Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି: ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର: ହୋଟେଲ ମେଫେୟାର କନଭେନସନ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ବିଜୁ ଜନତା ଦଳ ଗଣତନ୍ତ୍ରକୁ ଅପହରଣ କରିଦେଇଛି। ଏହି ଅପହରଣକାରୀଙ୍କୁ ବିଜେପି ପ୍ରଚ୍ଛନ ସହାୟତା ପ୍ରଦାନ କରିଚାଲିଛି।

ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ କହିଛନ୍ତି ରାଜ୍ୟବାସୀ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଲୋକପ୍ରତିନିଧି ବାଛିଥିଲେ କିନ୍ତୁ ଜନତା ଜନାର୍ଦ୍ଦନଙ୍କର ଅଧିକାରକୁ ସମ୍ମାନ ଦେବା ପରିବର୍ତେ ଗଣତନ୍ତ୍ରର ମୁଖା ପିନ୍ଧି ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସଚିବକୁ ରାଜ୍ୟର ସମସ୍ତ ଶାସନଭାର ଟେକିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟୀତ୍ୱ ରାଜ୍ୟର ଜନସାଧାରଣଙ୍କୁ ଲୋଟିବା ଏବା ତାଙ୍କର ଅଭାବ ଅସୁବିଧାକୁ ଦୂର କରିବାକୁ ଶାସନ ବ୍ୟବସ୍ଥାର ନିଷ୍ପତି ନେବା, କିନ୍ତୁ ଦୁର୍ଭଗ୍ୟର ବିଡ଼ମ୍ବନା ଏ ରାଜ୍ୟର ଜଣେ ବେତନଭୋଗୀ ସରକାରୀ ଅଧିକାରୀ ଏ ସରକାରର ଅପାରଗତା ଯୋଗୁଁ ସର୍ବମୟ କର୍ତା ବୋଲି ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରତିପାଦିତ କରିଛି। କଂଗ୍ରେସ ଦଳ ଏକଛତ୍ରବାଦୀ ଓ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ସରକାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି କରାଯିବ।

ଦୀର୍ଘ ୨୩ ବର୍ଷର ସରକାର ରାଜ୍ୟର କୃଷକ, ଶ୍ରମିକ, ଛାତ୍ର, ଯୁବ ଓ ମହିଳା ମାନଙ୍କ ମୌଳିକ ଆବଶ୍ୟକତାକୁ ପୁରଣ କରିପାରିନାହାନ୍ତି। ରାଜ୍ୟ ହୁ ହୁ ବେକାରୀ ବୃଦ୍ଧି, କୃଷକ ଆତ୍ମହତ୍ୟା, ଉତ୍ପାଦିତ ଦ୍ରବ୍ୟର ଅଭାବି ବିକ୍ରି, ମହିଳା ଉତପିଡ଼ନ ଓ ଅତ୍ୟାଚାର ବୃଦ୍ଧି ସହିତ ଧର୍ତବ୍ୟ ଅପରାଧର ବହୁ ବୃଦ୍ଧି ଘଟିଛି । କିନ୍ତୁ ଏ ସରକାର ନଂ୧ ସରକାରର ଡିମଡିମ ପିଟୁଛି।

ଡା. ଏ. ଚେଲ୍ଲା କୁମାର, ସାଂସଦ, ଓଡ଼ିଶା କଂଗ୍ରେସ ପ୍ରଭାରୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ସାରା ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନିର୍ବାଚିତ ସରକାର ଗୋଟେ ପ୍ରଶାସନିକ ଅଧିକାରୀ ହାତରେ ସମସ୍ତ କ୍ଷମତା ହସ୍ତାନ୍ତର କରିଦେଇଛନ୍ତି। ଯେଉଁ କାର୍ଯ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କରିବାକଥା ତାହା ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଘୋର ଅପମାନ।

ଲୋକମାନଙ୍କ ଦ୍ୱାରା ନିର୍ବାଚିତ ବିଧାୟକ ସାଂସଦ ଏବଂ ମନ୍ତ୍ରୀମାନେ ତିନି ମାଙ୍କଡ଼ ଭଳି ଆଚଦ ପ୍ରଦର୍ଶନ କରୁଛନ୍ତି। ଏମାନେ କେହି କିଛି ଦେଖୁନାହାନ୍ତି, ଶୁଣୁନାହାନ୍ତି କି କହୁନାହାନ୍ତି। ରାଜ୍ୟ କଂଗ୍ରେସ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ପଠାଇଛନ୍ତି। ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କର ଦାୟିତ୍ୱ, ଗଣତନ୍ତ୍ରକୁ ରକ୍ଷା କରିବା ଓ ସାମ୍ବାଦିକ ବିଧିବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ଉଲ୍ଲେଖ ଅଛି। ପ୍ରକାଶ ଥାଉକି ଏହି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ନେଇ ବହୁ ଚିଠି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ପିଡିପୋଷ୍ଟ ପଠାଇବାର ସମସ୍ତ ରସିଦ ଉପସ୍ଥାପନ କଲେ।

ଆଶା କରାଯାଉଛି ୨୦୨୪ ରେ ଓଡ଼ିଶାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ଓ ବିଜେପିକୁ ଉପଯୁକ୍ତ ଶିକ୍ଷା ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତୈଳଦର ଏବଂ ଗ୍ୟାସ ଦର ବୃଦ୍ଧିର କାରଣ କଣ ଶୀତ ଦିନ?: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବିଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମର ପ୍ରଶ୍ନର ଉତର ରଖି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ଶୀତଦିନ ଯୋଗୁଁ ଅଧିକ ହେଉଛି ଶୀତଦିନ ସରିଗଲେ ଦର ହ୍ରାସ ପାଇବ। ଦ୍ୱିତୀୟ ପ୍ରମୁଖ କାରଣଟି ଡିଜେଲ ଏବଂ ପେଟ୍ରୋଲ ତଥା ଗ୍ୟାସର ଚାହିଦା ବୃଦ୍ଧିଯୋଗୁଁ ଏବଂ ଅର୍ନ୍ତଦେଶୀୟ ବଜାରରେ କଂଚା ତୈଳ ବା ଗ୍ୟାସଲୋନିର ଦର ବୃଦ୍ଧି ଯୋଗୁଁ ଏ ବୃଦ୍ଧି ଘଟୁଛି।

କିନ୍ତୁ ଏହି ତିନୋଟି ଯାକ କାରଣ ସଂପୂଣ୍ଣରୂପେ ଅସତ୍ୟ ଉପରେ ପର୍ଯ୍ୟବେସିତ ଏବଂ ଏହା ଏକ ମନଗଢ଼ା କାହାଣୀ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି। ୨୦୧୭ ମସିହା ଠାରୁ କ୍ରମାଗତ ଭାବରେ ଅର୍ନ୍ତଦେଶୀୟ ବଜାରରେ ଗ୍ୟାସୋଲେିନ ବା କଂଚା ତୈଳର ଦାମ ବହୁ ମାତ୍ରାରେ କମିଯାଇଛି। ଯଦି ଶୀତଦିନ ଯୋଗୁଁ ତୈଳ ଏବଂ ଜାଳେଣିଗ୍ୟାସର ଦର ବହୁମାତ୍ରାରେ ବୃଦ୍ଧି ଘଟିଛି ତାହେଲେ ୨୦୧୭, ୧୮ ଏବଂ ୧୯ ମସିହାର ଶୀତଦିନରେ ଯେତେବେଳେ ଅର୍ନ୍ତଦେଶୀୟ ବଜାର ଆଜିର ଦର ଠାରୁ କଂଚା ତୈଳ ବ୍ୟାରେଲ ବହୁ ଅଧିକ ଥିଲା, ସେତେବେଳେ କାହିଁକି ଓ କିପରି ପେଟ୍ରୋଲ, ଡିଜେଲ ଏବଂ ଜ୍ୟାଳେଣି ଗ୍ୟାସର ଦାମ ଆଜି ଦିନଠାରୁ କମ୍‌ରେ ମିଳୁଥିଲା ?

ତେଣୁ ଶୀତଦିନର ବାହାନା ନକରି ସତ୍ୟକହିବା ଉଚିତ୍। ୨୦୧୩-୧୪ ମସିହାରେ ହାରାହାରି କଂଚା ତୈଳର ଦର ପାଖାପାଖି ଡଲାର ୧୦୭ ରୁ ୧୪୧ ଡଲାର ପର୍ଯ୍ୟନ୍ତ ପ୍ରତି ବ୍ୟାରେଲ ବୃଦ୍ଧି ପାଇଥିଲା। ଭାରତବର୍ଷ ସାଧାରଣତଃ ବ୍ରେଣ୍ଟ କ୍ରୁଡ କ୍ରୟ ମାଧ୍ୟମରେ ବିଦେଶରୁ ଆମଦାନି କରିଥାଏ। ଇରାକ, ଇରାନ ଓ ସାଉଦିଆରବରେ ଏବଂ ୟୁନାଟେଡ ଆରବ ଏମିରେଟସ୍ ଦେଶ ଗୁଡ଼ିକ ଭାରତକୁ କଂଚା ତୈଳ ବା ଗ୍ୟାସୋଲିନ୍ ଯୋଗାଇଥାନ୍ତି।

