Categories
ଆଜିର ଖବର

ଜଳୁଛି ସାରା ଜିଲ୍ଲା, ୪୭ ଡିଗ୍ରୀ ଟପିଲା ତାପମାତ୍ର, ରାସ୍ତାରୁ ଗରମ ବାମ୍ଫ ବାହାରିବାରୁ ଢଲାଗଲା ପାଣି

ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲାରେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ତାପମାତ୍ରା ପ୍ରବାହିତ ହେଉଛି। ପ୍ରବଳ ଉତ୍ତାପ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ଉତ୍ତାପ ତୀବ୍ର ହୋଇ ଯାଉଛି। ଯାହା ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରୀ ରହିଛି। ଶୁକ୍ରବାର ଦିନ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୭ ଡିଗ୍ରୀ ଅତିକ୍ରମ କରିଛି।

ସକାଳୁ ସକାଳୁ ପୁରା ରାସ୍ତାଘଟ ନିଛାଟିଆ ହୋଇଯାଉଛି। ଦିନ ୧୧ ଟା ପରେ ରାସ୍ତାରୁ ଗରମ ବାଷ୍ପ ଉଠୁଥିବା ଦେଖିବାକୁ ମିଳିଛି। ଫଳରେ ପ୍ରଶାସନ ତରଫରୁ କଂକ୍ରିଟ ରାସ୍ତାରେ ଦମକଳ ସାହାଯ୍ୟରେ ପାଣି ସ୍ପ୍ରେ କରାଯାଉଛି। ଏପରି ତୀବ୍ର ଉତ୍ତାପ ହେତୁ ଦିନରେ ଏସି ଚାଲୁ ନାହିଁ। ସହରର ମୁଖ୍ୟ ରାସ୍ତାଗୁଡ଼ିକ ଅପରାହ୍ନରେ ନିଛାଟିଆ ଦେଖାଯିବା ଆରମ୍ଭ କରିଛି।

ଜୟପୁରର ପାଣିପାଗ ବିଭାଗର ନିର୍ଦ୍ଦେଶକ ରାଧେଶ୍ୟାମ ଶର୍ମା କହିଛନ୍ତି ଯେ ଚୁରୁରେ ଉତ୍ତାପକୁ ନେଇ ଏକ କମଳା ଆଲର୍ଟ ଜାରି କରାଯାଇଛି। ଜିଲ୍ଲାରେ ପ୍ରବଳ ଉତ୍ତାପ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି। ପଶ୍ଚିମ ରାଜସ୍ଥାନର ସମସ୍ତ ସ୍ଥାନରେ ତୀବ୍ର ଉତ୍ତାପ ହେବାର ସମ୍ଭାବନା ଅଛି।

ଚୁରୁ ଜିଲ୍ଲାରେ ଗୁରୁବାର ସକାଳ ୮.୩୦ ରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଥିଲା, ଯାହା ୧୧.୩୦ ରେ ୪୪.୨ ଡିଗ୍ରୀ ଏବଂ ରାତି ୨.୩୦ ରେ ୪୬.୮ ଡିଗ୍ରୀ ଛୁଇଁଥିଲା। ପାଣିପାଗ ବିଭାଗ ଅନୁଯାୟୀ ସେଦିନ ସର୍ବାଧିକ ତାପମାତ୍ରା ୪୭.୫ ଡିଗ୍ରୀ ରେକର୍ଡ କରାଯାଇଛି।