Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଗୁରୁତର ଆହତ ବ୍ୟକ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ନଗରରେ ଗୋଟିଏ ପରିବାରର ଶାଶୁ, ବୋହୁ ଓ ଦୁଇ ପୁଅଙ୍କୁ ଆକ୍ରମଣ ହେଇଥିବା ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଉକ୍ତ ସାହିର ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ରାତ୍ରୀ ସମୟରେ ଘରକୁ ଫେରୁଥିବା ବେଳେ ସେହି ସାହିର ସୁରେନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକ ସନ୍ତୋଷକୁ ଡ଼ାକି ଅଯଥା ଗାଳି ଗୁଲଜ କରିବା ଫଳରେ ସନ୍ତୋଷର ମାଁ, ସ୍ତ୍ରୀ ଓ ଭାଇ ଘଟଣାସ୍ଥଳରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଏତିକି ବେଳେ ସୁରେନ୍ଦ୍ର ଉତକ୍ଷିପ୍ତ ହୋଇ ଘରକୁ ଯାଇ ଏକ କଟୁରି ଧରି ଆସି ଉକ୍ତ ସମସ୍ତ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲା।

ଯାହା ଫଳରେ ସମସ୍ତ ପରିବାର ଲୋକେ ଗୁରୁତର ଆହତ ହୋଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଓ ଖବର ପାଇ ବଡ଼ବଜାର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଆହତ ସନ୍ତୋଷ ଠାରୁ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।