Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ପ୍ରାକ୍-ଆନ୍ତର୍ଜାତିକ ଯୋଗ ଦିବସ

ଭୁବନେଶ୍ୱର: ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ (ଇଂଟରନ୍ୟାସନାଲ ଯୋଗ ଡ଼େ) କୁ ଆଖିରେ ରଖି ସୋଆ ଏନଏସଏସ ତରଫରୁ ଶନିବାର ଏକ “କାଉଂଟ ଡାଉନ ଟୁ ଆଇୱାଇଡି” କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ସକାଳ ୮ ଟାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଯୋଗ – ଏକ ପରିଚୟ” ଉପରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଉଦ୍‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମବେତ ସଭିଙ୍କୁ ନିଜର ସମସ୍ତ ଭୌତିକ, ମାନସିକ ଓ ଆଧ୍ୟାତ୍ମିକ ସତାକୁ ଯୋଗ ମାଧ୍ୟମରେ ପରିଚିତି ଆଣିବାକୁ ସେ କହିଥିଲେ।

ଭାରତ କାହିଁକି ବିଶ୍ୱର ଅନ୍ୟ ସମସ୍ତ ଦେଶରେ କେବଳ ଭୌତିକ ର ବିକାଶରେ ମନ ଦେବାରୁ ମଣିଷର ମାନସିକ ଓ ଆଧ୍ୟାମିôକ, ଏପରିକି ସାମାଜିକ ସତା ମଧ୍ୟ ବହୁଳ ଭାବରେ ଅବହେଳିତ ହୋଇଛି। ସକାଳୁ ଶଯ୍ୟା ତ୍ୟାଗ କରି ଯୋଗ ସାଧନା କଲେ ମନ ପ୍ରଫୁଲ୍ଲ ରହିବ, ଶରୀର ନିରୋଗ ରହିବ ଓ ଜୀବନରେ ଶାନ୍ତି ଓ ସଫଳତା ବିରାଜମାନ ହେବ। ପ୍ରଫେସର ମହାପାତ୍ର ସମସ୍ତଙ୍କ ସହିତ ଯୋଗାସନ କରିଥିଲେ।

ଯୋଗ ଶିକ୍ଷକ ଅଖିଳ ଚନ୍ଦ୍ର ରଣା ପବନ ମୁକ୍ତାସନ, ଅର୍ଦ୍ଧଚକ୍ରାସନ, ଉଷ୍ଟ୍ରାସନ ,ବଜ୍ରାସନ, ବକ୍ରାସନ, ତାଡାସନ, ଭୂଜଙ୍ଗାସନ, ସଲଭାସନ, ମକରାସନ ,ଅଦ୍ଧକଟିଚକ୍ରାସନ, ସୂର୍ଯ୍ୟ ନମସ୍କାର, ଶବାସନ ଅଭ୍ୟାସ କରିବା ସହିତ ତିନୋଟି ପ୍ରାଣାୟମ ଯଥା କପାଳଭାତି, ଅନୁଲୋମ ବିଲୋମ ଓ ଭ୍ରାମରୀ ମଧ୍ୟ ଶିଖାଇଥିଲେ।

ପ୍ରୋଗ୍ରାମ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମ ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ସମସ୍ତଙ୍କୁ ପ୍ରତିଦିନ ସକାଳ ୬ଟାରୁ ନିୟମିତ ଚାଲିଥିବା (ଏପ୍ରିଲ ୨୧ରୁ ) ଆଭାସୀ (ଭଚ୍ଚୁଆର୍ଲ ) ଯୋଗ ଶିବିର ରେ ଭାଗ ନେବା ପାଇଁ କହିଥିଲେ।

କୁଳପତି ପ୍ରଫେସର ମହାପାତ୍ର ପାଂଚ ଟି ଯୋଗ ପୁରସ୍କାର ( ପ୍ରତିଟି ୧୦୦୦ଟଙ୍କା ମୂଲ୍ୟର) ଏହି ବର୍ଷ ପ୍ରଚଳନ କରିବାର ପ୍ରସ୍ତାବ ଦେଇଥିଲେ ଏବଂ କହିଥିଲେ ଯୋଗ ପ୍ରତିଯୋଗିତାରେ ପାଂଚ ଟି ଶ୍ରେଷ୍ଠ ଯୋଗ ପ୍ରତିଭାଗୀ ଙ୍କୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସରେ ପୁରସ୍କୃତ କରିବାକୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ ମହାନ୍ତ, ଡ. ଶାନ୍ତିଲତା ଚମ୍ପତି, ଡ. ସରୋଜ କୁମାର ମହାନ୍ତି, ଡ.ଚକ୍ରଧର ପାତ୍ର, ଡ.ଶୋଭନ ପଟ୍ଟନାୟକ, ପ୍ରାଚିନ୍ ର ସଦସ୍ୟ ଜୀବନ କୁମାର ପଣ୍ଡା ଓ ଆଇଟିଆର ର ୱାର୍ଡନ୍ ପ୍ରଫେସର ରଂଜନ ମଲ୍ଲିକ ଙ୍କ ସହିତ ଅନ୍ୟ ଅଧ୍ୟାପିକା ଓ ଅଧ୍ୟାପକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ବିଶ୍ୱବିଦ୍ୟାଳୟର ପାଖାପାଖି ୧୫୦ ଏନଏସଏସ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।