୨୦୨୦ ମସିହା କୋଭିଡ-୧୯ ଲକ୍ ଡାଉନ୍ ସମୟରେ କଂଚା ତୈଳ ଦର ବିଶ୍ୱବଜାରରେ ସବୁଠାରୁ ନ୍ୟୁନତମ ସ୍ତର ଡଲାର-୨୦ ପର ବ୍ୟାରେଲକୁ ଖସିଗଲା। ଏହା ପାଖାପାଖି ଦୀର୍ଘ ସମୟ ଧରି ଏହି ଦାମ ରହିଲା। ୨୦୨୦ ମସିହା ମାର୍ଚ୍ଚମାସ ସାରା ବିଶ୍ୱରେ ଲକଡାଉନ ହେବା ଯୋଗୁଁ ପାଖାପାଖି ୯ ମାସରୁ ଅଧିକ ହାରାହାରୀ ଡଲାର ୩୫ ରୁ କମ ପ୍ରତି ବ୍ୟାରେଲ ରହିଲା।

କିନ୍ତୁ ଏହି ସମୟ ଭିତରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ କେନ୍ଦ୍ର ସରକାର ଅଧିକରୁ ଅଧିକ କର ବୃଦ୍ଧିକଲେ। ଏପରିକି ମହାମାରୀ ସମୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ୧୬ଟଙ୍କା ଓ ତେର ଟଙ୍କା ଅଧିକ କର ବୃଦ୍ଧିକଲେ। ଲୋକ ରୋଜଗାର ଶୂନ୍ୟ, ବେରୋଜଗାରୀ ୪୫ ବର୍ଷର ରେକର୍ଡ ଭାଙ୍ଗି ସାରିଛି, ସେହି ସମୟରେ ଗୋଟିଏ ଲିଟର ପେଟ୍ରୋଲର ମୂଳ ମୂଲ୍ୟ ପାଖାପାଖି ୩୪ ଟଙ୍କା ଥିଲା ବେଳେ କେବଳ କର ବୋଝ ୫୩.୫୧ ଟଙ୍କା ଦେବାକୁ ପଡ଼ୁଛି।

ଏହି ୫୩.୫୧ ପଇସା ଭିତରୁ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ରାଜ୍ୟ ସରକାର ପାଖାପାଖି ୧୬ଟଙ୍କା ୬୦ ପଇସା ପ୍ରତି ଲିଟର ନେଇଥାନ୍ତି। ଠିକ୍‌ ସେହିଭଳି ଭାବରେ କେନ୍ଦ୍ର ସରକାର ଗୋଟେ ଲିଟର ଡିଜେଲରୁ ୩୧ଟଙ୍କା ୮୩ ପାଇସା ଏକ୍‌ସାଇଜ ଡ୍ୟୁଟି ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ୧୪ ଟଙ୍କା ୩୪ ପଇସା ଭାଟ ବାବଦରେ ଆଦାୟ କରୁଛନ୍ତି।

ଏହାର ମୁଳ କାରଣ କ୍ରମାଗତ ଭାବରେ ୨୦୧୬ ମସିହା ପରଠାରୁ କେନ୍ଦ୍ର ସରକାରଙ୍କର ରାଜସ୍ୱ ଆୟ କମିଚାଲିଛି ଏବଂ ସବୁଠାରୁ ବଡ଼କଥା ହେଲା ୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କର ଜିଏସଟି ଆୟ, ପୁଞ୍ଜି ପ୍ରତ୍ୟାହାର କରି ନପାରିବା, କର୍ପୋରେଟ ଟ୍ୟାକ୍ସର ଦ୍ରୁତ ହ୍ରାସ ଯୋଗୁଁ ରାଜସ୍ୱ ବୃଦ୍ଧି କରିବା ପାଇଁ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସ ବୃଦ୍ଧି କରିବା ଛଡ଼ା ଅନ୍ୟକିଛି ବିକଳ୍ପ ତାଙ୍କ ପାଖରେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓଡିଶା ବନ୍ଦ ଡକରା ଦେଇଛି। ଓଡିଶାର ସମସ୍ତ କଂଗ୍ରେସ କର୍ମୀ ସକାଳ ୭ ଟା ରୁ ୧ ଟା ପର୍ଯ୍ୟନ୍ତ ବନ୍ଦ ଡାକରାରେ ସାମିଲ ହୋଇ ସରକାର ବିରୋଧରେ ପ୍ରତିବାଦ କରୁଛନ୍ତି।

ତେବେ ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରିଛି। ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ ବୋଲି ସେ କହିଛନ୍ତି।

ଏହାସହିତ ତୈଳ ଦର ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସେ ରାଜ୍ୟ ସରକାରକୁ କହିଛନ୍ତି। ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ, ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି।