Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁନାଇଟେଡ୍‌ ଆରବ ଏମିରେଟ୍ସ ର ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 1 ଡିସେମ୍ବର 2023 ରେ ୟୁଏଇରେ ସିଓପି -28 ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନଙ୍କୁ ଭେଟିଥିଲେ।

ସିଓପି-୨୮ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ସିଓପି-୨୮ରେ ସବୁଜ ଜଳବାୟୁ କାର୍ଯ୍ୟକ୍ରମ (ଜିସିପି) ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ର ସହ ଆୟୋଜନ କରିଥିବାରୁ ସେ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଭୟ ନେତା ସେମାନଙ୍କର ବ୍ୟାପକ ଏବଂ ଗୁରୁତ୍ବପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଇସ୍ରାଏଲ-ହାମାସ ବିବାଦ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ଆସନ୍ତା ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଭାଇବ୍ରେଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ଙ୍କୁ ନିମନ୍ତ୍ରଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।

ଏହି ବୈଠକରେ ନେତାମାନେ ନିଜ ନିଜ ଜି-୨୦ ଏବଂ ଜି-୭ ସଭାପତିତ୍ବ ପାଇଁ ପ୍ରାଥମିକତା ଉପରେ ବିଶେଷ କରି ଦକ୍ଷିଣ ବିଶ୍ବର ଚିନ୍ତା ଏବଂ ଆକାଂକ୍ଷାକୁ ସାମ୍ନାକୁ ଆଣିବାରେ ଗଠନମୂଳକ ଆଲୋଚନାକୁ ସ୍ୱୀକାର କରିଥିଲେ।

ଭିତ୍ତିଭୂମି ବିକାଶ, ବୈଷୟିକ ସହଯୋଗ, ପୁଞ୍ଜିନିବେଶ ଏବଂ ଶକ୍ତି ସମେତ ଭାରତ-ଜାପାନ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ।

ଉଭୟ ନେତା ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଅଗଷ୍ଟ ୨୦୨୩ ରେ ଏଥେନ୍ସ ଠାରେ ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋତାକିସଙ୍କୁ ଭେଟିଥିଲେ।

ଦୁଇ ନେତା ବ୍ୟକ୍ତିଗତ ଓ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତି ପାଇଁ ଗଭୀର ସମ୍ବେଦନା ପ୍ରକାଶ କରିଥିଲେ।

ଚନ୍ଦ୍ରଯାନ ଅଭିଯାନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମିତ୍ସୋତାକିସ୍ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ମାନବ ସମାଜ ପାଇଁ ଏକ ସଫଳତା ବୋଲି ଅଭିହିତ କରିଛନ୍ତି।

ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ନିରାପତ୍ତା, ବୈଷୟିକ ଜ୍ଞାନକୌଶଳ, ଭିତ୍ତିଭୂମି, ଡିଜିଟାଲ ଦେୟ, ଜାହାଜ ଚଳାଚଳ, ଔଷଧ, କୃଷି, ଗମନାଗମନ, ପର୍ଯ୍ୟଟନ, ଦକ୍ଷତା ବିକାଶ, ସଂସ୍କୃତି, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।

ସେମାନେ ଇୟୁ, ଭାରତ – ପ୍ରଶାନ୍ତ ମହାସାଗର ଏବଂ ଭୂମଧ୍ୟସାଗର ସମେତ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେମାନେ ଅନ୍ତର୍ଜାତୀୟ ଆଇନ, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ।

