେ ୨୦୨୪ରେ ପ୍ରଦର୍ଶନ ଆହୁରି ଭଲ ରହୁଛି। ପ୍ରଥମ ପର୍ଯ୍ୟାୟରେ ଦଳ ୯୦ ପ୍ରତିଶତରୁ ଅଧିକ ଆସନରେ ବାଜିମାତ୍ କରୁଛି। ଏଥିପାଇଁ ଆମେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ। ଏହାହିଁ ଦର୍ଶାଉଛି ଯେ ଆଗାମୀ ସମସ୍ତ ପର୍ଯ୍ୟାୟରେ ବିଜୁ ଜନତା ଦଳ ଉଲ୍ଲେଖନୀୟ ସଫଳତା ପାଇବ ଓ ସାଢେ ୪ କୋଟି ଓଡିଶାବାସୀଙ୍କ ସେବାରେ ନିୟୋଜିତ ରହିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାର ପ୍ରଥମ ନିର୍ବାଚନ, ୭୩୦୦ ଟି ମତଦାନ କେନ୍ଦ୍ରରେ ପହଞ୍ଚିଲେଣି ପୁଲିଂ ଅଧିକାରୀ

ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଯେଉଁ ୪ଟି ଲୋକସଭାରେ ନିର୍ବାଚନ ହେବ ସେଗୁଡିକ ହେଲା କୋରାପୁଟ, ନବରଂଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର।

ରାଜ୍ୟରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅତିରିକ୍ତ କେନ୍ଦ୍ରକୁ ମିଶାଇ ମୋଟି ୭୩୦୩ ମତଦାନ କେନ୍ଦ୍ର କରାଯାଇଛି। ସେଥି ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି ।

ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସର୍ବମୋଟ ୭୩୦୩ଟି ବୁଥ୍‌ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ। ଏହି ମତଦାନ କେନ୍ଦ୍ରଗୁଡିକରେ ବର୍ତ୍ତମାନ ପୁଲିଂ ଅଧିକାରୀ ପହଞ୍ଚିବାରେ ଲାଗିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ର ପାଇଁ ୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏକକାଳୀନ ସାଧାରଣ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି। ତା. ୧୮/୦୪/୨୦୨୪ରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ତା. ୨୫/୦୪/୨୦୨୪ରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିଲା। ତା. ୨୬/୦୪/୨୦୨୪ରିଖ ଦିନ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା ଏବଂ ତା.୨୯/୦୪/୨୦୨୪ରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା।

ଯାଞ୍ଚ ପରେ ୩୮ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବୈଧ ରହିଥିବାବେଳେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ୪ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ (ପୁରୁଷ ପ୍ରାର୍ଥୀ-୯, ମହିଳା ପ୍ରାର୍ଥୀ-୨), ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ୪ ଜଣ (ପୁରୁଷ ପ୍ରାର୍ଥୀ-୪, ମହିଳା ପ୍ରାର୍ଥୀ-୦), ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ (ପୁରୁଷ ପ୍ରାର୍ଥୀ-୧୦, ମହିଳା ପ୍ରାର୍ଥୀ-୧) ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ (ପୁରୁଷ ପ୍ରାର୍ଥୀ-୭, ମହିଳା ପ୍ରାର୍ଥୀ-୪) ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ।

ଉପରୋକ୍ତ ୪ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଥିବା ମୋଟ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ ୭ ଜଣ ମହିଳା ପ୍ରାର୍ଥୀ ଅଟନ୍ତି।