Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରୁ ଚିହ୍ନଟ ହୋଇଥିବା 29 ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁରର ଚିହ୍ନଟ 29 ପଜିଟିଭଙ୍କ ତଥ୍ୟ ଜାରି କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଆଜି ରାଜ୍ୟରେ ସର୍ବାଧିକ 304 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରୁ 29 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । 29 ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ୍‌ ବ୍ଲକରୁ 17 ଜଣ ରହିଥିବାବେଳେ ଜଗତସିଂହପୁର ବ୍ଲକରୁ 6 ଜଣ, ନୂଆଗାଁ ଓ ରଘୁନାଥପୁର ବ୍ଲକରୁ ତିନି ଜଣ ଲେଖାଏଁ ରହିଛନ୍ତି । ସେହିପରି ତିର୍ତ୍ତୋଲ ବ୍ଲକର ରହିଥିବା 17 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ 10 ଜଣ ଫେରିଥିବାବେଳେ ଉତ୍ତରପ୍ରଦେଶରୁ ଜଣେ, ହରିୟାଣାରୁ ଜଣେ, ତାମିଲନାଡୁରୁ ତିନିଜଣ, କର୍ଣ୍ଣାଟକରୁ ଜଣେ ଓ ପଶ୍ଚିମବଙ୍ଗରୁ ଜଣେ ଫେରିଥିବାର ସୂଚନା ରହିଛି । ଜଗତସିଂହପୁର ବ୍ଲକରୁ ଚିହ୍ନଟ 6 ଆକ୍ରାନ୍ତଙ୍କ ମଧ୍ୟରେ ଦିଲ୍ଲୀରୁ ତିନି ଜଣ ଫେରିଥିବାବେଳେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରୁ ଜଣେ ଲେଖାଏଁ ଫେରିଥିବାର ସୂଚନା ରହିଛି ।

ସେହିପରି ନୂଆଗାଁରୁ ଫେରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ବାହାର ରାଜ୍ୟରୁ ଫେରିଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଓ ଅନ୍ୟ ଜଣେ ଦିଲ୍ଲୀରୁ ଫେରିଛନ୍ତି । ଏହି ବ୍ଲକର ତୃତୀୟ ଜଣକ ବରଗଡ ଜିଲ୍ଲାରୁ ଫେରିଥିବାର ସୂଚନା ରହିଛି । ସେହିପରି ରଘୁନାଥପୁରର ଚିହ୍ନଟ ହୋଇଥିବା ତିନିଜଣ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିବାର ସୂଚନା ରହିଛି ।