Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକରେ କୃଷି ମେଳା ଏବଂ ପ୍ରାକୃତିକ କୃଷି ଉପରେ ପ୍ରଦର୍ଶନୀର ଆୟୋଜନ

ଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାରଙ୍କର ବିଭିନ୍ନ ଅନ୍ୟ ମନ୍ତ୍ରଣାଳୟ/ବିଭାଗ ଗୁଡିକର ସହଯୋଗରେ ‘ଆଜାଦୀର ଅମୃତ ମହୋତ୍ସବର ଅଂଶ ବିଶେଷ ଭାବରେ ୨୫ ଏପ୍ରିଲ୍ରୁ ୩୦ ଏପ୍ରିଲ୍, ୨୦୨୨ ପର୍ଯନ୍ତ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ ଅଭିଯାନର ଆୟୋଜନ କରୁଛି। ଏହି ଅଭିଯାନ ସମୟରେ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ କୃଷକ ମାନଙ୍କ ନିମନ୍ତେ ଆଂଚଳିକ ସ୍ତରରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରିବ।

କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗ ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ମେଳା ଏବଂ ପ୍ରାକୃତିକ କୃଷି ଉପରେ ପ୍ରତ୍ୟକ୍ଷ ପ୍ରଦର୍ଶନୀର ଆୟୋଜନ କରିବ। କେନ୍ଦ୍ର କୃଷି ମନ୍ତ୍ରୀ ସାଧାରଣ ସେବା କେନ୍ଦ୍ର (ସିଏସ୍ସି) ଦ୍ୱାରା ଆୟୋଜିତ ଫସଲ ବୀମା ଉପରେ ସାରା ଦେଶରେ କର୍ମଶାଳା ଗୁଡିକର ଶୁଭାରମ୍ଭ କରିବେ।

ଗ୍ରାମ ବିକାଶ ମନ୍ତ୍ରଣାଳୟ ସହିତ ଡିଏୱାଇ – ଏନ୍ଆର୍ଏଲ୍ଏମ୍ ଅଧୀନରେ କୃଷି ପରିବେଶ ଏବଂ ପଶୁଧନ ଅଭ୍ୟାସ ଗୁଡିକ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ କରାଯିବ। ଏହି ସପ୍ତାହରେ ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ଓଡିଓପି) ଉପରେ ଏକ ୱେବିନାର ଆୟୋଜିତ ଅନୁଷ୍ଠିତ ହେବ। ୭୫ ଜଣ ମନୋନୀତ କୃଷକ ଏବଂ ଉଦ୍ୟୋଗୀ ମାନଙ୍କୁ ନେଇ ଏକ ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ସମ୍ମିଳନୀ ଆୟୋଜନ କରାଯିବ।

ଏହି ସପ୍ତାହରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ମତ୍ସ୍ୟ ପାଳନ, ପଶୁପାଳନ ଏବଂ ଡେରୀ ମନ୍ତ୍ରଣାଳୟ ବିଭାଗ ଗୁଡିକର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ଓଡିଓପି) ଆଧାରିତ କର୍ମଶାଳା, ୱେବିନାର ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବ।

ଏହି ଅଭିଯାନରେ ସାରା ଦେଶରେ ଉଭୟ ପ୍ରତ୍ୟେକ୍ଷ (ଅଫ୍ଲାଇନ୍) ଏବଂ ଆଭାସୀ (ଅନ୍ଲାଇନ୍) ମାଧ୍ୟମରେ ୧ କୋଟିରୁ ଅଧିକ କୃଷକ ଏବଂ ହିତାଧିକାରୀ ମାନେ ଅଂଶଗ୍ରହଣ କରିବାର ଆଶା ରହିଛି।

ଏହି ଅଭିଯାନ ସମୟରେ ଭାରତୀୟ ସ୍ୱାଧୀନତାର ୭୫ତମ ବର୍ଷରେ କୃଷି ବିକାଶର ନିମ୍ନଲିଖିତ ମାଇଲ୍ଖୁଂଟ ଉପରେ ଆଲୋକପାତ କରାଯିବ:

– ସବୁଜ ବିପ୍ଲବ : ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା;

– ଉଦ୍ୟାନ କୃଷି ଫସଲର ବୃହତ୍ ଉତ୍ପାଦକ – ଅଦା, ବନ୍ଧାକୋବି, ଆମ୍ବ ଏବଂ ଅମୃତଭଣ୍ଡା

– ହଳଦିଆ ବିପ୍ଲବ (ଅପରେସନ୍ ଗୋଲ୍ଡେନ୍ ଫ୍ଲୋ);

– ମିଠା ବିପ୍ଳବ : ମହୁ ଉତ୍ପାଦନ;

