Categories
ଆଜିର ଖବର ଜାତୀୟ ଖବର

ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଅମର ତଥା ଅକ୍ଷୟ କାଶୀର ମହିମାକୁ ପ୍ରଣାମ କରିଛନ୍ତି ଏବଂ କହିଛନ୍ତି, ଭକ୍ତି ଭାବରେ ଭରା ଏହି ଗୀତର ପ୍ରସ୍ତୁତି ବେଶ ମନମୋହକ।

କୈଳାସ ଖେରଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଅମର-ଅବିନାଶୀ’ କାଶୀର ଗୌରବକୁ ବାରମ୍ବାର ନମନ! ଭକ୍ତିରେ ଭରା ଆପଣଙ୍କ ଏହି ପ୍ରସ୍ତୁତି ମନ ମୋହିଲା ଭଳି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ଗର୍‌ବା ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଗୁଜରାଟର ଗର୍‌ବା ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଗର୍‌ବା ହେଉଛି ଜୀବନ, ଏକତା ଏବଂ ଆମ ଗଭୀର ପରମ୍ପରାର ଏକ ଉତ୍ସବ। ଅକ୍ଷୟ ଐତିହ୍ୟ ତାଲିକାରେ ଏହା ସାମିଲ ହେବା ବିଶ୍ୱକୁ ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥାଏ। ଏହି ସମ୍ମାନ ଆମ ଭବିଷ୍ୟତ ପିଢ଼ି ପାଇଁ ଆମର ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ଲାଗି ଏକ ପ୍ରେରଣା। ଏହି ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ଅଭିନନ୍ଦନ।’

Categories
ଆଜିର ଖବର ଜାତୀୟ ଖବର

ଜାମ୍ମୁର ସୀମାନ୍ତ ଅଞ୍ଚଳର ମହିଳା ସରପଞ୍ଚଙ୍କୁ ତାଙ୍କର ସମର୍ପିତ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ। ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ବଲବୀର କୌର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ସୀମନ୍ତବର୍ତ୍ତୀ ଆର୍ଣ୍ଣିଆ ଅଂଚଳର ଜଣେ ମହିଳା ଚାଷୀ । ଏବେ ସେ ରଙ୍ଗପୁରର ସରପଞ୍ଚ ଅଛନ୍ତି । ନିଜ ପଞ୍ଚାୟତର ବିକାଶ ପାଇଁ ସେ ବିଭିନ୍ନ ସରକାରୀ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରୁଛନ୍ତି । ସେ ନିଜେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ଯଥା କିିଷାନ କ୍ରେଡିଟ କାର୍ଡ, କୃଷି ଯନ୍ତ୍ରପାତି ଋଣ ଯୋଜନା ଓ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ । ତାଙ୍କର ନିଜର ଏକ ଟ୍ରାକ୍ଟର ଅଛି ଓ ତାହାକୁ ସେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ କିଣିଛନ୍ତି । ସେ ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ଓ ନିଷ୍ଠାପର ତଥା ସମର୍ପିତ ଭାବେ ସରପଞ୍ଚ ଦାୟିତ୍ୱ ନିର୍ବାହ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବଲବୀର କୌରଙ୍କୁ ପ୍ରଶଂସା କରିଥିଲେ ।

