Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପ୍ରଧାନ ଶିକ୍ଷକଙ୍କ ଉପରେ ସାଂଘାତିକ ଅଭିଯୋଗ, ମାନସିକ ଚାପ ସହିନପାରି ବିଷପାନ କଲେ ଶିକ୍ଷୟିତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମାନସିକ ଚାପ ସହି ନପାରି ଜଣେ ଶିକ୍ଷୟିତ୍ରୀ ବିଷ ପାନ କରିଥିବାର ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ଇଂରାଜୀ ବିଭାଗର ସନ୍ତୋଷୀ ବେହେରା। ପ୍ରଧାନ ଶିକ୍ଷକ ବିଜୟ ପାତ୍ରଙ୍କ ମାନସିକ ଚାପ ସହି ନପାରି ଶିକ୍ଷୟିତ୍ରୀ ବିଷପାନ କରିଥିବାର ଅଭିଯୋଗ ହୋଇଛି।

ବିଦ୍ୟାଳୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଶିକ୍ଷୟିତ୍ରୀ ଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ସନ୍ଦେହ ଘରରେ ରହଛି। ଏ ନେଇ ଚିଲିକା ବିଇଓ ଙ୍କୁ ଯୋଗାଯୋଗ କରିବାରୁ ସେ ବର୍ତ୍ତମାନ ବିଦ୍ୟାଳୟରେ ଅଛନ୍ତି ଏବଂ ପ୍ରାଥମିକ ତଦନ୍ତରେ ଅନୁମାନ କରିଛନ୍ତି ଯେ ମାତ୍ରାଧିକ କାର୍ଯ୍ୟ ଚାପ ସମ୍ଭାଳିନପାରି ଜନୈକ ଶିକ୍ଷୟିତ୍ରୀ ଏପରି ପଦକ୍ଷେପ ନେଇଛନ୍ତି।  ତେବେ ଏ ନେଇ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗୋଟିଏ ବିଦ୍ୟାଳୟରେ ଦୁଇଜଣ ପ୍ରଧାନ ଶିକ୍ଷକ: ଭାରପ୍ରାପ୍ତ ଛାଡୁ ନାହାଁନ୍ତି ପଦ

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ଏକ ବିଦ୍ୟାଳୟରେ ନଅ ମାସ ହେବ ଦୁଇ ଜଣ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସୂଚନାନୁଯାୟୀ ଏ ବିଷୟରେ ଦୁଇ ଥର ଅଭିଯୋଗ କରାଯାଇଥିଲେ ବି ଶିକ୍ଷା ଅଧିକାରିଣୀଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ କଟକ ଜିଲ୍ଲାର ଶତାଧିକ ବିଦ୍ୟାଳୟ ଥିଲା। ଦ୍ଵୈତ ଶାସନ ବ୍ୟବସ୍ଥା ଲାଗି ଶିକ୍ଷା ବ୍ୟବସ୍ଥା ଅବହେଳିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ ଜିଲ୍ଲାର ଯେଉଁ ବିଦ୍ୟାଳୟ ଗୁଡିକ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ ଥିଲା ତାକୁ କଟକ ଶିକ୍ଷା ମଣ୍ଡଳାଧୀଶଙ୍କ ଅଧିନକୁ ଆଣିବାକୁ ତା.୨୯/୦୬/୧୯ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ଯେଉଁମାନେ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ ରହିବେ ସେମାନେ ଦରଖାସ୍ତ ମାଧ୍ୟମରେ ଜଣାଇବାକୁ କୁହାଯାଇଥିଲା। ଯେଉଁମାନେ ଦରଖାସ୍ତ କରିଥିଲେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ବଦଳୀି କରାଯାଇଥିଲା।

ସେହିକ୍ରମରେ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ପତ୍ର ସଂଖ୍ୟା ୩୨୯୧ ତା.୧୩/୦୩/୧୯ରେ ୨୮ ଜଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିକ୍ଷା ମଣ୍ଡଳାଧିଶଙ୍କ ନିର୍ଦ୍ଦେଶିତ ଏହି ପତ୍ରର କ୍ରମିକ ନଂ ୧୮ ଥିବା ଶିର୍ଲୋ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ (୩ୟ ବର୍ଗର ଶିକ୍ଷକ)ଙ୍କୁ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଗଲା। କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ୟ ବର୍ଗର ଶିକ୍ଷକ ନଥିବାରୁ ସହକାରୀ ଶିକ୍ଷକ ରବି ନାରାୟଣ ତା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ଵ ତୁଲାଉଥିଲେ। ମାତ୍ର ଦେବେନ୍ଦ୍ର ନାଥ ସାହୁ ୩ୟ ବର୍ଗର ଶିକ୍ଷକ ୧୩/୦୩/୧୯ ଅପରାହ୍ନରେ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦାନ କଲେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ତା ୯ ମାସ ପରେ ବି ଦାୟିତ୍ଵ ଦେଇ ନାହାଁନ୍ତି। ଏ ବିଷୟରେ ୩ୟ ବର୍ଗର ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ ବହୁ ବାର ମୌଖିକ ଓ ଦୁଇ ଥର ଲିଖିତ ଭାବରେ ଜଣାଇଲେ ବି ଶିକ୍ଷା ଅଧିକାରିଣୀ ରାଜ୍ୟଶ୍ରୀ ସାହୁ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ୯ ମାସ ଧରି ସରକାରୀ ନିୟମକୁ ଫୁ କରି ଚାଲିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କିପରି ପ୍ରତି ମାସରେ ଦରମା ପ୍ରଦାନ କରାଯାଉଛି, ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋରଦାର ହେଉଛି।