Categories
ଆଜିର ଖବର ଜାତୀୟ ଖବର

ଶାନ୍ତି ଭଙ୍ଗ କରିଥିବା ଅଭିଯୋଗରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ଗିରଫ କଲା ପୋଲିସ

ଲକ୍ଷ୍ନୌ: ଶାନ୍ତି ଭଙ୍ଗ ଅଭିଯୋଗରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା, ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡା ଏବଂ ୟୁପି କଂଗ୍ରେସ ମୁଖ୍ୟ ଅଜୟ କୁମାର ଲଲୁଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏହା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି। ସୀତାପୁର ଜିଲ୍ଲାର ହରଗାଓଁ ପୋଲିସ ଷ୍ଟେସନର ଏସଏଚଓ ଏହି ସୂଚନା ଦେଇଛନ୍ତି।

ସୀତାପୁରର ପିଏସି ଗେଷ୍ଟ ହାଉସ ବାହାରେ କଂଗ୍ରେସ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଯେଉଁଠାରେ ଦଳର ନେତା ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ପୋଲିସ ହେପାଜତରେ ରଖାଯାଇଛି। ଗତକାଲି ପ୍ରିୟଙ୍କା ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାଉଥିବାବେଳେ ତାଙ୍କୁ ଅଟକ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ନେତାଙ୍କ ଦାବି: ପ୍ରିୟଙ୍କା ଗାନ୍ଧୀଙ୍କୁ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ନଜର ରଖୁଛି ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ଯାହା ଘଟିଛି, ତାହା କେବଳ ଉତ୍ତରପ୍ରଦେଶ ନୁହେଁ ଦେଶରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି। ଆଠ ଜଣଙ୍କର ମୃତ୍ୟୁ ହୋଇ ପୋଲିସ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ସହଯୋଗୀ ଦାବି କରିଛନ୍ତି ଯେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ସରକାର ନଜର ରଖିଛନ୍ତି। ପ୍ରିୟଙ୍କାଙ୍କ ସହକର୍ମୀ ମଧ୍ୟ ଏନେଇ ଏକ ଭିଡିଓ ଜାରି କରିଛନ୍ତି।

ଏହି ଡ୍ରୋନ୍ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସତ୍ୟ ଏହା ଯେ କାହାର ଡ୍ରୋନ୍ ଏହା ମଧ୍ୟ ଆମେ ଜାଣିନାହୁଁ? ଏଠାରେ ଠିଆ ହୋଇଥିବା ଅଧିକାରୀ ଏବଂ ପୋଲିସ କହୁଛନ୍ତି ଯେ, ସେମାନଙ୍କର ଏ ବିଷୟରେ ଅବଗତ ନାହିଁ। ବିଜେପି ସରକାର ଚାଷୀଙ୍କ ସ୍ୱରକୁ ଦମନ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି।

ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଦିନ ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରୁଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା। ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ହେବାର ୩୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ଆକ୍ରମଣ:

ଗିରଫ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ହିଂସା ସହ ଜଡିତ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, କାହିଁକି? ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରେ ଲେଖିଛନ୍ତି, “ନରେନ୍ଦ୍ର ମୋଦୀ ଜୀ, ଆପଣଙ୍କ ସରକାର ମୋତେ ଗତ ୨୮ ଘଣ୍ଟା ଧରି କୌଣସି ଆଦେଶ ଏବଂ ଏଫଆଇଆର ବିନା ଜେଲରେ ରଖିଛନ୍ତି। ଅନ୍ନ ଦାତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, କାହିଁକି? ”

Categories
ଆଜିର ଖବର ଜାତୀୟ ଖବର

ଲଖୀମପୁର ଖେରୀ ହିଂସା ଘଟଣା: ଘରକୁ ଝାଡୁ କରି ଆମରଣ ଅନଶନରେ ବସିଲେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁରରେ ବନ୍ଦୀ ହେବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ଗୋଟିଏ ଘର ସଫା କରୁଥିବା ଏକ ଚିତ୍ର ସାମ୍ନାକୁ ଆସିଛି। ଏହି କୋଠରୀରେ ହିଁ ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଛି। ସୀତାପୁରରେ ବନ୍ଦୀ ହେବା ପରେ ପ୍ରିୟଙ୍କା ଆମରଣ ଅନଶନ ଆରମ୍ଭ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ମୁଁ ଲଖୀମପୁର ଖେରୀ ହିଂସାରେ ନିହତ କୃଷକଙ୍କ ପରିବାରକୁ ଭେଟିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ନେଇ ରବିବାର ଦିନ ଲଖୀମପୁର ଖେରୀ ଜିଲ୍ଲାର ତିକୋନିୟା ଅଞ୍ଚଳରେ ଘଟିଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। କୃଷକମାନେ ଅଭିଯୋଗ କରିଛନ୍ତି ଯେ, କୃଷି ଆଇନ ବିରୋଧରେ ବିରୋଧ କରୁଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ କାର ଚଳାଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ପୁଅ ଆଶିଷ କହିଛନ୍ତି ଯେ, ସେ କାରରେ ନଥିଲେ।

ଏହି ଘଟଣା ପରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଲଖିମପୁର ଆଡକୁ ମୁହାଁଇଛନ୍ତି। ବିଳମ୍ବିତ ରାତିରୁ ନେତାମାନେ ଲଖିମପୁର ଯିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ତେବେ କୌଣସି ଦଳର ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ଦିଆଯାଉ ନାହିଁ। କେତେକଙ୍କୁ ଗୃହରେ ବନ୍ଦୀ ରଖାଯାଇଥିବା ବେଳେ କେତେକଙ୍କୁ ରାସ୍ତାରେ ଅଟକ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶ ନିର୍ବାଚନ ଲାଗି ଅଣ୍ଟା ଭିଡୁଛି କଂଗ୍ରେସ: ପ୍ରିୟଙ୍କା ଗାନ୍ଧୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟତା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁରସିଦ ଏକ ବଡ଼ ବୟାନ ଦେଇଛନ୍ତି। ଖୁରସିଦ କହିଛନ୍ତି ଯେ, ଆମେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ୨୦୨୨ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛୁ। କଂଗ୍ରେସର ବିଜୟ ନିଶ୍ଚିତ କରିବାକୁ ସେ କଠିନ ପରିଶ୍ରମ କରୁଛନ୍ତି। ପରେ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ବୋଲି ଘୋଷଣା କରିପାରିବୁ। ଏହାପୂର୍ବରୁ କଂଗ୍ରେସ ନିର୍ବାଚନ ସମ୍ପର୍କରେ ନିଜର ପ୍ରୋମୋ ଜାରି କରିଛି ଯେଉଁଥିରେ ପ୍ରିୟଙ୍କାଙ୍କୁ ୟୁପିର ଭରସା ବୋଲି କୁହାଯାଇଛି।

ଆଜିକାଲି ପ୍ରିୟଙ୍କା ଗାନ୍ଧୀ ୟୁପି ଗସ୍ତରେ ଅଛନ୍ତି। ଲକ୍ଷ୍ନୌ ବ୍ୟତୀତ ସେ ରାୟବରେଲି ଏବଂ ଆମେଥୀ ପରିଦର୍ଶନ କରିଛନ୍ତି। ୟୁପିରେ ରହିବା ସମୟରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ କାର୍ଯ୍ୟାଳୟର ଅଧିକାରୀ ତଥା ବରିଷ୍ଠ ନେତାମାନଙ୍କୁ ଭେଟୁଛନ୍ତି ଏବଂ ମତାମତ ନେଇ ନିର୍ବାଚନ ରଣନୀତିକୁ ମଜବୁତ କରିବା ଅଭିଯାନରେ ନିୟୋଜିତ ଅଛନ୍ତି।

ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ‘ପ୍ରତିଜ୍ଞା ଯାତ୍ରା’ ବାହାର କରିବାକୁ ଘୋଷଣା କରିଛି। ୟୁପିରେ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଘର ଘର ସମ୍ପର୍କ ପାଇଁ କଂଗ୍ରେସ ୧୨ ହଜାର କିଲୋମିଟର ଲମ୍ୱା ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। ଏହାର ନାମ “କଂଗ୍ରେସ ପ୍ରତିଜ୍ଞା ଯାତ୍ରା: ହମ୍ ବଚନ ନିଭାଏଙ୍ଗେ” ନାମରେ ନାମିତ କରାଯାଇଛି। ଯାହା ସହରାଞ୍ଚଳ ସହିତ ଗ୍ରାମ ଏବଂ ସହର ଦେଇ ଯିବ।

ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପ୍ରୋମୋ ମଧ୍ୟ କଂଗ୍ରେସ ପ୍ରକାଶ କରିଛି। ଏଥିରେ ପ୍ରିୟଙ୍କାଙ୍କୁ ‘ୟୁପିର ଭରସା’ ବୋଲି ବର୍ଣ୍ଣନା କରାଯାଇଛି। କଂଗ୍ରେସର ରଣନୀତି ହେଉଛି ଫେବୃଆରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସରଣ କରିବ। ଯାହାଫଳରେ ବିଜେତା ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇପାରିବ। ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଏପର୍ଯ୍ୟନ୍ତ କୋଣସି ବଡ ଦଳ ସହ ମେଣ୍ଟ କରିବାକୁ ସଙ୍କେତ ଦେଇନାହିଁ। କିନ୍ତୁ କୌଣସି ଛୋଟ ଦଳ ସହ କଂଗ୍ରେସ ମେଣ୍ଟ କରିବା ନେଇ ମନା କରି ନାହିଁ।

Categories
ଆଜିର ଖବର

ସିବିଏସଇ ବୋର୍ଡ: ପରୀକ୍ଷା ବାତିଲ କିମ୍ବା ଅନଲାଇନରେ କରିବା ପାଇଁ ଦାବି କଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେଥିପାଇଁ ବୋର୍ଡ ପରୀକ୍ଷାକୁ ବାତିଲ କିମ୍ବା ଅନଲାଇନରେ କରିବା ପାଇଁ ଦାବି ହେଉଛି। ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ମଧ୍ୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ଏହି ମହାମାରୀ ସମୟରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବସାଇବା ସରକାରର ଏକ ଦାୟିତ୍ଵହୀନତା ବୋଲି ଅଭିଯୋଗ କରିଛନ୍ତି।

ଏହି ପରିସ୍ଥିତିରେ ପରିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିବା ଅନୁଚିତ୍। ପରୀକ୍ଷାକୁ ବାତିଲ କିମ୍ବା ପୁନଃନିର୍ଦ୍ଧରାଣ କିମ୍ବା ପରୀକ୍ଷାକୁ ଏଭଳି ଆୟୋଜନ କରିବା ଆବଶ୍ୟକ, ଯେଉଁଥିରେ ଜନଗହଳିପୂର୍ଣ୍ଣ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଉପସ୍ଥତି ରହିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଯେ କୌଣସି ପରିସ୍ଥିତିରେ ଆମେ ହାଥରସ ଯିବୁ, ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ, ହାଥର ଗଣଦୁଷ୍କର୍ମ ଘଟଣା ବର୍ତ୍ତମାନ ନୂଆ ମୋଡି ନେଇଛି। ଆଜି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯେ କୌଣସି ପରିସ୍ଥିତିରେ ଆମେ ହାଥରସ୍ ଯିବୁ। ସେଠାରେ ମୃତ ନାବାଳିକା ପରିବାରଙ୍କୁ ଭେଟିବୁ। ଏହା କହି ଭାଇ ରାହୁଳ ଗାନ୍ଧୀଙ୍କୁ ପାଖ ସିଟରେ ବସାଇ ଏକ ଇନୋଭା ଗାଡି ଡ୍ରାଇଭ କରି ଆଗକୁ ଚାଲିଲେ ପ୍ରିୟଙ୍କା ଗାନ୍ଧୀ। ତାଙ୍କ ପଛରେ କଂଗ୍ରେସର ଶଶି ଥରୁରଙ୍କ ପରି ବହୁ ସାଂସଦ, ବିଧାୟକ ଏବଂ କର୍ମି ଗାଡିରେ ପଛେ ପଛେ ଚାଲିଛନ୍ତି।

ସେପଟେ ଉତ୍ତର ପ୍ରଦେଶ ପୋଲିସ ଦିଲ୍ଲୀ ନୋଇଡା ଡାଇରେକ୍ଟ ୱେ ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ବର୍ଡର ସିକ୍ୟୁରିଟ ଫୋର୍ସ ପରି ପୋଲିସ ରାସ୍ତା ସାରା ଛାଉଣି ହୋଇ ରହିଛନ୍ତି।