– ଫସଲ ଜଳସେଚନରେ ଉନ୍ନତି;

– କୃଷି କ୍ଷେତ୍ରରେ ଆଇସିଟିର ବ୍ୟବହାର;

– କୃଷିରେ ରିମୋଟ ସେନ୍ସିଂ/ ଜିଆଇଏସ୍/ ଡ୍ରୋନ୍ର ପ୍ରୟୋଗ;

– କୃଷିରେ ବାୟୋଟେକ୍ନୋଲୋଜିର ପ୍ରଭାବ;

– ୱାଟରସେଡ୍ ବିକାଶ କାର୍ଯ୍ୟକ୍ରମର ସଫଳତା;

– ମଞ୍ଜି ଏବଂ ସାରରେ ଆତ୍ମନିର୍ଭରଶୀଳତା;

– ଚାଷ ଯାନ୍ତ୍ରିକୀକରଣରେ ବିକାଶ;

– ମୃତିକା ସ୍ୱାସ୍ଥ୍ୟ ପରିଚାଳନା (ଆଇଏନ୍ଏମ୍)

– କୀଟନାଶକର ପ୍ରଭାବଶାଳୀ ପରିଚାଳନା (ଆଇପିଏମ୍);

‘କିଷାନ ଭାଗିଦାରୀ, ପ୍ରାଥମିକତା ହମାରି’ ଅଭିଯାନ ଭାରତ ସରକାରଙ୍କ ବିଭିନ୍ନ ଫ୍ଲାଗସ୍କିମ୍ ସ୍କିମ୍ ଅନ୍ତର୍ଗତ କାର୍ଯ୍ୟକଳାପ ଏବଂ ସଫଳତା ଉପରେ ଆଲୋକପାତ କରିବ, ଯଥା :

– ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ;

– ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ;

– ପ୍ରଧାନ ମନ୍ତ୍ରୀ କୃଷି ସିଂଚନ ଯୋଜନା – ପ୍ରତି ବୁନ୍ଦାରେ ଅଧିକ ଫସଲ ;

– ପ୍ରଧାନ ମନ୍ତ୍ରୀ କୃଷକ ମାନଧନ ଯୋଜନା ;

– କିଷାନ କ୍ରେଡିଟ୍ କାର୍ଡ;

– କୃଷି ଋଣ ;

– ଇ – ଜାତୀୟ କୃଷି ବଜାର (ଇ – ଏନ୍ଏଏମ୍) ;

– କୃଷକ ଉତ୍ପାଦକ ସଙ୍ଗଠନ ସମୂହ (ଏଫ୍ପିଓଜ୍);

– ମୃତିକା ସ୍ୱାସ୍ଥ୍ୟ କାର୍ଡ;

– ଜୈବିକ ଏବଂ ପ୍ରାକୃତିକ କୃଷି ;

– ଉଦ୍ଭିଦ ସୁରକ୍ଷା ଏବଂ ଉଦ୍ଭିଦ କ୍ୱାରେଂଟିନ୍ ;

– ମହୁମାଛି ପାଳନ ;

– ଫାର୍ମ ମେକାନାଇଜେସନ୍/ ଯାନ୍ତ୍ରିକୀକରଣ ;

– ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ;

– ବିହନ ଏବଂ ରୋପଣ ସାମଗ୍ରୀ ;

– ଉଦ୍ୟାନ କୃଷିର ସମନ୍ୱିତ ବିକାଶ ଉପରେ ମିଶନ ;

– ବ୍ୟାପକ ସଂସ୍କାର (ଏଟିଏମ୍ଏ) ;

– ଆର୍କେଭିୱାଇ – ରଫ୍ତାର – ଏଗ୍ରି ଷ୍ଟାର୍ଟ ଅପ୍ ;

Categories
ବିଶେଷ ଖବର

ପ୍ରାକୃତିକ ଚାଷ ଜାତୀୟ ବୈଠକରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ପ୍ରାକୃତିକ କୃଷି ଉପରେ ହୋଇଥିବା ଜାତୀୟ ସମ୍ମିଳନୀକୁ ଆଜି (୧୬-୧୨-୨୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନରେନ୍ଦ୍ର ସିଂ ତୋମାର, ଗୁଜରାଟ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏଥିରେ ଉପସ୍ଥିତ ଥିଲେ।