ବଲବୀର କୌରଙ୍କୁ ପ୍ରଧାନମନ୍ତ୍ର ଯେତେ ସବୁ ପ୍ରଶ୍ନ ପଚାରିଥିଲେ ତାହାର ସବୁ ଉତ୍ତର ସେ ନିର୍ଭୁଲ ଭାବରେ ଦେଇଥିଲେ । ସେହି ଅଞ୍ଚଳର ସବୁ ତଥ୍ୟ ତାଙ୍କ ଆଙ୍ଗୁଳି ଅଗରେ ଥିଲା । ଏତେ କଥା କିପରି ମନେ ରଖୁଛ ଓ ନିଷ୍ଠାପର ଭାବେ କାମ କରୁଛ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିବାରୁ ବଲବୀର କହିଥିଲେ “ସମାଜର ତଳସ୍ତରରେ କିପରି କାମ କରିବାକୁ ହୁଏ ଆପଣଙ୍କଠାରୁ ତାହା ଶିଖିଛି । ସବୁ କଥା ଟିକିନିଖି ମନେ ରଖିଛି ।” ବିଭିନ୍ନ ସରକାରୀ ଯୋଜନାର ଲାଭ ସମ୍ପର୍କରେ ଆଖାପାଖ ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଏହି ମହିଳା ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀଙ୍କ ଠାରୁ ସେମାନଙ୍କ ଅନୁଭୂତି ସଂଗ୍ରହ କରାଯାଉଛି । ଯେଉଁମାନେ ଏସବୁ ସୁବିଧା ପାଇ ନାହାନ୍ତି ସେମାନଙ୍କୁ ଏହାର ଲାଭ ଦେବାକୁ ଉଦ୍ୟମ କରାଯାଉଛି । “ଶେଷତମ ବ୍ୟକ୍ତିଙ୍କ ପାଖରେ ସବୁ ସରକାରୀ ଲାଭ ପହଂଚାଇବାକୁ ଆମେ ସୁନିଶ୍ଚିତ କରିବୁ; ‘ମୋଦୀ କି ଗ୍ୟାରେଣ୍ଟି’ ଯାନ’ ପ୍ରତ୍ୟେକ ଗାଁକୁ ଯିବ” ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଭାରତର ସଙ୍ଗୀତ ଇତିହାସ ବିବିଧତାର ଏକ ପ୍ରତୀକ ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ଗୁଞ୍ଜରିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କୁ ସିତାରବାଦନ ପ୍ରତି ଉତ୍ସାହ ପାଇଁ ଶୁଭକାମନା ଦେଇଛନ୍ତି।

ଶ୍ରୀ ଓଙ୍ଗଙ୍କ ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ‘ସିତାର ପ୍ରତି ତୁମ ଆଗ୍ରହ ବଢ଼ାଇବା ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେବା ଜାରି ରଖ। ସଙ୍ଗୀତରେ ଏହି ପ୍ରୟାସ ପାଇଁ ଶୁଭେଚ୍ଛା। ଭାରତର ସଙ୍ଗୀତ ଇତିହାସ ହେଉଛି ବିବିଧତାର ପ୍ରତୀକ, ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ପ୍ରତିଧ୍ୱନିତ ହେଉଛି। ’

Categories
ଆଜିର ଖବର ଜାତୀୟ ଖବର

ଗୋଟିଲୋ ଗୀତ ଗାଇଥିବା ଆଦିତ୍ୟ ଗଦଭିଙ୍କୁ ତାଙ୍କ ସଙ୍ଗୀତ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଗୋଟିଲୋ ଗୀତ ଗାଇଥିବା ବିଶିଷ୍ଟ ଗାୟକ ଆଦିତ୍ୟ ଗଦଭିଙ୍କୁ ତାଙ୍କ ସଙ୍ଗୀତ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଶ୍ରୀ ମୋଦୀ ଗାୟକ ଆଦିତ୍ୟଙ୍କ ସହ ହୋଇଥିବା ସ୍ୱତନ୍ତ୍ର କଥାବାର୍ତ୍ତାକୁ ମଧ୍ୟ ମନେ ପକାଇଛନ୍ତି।

ମୋଦୀ ଷ୍ଟୋରୀ ଏକ୍ସ ହ୍ୟାଣ୍ଡେଲରେ ଆଦିତ୍ୟ ଗଦଭିଙ୍କ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ  ତାଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଛି।

ଗୋଟିଲୋ ଗୀତ ଗାଇଥିବା ଆଦିତ୍ୟ ଗଦଭି ମଧ୍ୟ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି।

ମୋଦୀ ଷ୍ଟୋରୀ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଏବେ ଖାଲସି ଶୀର୍ଷରେ ରହିଛି ଏବଂ ଆଦିତ୍ୟ ଗଦଭି ତାଙ୍କ ସଙ୍ଗୀତ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଏହି ଭିଡିଓ ଏକ ସ୍ୱତନ୍ତ୍ର ବାର୍ତ୍ତାଳପର ସ୍ମୃତିକୁ ମନେ ପକାଇଦେଇଥାଏ..’

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି ଯେ, ‘ବିଶ୍ୱକପରେ ଟିମ୍ ଇଣ୍ଡିଆ ଅଜେୟ ରହିଛି!

