Categories
ଆଞ୍ଚଳିକ

ପ୍ରଦ୍ୟୁମ୍ନ ବଳ ଜନ୍ମ ଜୟନ୍ତୀ ଅବସରରେ ମୁଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଦିବସ ପାଳିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ରାଜ୍ୟ ସାମ୍ବାଦିକ ସଂଘ (ଏସ .ୟୁ.ଯେ) ଓଡିଶା କଳାହାଣ୍ଡି ଜିଲ୍ଲା ଶାଖା କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ମୂଲ୍ୟ ବୋଧ ଭିତ୍ତିକ ସାମ୍ବାଦିକତା ଦିବସ ପାଳନ କରାଯାଇଛି। ଦୈନିକ ଓଡିଆ ସମ୍ବାଦ ପତ୍ର ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ ଙ୍କ ସାଲିଶ ବିହୀନ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ସମ୍ପର୍କରେ ସ୍ମରଣୀୟ ଗାଥା ଉପରେ ଆଲୋଚନା କରାଯାଇଥିଲା।

ଜିଲ୍ଲା ସମ୍ପାଦକ ପରମାନନ୍ଦ ଠାକୁର ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ଏବଂ ଜିଲ୍ଲା ସଭାପତି ମହମ୍ମଦ ଅଲି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ ୟୁ ଯେ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବରିଷ୍ଠ ଉପସଭାପତି ରାମ କୁମାର ସେନାପତି, କାର୍ଯ୍ୟକାରୀ ସଭ୍ୟ ରଘୁମଣି ପୂଝାରୀ, ମହମ୍ମଦ ମନଶୁର ଇଲାହି, ତୁଳସୀ ରାମ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ।

ସହ ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ସାମ୍ବାଦିକ ମାନେ କିପରି ଭାବେ ଏକତ୍ରିତ ହେବ ସହ ସାମୁହିକ ଭାବେ ଜନତାଙ୍କ ସ୍ୱର ହୋଇ କାର୍ଯ୍ୟ କରିବା ସହ ନିରପେକ୍ଷ ସାମ୍ବାଦିକତା କରିବାର ଲକ୍ଷ୍ୟ ଓ ସପ୍ନ ରଖି ଏକ ଆଦର୍ଶ ସାମ୍ବାଦିକ ଭାବରେ ମଣିଷ ସମାଜ ସାମନାରେ ପ୍ରତିଷ୍ଠିତ କରାଇ ପାରିବ ତାହା ଉପରେ ସମସ୍ତେ ସକଳ୍ପିତ ହେବାକୁ ଡାକରା ଦିଆ ଯାଇଥିଲା। ଲକ୍ଷ୍ମଣ ରେଖା ଭିତରେ ରହିବା ସହିତ ବ୍ୟକ୍ତିଗତ ସ୍ବାର୍ଥ ଓ ଗୋଷ୍ଠୀଗତ ରାଜନୀତିର ବହୁ ଉର୍ଦ୍ଧ୍ବରେ ରହି ଆଜିର ଏହି ପବିତ୍ର ଦିନରେ ସଲିଶ ବିହୀନ ମୂଲ୍ୟ ବୋଧ ଭିତ୍ତିକ ସମ୍ବାଦିକତାର ଏକ ଉଚ୍ଚ ପରମ୍ପରା ସୃଷ୍ଟି କରିବାକୁ ଆହ୍ବାନ କରାଯାଇଥିଲା।

ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ର ଏକ ସ୍ୱତନ୍ତ୍ର ଆପ ର ଶୁଭ ଉଦଘାଟନ କରାଯାଇଥିଲା। କଳାହାଣ୍ଡିର ପ୍ରତିଭା ବାନ ସାଲିଶ ବିହୀନ ଯୁବ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ ଙ୍କ ସ୍ମୃତିରେ କଳାହାଣ୍ଡି ର ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଆଗାମି ଦିନରେ କଳାହାଣ୍ଡି ଜିଲ୍ଲାର ପ୍ରତିଭାବୟାନ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପୂଜ୍ୟପୂଜାର ପରମ୍ପରା କୁ ବଜାୟ ରଖାଯିବାକୁ ନିଷ୍ପତି କରାଯାଇଥିଲା। ଶେଷରେ ବରିଷ୍ଠ ସଭ୍ୟ ଲକ୍ଷ୍ମୀକାନ୍ତ ଧଙ୍ଗଡ଼ାମାଝୀ ଧନ୍ୟବାଦ ଦେଇତଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସ୍ୱାଧୀନତା ଦିବସ ଅବସରରେ ଆଗାମୀ ୨୫ ବର୍ଷ ପାଇଁ ଦେଶବାସୀଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟର କଥା କହିଛନ୍ତି। ଦାୟିତ୍ୱ ନେଲେ ହିଁ ଅନେକଙ୍କ ଅଧିକାର ସୁରକ୍ଷିତ ରହିବ। ଜଣେ ବ୍ୟକ୍ତି ଦାୟିତ୍ୱ ନେଲେ ୫ ଜଣଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ଭୁବନେଶ୍ୱର ଠାରେ ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍ୱର୍ଗତ ବଳଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଗତିବାଦୀ ଅନୁଷ୍ଠାନକୁ ଓଡ଼ିଆ ସାମ୍ବାଦିକତା ଜଗତରେ ୫୦ ବର୍ଷର ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ। ଦାୟିତ୍ୱ ନେବା ବହୁତ ବଡ଼ କଥା ନୁହେଁ। ବରଂ ଛୋଟ ଛୋଟ କଥାରେ ମଧ୍ୟ ଦାୟିତ୍ୱର କଥା ରହିଛି। ଲାଇଟ୍ ଓ ପଙ୍ଖା ବନ୍ଦ କରି ବିଦ୍ୟୁତ ଅପଚୟକୁ ରୋକିବା କିମ୍ବା ପାଣି ଟ୍ୟାପ୍ ବନ୍ଦ କରି ଜଳ ସଂରକ୍ଷଣ କରିବାର ଦାୟିତ୍ୱ ନେଲେ ହିଁ ଅନେକ ଲୋକଙ୍କ ଅଧିକାର ସୁରକ୍ଷିତ ହୁଏ।

ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ ସୁଦ୍ଧା ୨୫ ବର୍ଷ ପରେ ଭାରତକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଆଗାମୀ ୧୩ ଓ ୨୫ ବର୍ଷ ପାଇଁ ଆମର ଦାୟିତ୍ୱ କଣ ରହିବ ଓ ଓଡ଼ିଶାର ଚିତ୍ର କଣ ହେବ ଏ ଦିଗ ଉପରେ କଳ୍ପନା କରିବା ଦରକାର  ଏହି ସମୟରେ ସାମାଜିକ ଦାୟିତ୍ୱ କଣ ହେବ ଓ ଓଡ଼ିଶାର ଅର୍ଥନୀତି କେଉଁ ଅବସ୍ଥାରେ ଥିବ, ଚାଷ କ୍ଷେତ୍ରର ଭିତ୍ତିଭୂମି ଓ ଯୁବକର ସ୍ୱପ୍ନ କଣ ରହିବ, ଏହା ଆଧାରରେ ସଂକଳ୍ପ ନେବାକୁ ପଡ଼ିବ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେହିପରି ସନ୍ଥ କବି ଭୀମ ଭୋଇଙ୍କ ଲିଖିତ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” କାଳଜୟୀ ଉକ୍ତି ଜାତିସଂଘର ପ୍ରାଚୀରରେ ଲେଖା ହୋଇଛି। ଏହି ବିଚାର, ପୃଥିବୀରେ ଓଡ଼ିଆ ଜାତି ଓ ଜନଜୀବନର ଲୋକକଥାର ପ୍ରସ୍ପୁଟିତର ପ୍ରତିଫଳନ। ଏଥିରୁ ଓଡିଆ ଜାତିର ମୌଳିକ କ୍ଷମତାର ଗଭୀରତା ଅନୁମେୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଆ ସମାଜର ପ୍ରବାଦ ପୁରୁଷ, ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଓ ରାଜନୀତିର ପ୍ରତୀକ ଭାବେ ଜଣାଶୁଣା ସ୍ୱର୍ଗତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସାମାଜିକ, ରାଜନୈତିକ ଏବଂ ସାମ୍ବାଦିକତା ଜଗତର ମୂଲ୍ୟବୋଧର ପ୍ରତୀକ ଥିଲେ। ପର୍ଯ୍ୟାବରଣର ସୁରକ୍ଷା, ଗରିବ ଲୋକଙ୍କୁ ତାଙ୍କ ହକ୍ ଓ ଅଧିକାର ପ୍ରଦାନ କରିବା ଏବଂ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ବିଚାର ଉଚ୍ଚକୋଟ୍ଟୀର ଥିଲା। ଏହିପରି ଭାବରେ ଓଡ଼ିଆ ସ୍ୱାଭିମାନକୁ ନିଜ ଦୃଷ୍ଟିରେ ପରିପ୍ରକାଶ କରିବାରେ ସେ ନୂଆ ବେଞ୍ଚମାର୍କ ସ୍ଥାପନ କରିଥିଲେ। ତାଙ୍କ ଜୟନ୍ତୀ ଅବସରରେ ସ୍ୱର୍ଗତ ବଳଙ୍କ ଦ୍ୱାରା ସ୍ଥାପିତ ବେଞ୍ଚମାର୍କ ଆଧାରରେ ଆମେ ଓଡ଼ିଆ ଲୋକମାନେ ଆଗକୁ ବଢିବା ପାଇଁ ଦାୟିତ୍ୱ ନେବା ସହ ପରିଶ୍ରମ କରିବା ଦରକାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଛାତ୍ର ସଂଗଠନ ଦାୟିତ୍ୱରେ ଥିବା ସମୟରେ ସ୍ୱର୍ଗତ ବଳଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଉଭୟଙ୍କ ବୈଚାରିକ ଅସହମତ ସତ୍ତ୍ୱେ ସେ ମୋତେ ବହୁତ ସ୍ନେହ ଓ ଆଦର କରିଥିଲେ। ପ୍ରଦ୍ୟୁମ୍ନ ବଳଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଗତିବାଦୀ’ ଗୋଟିଏ ବିଚାର ଓ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରେ। କେବଳ ପ୍ରଶଂସା ନୁହେଁ ବରଂ ଏକ ସମାଲୋଚକ ଭାବେ ଖବର ପ୍ରକାଶିତ କରେ। କାରଣ, ସମାଲୋଚନା ଦ୍ୱାରା ହିଁ ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନର ଉତ୍କୃଷ୍ଟତା ସାଧିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘ଅମୃତ ସଂକଳନ’କୁ କେନ୍ଦ୍ରମନ୍ତ୍ରୀ ଉନ୍ମୋଚନ କରିବା ସହ ଏହି ପତ୍ରିକା ଯୁବପିଢିଙ୍କୁ ପ୍ରେରିତ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ।