Categories
ବିଶେଷ ଖବର ରାଜ୍ୟ ଖବର

ଜାମିନ ଖାରଜ ହେବା ପରେ ଝାରପଡା ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର, ଆଜି କ୍ରାଇମ ବ୍ରାଞ୍ଚ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ ଭୁବନେଶ୍ବର ଏସଡିଜିଏମ କୋର୍ଟରେ ହାଜର କରାଇଥିଲେ। ସେଠାରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି 14 ଦିନିଆ ବିଚାର ବିଭାଗ ହାଜତକୁ ପଠାଇଛନ୍ତି। ଫଳରେ ତାଙ୍କୁ ଝାଡପଡା ଜେଲକୁ ନିଆଯାଇଛି। ତେବେ ଜାମିନ ଖାରଜ ପରେ ତାଙ୍କ ଓକିଲ ଜେଲରେ ଭଲ ଯତ୍ନ ନେବାକୁ ନିବେଦନ କରିଛନ୍ତି। ପ୍ରଦୀପଙ୍କ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ଥିବାରୁ ଡାକ୍ତର ହେପାଜତରେ ରଖିବା ପାଇଁ କୋର୍ଟକୁ ଜଣାଇଛନ୍ତି।

ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଲାଗିଛି । ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଟାଟା ମୋଟର୍ସରେ ଚାକିରି ଲୋଭ ଦେଖାଇ ଭାବି ଜ୍ୱାଇଁଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଶେଷରେ ଗିରଫ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର, ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଲାଗିଛି । ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଟାଟା ମୋଟର୍ସରେ ଚାକିରି ଲୋଭ ଦେଖାଇ ଭାବି ଜ୍ୱାଇଁଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଥିଲା ।

ଗତ ଦୁଇଦିନ ଧରି ବ୍ରହ୍ମପୁରରେ କ୍ରାଇମ ବ୍ରାଞ୍ଚ ପ୍ରଦୀପଙ୍କ ଠକେଇ ନେଇ ତନାଘନା କରୁଥିଲା। ଆଜି ସଂଧ୍ୟାରେ କ୍ରାଇମ ବ୍ରାଞ୍ଚର ଆଇଟି ସେଲ ତାଙ୍କୁ ଥାନାକୁ ଉଠାଇ ନେଇଥିଲା। ସେଠାରେ ଦୀର୍ଘ ସମୟ ଧରି ପଚରାଉଚୁରା କରିବା ପରେ ତାଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ପ୍ରଦୀପଙ୍କ ଭାବି ଜ୍ବାଇଁ ଏବଂ ତାଙ୍କ ଭାବି ସମୁଦି ଅଭୟ ପାଠକ ଗିରଫ ହୋଇ ରିମାଣ୍ଡରରେ ଅଛନ୍ତି।