Categories
ଆଜିର ଖବର ଜାତୀୟ ଖବର

ଏନଡିଏର ପ୍ରଥମ ବ୍ୟାଚ୍ ମହିଳାଙ୍କ ଟପ୍ପର ହେଲେ ହରିୟାଣାର ଝିଅ ଶାନନ୍

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ପ୍ରଥମ ଏନଡିଏ ବ୍ୟାଚ୍ ଶୀର୍ଷରେ ରହିଛନ୍ତି ହରିୟାଣା ରୋହତକର ଝିଅ ଶାନନ୍। ଯେଉଁଥିପାଇଁ ତାଙ୍କ ଗାଁ ସୁଦାନାରେ ବହୁତ ଖୁସିର ଲହରୀ ଖେଳିଯାଇଛି। ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତ ସରକାର ଏନଡିଏରେ ଝିଅମାନଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ।

ରୋହତକର ଏକ ଗାଁର ବାସିନ୍ଦା ଶାନନ୍ ଦେଶ ପାଇଁ ସେବା କରିବାର ସଂକଲ୍ପ ନେଇଛନ୍ତି। ଶାନନଙ୍କ ଜେଜେବାପା ଚନ୍ଦ୍ରବାନ୍ ଢାକା ସେନାରେ ଜଣେ ସୁବେଦାର୍ ଥିଲେ। ଏହା ବ୍ୟତୀତ ତାଙ୍କ ପିତା ବିଜୟ କୁମାର ଢାକା ମଧ୍ୟ ନାୟକ ସୁବେଦାର ଭାବରେ ଭାରତୀୟ ସେନାରେ ଦେଶ ସେବା କରିଥିଲେ। ତାଙ୍କ ଜେଜେବାପା ଏବଂ ପିତାଙ୍କଠାରୁ ପ୍ରେରଣା ନେଇ ଶାନନ୍ ଭାରତୀୟ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ଆର୍ମି ସ୍କୁଲରେ ତାଙ୍କର ପାଠପଢା କରିଥିଲେ। ଶାନନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀ ରାମ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ନେଇଥିଲେ। ତା’ପରେ ଯେତେବେଳେ ମହିଳାମାନେ ଏନଡିଏରେ ପ୍ରବେଶ କରିବାକୁ ଅନୁମତି ପାଇଲେ ସେତେବେଳେ ସେ ମଧ୍ୟ ଆବେଦନ କରିଥିଲେ।

ଶାନନଙ୍କ ଅନୁଯାୟୀ, ଏନଡିଏ ପରୀକ୍ଷା ପାଇଁ ତାଙ୍କୁ ବହୁତ କମ୍ ସମୟ ମିଳିଥିଲା। ତାଙ୍କୁ ଏନଡିଏ ପରୀକ୍ଷା ପାଇଁ ମାତ୍ର ୪୦ ଦିନ ସମୟ ମିଳିଥିଲା। କିନ୍ତୁ ସେ ଏହି ପରୀକ୍ଷାକୁ ହୃଦୟର ସହିତ ଉତ୍ତୀର୍ଣ୍ଣ ହେବାକୁ ସଂକଳ୍ପବଦ୍ଧ ଥିଲେ ଏବଂ ଗତ ୧୦ ବର୍ଷର ପ୍ରଶ୍ନପତ୍ରଗୁଡ଼ିକୁ ଦେଖି ଏହାର ସମାଧାନ କରିଥିଲେ। ଏନଡିଏ ପରୀକ୍ଷା ପାଇଁ ଦିଆଯାଇଥିବା ସମୟ ଅଢେଇ ଘଣ୍ଟା ହୋଇଥିବାବେଳେ ଶାନନ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଉତ୍ତର ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଥିଲେ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା। ୫ ଦିନ ଧରି ଚାଲିଥିବା ଇଣ୍ଟରଭ୍ୟୁରେ ସେ ନିଜର ଆତ୍ମବିଶ୍ୱାସ ବଜାୟ ରଖିଥିଲେ। କିନ୍ତୁ ଯେତେବେଳେ ଫଳାଫଳ ଆସିଲା, ଶାନନ୍ ତାଙ୍କ ବ୍ୟାଚ୍ ର ଟପ୍ପର ହୋଇଥିଲେ।