ଉଭୟ ପକ୍ଷ ସେମାନଙ୍କ ସମ୍ପର୍କକୁ ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’ (ରଣନୈତିକ ଭାଗୀଦାରୀ) ରେ ପରିଣତ କରିବାକୁ ସହମତ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସିଓପି ୨୮ ର ମନୋନୀତ ଅଧ୍ୟକ୍ଷ ଡକ୍ଟର ସୁଲତାନ ଅଲ ଜାବେରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜୁଲାଇ ୨୦୨୩ ରେ ଆବୁଧାବି ଠାରେ ସିଓପି୨୮ ର ମନୋନୀତ ଅଧ୍ୟକ୍ଷ ତଥା ଆବୁଧାବି ଜାତୀୟ ତୈଳ କମ୍ପାନୀର ଗ୍ରୁପ୍ ସିଇଓ ଡକ୍ଟର ସୁଲତାନ୍ ଅଲ ଜାବେରଙ୍କୁ ଭେଟିଥିଲେ।

ୟୁଏଇର ଅଧ୍ୟକ୍ଷତାରେ ୟୁଏନ୍‍ଏଫ୍‍ସିସିସି ର ଆଗାମୀ ସିଓପି-୨୮ ଉପରେ ଆଲୋଚନା ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁଏଇର ଆଭିମୁଖ୍ୟ ସମ୍ପର୍କରେ ଡକ୍ଟର ଜାବର ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ସିଓପି-୨୮ ଅଧ୍ୟକ୍ଷତା ପାଇଁ ୟୁଏଇକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଆନ୍ତର୍ଜାତୀୟ ସୌର ସଂଗଠନ, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ମଞ୍ଚ, ଆନ୍ତର୍ଜାତୀୟ ମିଲେଟ ବର୍ଷ ଏବଂ ପରିବେଶ ପାଇଁ ଜୀବନଶୈଳୀ (ମିଶନ ଲାଇଫ୍‍) ସମେତ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିବା ପାଇଁ ଭାରତର ପ୍ରୟାସ ଏବଂ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି।

ଏହି ଆଲୋଚନାରେ ଭାରତ ଏବଂ ୟୁଏଇ ମଧ୍ୟରେ ଶକ୍ତି ସହଯୋଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚ୍ୟାନେଲର ଗ୍ଲୋବାଲ ସିଇଓ ଲୀନା ନାୟାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୪ରେ ଫ୍ରାନ୍ସର ଏକ ବିଳାସପୂର୍ଣ୍ଣ ଫ୍ୟାଶନ ହାଉସ ଚ୍ୟାନେଲର ଗ୍ଲୋବାଲ ସିଇଓ ଲୀନା ନାୟାରଙ୍କୁ ପ୍ୟାରିସରେ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ନାୟାରଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ କମ୍ପାନୀକୁ ଭାରତରେ ପୁଞ୍ଜି ନିବେଶର ସୁଯୋଗ ଏବଂ ସହଯୋଗ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରିଛନ୍ତି।

ହସ୍ତଶିଳ୍ପ, ଖଦିର ପ୍ରସାର ଏବଂ ଭାରତରେ କାରିଗରଙ୍କ ଦକ୍ଷତା ବିକାଶ ପାଇଁ ଉପାୟ ଉପରେ ଆଲୋଚନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଫ୍ରାନ୍ସ ମହାକାଶଚାରୀ, ପାଇଲଟ୍ ତଥା ଅଭିନେତା ଥୋମାସ୍ ପେସ୍କେଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୪ରେ ଫ୍ରାନ୍ସ ଏରୋସ୍ପେସ୍ ଇଞ୍ଜିନିୟର, ପାଇଲଟ୍‌, ୟୁରୋପୀୟ ସ୍ପେସ୍ ଏଜେନ୍ସି ମହାକାଶଚାରୀ ତଥା ଅଭିନେତା ଥୋମାସ ପେସ୍କେଟଙ୍କୁ ଭେଟିଛନ୍ତି।

ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତି ବିଶେଷକରି ଷ୍ଟାର୍ଟଅପ୍ ଏବଂ ଘରୋଇ ସେକ୍ଟରର ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ପେସ୍କେଟଙ୍କ ସହ ଆଲୋଚନା କରିଥିଲେ। ମହାକାଶ ଅନୁସନ୍ଧାନରେ ସହଯୋଗକୁ ବିସ୍ତାର କରିବା ଏବଂ ଯୁବବର୍ଗଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ପେସ୍କେଟଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।

