Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

NUA ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ନାସ୍‌କମ ଓ ଏନ୍‌ଆଇଓଏସ୍‌ ସହିତ ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ୱର: ନୂଆ ବା NUA ଓଡ଼ିଶା (ନୂତନ ଉନ୍ନତ ଅଭିଳାଷା) ର ଯୁବକମାନଙ୍କ ପାଇଁ ଦକ୍ଷତା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। NUA ଓଡ଼ିଶା ସହିତ ଯୁବକମାନଙ୍କର ଭବିଷ୍ୟତକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ପୂର୍ବାହ୍ନରେ ଓଡ଼ିଶା ବୈଷୟିକ ଶିକ୍ଷା ଓ ତାଲିମ୍‌ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ଆୟୋଜିତ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମନ୍ତ୍ରୀ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ସମ୍ବନ୍ଧୀୟ ଅନେକ କାର୍ଯ୍ୟକ୍ରମ ଓ ପଦକ୍ଷେପ ଆରମ୍ଭ କରାଯାଇଛି।

ମନ୍ତ୍ରୀ ଶ୍ରୀ ଘଡ଼ାଇ ତାଙ୍କ ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହିତ ଦକ୍ଷତା ଉପରେ ପର୍ଯ୍ୟବେଷିତ ଏହି ପରିବର୍ତ୍ତନଶୀଳ ଯାତ୍ରାକୁ ଆହୁରି ପାଦେ ଆଗେଇ ନେଇ ଜିଲ୍ଲାଗୁଡ଼ିକରେ ବିକେନ୍ଦ୍ରୀକରଣ ଦକ୍ଷତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଘଡ଼ାଇ କହିଲେ ଯେ ଆଜି ସ୍କିଲ ଇନ୍‌ ଓଡ଼ିଶା ଏକ ବିଶ୍ୱ ବ୍ରାଣ୍ଡରେ ପରିଣତ ହୋଇଛି। ଡିଜିଟାଲ ସ୍କିଲିଂରେ ବ୍ୟାପକ ସୁଯୋଗ ଏବଂ NUA ଓଡ଼ିଶା ସହିତ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯିବା ସହ ଯୁବକମାନଙ୍କ ନିଯୁକ୍ତି କ୍ଷମତା ବୃଦ୍ଧି ପାଇବ। ୩୦ ଗୋଟି ଜିଲ୍ଲାରେ ବିକେନ୍ଦ୍ରୀକରଣ ସ୍କିଲିଂ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ଓଡ଼ିଶାର ପ୍ରତିବଦ୍ଧତା ତୃଣମୂଳ ସ୍ତରରେ ବିସ୍ତାରଲାଭ କରିବ। ଯାହାଦ୍ୱାରା ଜିଲ୍ଲା ଦକ୍ଷତା କେନ୍ଦ୍ର ମାଧ୍ୟମରେ ବର୍ଷସାରା ସ୍ଥାନୀୟ ଯୁବକମାନଙ୍କ ନିକଟରେ ଦକ୍ଷତା ବିକାଶର ଉନ୍ମେଷ ଘଟିବ।

ଅପ୍‌ସ୍କିଲିଂ ପଦକ୍ଷେପ ଫଳରେ ୫ ହଜାରରୁ ଅଧିକ ଆଇଟିଆଇ ଛାତ୍ର ସ୍ୱଳ୍ପକାଳୀନ ପାଠ୍ୟକ୍ରମ ମାଧ୍ୟମରେ ନୂତନ ବିଭାଗରେ ଦକ୍ଷତା ହାସଲ କରିବା ସହିତ ନିଯୁକ୍ତି ବୃଦ୍ଧି ପାଇବ। ଭବିଷ୍ୟତର ଆହ୍ୱାନ ଏବଂ ସୁଯୋଗକୁ ସାମ୍ନା କରିବାକୁ ଏକ ଦକ୍ଷ ତଥା ସଶକ୍ତ ଯୁବଶକ୍ତି ସୃଷ୍ଟି କରିବାକୁ NUA ଓଡ଼ିଶା ଉତ୍ସର୍ଗୀକୃତ।

ଏହି ଅବସରରେ ଓଡ଼ିଶାରେ ଦକ୍ଷତା ବିକାଶର ଅଭିବୃଦ୍ଧି ପାଇଁ ‘ନାସ୍‌କମ୍‌’ ଏବଂ ‘ଏନ୍‌ଆଓଏସ୍‌’ ସହିତ ଦୁଇଗୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟାସନାଲ ଇନ୍‌ଷ୍ଟିଚ୍ୟ୍ଟଟ ଅଫ୍‌ ଓପନ ସ୍କୁଲ ସହିତ ହୋଇଥିବା ସ୍ୱାକ୍ଷରରେ ଆଇଟିଆଇ ଛାତ୍ରମାନେ ସେମାନଙ୍କର ଦ୍ୱାଦଶ ଶ୍ରେଣୀ ପାଶ୍‌ ସାର୍ଟିଫିକେଟ ଏବଂ ପ୍ରମାଣପତ୍ର ପାଇବାକୁ ସକ୍ଷମ ହେବେ । ବାର୍ଷିକ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ଉଚ୍ଚଶିକ୍ଷା ପାଇଁ ନୂତନ ଦ୍ୱାର ଉନ୍ମìକ୍ତ ହେବ ଏବଂ ସେମାନଙ୍କର ନିଯୁକ୍ତି ବୃଦ୍ଧି ପାଇବ।

ଏହା ନୂତନ ଯୁଗ ସ୍କିଲିଂ ଏବଂ ଅଭିନବ ସ୍କିଲିଂ କାର୍ଯ୍ୟକ୍ରମର ଉନ୍ମୋଚନ, ବିକାଶଶୀଳ ଚାକିରୀ ବଜାର ଦ୍ୱାରା ଆବଶ୍ୟକ ଦକ୍ଷତା ସହିତ ଯୁବକମାନଙ୍କୁ ସଜାଇବା ପାଇଁ ପରିକଳ୍ପିତ। ସେହିଭଳି ନୂତନ ଯୁଗର ଦକ୍ଷତା ପାଠ୍ୟକ୍ରମର ଡିଜିଟାଲ ସ୍କିଲିଂ ଲଞ୍ଚ୍‌ ପାଇଁ ‘ନାସ୍‌କମ’ ସହିତ ଏମ୍‌ଓୟୁ ସ୍ୱାକ୍ଷରିତ ହେବା ଦ୍ୱାରା ଆଧୁନିକ ବୈଷୟିକ ଜଗତର ଚାହିଦା ସହିତ ଡିଜିଟାଲ ସ୍କିଲିଂ ସୁଯୋଗ ଯୋଗାଇବ। ଏହି ସହଭାଗିତାର ଉଦ୍ଦେଶ୍ୟ  ହେଉଛି ମାଇକ୍ରୋ ସଫଫ, କୋର୍ସେରା ଏବଂ ଅନ୍ୟାନ୍ୟ ଶିଳ୍ପପତିଙ୍କ ସହଯୋଗରେ ଅନ୍‌ଲାଇନ୍‌ ପାଠ୍ୟକ୍ରମ ସହିତ ବାର୍ଷିକ ଏକ ଲକ୍ଷ ଯୁବକଙ୍କୁ ଇ-ସ୍କିଲିଂ ସୁଯୋଗ ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମଟି ଦକ୍ଷତା ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଆରମ୍ଭ ହୋଇଥିଲା। ଶ୍ରୀମତୀ ପାଢ଼ୀ NUA ଓଡ଼ିଶାର ରଣନୀତିକ ରୋଡ ମ୍ୟାପକୁ ଉପସ୍ଥାପିତ କରିବା ସହ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଦକ୍ଷତା ବିକାଶ ବିଭାଗ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ। ଦକ୍ଷତା ବିକାଶ ତଥା ନିଯୁକ୍ତି ନିର୍ଦ୍ଦେଶକ ରେଘୁ ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟାସନାଲ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଓପନ ସ୍କୁଲର ଚେୟାରମ୍ୟାନ ପ୍ରଫେସର ସରୋଜ ଶର୍ମା, ନାସ୍‌କମ୍‌ର ସିଇଓ ଶ୍ରୀମତୀ କୀର୍ତ୍ତି ସେଠୀ, ଅତିରିକ୍ତ ଶାସନ ସଚିବ ଗଙ୍ଗାଧର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ଉନମୋଚିତ ହେଲା ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ IITF ମେଳାର ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଆଜି ଓଡିଶା ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂସ୍କରଣ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଉତ୍କଳ ପ୍ରସଙ୍ଗ ସମ୍ପାଦକ ଶ୍ରୀମତୀ କସ୍ତୁରୀ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରଗତି ମୈଦାନ ଆମ୍ଫିଥିଏଟରରେ ଅନୁଷ୍ଠିତ ଏହି ସମାରୋହରେ ଓଟିଡିସି ଅଧ୍ୟକ୍ଷ ଡ. ଲେନୀନ୍ ମହାନ୍ତି, ରେସିଡେଣ୍ଟ୍ କମିଶନର ଶ୍ରୀ ରବିକାନ୍ତ, ସ୍ବତନ୍ତ୍ର ରେସିଡେଣ୍ଟ କମିଶନର ଶ୍ରୀମତୀ ଦେବଯାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।