ଶ୍ରୀଲଙ୍କା ବିପକ୍ଷରେ ଏକ ଚମତ୍କାର ବିଜୟ ପାଇଁ ଦଳକୁ ଅଭିନନ୍ଦନ! ଏହା ଏକ ଅତୁଳନୀୟ ଟିମୱର୍କ ଏବଂ ମଜଭୁତ ପ୍ରଦର୍ଶନ ଥିଲା।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ୫୫ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଏକ ଅବିଶ୍ୱସନୀୟ ସଫଳତା!

୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମ ସୁଟରମାନଙ୍କୁ ଅଭିନନ୍ଦନ।

ସେମାନେ ୬ଟି ପ୍ୟାରିସ ୨୦୨୪ କୋଟା ସହ ୨୧ଟି ସ୍ୱର୍ଣ୍ଣ ମିଶାଇ ୫୫ ପଦକ ଘରକୁ ଆଣିଛନ୍ତି।

ସେମାନଙ୍କ ଦକ୍ଷତା, ନିଷ୍ଠା ଏବଂ ନିରନ୍ତର ଉଦ୍ୟମ ବାସ୍ତବରେ ଦେଶକୁ ଗର୍ବିତ କରିଛି।’

Categories
ଆଜିର ଖବର ଜାତୀୟ ଖବର

ପୁଲିସ ସ୍ମୃତି ଦିବସରେ ପୁଲିସ କର୍ମୀଙ୍କ ନିରନ୍ତର ନିଷ୍ଠାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଜି ପୁଲିସ ସ୍ମୃତି ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀପୁଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏକ୍ସରେ ନରେନ୍ଦ୍ର ମୋଦୀ ପୋଷ୍ଟ କରିଛନ୍ତି ଯେ, ‘ପୁଲିସ ସ୍ମୃତି ଦିବସରେ ଆମେ ଆମ ପୁଲିସ କର୍ମଚାରୀଙ୍କ ନିରନ୍ତରନିଷ୍ଠାକୁ ପ୍ରଶଂସା କରୁଛୁ। ସେମାନେ ମହାନ ସମର୍ଥନର ସ୍ତମ୍ଭ, ଆହ୍ୱାନ ଭିତରେ ବି ନାଗରିକଙ୍କ ମାର୍ଗଦର୍ଶନ କରିଥାନ୍ତି ଏବଂ ସୁରକ୍ଷାସୁନିଶ୍ଚିତ କରିଥାନ୍ତି। ସେବା ପ୍ରତି ସେମାନଙ୍କ ଅତୁଟ ପ୍ରତିବଦ୍ଧତାବୀରତ୍ୱର ପ୍ରତୀକ । ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତକର୍ମଚାରୀଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି।’

Categories
ଆଜିର ଖବର ଜାତୀୟ ଖବର

ଗତ ୬୦ ବର୍ଷରେ ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଚଳିତଥର ସର୍ବାଧିକ ୧୦୭ ପଦକ ସହ ଗତ ୬୦ ବର୍ଷରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଖେଳାଳିଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଐତିହାସିକ ସଫଳତା!

ଆମ ଅବିଶ୍ୱସନୀୟ ଆଥଲେଟମାନେ ୧୦୭ ପଦକ ଆଣିଥିବାରୁ ସମଗ୍ର ଦେଶ ଉଲ୍ଲସିତ, ଯାହା କି ଗତ ୬୦ ବର୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଆମ ଖେଳାଳିମାନଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମ ଦେଶକୁ ଗର୍ବିତ କରିଛି। ସେମାନଙ୍କ ବିଜୟ ଆମକୁ ଅବିସ୍ମରଣୀୟ ମୁହୂର୍ତ୍ତ ଦେଇଛି, ସମସ୍ତଙ୍କୁ ପ୍ରେରିତ କରିଛି ଏବଂ ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରୀଡ଼ାରେ ଦଶନ୍ଧି ପରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ଟିମ୍ ଦ୍ୱାରା ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌରେ ଏସୀୟ କ୍ରୀଡ଼ା ୨୦୨୨ରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ପ୍ରତିଯୋଗିତାରେ ଦୀର୍ଘ ୪୧ ବର୍ଷ ପରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଟିମ୍‌ର ହୃଦୟ ଛେଡା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ୍ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ‘ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଅନେକ ଦଶନ୍ଧି ପରେ ଆମର ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି!

ହୃଦୟ ଛେଡ଼ା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ ସିଂ ଅନନ୍ୟ କୌଶଳ,   ଟିମୱର୍କ ପ୍ରଦର୍ଶନ କରିଛନ୍ତି ଓ ଅନ୍ତର୍ଜାତୀୟ ସ୍ତରରେ ଆମ ଦେଶ ପାଇଁ ସମ୍ମାନ ଆଣିଛନ୍ତି।

ଏହି ଐତିହାସିକ ସଫଳତା ପାଇଁ ମୁଁ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।’

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ପାଇଁ ରମିତା ଜିନ୍ଦଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଏସୀୟ କୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ମହିଳା (ବ୍ୟକ୍ତିଗତ) ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ସୁଟର ରମିତା ଜିନ୍ଦଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ରମିତାଙ୍କ ଲକ୍ଷ୍ୟ ଏବଂ ସଫଳତା ହାସଲ ପାଇଁ ଇଚ୍ଛା ଉପରେ ଆଲୋକପାତ କରିଛନ୍ତି ଏବଂ ତାଙ୍କ ପସନ୍ଦର କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଝାନ୍ସିରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳସ୍ତର ବୃଦ୍ଧି ଲାଗି ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଝାନ୍ସିରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ସ୍ତର ବଢ଼ାଇବା ଲାଗି ଜନଭାଗିଦାରୀ ଦ୍ୱାରା କରାଯାଉଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହି ମହାନ କାମରେ ଜଡ଼ିତ ସମସ୍ତଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

ଶୁଖିଯାଉଥିବା ନଦୀଗୁଡ଼ିକର ପୁନରୁଦ୍ଧାର ଏବଂ ନିର୍ବାଚନୀମଣ୍ଡଳରେ ବିଭିନ୍ନ ଅମୃତ ସରୋବର ନିର୍ମାଣ ବିଷୟରେ ଝାନ୍ସି ସାଂସଦ କରିଥିବା ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି ଯେ,

‘ଉତ୍ତରପ୍ରଦେଶର ଝାନ୍ସିରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ଜନଭାଗିଦାରୀ ଦ୍ୱାରା କରାଯାଉଥିôବା ପ୍ରୟାସର ଫଳ ଅତ୍ୟନ୍ତ ଉତ୍ସାହଜନକ ଏବଂ ଏହା ସମଗ୍ର ଦେଶ ପାଇଁ ଏକ ଉଦାହରଣ। ଏହି ମହାନ କାର୍ଯ୍ୟ ସହ ଜଡ଼ିତ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ।’

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟରେ ୟୁପିଆଇ ଦେଣନେଣ ଅତିକ୍ରମ କଲା ୧ ହଜାର କୋଟି: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟରେ ୟୁପିଆଇ ଦେଣନେଣ ୧ ହଜାର କୋଟି ଅତିକ୍ରମ କରିଥିବାରୁ ଏଥିପାଇଁ ପ୍ରଶଂସା କରିଛନ୍ତି।

ଏନପିସିଆଇର ଏକ ପୋଷ୍ଟରେ ନିଜ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି ଯେ, ‘‘ଏହା ଏକ ଚମତ୍କାର ଖବର! ଏହା ଭାରତର ଜନତାଙ୍କ ଦ୍ୱାରା ଡିଜିଟାଲ ପ୍ରଗତିକୁ ଆପଣାଇବାର ପ୍ରମାଣ ଏବଂ ସେମାନଙ୍କ କୌଶଳ ପ୍ରତି ସମ୍ମାନ। ଆଗାମୀ ସମୟରେ ମଧ୍ୟ ଏହି ଧାରା ଜାରି ରହିବା ନେଇ ଆଶା।’’

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କର୍କଟର ଚିକିତ୍ସା ନିମନ୍ତେ ଭିତ୍ତିଭୂମି ମଜଭୁତ କରିବା ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କର୍କଟର ଚିିକିତ୍ସା ଲାଗି ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ ସୂଚନା ଦେଇଛନ୍ତି ଯେ, ଇଏସଆଇ କର୍ପୋରେସନର ୧୯୧ତମ ବୈଠକରେ ଭାରତର ୩୦ ଏଏସଆଇସି ଡାକ୍ତରଖାନାରେ କେମୋଥେରାପି ସେବା ଆରମ୍ଭ କରାଯାଇଛି।

ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କର୍କଟ ରୋଗର ଚିକିତ୍ସା ପାଇଁ ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରଶଂସନୀୟ ପ୍ରୟାସ। ଏଥିରୁ ପୂରା ଦେଶରେ ବହୁ ଲୋକେ ଉପକୃତ ହେବେ।’

Categories
ଆଜିର ଖବର ଜାତୀୟ ଖବର

ସିଂହମାନଙ୍କର ବାସସ୍ଥାନ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବିଶ୍ୱ ସିଂହ ଦିବସ ଅବସରରେ ସିଂହଙ୍କ ଆବାସର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ସିଂହମାନଙ୍କ ଶକ୍ତି ଏବଂ ଭବ୍ୟତା ଆମ ହୃଦୟକୁ ଆକର୍ଷିତ କରିଥାଏ, ଯାହାକୁ ପାଳନ କରିବା ନିମନ୍ତେ ବିଶ୍ୱ ସିଂହ ଦିବସ ଏକ ଅବସର। ଭାରତ ଏସୀୟ ସିଂହଙ୍କ ଘର ହୋଇଥିବାରୁ ଗର୍ବିତ ଏବଂ କିଛି ବର୍ଷ ମଧ୍ୟରେ ଭାରତରେ ସିଂହସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। ସିଂହର ବାସସ୍ଥାନକୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି। ଆସନ୍ତୁ ଖୁସି ମନାଇବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ଜାରି ରଖିବା, ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ସେମାନଙ୍କ ସଂଖ୍ୟାବୃଦ୍ଧି ସୁନିଶ୍ଚିତ କରିବା।’

Categories
ଆଜିର ଖବର ଜାତୀୟ ଖବର

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ଆମେ ଏକ ପେସାଦାର ସମୁଦାୟକୁ ସମ୍ମାନ ଦେଉଛୁ; ଯିଏ କି ଆମ ଦେଶର ପ୍ରମୁଖ ଆର୍ଥିକ ସ୍ଥପତିଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କ ବିଶ୍ଲେଷଣାତ୍ମକ କୌଶଳ ଏବଂ ଦୃଢ଼ ପ୍ରତିବଦ୍ଧତା ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ପାରଦର୍ଶିତା ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସାହାଯ୍ୟ କରେ।’

Categories
ଆଜିର ଖବର ଜାତୀୟ ଖବର

ଏନଏଚ-୩୩୪ବି’ରେ ୪୨.୨ କିମି ପର୍ଯ୍ୟନ୍ତ ଦୀର୍ଘସ୍ଥାୟୀ ସାମଗ୍ରୀ ବ୍ୟବହାରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ବର୍ଜ୍ୟ ଏବଂ ଫ୍ଲାଏ ଆଶ୍ ଭଳି ସ୍ଥାୟୀ ସାମଗ୍ରୀର ଉପଯୋଗିତାକୁ ପ୍ରାଥମିକତା ଦିଆଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏହାଦ୍ୱାରା ଏନଏଚ-୩୩୪ବି ଉପରେ ୪୦.୨ କିଲୋମିଟର ଦୂରତାକୁ ବ୍ୟୟ ବହୁଳ ହେବାରୁ ବଞ୍ଚାଇବା ସହ ପରିବେଶ ଅନୁକୂଳ ପଦକ୍ଷେପ ମଧ୍ୟ ନିଆଯାଇଛି। ରାଜପଥର ଏହି ଷ୍ଟ୍ରେଚ୍ ୟୁପି-ହରିୟାଣା ସୀମାର ବାଗପତରୁ ଆରମ୍ଭ ହୋଇ ହରିୟାଣାର ରୋହନା ପର୍ଯ୍ୟନ୍ତ ଯାଇଛି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏକ ଟୁଇଟର ଜବାବ ଦେଇ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି: ‘ସ୍ଥାୟୀ ବିକାଶ ଏବଂ ଉନ୍ନତ ସଂଯୋଗୀକରଣର ଏକ ସଠିକ୍ ମିଶ୍ରଣ। ଏହା ଆର୍ôଥକ ଅଭିବୃଦ୍ଧି ମଧ୍ୟ ବଢ଼ାଇବ।’