ପେସ୍କେଟ ମଧ୍ୟ ଜଣେ ମହାକାଶଚାରୀଭାବେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ଭବିଷ୍ୟତରେ ମହାକାଶ କାର୍ଯ୍ୟକ୍ରମ ଓ ପ୍ରଯୁକ୍ତିବିଦ୍ୟା ଉପରେ ଆଲୋଚନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ସହିତ ସ୍ୱାସ୍ଥ୍ୟର ଡୋମେନ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଏବଂ ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

ପାରସ୍ପରିକ ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞଙ୍କ ମାନଙ୍କ ମଧ୍ୟରେ:

ଟେକ୍ସାସର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଟ୍ରପିକାଲ୍ ମେଡିସିନ୍‌ର ପ୍ରତିଷ୍ଠାତା ଡିନ ଡକ୍ଟର ପିଟର ହୋଟେଜ୍‌।

ଟେକ୍ସାସରେ ଅବସ୍ଥିତ ଭାଇରୋ ଭ୍ୟାକ୍ସର ସିଇଓ ଡକ୍ଟର ସୁନୀଲ ଏ ଡାଭିଡ୍‍।

ଜେନେରାଲ୍ କାଟାଲିଷ୍ଟର ଉପଦେଷ୍ଟା ଡକ୍ଟର ଷ୍ଟିଫେନ୍ କ୍ଲାସ୍କୋ।

ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ହାର୍ଟଟନ୍ ସ୍କୁଲ, ହେଲଥ କେୟାର ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ଲଟନ ଆର ବୁର୍ନସ୍‍।

ଭେରିଲି ଲାଇଫ୍ ସାଇନ୍ସେସ୍‌ର ପ୍ରତିଷ୍ଠାତା ସଭାପତି ଭିଭିଆନ୍ ଏସ୍ ଲି।

ଜନ୍ ହପକିନ୍ସ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ଏବଂ ଜନ୍ ହପକିନ୍ସ ସ୍କୁଲ୍ ଅଫ୍ ମେଡିସିନର ଡାକ୍ତର, ନୋବେଲ ବିଜେତା ତଥା ମଲିକୁଲାର ବାୟୋଲୋଜିଷ୍ଟ୍ ଡକ୍ଟର ପିଟର ଆଗ୍ରେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜ୍ୟୋତିର୍ବିଜ୍ଞାନୀ, ଲେଖକ ତଥା ବିଜ୍ଞାନ ସଞ୍ଚାରକ ନୀଲ୍ ଡି ଗ୍ରାସ୍ ଟାଇସନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ, ଲେଖକ ତଥା ବିଜ୍ଞାନ ସଞ୍ଚାରକ ନୀଲ୍ ଡି ଗ୍ରାସ୍ ଟାଇସନଙ୍କୁ ଭେଟିଛନ୍ତି।

ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଓ ଶ୍ରୀ ଟାଇସନ୍ ମତ ବିନିମୟ କରିଥିଲେ। ମହାକାଶ ଗବେଷଣା  କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ବିଭିନ୍ନ ମିଶନ ସହ ସ୍ପେସ୍ କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ଉପରେ ସେମାନେ ଆଲୋଚନା କରିଥିଲେ।

ନୂତନ ଭାବେ ଆରମ୍ଭ ହୋଇଥିବା ଜାତୀୟ ମହାକାଶ ନୀତି ଅଧୀନରେ ବେସରକାରୀ କ୍ଷେତ୍ର ଏବଂ ଶିକ୍ଷାଗତ ସହଯୋଗ ପାଇଁ ସୁଯୋଗ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଟାଇସନ୍ ଆଲୋକପାତ କରିଥିଲେ।