Categories
ଆଜିର ଖବର ରାଜ୍ୟ ଖବର

ପ୍ରଚାର ବନ୍ଦ ପରେ ପ୍ରଚାର କଲେ ପ୍ରଦୀପ ପୁରୋହିତ, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ଆଜି ଅପରାହ୍ନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ହେଲେ ପ୍ରଚାର ଶେଷ ହେବା ପରେ ବିଜେପି ପ୍ରାର୍ଥୀ ପ୍ରଚାର କରିଛନ୍ତି। ଏହା ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ ବୋଲି ଏକ ଅଭିଯୋଗ ଆଣିଛି ବିଜେଡି। ଆଜି ରାତିରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ବିଜେପି ପ୍ରାର୍ଥ ପ୍ରଦୀପ ପୁରୋହିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବୀ କରିଛି।

ସେହିପରି ସେ ପ୍ରଚାର କରୁଥିବା ବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକ ତାଙ୍କୁ କିପରି ପ୍ରଚାର କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସେଠାରେ ଥିବା ବିଜେପି କର୍ମି ନନ୍ଦିଘୋଷ ଟିଭି ସାମ୍ବାଦିକ ଏବଂ କ୍ୟାମେରମ୍ୟାନଙ୍କୁ ମାଡ ମାରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏହା ବିରୋଧରେ ନିର୍ବାଚନ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ପୋରକ ବୟାନ

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବିଜେଡିରୁ ବହିସ୍କୃତ ଏହି ନେତା ଏକ କର୍ମି ସମ୍ମିଳନୀରେ ଯାହା କହିଛନ୍ତି ତାହା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସୂଚାଇ ଦେଉଛି। ସେ ଯାହା କହିଛନ୍ତି ତାହା ରାଜ୍ୟ ରାଜନୀତିରେ ବର୍ତ୍ତମାନ ହଟଚମଟ ସୃଷ୍ଟି କରିଛି।

ପ୍ରଦୀପ ପାଣିଗ୍ରାହୀ ଏହି କର୍ମି ସମ୍ମିଳନୀରେ ସିଧାସିଧା କହିଛନ୍ତି ଯେ ପଦ୍ମପୁରରେ ପଦ୍ମ ଫୁଟିବ। ପଦ୍ମପୁର ବାସୀ ଜାଣିବା ଦରକାର ଯେ, ସେହି ନାଁଟି ଯାହା ହୋଇଛି ତାହାର ସାର୍ଥକତା ରଖନ୍ତୁ। ପଦ୍ମ ଫୁଲରେ ଭୋଟ ଦେଇ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାନ୍ତୁ। ଏପରି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ପ୍ରଦୀପ ପାଣିଗ୍ରାହୀ ବିଜେପି ଆଡକୁ ଢଳିବାରେ ଲାଗିଛନ୍ତି ବୋଲି ଜଣାପଡିଛି। ନଚେତ ପଦ୍ମକୁ ଭୋଟ ଦେବା ପାଇଁ ସେ କେବେ ବି ନିବେଦନ କରିବା କଥା ନୁହେଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନାମାଙ୍କନପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଭୁବନେଶ୍ୱର : ବିଜେପିରୁ ଶ୍ରୀ ପ୍ରଦୀପ ପୁରୋହିତ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥୀପତ୍ର ଦାଖଲ ସମୟରେ ଦଳର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରଗଡ ସାଂସଦ ସୁରେଶ ପୂଜାରୀ, କେଭି ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

ଚାଷୀ ଆନ୍ଦୋଳନ ଓ ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନକାରୀମାନଙ୍କୁ ସମର୍ଥନ ଜଣାଇ ଗତ ୧୪ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ। ଯାହାକୁ ନେଇ ବିଜେଡି ଏହା ଏକ ନାଟକ ବୋଲି ସମାଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଏହି ଉପନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ପୁରୋହିତ। ଆଜି ଏ ନେଇ ରାଷ୍ଟ୍ରୀୟ ବିଜେପି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପିର ମହାସଚିବ ତଥା କାର୍ଯ୍ୟାଳୟ ପ୍ରଭାରୀ ଅରୁଣ ସିଂଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ପ୍ରଦୀପ ବିଜେପିର ପ୍ରାର୍ଥୀ ହେବେ ବୋଲି ନିଶ୍ଚିତ ଥିଲା। କାରଣ ସେ ସେହି ନିର୍ବାଚନ ମଣ୍ଡଳୀର ଗତ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହିତ ତାଙ୍କର ପଦ୍ମପୁରରେ ଭଲ ସଂଗଠନ ମଧ୍ୟ ରହିଛି। ସେଥିପାଇଁ ରାଜ୍ୟ ବିଜେପି ତାଙ୍କର ନାମକୁ ହିଁ ସୁପାରିଶ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଧାନର ଏମଏସପି ବୃଦ୍ଧି ଦାବୀରେ ଯୋଗାଣ ବିଭାଗ ସଚିବଙ୍କୁ ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାବିକା ଅବ୍ୟବହିତ ପୂର୍ବରୁ ବିଜେପି କୃଷକ ମୋର୍ଚ୍ଚା ମଣ୍ଡିମାନଙ୍କରେ ମିଲର୍ସମାନଙ୍କର ରାଜୁତି ବନ୍ଦ କରିବା ସହ କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପ୍ରତି ଯୋଗାଇ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୯୪୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଜେପି ତାଗିଦ୍ କରିଛି ।

ଗତ କାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ସଚିବଙ୍କ ଅନୁପସ୍ଥିତିରେ ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେନ୍ଦ୍ର ମିଶ୍ରଙ୍କୁ ଲୋକସେବା ଭବନରେ ସାକ୍ଷାତ କରି ଏ ସମ୍ବନ୍ଧରେ ଦାବୀ ପତ୍ର ଦେବା ସହ ଚାଷୀମାନେ କିଭଳି ସୁରୁଖୁରୁରେ ଧାନ ବିକ୍ରୀ କରିପାରିବେ, ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ ।