Categories
ଆଞ୍ଚଳିକ

ବାଲୁଗାଁ ଏନ୍ଏସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ୍ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଓଆରଏସ ଅଧିକାରୀ ପ୍ରାଣନାଥ ସେଠ ଯୋଗଦେଇଛନ୍ତି। ଶ୍ରୀ ସେଠ ଏହାପୂର୍ବରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ।

ତେବେ ଆଜି କାର୍ଯ୍ୟରେ ଯୋଗଦାନ କରିବା ପରେ ପ୍ରଥମେ ଶ୍ରୀ ସେଠ ବାଲୁଗାଁ ଏନ୍ଏସି ର ସମସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ନୂତନ ଏମସିସି ପ୍ରକଳ୍ପ ନିର୍ମାଣ ହେଉଥିବା ଅଞ୍ଚଳକୁ ଯାଇ ତାହାର ତଦାରଖ କରିଥିଲେ। ତେବେ ବାଲୁଗାଁ ଏନ୍ଏସି ରେ କଣ ନୂଆ ଚ୍ୟାଲେଞ୍ଜ ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ଏବଂ ଡ୍ରେନେଜ ନିର୍ମାଣ ଆଦି ମୁଖ୍ୟ ପ୍ରାଥମିକତା ରହିଥିବାର ସୂଚନା ଦେଇଛନ୍ତି ଶ୍ରୀ ସେଠ। କାର୍ଯ୍ୟରେ ଯୋଗଦାନ ପରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏନ୍ଏସି ର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।