ସ୍ୱାଧୀନତାର ଶତବର୍ଷିକୀ ପାଳନ ପର୍ଯ୍ୟନ୍ତ ଯାତ୍ରାରେ ନୂତନ ଆବଶ୍ୟକତା ଓ ଆହ୍ୱାନକୁ ନେଇ ଆମେ କୃଷି କାର୍ଯ୍ୟକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଆହ୍ୱାନ ଜଣାଇଥିଲେ। ବିଗତ ଛଅ-ସାତବର୍ଷ ମଧ୍ୟରେ ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ମୃତ୍ତିକା ପରୀକ୍ଷାଠାରୁ ଆରମ୍ଭ କରି ଶହ ଶହ ନୂତନ ପ୍ରଜାତିର ବିହନ, ପିଏମ୍ କିଷାନ ସମ୍ମାନ ନିଧିରୁ ଉତ୍ପାଦିତ ସାମଗ୍ରୀର ଦେଢଗୁଣ ଅଧିକ ସହାୟକ ମୂଲ୍ୟ, ଜଳସେଚନଠାରୁ କିଷାନ ରେଳର ମଜବୁତ ବ୍ୟବସ୍ଥା ପର୍ଯ୍ୟନ୍ତ ଏଥିପାଇଁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଚାଷୀମାନଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ।

ସବୁଜ ବିପ୍ଳବ ଆଣିବାରେ ସାର ଓ ରସାୟନର ଭୂମିକାକୁ ସ୍ୱୀକାର କରି ମଧ୍ୟ ପ୍ରଧାନମନ୍ତ୍ରୀ ଏହାର ବିକଳ୍ପ ଅନୁସନ୍ଧାନ ଉପରେ ଗୁରୁତ୍ୱଆରୋପ କରିଥିଲେ। ସେ କୀଟନାଶକ ଓ ଆମଦାନୀକାରୀ ସାର ଯୋଗୁଁ ଖର୍ଚ୍ଚ ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟ ହାନୀ ଉପରେ ମଧ୍ୟ ସତର୍କ କରାଇ ଦେଇଥିଲେ। କୃଷିକ୍ଷେତ୍ର ଭୟଙ୍କର ବିପଦର ସମ୍ମୁଖୀନ ହେବା ପୂର୍ବରୁ ତା’ ଉପରେ ପଦକ୍ଷେପ ନେବାକୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆମେ ଆମର କୃଷିକୁ ରସାୟନ ବିଜ୍ଞାନର ପରୀକ୍ଷାଗାରରୁ ପ୍ରକୃତିର ବିଜ୍ଞାନଗାରାକୁ ନେଇଯିବାକୁ ପଡିବ। ଯେତେବେଳେ ମୁଁ ପ୍ରାକୃତିକ ପରୀକ୍ଷାଗାର କଥା କୁହେ ଏହା ସମ୍ପୂର୍ଣ୍ଣ ବିଜ୍ଞାନଭିତ୍ତିକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ବିଶ୍ୱ ଯେତେ ଆଧୁନିକ ହେଉଛି ସେତେ ମୌଳିକତା ଆଡକୁ ମୁହାଁଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଏହାର ଅର୍ଥ ହେଲା ନିଜର ମୂଳ ସହ ଯୋଡି ହେବା। ଆପଣଙ୍କ କୃଷକ ବନ୍ଧୁମାନଙ୍କ ବ୍ୟତୀତ ଏହାଠାରୁ ଅଧିକ କିଏ ଜାଣିଛି? ଆମେ ଗଛ ମୂଳରେ ଯେତେ ପାଣି ଦେବା ଗଛ ସେତେ ବଢିବ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆମକୁ ପ୍ରାଚୀନ କୃଷି ବିଜ୍ଞାନ ଉପରେ ଅଧିକ ଶିଖି ତାକୁ ଆଧୁନିକ ଯୁଗରେ ଅଧିକ ପ୍ରଭାବୀଭାବେ ପ୍ରୟୋଗ କରିବାକୁ ପଡିବ। ଏ ଦିଗରେ ଅଧିକ ଗବେଷଣା କରି ପ୍ରାଚୀନ ଜ୍ଞାନକୁ ଆଧୁନିକ ଓ ବୈଜ୍ଞାନିକ ଢାଂଚାରେ ପକାଇବାକୁ ପଡିବ ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେଉଁ ଜ୍ଞାନ ଆହରଣ କରୁଛୁ ସେ ସମ୍ପର୍କରେ ସତର୍କ ରହିବାକୁ ପଡିବ। ଶସ୍ୟର ଅବଶେଷ ପୋଡିବାର ଉଦାହରଣ ଦେଇ ସେ କହିଥିଲେ ବିଶେଷଜ୍ଞମାନେ ଜମିରେ ନିଆଁ ଲଗାଇଲେ ମାଟି ଏହାର ଉର୍ବରତା ହରାଉଛି ବୋଲି ମତ ଦେବା ସତ୍ୱେ ହୋଇଚାଲିଛି। ମନରେ ଏକ ଭ୍ରାନ୍ତି ରହିଛି ଯେ ରସାୟନ ବିନା ଫସଲ ଜମା ଭଲ ହେବନାହିଁ। ମାତ୍ର ସତ୍ୟ ହେଉଛି ତା’ର ବିପରୀତ। ଆଗକୁ ରସାୟନିକ ସାର ନଥିଲା ତଥାପି ଫସଲ ଭଲ ହେଉଥିଲା। ମାନବ ସଭ୍ୟତାର ଇତିହାସ ଏହାର ସାକ୍ଷୀ ।ନୂଆ ନୂଆ ଜିନିଷ ଜାଣିବା ସତ୍ୱେ ଆମେ ଚାଷକୁ ପଶି ଆସିଥିବା ଭୂଲଭଟକାକୁ ମଧ୍ୟ ବୁଝିବାକୁ ହେବ ବୋଲି ସେ କହିଥିଲେ। ଆଇସିଏଆର,କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ର ଇତ୍ୟାଦି କାଗଜ କଲମ ପରିବର୍ତ୍ତେ ପ୍ରକୃତ ସଫଳତା ପ୍ରଦର୍ଶନ କରିପାରିବ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରାକୃତିକ କୃଷି ଦ୍ୱାରା ଦେଶର ଶତକଡା ଅଶୀଭାଗ ଚାଷୀ ଉପକୃତ ହେବେ। ସେହି କ୍ଷୁଦ୍ରଚାଷୀ ଉପକୃତ ହେବେ ଯେଉଁମାନଙ୍କ ଦୁଇ ହେକ୍ଟରରୁ କମ୍ ଜମି ରହିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରାସାୟନିକ ସାର ଉପଯୋଗ କରିଥାନ୍ତି। ସେମାନେ ପ୍ରାକୃତିକ ଚାଷ ଆପଣାଇଲେ ସେମାନଙ୍କ ଅବସ୍ଥା ଆହୁରି ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ପ୍ରାକୃତିକ ଚାଷକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରିଥିଲେ। ଏହି ଅମ୍ରିତ ମହୋତ୍ସବ କାଳରେ ପ୍ରତି ପାଞ୍ଚୟତରେ ଅନୂନ୍ୟ ଗୋଟିଏ ଗ୍ରାମକୁ ପ୍ରାକୃତିକ କୃଷି ପରିସରଭୁକ୍ତ କରିବାକୁ ପାଇଁ ଉଦ୍ୟମ କରିବାକୁ ସେ ଜୋର ଦେଇଥିଲେ।

ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର ଅବତାରଣା କରି ଶ୍ରୀ ପ୍ରଧାନମନ୍ତ୍ରୀ ବିଶ୍ୱକୁ ଆହ୍ୱାନ ଦେଇ କହିଥିଲେ ଯେ, “ ପରିବେଶ ପାଇଁ ଜୀବନଧାରା” ଅର୍ଥାତ୍ ଜୀବନ ଏକ ବୈଶ୍ୱିକ ଅଭିଯାନ ହେବା ଆବଶ୍ୟକ। ଏକ ବିଂଶ ଶତାବ୍ଦୀରେ ଭାରତ ଓ ଏହାର ଚାଷୀକୂଳ ଏହି ଅଭିଯାନର ନେତୃତ୍ୱ ନେବେ। ଆସନ୍ତୁ ଆମେ ଶପଥ ନୋବ ସ୍ୱାଧୀନତାର ଅମ୍ରିତ ମହୋତ୍ସବରେ ମା ଭାରତୀଙ୍କ ଧରିତ୍ରୀକୁ ରାସାୟନିକ ସାର ଓ କୀଟନାଶକ ମୁକ୍ତ କରିବା ବୋଲି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ।

ପ୍ରାକୃତିକ କୃଷି ଉପରେ ଗୁଜରାଟ ସରକାର ଜାତୀୟ ବୈଠକର ଆୟୋଜନ କରିଛନ୍ତି। ୧୪ର୧୬ ଡିସେମ୍ବର ପର୍ଯ୍ୟନ୍ତ ଏହି ତିନିଦିନିଆ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି। ପାଞ୍ଚହଜାରରୁ ଅଧିକ ଚାଷୀଙ୍କ ସମେତ ଆଇସିଏଆର, କୃଷି ବିଜ୍ଞାନ କେନ୍ଦ୍ର ଓ ଆତ୍ମା (କୃଷି ବୈଷୟିକ ଜ୍ଞାନ ପରିଚାଳନା ସଂସ୍ଥା) ଭଳି କେନ୍ଦ୍ରୀୟ ସଂସ୍ଥା ସହ ସିଧାସଳଖ ଜଡିତ ଚାଷୀ ଏଥିରେ ଯୋଗ ଦେଇଛନ୍ତି।