Categories
ଆଞ୍ଚଳିକ

ବାଲୁଗାଁରେ ‘ବରିଷ୍ଠ ନାଗରିକ ମଞ୍ଚ’ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ‘ବରିଷ୍ଠ ନାଗରିକ ମଞ୍ଚ’ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଯୋଗ ଦେଇଥିଲେ।

ବାଲୁଗାଁ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ା ଯୋଗିନ୍ଦ୍ର ନାଥ ସେନାପତିଙ୍କ ସଭାପତିତ୍ୱରେ ସମ୍ପାଦକ ମୁରଲୀ ସାମନ୍ତସିଂହାର ମଞ୍ଚ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମଞ୍ଚ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ସହ ନିବନ୍ଧକ ପ୍ରଫୁଲ କୁମାର ଜାଲି ଅତିଥି ପରିଚୟ ପ୍ରଦାନ କରିଥିଲେ। ବୟସର ତାଳେ ତାଳେ ପରିଣତ ବୟସରେ ପ୍ରତିଟି ମୁହୂର୍ତ୍ତରେ ଉପେକ୍ଷିତ ହେଉଥିବା ବରିଷ୍ଠ ନାଗରିକମାନେ ପରିବାର ପ୍ରତି ମଧ୍ୟ ଅଲୋଡ଼ା ହୋଇଯାଉଥିବାର ଦୃଶ୍ୟ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ତ୍ତମାନ ସମାଜରେ ଦେଖିବାକୁ ମିଳୁଛି।ଯାହାକି ପ୍ରତିଷ୍ଠିତ ମାନବ ସମାଜରେ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ଏବଂ ଗୁରୁଜନମାନେ ସଦାସର୍ବଦା ପୂଜ୍ୟ ତେଣୁ ସେମାନଙ୍କ ସମସ୍ତ ଜରୁରୀ ସୁବିଧା ହାତ ପାହାନ୍ତାରେ ଯୋଗାଇ ଦେବାପାଇଁ ଅନୁଷ୍ଠିତ ମଞ୍ଚରେ ଉପସ୍ଥିତ ଅତିଥିମାନେ ଦୃଷ୍ଟିପାତ କରିଥିଲେ।

ଏଥିସହିତ ଗରିବ ଶ୍ରେଣୀର ନାଗରିକଙ୍କୁ ସହାୟତା ଓ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ସହ ମୌଳିକ ଅଧିକାର ତଥା ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ମଞ୍ଚ ପକ୍ଷରୁ ସର୍ବସମ୍ମତି ପ୍ରକାଶ ପାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ବରିଷ୍ଠ ନାଗରିକ ମଞ୍ଚରେ ୩୩ ଜଣ ସଭ୍ୟ ନିଷ୍ଠାପର ଭାବେ କାର୍ଯ୍ୟ ଜାରି ରଖିଥିବା ବେଳେ ଆଗାମି ଦିନରେ ଅଧିକରୁ ଅଧିକ ସଭ୍ୟ ଯୋଡିବାପାଇଁ ପ୍ରୟାସ ଜାରିରହିଛି।

ଉକ୍ତ ଉତ୍ସବରେ ସ୍ଥାନୀୟ ଚାଷଙ୍ଗରା ଗ୍ରାମର ଉଦୟମାନ ୧୮ ବର୍ଷରୁ କମ ବାଳକ ଆନ୍ତର୍ଜାତିକ ସ୍ତରରେ ଦେଶ ପାଇଁ ତେହେରାନ ଠାରେ ୧୪ ତମ ଏସିଆ ଭଳିବଲ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ବ କରିଥିବା ଆଶିଷ ସ୍ୱାଇଁ ଏବଂ ଉତ୍କଳ ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କୃତ ହୋଇଥିବା ଶିଶିକାନ୍ତ ସାମନ୍ତସିଂହାରଙ୍କୁ ମଞ୍ଚ ପକ୍ଷରୁ ସମ୍ମାନିତ କରାଯାଇଥିଲା। ନାଗରିକ ମଞ୍ଚ ଉପ ସଭାପତି ତଥା ବାଲୁଗାଁ ଉମା ମହେଶ୍ୱର ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଚିଲିକା ବାର ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବାର ଆସୋସିଏସନ ପକ୍ଷରୁ ଆଜି କୋଭିଡ ନିୟମ ଅନୁଯାଇ ବାର ଆସୋସିଏସନର ସଭାପତି ହରେକୃଷ୍ଣ ଜଗଦେବଙ୍କ ଅଧ୍ୟକ୍ଷତାରେ ପ୍ରଥମ ବାର୍ଷିକ ଉତ୍ସବ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିଲିକା କୋର୍ଟ ର ସିଭିଲ ଜଜ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିକାଶ ଗୋଏଲ ଯୋଗ ଦେଇଥିଲେ। ସମ୍ପାଦକ ଅଶୋକ କୁମାର ଚମ୍ପତି ବାର୍ଷିକ ବିବରଣୀ ପାଠ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ପରିପେକ୍ଷୀରେ ଚିଲିକା ବାରର ସହ ସମ୍ପାଦକ ଚିତ୍ରସେନ ସାହୁ, କୋଷାଧକ୍ଷ ଦୁର୍ଗା ଶଙ୍କର ଶତପଥୀ, ବରିଷ୍ଠ ଆଇନଜିବୀ ଅରୁଣ କୁମାର ହୋତା, ହେମନ୍ତ କୁମାର ସାହୁ, ଅଶୋକ କୁମାର ଜେନା, ରାମ ଚଦ୍ର ପଲାଇ, ବିରଞ୍ଚି ବେହେରା, ବିବେକ ପଣ୍ଡା, ଶାନ୍ତନୁ ମହାପାତ୍ର, ବିକାଶ ନାୟକ, ସୁକାନ୍ତ ପ୍ରଧାନ, କୋର୍ଟର କର୍ମଚାରୀ ଓ ସିଏସଆଇ ପ୍ରମୁଖ ଯୋଗଦେଇ ଥିଲେ।