Categories
ଆଜିର ଖବର ରାଜ୍ୟ ଖବର

ପଂଜାବ ସରକାର ଓ ଗାନ୍ଧୀ ପରିବାର ମିଶି ମୋଦିଙ୍କ ସୁରକ୍ଷାରେ ଅବହେଳା କରିଛନ୍ତି: ରାଜ୍ୟ ବିଜେପି

ଭୂବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ପଂଜାବରେ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ ଓଡିଶା ବିଜେପି ଉଭୟ ପଂଜାବ ସରକାର ଏବଂ ଗାନ୍ଧି ପରିବାରଙ୍କୁ ସମାଲୋଚନା କରିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି କହିଛି ପାକିସ୍ଥାନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରତ୍ୱରେ ପ୍ରଧାନମନ୍ତ୍ରୀ ସେଦିନ ଥିଲେ।

ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ପଥକୁ ଜାଣିଶୁଣି ଅବରୋଧ କରାଯାଇଥିଲା। ଦୀର୍ଘ ୨୦ ମିନିଟ କାଳ ପ୍ରଧାନମନ୍ତ୍ରୀଙ୍କ କାରକେଡ ରାସ୍ତା ମଝିରେ ଓ ପୋଲ ଉପରେ ଛିଡା ହୋଇଥିଲା। ଏହା ଏକ ଷଡଯନ୍ତ୍ର ବୋଲି ବିଜେପି କହିଛି। ଏହି ସମୟରେ ପାକିସ୍ଥାନ ପକ୍ଷରୁ ଡ୍ରୋନ, ମୋର୍ଟାର ଏବଂ ମିସାଇଲ ଆକ୍ରମଣ ମଧ୍ୟ ସମ୍ଭବ ଥିଲା ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ନେଇ ଅଡୁଆରେ ପଂଜାବ ସରକାର, ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଗତକାଲି ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା ପ୍ରସଂଗରେ ବର୍ତ୍ତମାନ ପଂଜୀବ ସରକାର ଅଡୁଆରେ ଅଛନ୍ତି। ଏ ପ୍ରସଂଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ଏହି ଘଟଣା ନେଇ ରାଷ୍ଟ୍ରପତି ଉଦବେଗ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ରାଷ୍ଟ୍ରପତି ଭବନରେ ପହଁଚିବା ପରେ ସେ ଏହି ସୁରକ୍ଷା ବ୍ୟବସ୍ଥା ନେଇ ରାଷ୍ଟ୍ରପତିଙ୍କ ସହିତ ଦୀର୍ଘ ଆଲୋଚନା କରିଥିଲେ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହା ଆଲୋଚନା ହୋଇଥିଲା। ସେହିପରି ଏହି ଘଟଣାକୁ ନେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ପ୍ରଧାମନ୍ତ୍ରୀଙ୍କ ସହିତ ଟେଲିଫୋନରେ ସେ କଥାବାର୍ତ୍ତା କରିଛନ୍ତି।

ସେହିପରି ଏହି ଘଟଣା ନେଇ ଆଜି କ୍ୟାବିନେଟ ସୁରକ୍ଷା କମିଟର ଜରୁରୀ ବୈଠକ ମଧ୍ୟ ବସିଥିଲା। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ଭଙ୍ଗ ଉପରେ ଆଲୋଚନା କରାଯାଇ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ନିଷ୍ପତି ନିଆଯାଇଛି।

ପଢନ୍ତୁ: ପଂଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା, ଅଧାଗସ୍ତରୁ ଫେରିଲେ ମୋଦି

ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅମିତ ସାହା ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ବାରମ୍ବାର ହାରୁଥିବାରୁ ରାଗରେ ଏପରି କରିଛି। ଯେଉଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁ ନାହିଁ, ସେଥିରେ ସାଧାରଣ ଜନତା କିପରି ସୁରକ୍ଷିତ ରହିବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସାହା।

ବର୍ତ୍ତମାନ ରାଜନୈତିକ ମହଲରେ ଏହି ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ପଂଜାବର ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ତ୍ତମାନ ଖଣ୍ଡା ଝୁଲୁଛି ବୋଲି କୁହାଯାଉଛି। ଏପରି କି ସରକାରଙ୍କ ଉପରେ ମଧ୍ୟ ବିପଦ ରହିଥିବାର ବିଭିନ୍ନ ମହଲରେ ଆଲୋଚନା ଚାଲିଛି।