Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଶକରକନ୍ଦା, ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ପ୍ରଭାବଶାଳୀ

ସ୍ୱାସ୍ଥ୍ୟ ଟିପ୍ସ: ଶୀତ ଋତୁ ଆସିବା ସହିତ ରୋଗ ହେବାର ଆଶଙ୍କା ମଧ୍ୟ ବଢିଯାଏ। ଏହି ସମୟରେ ଥଣ୍ଡା, ଭାଇରାଲ୍ ଭଳି ସମସ୍ୟା ସୃଷ୍ଟି ହୁଏ। କିନ୍ତୁ ଏପରି ପରିସ୍ଥିତିରେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଏଠାରେ ଆମେ ଆପଣଙ୍କୁ କହିବୁ କିପରି ଶକରକନ୍ଦା ଏହି ସବୁ ସମସ୍ୟାରୁ ମୁକ୍ତି ଦେବ। ଶକରକନ୍ଦା ଖାଇବା ଯେତିକି ସ୍ୱାଦିଷ୍ଟ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମାନ ଲାଭଦାୟକ। ଅନେକ ପ୍ରକାରର ପୁଷ୍ଟିକର ଉପାଦାନ ଏବଂ ବିଟା କାରୋଟିନର ଗୁଣ ଶକରକନ୍ଦାରେ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ।

ଶକରକନ୍ଦାକୁ ମିଠା ଆଳୁ ମଧ୍ୟ କୁହାଯାଏ। ମିଠା ଆଳୁରେ ଅଧିକ ଶକ୍ତି ଥାଏ। ମିଠା ଆଳୁର ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ। ମିଠା ଆଳୁର ଦୁଇଟି ଭିନ୍ନ କିସମ ଅଛି। ମିଠା ଆଳୁରେ ସାଧାରଣ ପରିମାଣର କ୍ୟାଲୋରୀ ଏବଂ ସନ୍ତୁଳିତ ଚର୍ବି ଏବଂ କୋଲେଷ୍ଟ୍ରଲର ପରିମାଣ ଏଥିରେ ଅଳ୍ପ ରହିଥାଏ। ଏଥିରେ ଫାଇବର, ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ଲବଣ ଭରପୂର ରହିଥାଏ।

ଶକରକନ୍ଦାରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀର ପାଇଁ ଆବଶ୍ୟକ। ଶକରକନ୍ଦାରେ ପ୍ରୋଟିନ୍, ଫାଇବର, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ସେଲେନିୟମ୍, ଭିଟାମିନ୍-ଏ, ବି, ସି, କେ, ବିଟା-କାରୋଟିନ୍ ଭରପୂର ଅଟେ। ଏହା ବ୍ୟତୀତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ, ଯାହା ଆମ ଶରୀରକୁ ମୁକ୍ତ ରେଡିକାଲ ସହିତ ଲଢିବାରେ ସାହାଯ୍ୟ କରିଥାଏ। ଏହା କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ନାହିଁ, ବରଂ ଏହା ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଶକରକନ୍ଦା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପକାର:

– ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ
– ଏହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ
– କର୍କଟ ରୋଗର ଆଶଙ୍କା କମ୍ କରିଥାଏ
– ଆଜମା ରୋଗୀଙ୍କ ପାଇଁ ଲାଭଦାୟକ
– ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟକାରୀ
– ହାଡ ପାଇଁ ଲାଭଦାୟକ
– ସ୍ମୃତି ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ
– ଆର୍ଥ୍ରାଇଟିସର ସୁଜନ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହା କାମ କରେ
– ଆଖି ପାଇଁ ଲାଭଦାୟକ
– ଫୁସଫୁସ ପାଇଁ ଲାଭଦାୟକ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜରୁରୀକାଳୀନ ବ୍ୟବହାର ପାଇଁ ସ୍ପୁଟନିକ-୫ କୁ ମିଳିପାରେ ଅନୁମତି: ଏହି ଟୀକା ୯୧.୬ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଋଷ ଟୀକା ସ୍ପୁଟନିକ ୫ ର ଭାରତରେ ବ୍ୟବହାର ପାଇଁ ଆଜି ବିଶେଷଜ୍ଞଏକ କମିଟି ଆଲୋଚନ କରିବ। ହାଇଦ୍ରାବାଦର ଡ଼ା.ରେଡି ଲ୍ୟାବ ଦ୍ଵାରା ନିର୍ମିତ ଏହି ଟୀକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି। ଜରୁରୀକାଳୀନ ବ୍ୟବହାରର ଅନୁମତି ଉପରେ ବିଚାର ପାଇଁ ଆଜି ଏସଇସି ଏହି ବୈଠକ କରିବ।

ଉଲ୍ଲେଖ ଯୋଗ୍ୟ ଯେ, ସ୍ପୁଟନିକ-୫ ର ଜରୁରୀକାଳୀନ ବ୍ୟବହାର ପାଇଁ ଡ଼ା.ରେଡ଼ି ଫେବୃୟାରି ୧୯ ତାରିଖରେ ଆବେଦନ କରିଥିଲା। ବର୍ତ୍ତମାନ ଭାରତ, ବେନେଜୁଏଲା ଏବଂ ବେଲାରୁଷରେ ଏହି ଟୀକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି। ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ୧୮ ରୁ ୯୯ ବର୍ଷର ପ୍ରାୟ ୧ ହଜାର ୬୦୦ ଲୋକଙ୍କ ଉପରେ କରାଯାଉଛି। ଏହାର ଦାମ ୧୦ ଡଲାର ଠାରୁ କମ ରହିଛି। ଏହାକୁ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ଏହାକୁ ରଖାଯାଇପାରିବ।