Categories
ଆଜିର ଖବର ଜାତୀୟ ଖବର

ବ୍ୟାଘ୍ର ସଂରକ୍ଷଣର ଗୁରୁତ୍ୱକୁ ରେଖାଙ୍କିତ କରିବାରେ ଟାଇମ୍ସ ଅଫ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ୟାଘ୍ର ସଂରକ୍ଷଣର ଗୁରୁତ୍ୱକୁ ରେଖାଙ୍କିତ କରିବାରେ ଟାଇମ୍ସ ଅଫ ଇଣ୍ଡିଆ ସମୂହର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ ଏହି ଅବସରରେ ଟାଇମ୍ସ ଅଫ ଇଣ୍ଡିଆ ସମୂହର ଏକ ଟାଇଗର ଆନ୍ଥେମ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ବ୍ୟାଘ୍ର ସଂରକ୍ଷଣର ଗୁରୁତ୍ୱକୁ ରେଖାଙ୍କିତ କରିବାରେ @timesofindia ସମୂହର ଏକ ନିଆରା ଉଦ୍ୟମ। ଦେଶବାସୀଙ୍କୁ ଧନ୍ୟବାଦ, ଆମ ଦେଶ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି।”

https://twitter.com/narendramodi/status/1664120575558828032?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1664120575558828032%7Ctwgr%5E765ec51652855d0442ea48d4d93a17702d81ade3%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1929002

Categories
ଆଜିର ଖବର ଜାତୀୟ ଖବର

ବିଏସଏଫରେ ଭିତ୍ତିଭୂମି ଉନ୍ନୟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ୪ ଜଏଣ୍ଟ ଆଉଟପୋଷ୍ଟର ଉଦଘାଟନ ସହ ବିଏସଏଫକୁ ଆହୁରି ଦୃଢ଼ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ କରିଛନ୍ତି। ମୋଟ ୧୦୮.୩ କୋଟି ଟଙ୍କାରେ ଅନ୍ୟାନ୍ୟ ପ୍ରକଳ୍ପ ସହ ଦୁଇଟି ଆବାସିକ କମ୍ପେ୍ଲକ୍ସ ଏବଂ ଜଣେ ଅଧିକାରୀଙ୍କ ମେସ୍ ମଧ୍ୟ ଉଦଘାଟନ କରାଯାଇଛି।

ଏହି ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି ଯେ, ‘ଏହା ଆମ ସୀମା ସୁରକ୍ଷାକୁ ମଜଭୁତ କରିବ ଏବଂ ସାହସୀ ବିଏସଏଫ କର୍ମଚାରୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ’।

Categories
ଆଜିର ଖବର ଜାତୀୟ ଖବର

ମଡର୍ଣ୍ଣ ରେଳ କୋଚ କାରଖାନା ଦ୍ୱାରା ୧୦,୦୦୦ କୋଚ ନିର୍ମାଣର ନୂଆ ରେକର୍ଡକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ରାଏବରେଲି ମଡର୍ଣ୍ଣ ରେଳ କୋଚ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା ହେବାପରଠାରୁ ୨୦୨୩ ଏପ୍ରିଲରେ ୧୦,୦୦୦ କୋଚ ନିର୍ମାଣ କରିବାର ରେକର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ରେଳ ମନ୍ତ୍ରଣାଳୟର ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଚମତ୍କାର! ଏହା ‘ମେକ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହିତ କରିବା ଏବଂ ରେଳ କ୍ଷେତ୍ରକୁ ମଜଭୁତ କରିବାର ପ୍ରୟାସର ଏକ ଅଂଶ’।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ସାମଗ୍ରିକ କୋଇଲା ଉତ୍ପାଦନରେ ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ଵର:ଭାରତର ସାମଗ୍ରିକ କୋଇଲା ଉତ୍ପାଦନ ୨୦୨୨-୨୩ ଆର୍ଥିକ ବର୍ଷରେ ୮୯୩.୦୮ ମିଲିୟନ ଟନ୍କୁ‌ ବୃଦ୍ଧି ପାଇଛି, ଯାହା କି ୨୦୧୮-୧୯ ଆର୍ଥିକ ବର୍ଷରେ ୭୨୮.୭୩ ମିଲିୟନ ଟନ୍ ତୁଳନାରେ ୨୩% ଅଧିକ ବୋଲି କୋଇଲା ମନ୍ତ୍ରଣାଳୟ ଟୁଇଟ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟ୍ କରି କହିଛନ୍ତି ଯେ,

‘ଏହି କ୍ଷେତ୍ର ତଥା ଭାରତର ସାମଗ୍ରିକ ଅର୍ଥନୈତିକ ପ୍ରଗତି ପାଇଁ ବହୁତ ଭଲ ଖବର’।